ଆଜି ଦିନର ପ୍ରମୁଖ ଖବର

ତାରିଖ : ୨୪-୦୩-୨୦୨୧ସମୟ : ୯.୦୦ଟା

ଖଲ୍ଲିକୋଟ : କରୋନା ହଟସ୍ପଟ ଅଞ୍ଚଳରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର, ରେଳ ଷ୍ଟେସନରେ ହେବ ଥର୍ମାଲ ସ୍କ୍ରିନିଂ !
ଭୁବନେଶ୍ବର : ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳରେ ୫୦୦ ଟଙ୍କିଆ ନକଲି ନୋଟ୍ । ନୋଟ୍ ବଣ୍ଡଲରେ ଏହି ନକଲି ନୋଟ୍‌କୁ ଫେଣ୍ଟି ଦିଆଯାଉଛି । ଦିନ ମଜୁରିଆ, କ୍ଷୁଦ୍ର ବ୍ୟବସାୟୀ, ପରିବା ଦୋକାନୀ, ମାଛ ମାଂସ ବେପାରୀ ଏହାର ଶିକାର ହେଉଛନ୍ତି । ଏଭଳି ନକଲି ନୋଟ୍ ପେଟ୍ରୋଲ ପମ୍ପ୍, ବ୍ୟାଙ୍କ ଓ ବ୍ୟବସାୟ ପ୍ରତିଷ୍ଠାନରେ ଥିବା ୟୁଭି ମେସିନରେ ଧରାପଡ଼ୁଛି !
ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୧୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୨୪୬ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୭୧ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି
ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ବିମଳା ଫରେଷ୍ଟ ବିଟ୍ ଅଞ୍ଚଳରେ ବନ୍ୟଜନ୍ତୁ ବାରହା ଓ ମଣିଷର ଅନାବିଳ ପ୍ରେମ ଘଟଣା କିଛି ଦିନ ହେବ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପାଳିତ ବାରହା ଧୁଡୁକୁ ଜଙ୍ଗଲରେ ଛାଡିବା ନେଇ ଦାବି ଏବେ ଜୋର ଧରିଲାଣି । ବନ୍ୟଜନ୍ତୁ ଘରେ ରଖିବା ଓ୍ବାଇଲ୍ଡ ଲାଇଫ୍ ନିୟମ ଅନୁସାରେ ଦଣ୍ଡନୀୟ ଅପରାଧ ଅଟେ ବୋଲି ମଧ୍ୟ ସ୍ବର ଉଠିଲାଣି। ଏ ପ୍ରସଙ୍ଗକୁ ବନ ବିଭାଗ ଭଲଭାବେ ଜାଣିଥିବା ସତ୍ତ୍ବେ କାହା ସ୍ବାର୍ଥରେ ଏବଂ କାହିଁକି କୁନ୍ତଳାଙ୍କୁ ଅନୁକମ୍ପା ଦେଖାଉଛି ତାହା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି !
ଭୁବନେଶ୍ବର : ଏଣିକି ମାସ୍କ ନ ପିନ୍ଧିଲେ କଡାକଡି ହେବ ଫାଇନ୍ ଆଦାୟ । ସାମାଜିକ ଦୂରତା ରକ୍ଷା କରିବାକୁ କମିଶନରେଟ୍ ପୋଲିସ ପରାମର୍ଶ ଦେଇଛି । ଏନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି !
ଭୁବନେଶ୍ଵର : କରୋନା ସଂକ୍ରମଣ ବୃଦ୍ଧି ସହିତ ସମଗ୍ର ଦେଶରେ କରୋନାର ଦ୍ଵିତୀୟ ଲହର ଆଶଙ୍କା ଦେଖି ଦେଇଛି। ବିଶେଷ କରି ୟୁକେ ଷ୍ଟ୍ରେନ ଚିନ୍ତାର କାରଣ ପାଲଟିଛି। ଏବେ ଓଡିଶାରେ ୩ ୟୁକେ ଷ୍ଟ୍ରେନ ଚିହ୍ନଟ ହୋଇଛି। ଏ ନେଇ ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି !
