ଆଜିର ଅନୁଚିନ୍ତା

 ତାରିଖ - ୦୧:୦୬:୨୦୨୧ ( ମଙ୍ଗଳବାର)

➡️ଜୀବନରେ କିଛି କ୍ଷଣ ଏମିତି ବି ଆସି ଥାଏ ଯେତେବେଳେ କି ମନୁଷ୍ୟ ପାଖରେ ସବୁ ଥାଇ ବି ହସିବା ଭୁଲି ଯାଇଥାଏ ।
➡️ଇର୍ଷା ଏବଂ ଘୃଣାର ଅନୁଭବ କାହାକୁ ଜୀବନରେ ସୁଖ ପାଇବାକୁ ଦିଏ ନାହିଁ । ଏହି ଭାବନା ଆମର ମାନସିକ ଶାନ୍ତି ସମାପ୍ତ କରିଦିଏ।
➡️ଜଣେ ଜଣଙ୍କ ପାଇଁ ସେତିକି ଦିନ ପର୍ଯ୍ୟନ୍ତ ଖାସ ହେଇଥାଏ, ଯେତିକି ଦିନ ପର୍ଯ୍ୟନ୍ତ ଆଉଜଣେ ତା ଜୀବନକୁ ଆସି ନଥାଏ ।
➡️”ଖୁସିରେ ରହିବାକୁ ହେଲେ ଯୋଉଟା ଆତ୍ମା କହୁଛି ସେଇଟା କର ଦୁନିଆଁର କଥା କୁ କେବେ ଭୟ କରନି । କାହିଁକିନା … ଦୁନିଆଁ କେବଳ କଷ୍ଟ ଦେବା ଜାଣିଛି କେବେ କାହାକୁ ଖୁସି ଦେବା ଜାଣିନି !
➡️ଜୀବନରେ କିଛି ଲୋକ Slow Poison ଭଳି ହୋଇଥାନ୍ତି , ବାହାରକୁ ଭଲ ଦେଖାଯାଆନ୍ତି, କିନ୍ତୁ ଭିତରୁ ଧୀରେ ଧୀରେ ଜୀବନ ନେଇ ଯାଆନ୍ତି ।
?ନିସ୍ଵାର୍ଥ କର୍ମରେ ହିଁ ପ୍ରକୃତ ଶାନ୍ତି ନିହିତ ଥାଏ ମାତ୍ର ଏହା ଅଭ୍ୟାସ କରିବାର ଧୈର୍ଯ୍ୟ ଆମର ନାହିଁ !
?ଜୀବ ସର୍ବଦା ପ୍ରକୃତି ଓ ସ୍ଵଭାଵ ଦ୍ୱାରା ସ୍ୱତଃ ପ୍ରଭାବିତ ହେତୁ ସେ କର୍ମର ଆୟତ୍ତରେ ଥାଏ !
?ଇଶ୍ୱରଙ୍କୁ ତୁମର ଦୀନତା ପ୍ରିୟ କାରଣ ସେ ଦୀନବନ୍ଧୁ ଓ ସମଗ୍ର ସୃଷ୍ଟିର ପୋଷକ । ଅପରପକ୍ଷରେ ସଂସାରର ଦୃଷ୍ଟି ତୁମ ସମ୍ପନ୍ନତା ଉପରେ ଥାଏ କାରଣ ଏହା ତୁମର ଶୋଷଣ କରିବାକୁ ସତତ ଚେଷ୍ଟିତ ରୁହେ !
?ଇର୍ଷା, ଘୃଣା, ତିରସ୍କାର, ଭୟ, କୁଶଙ୍କା ଆଦି କୁଭାଵ। ଏହା ମନୁଷ୍ୟ ର ଜୀବନଶକ୍ତି କ୍ଷୀଣ କରିଥାଏ । ଭଗବତ ପ୍ରେମ, ଶ୍ରଦ୍ଧା, ବିଶ୍ବାସ, ସାହାସ, କୃତଜ୍ଞତା, ନମ୍ରତା ଆଦି ସଦଭାବ ଯାହା ତୁମର ଜୀବନଶକ୍ତି ପୁଷ୍ଟ କରିଥାଏ !
?ସଂସାରରେ ଅଳ୍ପ କେତେକ ଵ୍ୟକ୍ତି ଅଛନ୍ତି ଯେଉଁମାନେ ଶରୀର, ମନ ଓ ବୁଦ୍ଧିର ଦୁନିଆରୁ ବାହାରି ଆତ୍ମାରେ ସ୍ଥିର ରହନ୍ତି ସେମାନେ କେବେ ସୁଖ କି ଦୁଃଖରେ ନିଜର ଶାନ୍ତି ହରାଇ ନ ଥାନ୍ତି !
?ମନୁଷ୍ୟ ଭିତରେ ଯେଉଁ ମନୁଷ୍ୟତ୍ବ ରହିଛି ତାହା ସର୍ବଦା ଅଚଳ, ଅପରିଣାମି, ଶୁଦ୍ଧ ଓ ନିତ୍ୟ !
ଆଜିର ସାଧୁବାଣୀ
?ନବବିବାହିତଙ୍କ ସହିତ ତିନିମାସ ପର୍ଯ୍ୟନ୍ତ କୌଣସି ବାଦ ବିବାଦ ବା ଯୁକ୍ତିତର୍କ କରନ୍ତୁ ନାହିଁ ।
?ରାତିରେ ରୋଷେଇ ଘରେ ଅଇଁଠା ବାସନ ରଖନ୍ତୁ ନାହିଁ ।
?ମନ ଦୁଖ କରି ଖାଦ୍ୟ ପ୍ରସ୍ତୁତ କରନ୍ତୁ ନାହିଁ ।
?ଘରେ ଜୋତା ବା ଚପଲ ଏଠିସେଠି ରଖନ୍ତୁ ନାହିଁ ।
?ଘରର କବାଟକୁ ଜୋରରେ ଖୋଲନ୍ତୁ ନାହିଁ କିମ୍ବା ବନ୍ଦ କରନ୍ତୁ ନାହିଁ ।
?ଚିରା ଫଟା ବସ୍ତ୍ର କଦାପି ପିନ୍ଧନ୍ତୁ ନାହିଁ ।?ଶୁଭ ସକାଳ?ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ?ଜୟ ଜଗନ୍ନାଥ?

Comments (0)
Add Comment