ଜୁନ୍ ମାସ ୦୭ତାରିଖ ୨୦୨୬ ମସିହା (ରବିବାର)ଜ୍ୟେଷ୍ଠ ମାସ(ମଳ)- କୃଷ୍ଣପକ୍ଷ,ତିଥି- ସପ୍ତମୀ ରାତ୍ରି ଘ୦୩/୩୬ ଗତେ ଅଷ୍ଟମୀ,ନକ୍ଷତ୍ର-ଧନିଷ୍ଟା ଦିବା ଘ୦୮/୪୮ଗତେ ଶତଭିଷା,ସୁର୍ୟୋଦୟ-ପ୍ରାତଃଘ୦୫/୧୧/୪୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୨୭,ଯୋଗିନୀ ବାୟବ୍ୟେ ରାତ୍ରି ଘ୦୩/୩୬ ଗତେ ଐଶ।ନ୍ୟେ,ମେଷ ରାଶିର ଘାତବାର,ମିଥୁନ ଓ ମୀନ ରାଶି ର ଘାତଚନ୍ଦ୍ର,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଦ୍ୱିପାଦ ରାତ୍ରି ଘ୦୩/୩୬ ଗତେ ଏକପ।ଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୧୦/୦୬ ଗତେ ଘ୦୧/୨୫ ମଧ୍ୟେ,
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୪୬ଗତେ ଘ୦୯/୦୯ ମଧ୍ୟେ ଓ ଘ୦୧/୨୬ଗତେ ଘ୦୨/୦୦ମଧ୍ୟେ ରାତ୍ରି ଘ୦୭/୫୯ ଗତେ ଘ୧୧/୧୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୩/୩୭ ଗତେ ଘ୦୪/୨୫ ମଧ୍ୟେ, ଅଦ୍ୟ ତାଳ ରାତ୍ରି ଘ୦୩/୩୬ ଗତେ ନଡ଼ିଆ ଭକ୍ଷଣ ନିଷେଧ।
ମେଷ-ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ।
ବୃଷ-ପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସିବା ଠିକ୍ ହେବନାହିଁ। ଆଜିର ବନ୍ଧୁମିଳନ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟ, କଚେରି ମାମଲା, ପରିବହନ ଦିଗରୁ ଲାଭବାନ୍ ହେବେ। ଆଜି କର୍ମକ୍ଷେତ୍ର କିମ୍ବା ଆନୁଷ୍ଠାନିକ କାମରେ ଦୃଢ଼ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ।
ମିଥୁନ-ଆକସ୍ମିକ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଆପଣଙ୍କ ସକାଶେ କିଛି ଅସୁବିଧା ସୃଷ୍ଟି ହୋଇପାରେ। ବହୁଦିନରୁ ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ପରିସ୍ଥିତିବଶତଃ ଅନ୍ୟ ବାଟରେ ବ୍ୟୟ ହୋଇଯିବା ସୂଚନା ରହିଛି।
କର୍କଟ-ଆଜି ବିଭିନ୍ନ ପ୍ରକାର ଘଟଣା ପ୍ରବାହଜନିତ ମାନସିକ ଅସ୍ଥିରତା କାରଣରୁ ଲାଗି ରହିବ। ପରୋକ୍ଷଭାବେ ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହୋଇପାରିବେ। କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବା ସମ୍ଭାବନା ରହିଛି।
ସିଂହ-ରାଜନୈତିକ କ୍ଷେତ୍ରରେ ଅସଫଳ କାମଗୁଡ଼ିକର ସମୀକ୍ଷା କରିପାରନ୍ତି। ଆଶା କରୁ ଥିବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଆଗାମୀ କାଲିର ମାଙ୍ଗଳିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋର୍ଦାର କରିପାରନ୍ତି। କୌଣସି ଆତ୍ମୀୟଙ୍କ ଅସହଯୋଗ ଓ ପରୋକ୍ଷ ସମାଲୋଚନାରେ କ୍ଷୁବ୍ଧ ହୋଇପାରନ୍ତି।
କନ୍ୟା-ଆଜି ବନ୍ଧୁଙ୍କ ପରାମର୍ଶାନୁଯାୟୀ କିଛି ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। ସାଙ୍ଗଠନିକ ସ୍ତରରେ ନେତୃତ୍ୱ ନେଇ କିମ୍ବା ପ୍ରଶାସନିକ ସ୍ତରରେ ଦକ୍ଷତାଭିତ୍ତିକ ପ୍ରଶଂସନୀୟ କାମ କରିବେ।
ତୁଳା-ପ୍ରତ୍ୟେକ ସ୍ତରରେ ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବା ଆଶଙ୍କା ଦେଖାଦେବ। ବ୍ୟବସାୟ,ପରିବହନ ,କ୍ରୀଡ଼ା ଓ ଚଳଚ୍ଚିତ୍ରରେ, ସଭାସମିତିରେ ସମସ୍ୟା ସମାଧାନ ହେବ। ପୁଷ୍ୟା ନକ୍ଷତ୍ରର ବୃଦ୍ଧ ପିତାମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।