ନୟାଗଡ : ପୋଖରୀ ଭିତରୁ ମିଳିଲା ଭୋଟ୍ ବାକ୍ସ । ନୟାଗଡ ଜିଲ୍ଲା ଶରଣକୂଳ ଥାନା ଗୋତିସାହିରେ ପୋଖରୀରୁ ମିଳିଛି ଭୋଟ୍ ବାକ୍ସ । ଗାଁର ଗୋପାଳ ସ୍ବାଇଁ ପୋଖରୀରୁ ମାଛ ଧରୁଥିବା ବେଳେ ଦୁଇଟି ଭୋଟ୍ ବାକ୍ସକୁ ବାହାର କଲେ ଜାଲୁଆ । ଭୋଟ୍ ବାକ୍ସରେ ଓଏସଇସି ଲେଖା ରହିଛି !
ନୀଳଗିରି : ନୀଳଗିରି ଅଂଚଳରେ ରହିଛି କୂଳଡିହା ଅଭୟାରଣ୍ୟ। ଆଉ ଏଥିପାଇଁ ଇକୋ ସେନସିଟିଭ ଜୋନ୍ ମଧ୍ୟ ରହିଛି। ଏହାରି ଭିତରେ ବେଆଇନ କାର‌୍ୟ୍ୟ। ଆଉ ବିଳମ୍ବରେ ବନ ବିଭାଗ ଓ ପ୍ରଶାସନର ଆଖି ଖୋଲିଥିବା ଜଣାପଡିଛି। ସରକାରଙ୍କୁ ବେଆଇନ ଘଟଣା ନେଇ ଦୃଷ୍ଟି ଆକର୍ଷଣ କରାଯିବା ପରେ ଏବେ ଇଟାଭାଟି ଭାଙ୍ଗିବାକୁ ପ୍ରଶାସନ ତତ୍ପର ହୋଇଥିବା ଜଣାପଡିଛି !
କଟକ : କଟକଣା ମଧ୍ୟରେ ହେବ ଚାଟେଶ୍ବର ଦୋଳ ମେଳଣ, ପଡ଼ିଆ ଭିତରକୁ ୨୦୦ ଜଣଙ୍କୁ ଅନୁମତି
ବଲାଙ୍ଗୀର : ଓଡ଼ିଶା ପାଇଁ ଗୌରବ ଆଣିଲେ ବଲାଙ୍ଗିରର ଦୁଇ ଖେଳାଳି, ଅଶୀ ଚାଳନାରେ ଜିଣିଲେ ରୌପ୍ୟ ଏବଂ କାଂସ୍ୟ ପଦକ !
ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ କଟି ସିଂଙ୍କ ସ୍ତ୍ରୀ ରଇବାରୀ ସିଂ । ତାଙ୍କ ଘର ଭାଲୁକାଶୁଣି ଗାଁରେ ବୋଲି ଜଣାପଡିଛି।ଜଙ୍ଗଲ ଭିତରକୁ କିଛି ଲୋକ କାଠ ଆଣିବା ପାଇଁ ଯାଇଥିବା ବେଳେ ମହିଳାଙ୍କ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ !
ବଲାଙ୍ଗିର: ନ୍ୟୁୟର୍କବାସୀ ଶୁଣିବେ ବଲାଙ୍ଗିରର ପୁଅ ପ୍ରିୟବ୍ରତ ପାଣିଗ୍ରାହୀଙ୍କ ସଙ୍ଗୀତ। ଫିଲ୍ମ ନିର୍ଦ୍ଦେଶକ ତଥା ଷ୍ଟାର୍‌ସେଫ ବିକାଶ ଖନ୍ନାଙ୍କ ସାଂସ୍କୃତିକ ଅନୁଷ୍ଠାନ ‘ବାଇଣ୍ଡର’ ତରଫରୁ ଆୟୋଜିତ ହେବାକୁ ଯାଉଥିବା ‘ଟ୍ରିବ୍ୟୁଟ ଟୁ ଲତା ମଙ୍ଗେସକ୍‌ର’ ସଂଗୀତ କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ସଂଗୀତ ନିର୍ଦ୍ଦେଶକ ପ୍ରିୟବ୍ରତ ସାମିଲ ହେବାର ସୁଯୋଗ ପାଇଛନ୍ତି !
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଲୟା ଥାନା ଅମ୍ବାସରଭଟା ଗାଁ ଛକରେ ଗୁଳିକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିକାଣ୍ଡ । ଗୁଳିକାଣ୍ଡରେ ଜେସିବି ଡ୍ରାଇଭର ଗୁରୁତର । ଆହତ ଡ୍ରାଇଭର ହେଲେ ଅଡାଲ ଗାଁର ଭଜନ ପ୍ରଧାନ । ଆହତ ଭଜନକୁ ସୁବଲୟା ପୋଲିସ ଉଦ୍ଧାର କରି ଡାକ୍ତରଖାନା ନେଇଛି !
