ଆଜିର ଅନୁଚିନ୍ତା

 ତାରିଖ : ୧୩/୦୮/୨୦୨୧,ଶୁକ୍ରବାର

➡️ଖୁସି ରହିବା ପାଇଁ ମଣିଷ ଭିତରେ ଏହି ଦୁଇଟି ଜିନିଷ ରହିବା ବହୁତ ଜରୁରୀ
୧.ସହିବାର ଓ ଶୁଣିବାର ଶକ୍ତି ,୨.ବୁଝିବା ଆଉ ବୁଝେଇବାର ଶକ୍ତି ।
➡️”କେବଳ ଭଲପାଉଛି କହିଲେ ଭଲ ପାଇବା ହୁଏନି ଜୀବନସାରା ସୁଖ , ଦୁଃଖ , ହସ ଲୁହ ଭାଗକରି ନେବା ହେଉଛି ପ୍ରକୃତି ଭଲପାଇବା !
➡️”ପ୍ରେମ ଶବ୍ଦ ଟି ସମସ୍ତେ ଶୁଣିଥାନ୍ତି କିନ୍ତୁ ସମସ୍ତେ ପ୍ରେମକୁ ଦେଖିନଥାନ୍ତି ପ୍ରେମକୁ ଦେଖିବାର ଅଛିତ ମା କୁ ଦେଖନ୍ତୁ !
➡️”ମଣିଷ ମୁହଁ ଚିହ୍ନିବା ସହଜ କିନ୍ତୁ ମଣିଷ ର ମନ ଆଉ ଉଦ୍ଦେଶ୍ୟ ଚିହ୍ନିବା ଅତି କଷ୍ଟକର !
➡️”ସୁନ୍ଦର ଚେହେରାଟିଏ ଖୋଜିଲେ ସବୁ ଜାଗାରେ ମିଳିଯାଏ କିନ୍ତୁ ସୁନ୍ଦର ହୃଦୟଟିଏ ସବୁ ଜାଗାରେ ମିଳିନଥାଏ !
➡️”ଗୋଟିଏ ଭୋକିଲା ପେଟ କହିପାରେ ମୁଠାଏ ଭାତର ମୂଲ୍ୟ କେତେ … ବୁନ୍ଦାଏ ପାଣି ହିଁ ଜାଣିପାରେ ଗୋଟେ ଜୀବନର ମୂଲ୍ୟ କେତେ . ଗୋଟେ ଦୁଃଖୀ ଲୋକ ହିଁ ବୁଝିପାରେ ଅନ୍ୟର ଦୁଃଖ କେତେ …. ?
➡️”ମୁଁ ଭଗବାନଙ୍କୁ ଏତିକି ପ୍ରାର୍ଥନା କରୁଛି ଯେ ମୋତେ ଘୃଣା କରୁଥିବା ବ୍ୟକ୍ତିକୁ ଏତେ ଖୁସିରେ ରଖନ୍ତୁ ଯେ ସେ ମୋ ବିଷୟରେ ଭାବିବାକୁ ସମୟ ହିଁ ନ ମିଳୁ !!”
ଆଜିର ସୁବିଚାର
➡️” ଦୀପ ର କାହାଣୀ ବହୁତ ଅଜବ — ଜଳେବି , ତ କାହାକୁ ଆଲୋକ ଦେବା ପାଇଁ .. ଆଉ ଲିଭେବି ତ କାହାକୁ ଶାନ୍ତିର ନିଦ ଦେବା ପାଇଁ … ଜୀବନ ଦି ଦିନର ବନ୍ଧୁ !
➡️”ଯାହା ମୁଣ୍ଡକୁ ଥରେ ଟଙ୍କା ଆଉ ପରିବାରର ଟେନସନ୍ ଆସିଯାଏ ତା ହୃଦୟରେ ଆଉ ପ୍ରେମ କରିବାକୁ ଇଚ୍ଛା ନ ଥାଏ !
➡️”ଯେଉଁ ଲୋକ ସବୁବେଳେ ଅନ୍ୟ ଓଠରେ ହସ ଫୁଟାଏ ସମସ୍ତଙ୍କୁ ଖୁସିରେ ଦେଖୁକୁ ଚାହେଁ , ସେହି ଲୋକ ହିଁ ଅସମୟରେ ଏକା ରହିଯାଏ !
➡️”ମନରେ ହଜାରେ ଦୁଃଖ ଥାଉ ପଛେ ମୁଁହ ସବୁବେଳେ ହସୁଥାଉ କାରଣ ଦୁନିଆ ମୁଁହ ଦେଖେ ମନ ନୁହଁ !
➡️”ଆଜିର ସମୟରେ କାହା ଉପରେ ଅଭିମାନ କରିବା ଉଚିତ୍ ନୁହେଁ , କାହିଁକିନା ଲୋକେ ଅଭିମାନ ପଛରେ ଥିବା ଭଲପାଇବା ବୁଝନ୍ତି ନାହିଁ !
➡️”ଜୀବନରେ ଏକା ଏକା ଖୁସି ରହିବାର କଳା ଶିଖିଯିବା ଭଲ ଅନ୍ୟ କାହା ପାଖରୁ ଖୁସି ଖୋଜିଲେ ଦୁଃଖ ଛଡ଼ା ଆଉକିଛି ମିଳେନି .. !
➡️”ସମୟ କଥା କହି ପାରେନା ସତ , କିନ୍ତୁ ଠିକ୍ ସମୟରେ କିଏ ପର ଆଉ କିଏ ଆପଣାର ତାହା ତ ନିହାତି ଜଣାଇ ଦେଇଥାଏ .. !
➡️”ଆଖୁ ରୁ ଲୁହ ସେତେବେଳେ ବହେ ଯେତେବେଳେ ; ” ନିଜର ସମସ୍ତେ ଥାଇ ବି ଏକୁଟିଆ ଅନୁଭୂବ ହୁଏ !
🙏ଜୟ ସନ୍ତୋଷୀ ମାତା🙏.ଶୁଭ ସକାଳ,ଆଜି ଶୁକ୍ରବାର ମା ସନ୍ତୋଷୀ ମାତା ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ମା ସନ୍ତୋଷୀ ମାତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ !

Comments (0)
Add Comment