ବିଛା-ଆପଣ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ପାରିବାରିକ ସ୍ଥିରତା ହଠାତ୍ ଆସି ନ ପାରେ। ସତର୍କ ନରହିଲେ ବିବାଦ ପଡ଼ିପାରନ୍ତି। ବୁଦ୍ଧିଜୀବୀମାନଙ୍କ ଦ୍ୱାରା ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍ କୌଣସି କ୍ଷେତ୍ରରେ ପ୍ରତିକ୍ରିୟା ଶୀଳ ହୁଅନ୍ତୁ ନାହିଁ।
ଧନୁ-ଆଜି ଆପଣ ଆତ୍ମୀୟସ୍ବଜନ କିମ୍ବା ପାଖ ପଡ଼ୋଶୀଙ୍କ ଠାରୁ ସହଯୋଗ ଲାଭକରି କାମଟିକୁ ପୂରା କରିପାରିବେ। ଅପରାହ୍ନରେ ଜମିଜମା, ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇପାରେ।
ମକର-ଆଜି ଏଣୁତେଣୁ ଗୁଡ଼ାଏ କଥା ମନରେ ସ୍ଥାନ ଦେବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ,ଏଣୁ ମନଟା ସାମୟିକ ଭାବରେ ଗୋଳମାଳିଆ ରହିବ। ପରିବାରରେ ସୁଖଶାନ୍ତି ସାଙ୍ଗକୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ।
କୁମ୍ଭ-ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନ ରଖି ମନ ବୁଝିଲା ଭଳି କଥା କହି ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ ! ମନୋରଞ୍ଜନ, ବନ୍ଧୁ ମିଳନ, ଆଲୋଚନା, ସମିତି କିମ୍ବା ଯାତ୍ରା ପାଇଁ ଆଗ୍ରହୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନ୍ସନ ବଢ଼ିପାରେ।
ମୀନ-ଯୋଜନାକୁ କାର୍ଯ୍ୟକାରୀ କରିବା ବିଷୟରେ ବନ୍ଧୁଙ୍କ ସହ ଖୋଲାଖୋଲି ଆଲୋଚନା କରିବା ଭଲ ହେବ। ବିବାଦୀୟ ଘଟଣା ସକାଶେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି, ସେଥିରେ କିଛି ହେବ ନାହିଁ। ଯାତ୍ରା ସମୟରେ କଥା ଦେଇଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲ ହେବ।
ଆଜି ତିଆରି କରିବା ସ୍ବାଦିଷ୍ଟ ଗାଜର ବାଦାମ କ୍ଷୀରି……
ମିଠାର ନାମ ଶୁଣିଲେ ଭାରତୀୟ ରୋଷେଇର ପାରମ୍ପରିକ ସ୍ବାଦରେ କ୍ଷୀରିର ସ୍ଥାନ ସବୁଠାରୁ ଉପରେ। କାରଣ କ୍ଷୀରିର ସ୍ବାଦ ବହୁତ ସ୍ବତନ୍ତ୍ର।
ଆଜି ଜାଣିବା କିପରି ତିଆରି କରିବା ସ୍ବାଦିଷ୍ଟ ଗାଜର ବାଦାମ କ୍ଷୀରି……
ସାମଗ୍ରୀ-ଗାଜର – ୩,ବାଦାମ୍ – ୧/୨ କପ୍,ଖଜୁରୀ – ୫,କ୍ଷୀର – ୧/୨ କିଲୋ,
କେସର – ଏକ ଚିମୁଟା,କାଜୁ – ୧୦,
ଘିଅ – ୧ ଚାମଚ।
ପ୍ରଣାଳୀ-ବାଦମକୁ ଅଧଘଣ୍ଟା ପର୍ଯ୍ୟନ୍ତ ଗରମ ପାଣିରେ ଭିଜାଇ ରଖନ୍ତୁ। ବାଦମର ଚୋପା ଛଡାଇ ଦିଅନ୍ତୁ।
ଗାଜର ଚୋପା ଛଡାଇ ତାକୁ ଛୋଟ ଛୋଟ ପିସରେ କାଟି ଦିଅନ୍ତୁ। ଖଜୁରୀର ମଞ୍ଜି ବାହାର କରିଦିଅନ୍ତୁ। ଏବେ ଗ୍ରାଇଣ୍ଡରରେ ଗାଜର ଏବଂ ଖଜୁରୀ ପକାଇ ଦିଅନ୍ତୁ। ଅଳ୍ପ-ଅଳ୍ପ କ୍ଷୀର ଗରମ କରି ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। ଶେଷରେ ବଳକା ରହିଯାଇଥିବା ସବୁ ମିଶ୍ରଣରେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ଏକ ପାତ୍ରରେ କାଢ଼ି ମଧ୍ୟମ ଆଞ୍ଚରେ ଭଲଭାବେ ମିଶାଇ ଦିଅନ୍ତୁ। କ୍ଷୀର ଯଦି ଗାଢ଼ା ଲାଗେ ତେବେ ସେଥିରେ ଆବଶ୍ୟକଅନୁସାରେ କ୍ଷୀର କିମ୍ବା ପାଣି ମିଶାନ୍ତୁ। ପରିଶେଷରେ କେସର ପକାଇ ମିଶାନ୍ତୁ ଏବଂ ଗ୍ୟାସ ବନ୍ଦ କରିଦିଅନ୍ତୁ। ପ୍ରସ୍ତୁତ ହୋଇଥିବା କ୍ଷୀରିକୁ ସର୍ଭିଂ ବାଉଲରେ କାଢ଼ି ଦିଅନ୍ତୁ। ଏକ ଛୋଟ ପ୍ୟାନରେ ଘିଅ ଗରମ କରନ୍ତୁ ଏବଂ କାଜୁକୁ ଭାଜି ଦିଅନ୍ତୁ। ଏବେ ଏହି କାଜୁକୁ ପ୍ରସ୍ତୁତ ହୋଇଥିବା କ୍ଷୀରିରେ ସର୍ଭ କରିଦିଅନ୍ତୁ।।ଜୟଜଗନ୍ନାଥ,ଜୟ ସୋମନାଥ, ଜୟମାଯୋଗମାୟା।।