ଢେଙ୍କାନାଳ : ରୋଷେଇ ବେଳେ ଅଘଟଣ । ଷ୍ଟୋଭ୍ ଫାଟି ଜୀବନ୍ତ ଦଗ୍ଧ ହୋଇଛନ୍ତି ମହିଳା । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଜାଆନ୍ଦାପଶି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା !
ପୁରୀ: ଶ୍ରୀମନ୍ଦିରରେ ପୁଣି ଫେରିବ ରବିବାରିଆ ଦର୍ଶନ କଟକଣା । ଆଗାମୀ ସପ୍ତାହରୁ ଲାଗିପାରେ ଏହି କଟକଣା । ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ଦିନ ସ୍ପଷ୍ଟ କରିନଥିଲେ ବି କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ସପ୍ତାହକୁ ଦିନେ ଶ୍ରୀମନ୍ଦିର ବିଶୋଧନ ପାଇଁ ନିଷ୍ପତ୍ତି ନିଆଯାଇଥିବା ସ୍ପଷ୍ଟ କରିଛି !
ବଲାଙ୍ଗିର : ସ୍ଥାୟୀ ନିଯୁକ୍ତି ଦାବିରେ କନିଷ୍ଠ ଶିକ୍ଷକଙ୍କ ଆନ୍ଦୋଳନ ଜାରି। ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ବଲାଙ୍ଗିର କନିଷ୍ଠ ଶିକ୍ଷକ କ୍ଷ ବଲାଙ୍ଗିର ଜିଲ୍ଲାରେ ଦିର୍ଘ ୭ ବର୍ଷ ରୁ ଅଧିକ ସମୟ ଧରି ୟୁପି,ଏମଇ ସ୍କୁଲ ଗୁଡିକରେ ପିଲାଙ୍କୁ ପାଠ ପଢାଉଛନ୍ତି ହଜାର ହଜାର କନିଷ୍ଠ ଶିକ୍ଷକ !!
ଅନୁଗୁଳ: ତାଳଚେର ଥର୍ମାଲ ପାୱାର ଷ୍ଟେସନ(ଟିଟିପିଏସ)ରୁ ବିଦ୍ୟୁତ ଉତ୍ପାଦନ ଆଜିଠାରୁ ବନ୍ଦ ହୋଇଛି। କେନ୍ଦ୍ର ପ୍ରଦୂଷଣ ବୋର୍ଡର ମଂଜୁରି ନ ଥିବାରୁ ଏହି ପ୍ଲାଣ୍ଟ ଆସନ୍ତା ୩୧ ତାରିଖରୁ ସବୁଦିନ ପାଇଁ ବନ୍ଦ ହେବାକୁ ବସିଥିଲାବେଳେ ପର‌୍ୟ୍ୟାୟକ୍ରମେ ଉତ୍ପାଦନ ବନ୍ଦ କରି ଦେଇଛନ୍ତି କର୍ତ୍ତୃପକ୍ଷ !!
ଭୁବନେଶ୍ୱର : ରାଜଧାନୀରେ କୋଭିଡ୍ କଟକଣା କଡାକଡି, ଚଢାଉ ପାଇଁ ବିଏମସିକୁ ମିଳିଛି ଅଧିକ ଫୋର୍ସ !
ଧଉଳି: ଆଜି କଟକ ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ବାଡ୍ ଉତ୍ତରା ଫାଣ୍ଡି ଅଧୀନ ଗୁଡ଼ିଆପୋଖରୀ ଛକସ୍ଥିତ ରବୀନ୍ଦ୍ର ମଲ୍ଲିକଙ୍କ ଚିକେନ୍ କାଉଣ୍ଟରରେ ଚଢ଼ଉ କରି ବିପୁଳ ମଦ ଜବତ କରିଛି !
ଭୁବନେଶ୍ୱର : ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିଥିବା ଘଟଣା । ଜନଗହଳିପୂର୍ଣ୍ଣ ବିଭିନ୍ନ ସ୍ଥାନରେ ଲାଗିଲା କଙ୍କାଳ ସ୍କେଚର ପୋଷ୍ଟର । ପୋଷ୍ଟରରେ ମହିଳାଙ୍କ ବୟସ, ଉଚ୍ଚତା ଓ ଅନ୍ୟାନ ତଥ୍ୟ ଦିଆଯାଇଛି !
