ଆଜିର ଅନୁଚିନ୍ତା

ତାରିଖ - ୧୮:୦୧:୨୦୨୨ (ମଙ୍ଗଳବାର)

ଆଜିର ନୀତିବାଣୀ
➡️”ମୃତ୍ୟୁ କାଳରେ ଧନ, ସମ୍ପଦ, ଯଶ, ଗୌରବ କିଛି ସାଥିରେ ଯାଏ ନାହିଁ । କେବଳ କର୍ମ ହିଁ ମଣିଷକୁ ଅମର ରଖେ !!
➡️”ଅନ୍ୟର ମଙ୍ଗଳ କାମନା କରିଥିବା ଲୋକ ହିଁ ଆତ୍ମ ଶାନ୍ତି ଲାଭ କରିପାରେ !!”
➡️”ଧର୍ମର ଅନ୍ୟ ଅର୍ଥ ସତ୍ କର୍ମ ଓ ପରୋପକାର !!
➡️”ଇନ୍ଦ୍ରୀୟ ସଂଯମ, ଜୀବନ ଦୟା, ଆତ୍ମବତ୍ ନୀତିରେ ଚାଲିଲେ ବୁଦ୍ଧିର ଶୁଦ୍ଧି ଘଟିଥାଏ !!
➡️”କର୍ମ ଘେନି ମଣିଷ ଛୋଟ ବଡ, ଉଚ୍ଚ ନୀଚ ଜାତିର ବୋଲି ଜଣା ଯାଏ !!”
ଆଜିର ଅନୁଚିନ୍ତା
➡️”ମଣିଷର ଭାଗ୍ୟ ଟା କୌଣସି ଚିଠି ନୁହେଁ ଯେ ଯାହା ଅନ୍ୟମାନଙ୍କ ଦ୍ବାରା ଲେଖା ଯାଇ ପାରିବ . ମନେରଖନ୍ତୁ ଏ ଦୁନିଆରେ ଭଗବାନଙ୍କ ଉପରେ ଦୃଢ଼ ବିଶ୍ବାସ ରଖ ନିଜର ଭାଗ୍ୟ ନିଜକୁ ହିଁ ଲେଖିବାକୁ ପଡିବ !!
➡️”ବିଭୀଷଣ ରାବଣ ରାଜ୍ୟରେ ରହି ବିଗିଡ଼ି ନଥିଲେ , ଆଉ କୈକେୟୀ ରାମ ରାଜ୍ୟରେ ରହି ମଧ୍ୟ ସୁଧୁରି ନଥିଲେ , କାହିଁକିନା ବିଗିଡ଼ିବା ଓ ସୁଧୁରିବା ମଣିଷର ସ୍ବଭାବ ଉପରେ ନିର୍ଭର କରିଥାଏ !!
➡️”ମଣିଷ ଚାହିଁଲେ ଯଦି ସବୁକିଛି ପାଇଯାଆନ୍ତା ତା’ହେଲେ ଅପେକ୍ଷାର ମୂଲ୍ୟ କିଛି ନଥାନ୍ତା . ଆଉ ମଣିଷ ଚାହିଁଲେ ଯଦି ସବୁକିଛି ଭୁଲିପାରନ୍ତା ତା’ହେଲେ ସ୍ମୃତିର ମୂଲ୍ୟ କିଛି ନଥାନ୍ତା !!
➡️”ଆତ୍ମନିର୍ଭରଶୀଳ ହୁଅନ୍ତୁ . ନିଜେ ହିଁ ନିଜର ପରିଚୟ ସୃଷ୍ଟି କରିବା ସହ ନିଜର ପ୍ରଶଂସା ନିଜେ କରନ୍ତୁ କାହିଁକିନା ନିନ୍ଦା କରିବା ଲୋକଙ୍କ ଅଭାବ ଏଠି ନାହିଁ !!
ଆଜିର ସୁବିଚାର
➡️”ଲୁହ ନଥିଲେ ଆଖି ଏତେ ସୁନ୍ଦର ଦେଖା ଯାଆନ୍ତା ନି ।ଦୁଃଖ ନଥିଲେ ସୁଖର କିଛି ମହତ୍ଵ ନଥାନ୍ତା ମଣିଷ ଯାହା ଚାହିଁଲେ ଯଦି ତାହା ମିଳିଯାଆନ୍ତା ତା ହେଲେ ଭଗବାନଙ୍କୁ କେହି ପୂଜା କରି ନଥାନ୍ତା !!
➡️”ପ୍ରତ୍ୟେକ ସମ୍ପର୍କର ମୂଳଦୁଆ :- ପରସ୍ପରପ୍ରତି ବିଶସ୍ତ ରୁହନ୍ତୁ ପରସ୍ପରକୁ ସ୍ନେହରେ ବାନ୍ଧି ରଖନ୍ତୁ ପରସ୍ପରକୁ ସମ୍ମାନ ଦିଅନ୍ତୁ ଅପମାନଜନକ ଥଟା କରନ୍ତୁ ନାହିଁ ପରସ୍ପରକୁ ସମୟ ଦିଅନ୍ତୁ !!
➡️”ଯେଉଁ ଲୋକ ଅନ୍ୟର ବିରୋଧରେ ତୁମ ଆଗରେ କହେ ନିଜକୁ ଭଲ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଛି ସେହି ଲୋକଙ୍କୁ କେବେ ବିଶ୍ବାସ କରିବ ନାହିଁ କାରଣ ଯିଏ ଅନ୍ୟ ଲୋକର କଥା ତୁମ ଆଗରେ କହୁଛି ସେହି ଲୋକ ଅନ୍ୟ ମାନଙ୍କ ଆଗରେ ତୁମ ବିରୋଧ ରେ ନିଶ୍ଚୟ କହୁଥିବ .. !!
➡️”ଆପଣଙ୍କୁ କିଏ କଣ କହୁଛି ତାକୁ ଭାବି କେବେ ବିଚଳିତ ହୁଅନ୍ତୁ ନାହିଁ , କାରଣ ହୀରାକୁ କାଚ କହିଦେଲେ ହୀରା କେବେ କାଚହୋଇଯାଏ ନାହିଁ !!
ଆଜିର ଅନୁଚିନ୍ତା
🦋ଉପଦେଶ ଦେବା ସହଜ କିନ୍ତୁ ଉପାୟ ବତାଇବା ଭାରି କଷ୍ଟ ।ଅନ୍ୟର ଦୁଃଖକୁ ଦେଖି ଅନେକ ଦୁଃଖୀ ହୁଅନ୍ତି ସତ, କିନ୍ତୁ କେହି ଦୁଃଖ ଦୂର କରିବା ପାଇଁ ଆଗେଇ ଆସନ୍ତି ନାହିଁ ।
🦋ଭରସା :-ଜଣକୁ ଆଶା ଭରସାକଥାଦେଇ, ହୃଦୟ ଭାଙ୍ଗିବାମଣିଷ ପଣିଆର କାର୍ଯ୍ୟ ନୁହେଁ ।
🦋ବିଶ୍ବାସ କରିବା ପରେ ଅବିଶ୍ବାସ କରାଯାଏ କିନ୍ତୁ ଅବିଶ୍ବାସ କରିଥିବା ଲୋକଟିକୁ ଆଉ କୌଣସି ପ୍ରକାର ବିଶ୍ବାସ କରି ହୁଏନାହିଁ ।
🦋ସମୟ ଅନୁସାରେ ଭାଗ୍ୟର ପରିବର୍ତ୍ତନ ହୋଇଥାଏ , କେତେବେଳେ କାହାର ