ଆଜିର ଅନୁଚିନ୍ତା

ତାରିଖ : ୨୭.୦୧.୨୦୨୨,ଗୁରୁବାର

ଆଜିର ନୀତିବାଣୀ
➡️ଯିଏ ରୂପ, ରସ, ଅଭିମାନ, ସ୍ପର୍ଶ ଉପରେ ବିଜୟ ଲାଭ କରିପାରେ ସେ ମହାନ୍ । ସେ ସମସ୍ତଙ୍କୁ ବଶୀଭୂତ କରିପାରେ !!”
➡️ଯେଉଁମାନେ କାମ, କ୍ରୋଧ, ଲୋଭ, ମୋହ, ଅହଂକାର ହାତରେ ଖେଳନା ପାଲଟି ଜୀବନର ଅର୍ଥ ଭୁଲିଯାଆନ୍ତି ସେମାନେ ଏକ ପ୍ରକାର ପାପରେ ଲିପ୍ତ ହୋଇପଡନ୍ତି । କିନ୍ତୁ ଯିଏ ଏସବୁକୁ ଅବଦମିତ କରିପାରେ, ସଂଯମ ସାଧନାରେ କୃତକାର୍ଯ୍ୟ ହୋଇପାରେ ସେ ମହାନ୍ ପାଲଟି ଯାଇପାରେ !!
➡️ଏ ଦୁନିଆଁ ଅମର ନୁହେଁ, ସ୍ଥାୟୀ ନୁହେଁ, ସଦାଚଚଂଳ, ଗତିଶୀଳ । କେହି ପ୍ରାଣୀ ଅମର ରହିବ ବୋଲି ଭାବିବା ଉଚିତ୍ ନୁହେଁ । ଦିନେନାଦିନେ ତାକୁ ମୃତ୍ୟୁ କବଳିତ କରିବ । ଏଣୁ ଖରାପ କାମ କରିବା, ଅସତ ପଥରେ ଚାଲିବା, କୁସଙ୍ଗରେ ପଡିବା ଅପେକ୍ଷା ସତ୍ସଙ୍ଗ ଲାଭ କରି ସତ୍କର୍ମ କରିବା ଆବଶ୍ୟକ । ଏହାଦ୍ୱାରା ସତ୍ୟର ସୁଫଳ ମିଳିପାରିବ !!
➡️ଯିଏ ସର୍ବପ୍ରାଣୀଙ୍କୁ ଦୟା କରେ, ବିନାସ୍ୱାର୍ଥରେ ଅନ୍ୟର ସେବା କରେ, ଅନ୍ୟକୁ ଜ୍ଞାନ ବିତରଣ କରେ ସେ ସର୍ବଦା ସୁଖ ଭୋଗ କରିଥାଏ !!
ଆଜିର ଅନୁଚିନ୍ତା 
➡️ଜୀବନରେ କିଛି କିଛି ପ୍ରଶ୍ନ ଥାଏ ଯାହାର ଉତ୍ତର କେବେବି ମିଳି ନଥାଏ . ଏମିତି କିଛି ଭୁଲ୍ ହୋଇଯାଏ ଯାହା କେବେବି ସୁଧାରି ହୁଏନା ଆଉ କିଛି କିଛି କଷ୍ଟ ଥାଏ ଯାହା କାହାକୁ କହି ହୁଏନା !!
➡️ସବୁକିଛି ସହି ଯାଉଥବା ଲୋକ କେବେ ବୋକା ହୋଇନଥାନ୍ତି .ତାଙ୍କ ଝିଭ ଉପରେ ସଂସ୍କାରର ଲଗାମ ଲାଗିଥାଏ ନହେଲେ ଯିଏ ଶୁଣି ପାରେ ସିଏ ମଧ୍ୟ ଶୁଣାଇ ପାରେ !!
➡️ପ୍ରକୃତରେ କଷ୍ଟ କଣ ଯେଉଁମାନେ ଜାଣିଛନ୍ତି ସେମାନେ କେବେ କାହାର କଷ୍ଟର କାରଣ ହୁଅନ୍ତି ନାହିଁ !!
➡️କେବେବି ନିଜ ଜୀବନରେ ଘଟୁଥିବା ଦୁଃଖ ପାଇଁ ଅସନ୍ତୋଷ ପ୍ରକାଶ କରନ୍ତୁ ନାହିଁ . କାହିଁକିନା ଭଗବାନ ସର୍ବଦା ଏକ ପ୍ରଭାବଶାଳୀ ବ୍ୟକ୍ତିକୁ ହିଁ କଷ୍ଟ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ଦେଇଥାନ୍ତି !!
ଆଜିର ସୁବିଚାର
➡️ଜୀବନରେ ପଇସା ନୁହେଁ ବରଂ ଉତ୍ତମ ବ୍ୟବହାର କମାଅ ଏବଂ ଲୋକଙ୍କ ହୃଦୟ କିଣ କାରଣ ମଶାଣିକୁ ୪ କୋଟି ନୁହେଁ ମାତ୍ର ୪ଜଣ ତୁମକୁ ଛାଡିବାକୁ ଯିବେ

➡️ଗଙ୍ଗା ପାପ ଧୁଏନି ଶରୀର ଧୁଏ ପାପ ଶରୀର ନୁହେଁ ମନ କରିଥାଏ ତେଣୁ ମନ ବଦଳାଅ ପାପ ଆପେ ଧୋଇ ହେଇଯିବ …!!
➡️ପ୍ରଶଂସା ମିଳୁ କି ନମିଳୁ କର୍ମ କରିଚାଲ , ଲୋକଙ୍କ କହିବାରେ କ’ଣ ଅଛି ; ଦୀପରେ ସଳିତା ଏବଂ ତେଲ ଜଳେ କିନ୍ତୁ ଲୋକେ କହନ୍ତି ଦୀପ ଜଳୁଛି !!
➡️ଯେଉଁ ଜାଗାରେ ସମ୍ମାନ ନାହିଁ ସେ ଜାଗାକୁ ଯିବା ହିଁ ଭୁଲ …. ସେ କାହାର ଘର ହଉ ବା ହୃଦୟ .. !! ଓଁ ମା ମହାଲକ୍ଷ୍ମୀ ନମଃ.ଶୁଭ ସକାଳ, ଆଜି ମା ମହାଲକ୍ଷ୍ମୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ମା ମହାଲକ୍ଷ୍ମୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ଧନରାଶି ପ୍ରଦାନ କରନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ପ୍ରାଥନା. ଜୟ ଶ୍ରୀକୃଷ୍ଣ !!

 

Comments (0)
Add Comment