ଭୁବନେଶ୍ୱର : ବିଧାନସଭାରେ ଭାଇରାଲ ଅଡିଓ ତାତି । ଗୃହରେ ମୁହାଁମୁହିଁ ହେଲେ ପ୍ରଦୀପ୍ତ-ବ୍ୟୋମକେଶ, ଅଡିଓକୁ ବିଭ୍ରାନ୍ତି କରି ଦେଖାଯାଉଥିବା କହିଲେ ଚାନ୍ଦବାଲି ବିଧାୟକ !
ଭୁବନେଶ୍ୱର : ଭୁବନେଶ୍ୱର ହୋଟେଲ ରୁମରୁ ମିଳିଲା କଟକର ନିଖୋଜ ଯୁବକଙ୍କ ମୃତଦେହ, ଚନ୍ଦ୍ରଶେଖରପୁର ପୋଲିସର ଛାନଭିନ..! ୨ ଦିନ ତଳେ କଟକରୁ ନିଖୋଜ ନେଇ ଥାନାରେ ହୋଇଥିଲା ଅଭିଯୋଗ !
ନୀଳଗିରି : ଯୁବତୀଙ୍କୁ ବାହାର ରାଜ୍ୟକୁ ବିକ୍ରି କରିବା ଅଭିଯୋଗରେ ଯାତ୍ରା ପାର୍ଟି ମାଲିକାଣୀଙ୍କୁ ଅଟକ ରଖିଲେ ଗ୍ରାମବାସୀ। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଦାସରଥୀପୁର ଗାଁରେ ପଡ଼ିଥିବା ଏହି ଯାତ୍ରା ପାର୍ଟିର ମାଲିକାଣୀଙ୍କୁ ଗ୍ରାମବାସୀମାନେ ଅଟକ ରଖିଥିବା ଜଣାପଡ଼ିଛି !
ସମ୍ବଲପୁର: ପୁଣି ହାତୀ-ମଣିଷ ଲଢ଼େଇରେ ବଳି ପଡ଼ିଛି ମଣିଷ । ହାତୀ ଆକ୍ରମଣରେ ଯାଇଛି ଦୁଇ ଶ୍ରମିକଙ୍କ ଜୀବନ । ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଧମା ଥାନା ଅଞ୍ଚଳରେ ଘଟିଛି ଏହି ଅଘଟଣ । ଶୋଇଥିବା ଅବସ୍ଥାରେ ହାତୀ ଦଳି ଦେବାରୁୁ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି !
ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ମ୍ୟୁଟେସନ୍ କେସ୍‌ର ତଦନ୍ତ ରିପୋର୍ଟ ଦେବାକୁ ୧୩ ଶହ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଜଣେ ରାଜସ୍ୱ ନିରୀକ୍ଷକ !
ଗଞ୍ଜାମ : ମା’ ବାଙ୍କେଶ୍ବରୀଙ୍କ ପୀଠରେ କୋଭିଡ୍ କଟକଣା ଉଲ୍ଲଂଘନ ! ପୂଜାର୍ଚ୍ଚନା ବେଳେ ହଜାର ହଜାର ଭକ୍ତଙ୍କ ସମାଗମ !
ମୁମ୍ବାଇ : ନିକଟରେ ଅଭିନେତା ଶାହାରୁଖ ଖାନ ଏବଂ ଅଜୟ ଦେବଗନ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହୋଇଥିଲେ, ଯାହାର କାରଣ ବିମଲ ପାନ ମସଲାର ଏକ ବିଜ୍ଞାପନ ଥିଲା । ସେହିପରି ସଲମାନ ଖାନ ମଧ୍ୟ ଖୁବ୍ ଶୀଘ୍ର ଏକ ପାନ ମସଲାର ବିଜ୍ଞାପନରେ ନଜର ଆସିବେ ଏବଂ ଏହି ଦୁଇଜଣଙ୍କୁ ଟକ୍କର ଦେବେ !
ନୂଆଦିଲ୍ଲୀ : ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଏନ୍‌ଭି ରମନାଙ୍କ ନାମ ସୁପାରିସ କଲେ ‘ସିଜେଆଇ’ ବୋବ୍‌ଡ଼େ !
