ଆଜିର ଅନୁଚିନ୍ତା

ତାରିଖ ୧୨.୦୨.୨୦୨୨,ଶନିବାର

🦋”ସମୟ ତ ଏମିତି ଗଡି ଚାଲିଯିବ , ହେଲେ ସମୟ ସହ ନିଜ ଜୀବନ କୁ ବିତିଯିବାକୁ ଦିଅନ୍ତୁ ନାହିଁ , ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରନ୍ତୁ , କିଏ ଜାଣେ ଏ ମୁହୂର୍ତ୍ତ କାଲିକି ଥିବ କି ନାହିଁ !
🦋”ସବୁବେଳେ କିଛି ପାଇବାର ଆଶା ହିଁ ମଣିଷକୁ ଦୁଃଖ ଓ ଅଶାନ୍ତିର ବାତାବରଣ ମଧ୍ୟକୁ ଟାଣିନେଇଥାଏ , ତେଣୁ ଈଶ୍ବର ଯାହା ଦେଇଛନ୍ତି ସେଥିରେ ଖୁସି ରହିଲେ ଏ ସଂସାରରେ ଶାନ୍ତିରେ ବଞ୍ଚି ପାରିବା !!
🦋”ଆପଣଙ୍କ କଥାକୁ ଉପଭୋଗ କରି ହସିବା ଲୋକ ଏଠି ଅନେକ ମିଳିଯିବେ , କିନ୍ତୁ ସେଇ ହସାଉଥିବା ଲୋକର ହସକୁ ହୃଦୟଙ୍ଗମ କରିବା ଲୋକ ଖୁବ କମ୍ ମିଳିବେ , ବୋଧେ ନିଜେ ହସିବା ଏବଂ ଅନ୍ୟକୁ ହସାଇବା ଭିତରେ ଏହା ହିଁ ଏକମାତ୍ର ଫରକ୍ !!
🦋ସମ୍ପର୍କ ଯେତେ ଖରାପ ହୋଇ ଥାଉନା କାହିଁକି କେବେବି ଭାଙ୍ଗିବାକୁ ଦିଅନ୍ତୁ ନାହିଁ , କାହିଁକିନା ପାଣି ଯେତେ ଦୂଷିତ ହୋଇଥିଲେ ମଧ୍ୟ ଶୋଷ ସିନା ମେଣ୍ଟାଇ ପାରିବନି କିନ୍ତୁ ନିଆଁ ତ ଲିଭାଇପାରିବ !!
ଆଜିର ନୀତିବାଣୀ
♨️”ଚରିତ୍ରହୀନା ପତ୍ନୀର ପରମ ଶତ୍ରୁ ତାର ପତି !!
♨️”ଚୋରର ଶତ୍ରୁ ଚାନ୍ଦିନୀ ରାତି !!
♨️”ଦୁଇ ଜଣଙ୍କ କଳିରେ ତୃତୀୟର ଲାଭହୁଏ ବୋଲି କୁହାଯାଏ । ମାତ୍ର ଏଠାରେ ଦୁଇଜଣଙ୍କ ମଧ୍ୟକୁ ଗଲେ ତୃତୀୟ ଜଣକ କିପରି କ୍ଷତିର ସମ୍ମୁଖୀନ ହୋଇଥାଏ ତାହା କୁହାଯାଇଛି !!
♨️”ଦୟା ଠାରୁ ଆଉ କିଛି ବଡ ଧର୍ମ ନାହିଁ !!
♨️”ଧନ ରୋଜଗାର କରିବାର ଲାଳସା ସବୁରି ଅଛି । ଯାହା ପାଖରେ ଧନ ନାହିଁ ସେ ଚେଷ୍ଟା କଲେ ପାଇପାରେ । ମାତ୍ର ଯିଏ ମୂର୍ଖ ସେ ପରିଣତ ବୟସରେ ଶତଚେଷ୍ଟା କଲେ ମଧ୍ୟ ବିଦ୍ୟାରେ ନିପୂଣ ହୋଇପାରେ ନାହିଁ । ସବୁ କିଛି ଶିକ୍ଷା କରିବାର ବୟସସୀମା ଅଛି !!ଶନି ଦେବାୟ ନମଃ,ଆଜି ଶନିବାର ପ୍ରଭୁ ଶନି ଦେବଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ, ପ୍ରଭୁ ଶନି ଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା।

Comments (0)
Add Comment