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୪୭,୨୬୨ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧.୧୭ କୋଟିରୁ ଯଥେଷ୍ଟ ଅଧିକ ହୋଇଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୭,୨୬୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୭୫ ମୃତ୍ୟୁ ରେକର୍ଡ କରାଯାଇଛି !
ନୂଆଦିଲ୍ଲୀ : ଜାତିସଂଘ ମାନବ ଅଧିକାର କମିସନ୍‌ରେ ଶ୍ରୀଲଙ୍କା ବିପକ୍ଷରେ ଆଗତ ପ୍ରସ୍ତାବନାରେ ଭୋଟ୍ ଦେବାରୁ ନିବୃତ୍ତ ରହିଲା ଭାରତ !
ମୁମ୍ବାଇ : ମୁମ୍ବାଇ ଅନ୍ଧେରୀ ୱେଷ୍ଟ କରୋନା ସଂକ୍ରମଣର ନୂଆ ହଟସ୍ପଟ ହୋଇଛି। ଏହି ଅଞ୍ଚଳରୁ ସବୁଠାରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି। ଫଳରେ ପ୍ରଶାସନ ଜୁହୁ ବିଚ ବନ୍ଦ କରିବାକୁ ପ୍ରସ୍ତୁତି କରୁଛି। ଅନ୍ଧେରୀରୁ ପ୍ରତିଦିନ ୨୦୦ ରୁ ୩୦୦ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି !
ଭିଲବାଡା : ରାଜସ୍ଥାନ ଭିଲବାଡା ଜିଲ୍ଲା ହନୁମାନନଗର ଥାନା ଅଞ୍ଚଳରେ ମଙ୍ଗଳବାର ରାତିରେ ଏକ ଭୟାବହ ଦୁର୍ଘଟଣା ଘଟିଛି। ଗ୍ୟାସ ସିଲିଣ୍ଡର ଭର୍ତ୍ତି ଟ୍ରକରେ ହେଲା ବଜ୍ରପାତ; ବିସ୍ଫୋରଣରେ ଜଳିଗଲା ସିଲିଣ୍ଡର, ଭୀଷଣ ଶବ୍ଦରେ ଥରି ଉଠିଲା ପୁରା ଅଞ୍ଚଳ !
ନୂଆଦିଲ୍ଲୀ : ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ଭାରତୀୟ ମହିଳା ସୁଟର ଇତିହାସ ରଚିଛନ୍ତି। ଏହି ବର୍ଗରେ ଭାରତୀୟ ମହିଳା କ୍ଲିନ ସୁଇପ୍ କରି ଆଇଏସଏସଏଫ ବିଶ୍ଵ କପ୍ ୨୦୨୧ରେ ବୁଧବାର ସ୍ଵର୍ଣ୍ଣ, ରୌପ୍ୟ ଏବଂ କାଂସ୍ୟ ପଦକ ଜିତିଛନ୍ତି !
କୋଲକାତା : ପଶ୍ଚିମବଙ୍ଗ ନିର୍ବାଚନ ରାଲି ସମୟରେ ମଞ୍ଚ ଉପରେ ମୋଦିଙ୍କ ପାଦ ଛୁଇଁଲେ ନେତା, ବଦଳରେ ମୋଦି ବି ତାଙ୍କ ପାଦ ଛୁଇଁ କଲେ ଅଭିବାଦନ !
କୋଲକାତା : ‘ରାଜନୀତି ପିଚ୍‌ରେ ଦରକାର ଦାଦାଙ୍କ ସାଥ୍’ ସୌରଭ ଗାଙ୍ଗୁଲି ବିଜେପିକୁ ଆସିଲେ କ୍ଲିନ୍ ବୋଲ୍ଡ ହୋଇଯିବ ଟିଏମସି- ଅଶୋକ ଡିଣ୍ଡା !
ନୂଆଦିଲ୍ଲୀ : ମଦ ପିଇବା ଯୋଗୁ ମୃତ୍ୟୁ ହେଲେ ଏହାକୁ ଦୁର୍ଘଟଣା ବୋଲି ବିଚାର କରାଯିବ ନାହିଁ । ତେଣୁ ଏ କ୍ଷେତ୍ରରେ ବୀମା ରାଶି ମିଳିପାରିବ ନାହିଁ । ଏକ ମୃତ୍ୟୁ ଘଟଣାରେ ବୀମା ଦାବି ପାଇଁ ଦାଖଲ କରାଯାଇଥିବା ଆବେଦନକୁ ଖାରଜ କରି ସୁପ୍ରିମ୍‌କୋର୍ଟ ଏହା କହିଛନ୍ତି । ସୁପ୍ରିମ୍‌କୋର୍ଟ କହିଛନ୍ତି, ଏହା କୌଣସି ଦୁର୍ଘଟଣା ନୁହେଁ । ଏଣୁ ଏଥିରେ ବୀମା ରାଶି ପ୍ରଦାନ କରାଯାଇପାରିବ ନାହିଁ !
ନୂଆଦିଲ୍ଲୀ : ଭାରତ ସରକାରଙ୍କ ବିଭିନ୍ନ ଆଭିମୁଖ୍ୟକୁ ଗ୍ରହଣ କରି ବିଶ୍ୱରେ ଏକ ସବୁଜ ଏବଂ ସୁସ୍ଥ ପରିବେଶ ତିଆରି କରିବା ଲକ୍ଷ୍ୟ । ଘରୋଇ ସମ୍ୱଳ ବ୍ୟବହାର କରି ଉର୍ଜା ଚାହିଦା ପୂରଣ କରିବା ଦିଗରେ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ !
ରାୟଗଡା : ଦୁଇ ଜଣ ମାଓବାଦଙ୍କ ଆତ୍ମସମର୍ପଣ । ଛତିଶଗଡ କ୍ୟାଡରର ରହିଛନ୍ତି ଦୁଇ ମାଓବାଦୀ । ରାୟଗଡା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ସକ୍ରିୟ ରହିଥିଲେ ଦୁଇ ଜଣ । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ହେଲେ ମଙ୍କୁ ଓୟାମ ଓରଫ ସାଇନୁ ଓରଫ ଜୟରାମ ଏବଂ ଲଛୁ ମାଡକାମ ଓରଫ ଅବିନାଶ ଓରଫ ବିଶ୍ବନାଥ । ଉଭୟଙ୍କ ଘର ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ !
ମୁମ୍ବାଇ : ବଲିଉଡର ମିଷ୍ଟର ଫରପେକ୍ସନିଷ୍ଟ ଅମୀର ଖାନ କରୋନା ପଜିଟିଭ !
ହନୁମାନଗଡ: ରାଜସ୍ଥାନରେ ଜଣେ ନବ ବିବାହିତା ମହିଳା ନିଜ ଦିଅର ବିରୋଧରେ ଦୁଷ୍କର୍ମ ମାମଲା ରୁଜ୍ଜୁ କରିଛନ୍ତି। ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ନପୁଂସକ। ଶାଶୂଘର ଲୋକଙ୍କ ସହମତିରେ ଦିଅରକୁ ତାଙ୍କ ପାଖକୁ ପଠାଯାଇଥିଲା। ବିବାହର ଚଉଠି ରାତିରେ ଦିଅର ତାଙ୍କ ସହ ଦୁଷ୍କର୍ମ କରିଥିଲା !
କେନ୍ଦୁଝର : ପୁଣି କଳାପାଟ ସଂରକ୍ଷିତ ଜଙ୍ଗଲରେ ଲାଗିଲା ନିଆଁ ; ମୂଲ୍ୟବାନ ଗଛ ପୋଡି ପାଉଁଶ, ଜନବସତି ମୁହାଁ ବନ୍ୟଜନ୍ତୁ !
କୋଲକାତା : ପଶ୍ଚିମବଙ୍ଗରେ ୨୦୦ ଆସନ ଜିତିବାକୁ ଦାବି କରୁଛି ବିଜେପି ; ରଣନୀତି ଦର୍ଶାଇଲେ ଗୃହମନ୍ତ୍ରୀ ଶାହ !
ବାଂଲାଦେଶ : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ହତ୍ୟା ଧମକ ଘଟଣାରେ ୧୪ ଇସଲାମି ଆତଙ୍କୀଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଗତ ୨୦୦୦ ହତ୍ୟା ଉଦ୍ୟମ ଘଟଣାରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଢାକାର ଟ୍ରାଏଲ୍ କୋର୍ଟ । ଏମାନେ ସମସ୍ତେ ଆଇନ ବିରୋଧୀ ସଂଗଠନ ହରକତୁଲ୍ ଜିହାଦ୍ ବାଂଲାଦେଶ ସଂଗଠନ ଅର୍ଥାତ୍ ଡୁଜି-ବିର ସଦସ୍ୟ !
କରଞ୍ଜିଆ : ଶିମିଳିପାଳରେ ନିଆଁ ଲିଭିବାର ନାଁ ଧରୁନି । ବର୍ଷା ଛାଡିଗଲା ପରେ ପୁଣି ନିଆଁର ପ୍ରକୋପ ବଢି ଚାଲିଛି । ବୁଧବାର ସାଟେଲାଇଟ୍ ରିପୋର୍ଟ ଅନୁସାରେ ଶିମିଳିପାଳ ଉତ୍ତର ଜୋନରେ ୭ଟି ଓ ଦକ୍ଷିଣ ଜୋନରେ ୩ଟି ସ୍ଥାନ ମିଶି ସମୁଦାୟ ୧୦ଟି ସ୍ଥାନରେ ନିଆଁ ଲାଗିଛି !
କ୍ୱେଟା: ପାକିସ୍ତାନରେ ବେଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ହେବା ସହ ୧୪ରୁ ଅଧିକ ଆହତ ହୋଇଛନ୍ତି । ତେବେ କିଏ କାହିଁକି ଏହି ବିସ୍ଫୋରଣ କରିଛି ତାହା ଏଯାଏଁ ସ୍ପଷ୍ଟ ହୋଇନି । ଚମନ କସ୍ୱେରେ ଥିବା ଲେବିସ୍ ମୁଖ୍ୟାଳୟ ବାହାରେ ହୋଇଛି ଏହି ବିସ୍ଫୋରଣ !
ମୁମ୍ବାଇ : ଭୂତାଣୁ କବଳରେ ଠାକରେ ପରିବାର; ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପୁଅ ପରେ ପତ୍ନୀଙ୍କୁ କରୋନା !
କୋଲକତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ବିଷ୍ଣୁପୁରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ରାଲିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପାକୁ କଡ଼ା ଟାର୍ଗେଟ କରିଥିଲେ। ମମତା ମୋଦିଙ୍କୁ ମିଛୁଆ ବୋଲି କହିଛନ୍ତି !
ଖୋର୍ଦ୍ଧା : ୨ କିମି ଚାଲିଚାଲି ଲୋକଙ୍କୁ ବୁଝାଇଲେ ଖୋର୍ଦ୍ଧା ଜିଲାପାଳ, କହିଲେ ବାହାରୁ ଆସିଲେ ଆରଟିପିସିଆର ଜରୁରୀ !
ଦୁବାଇ : ୟୁନାଇଟେଡ ଆରବ ଏମିରେଟ (ୟୁଏଇ) ଅର୍ଥମନ୍ତ୍ରୀ ତଥା ଦୁବାଇ ଉପଶାସକ ହମଦାନ ବିନ୍ ରଶିଦ ଅଲ ମଖତୁମଙ୍କର ବୁଧବାର ପରଲୋକ ହୋଇଛି। ସେ ୟୁଏଇ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ରଶିଦ ଅଲମଖତୁମଙ୍କ ଭାଇ ମଧ୍ୟ ଅଟନ୍ତି। ତାଙ୍କ ପରଲୋକ ନେଇ ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟ୍ ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି !
ନୟାଗଡ଼: କରୋନା ଭାଇରସକୁ ରୋକିବ ଡିଭାଇସ ସେଫ୍ଟି କ୍ୟାପ । ଏହାକୁ ତିଆରି କରିଛନ୍ତି ବିଟେକ ପ୍ରଥମ ବର୍ଷ ଛାତ୍ର ଅଂଶୁମାନ ମିଶ୍ର । ଅଂଶୁମାନଙ୍କ ଘର ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜ ସୁନାଖଳାରେ । ମାତ୍ର ୨୦୦ ଟଙ୍କାରେ ଏହି କ୍ୟାପ ପ୍ରସ୍ତୁତ ହୋଇପାରିଛି ଏବଂ ଏହା କରୋନା ଭାଇରସ ବ୍ୟାପିବାକୁ ରୋକି ପାରିବ ବୋଲି ଦାବି କରିଛନ୍ତି ଅଂଶୁମାନ ! ଶୁଭ ରାତ୍ରୀ !

Comments (0)
Add Comment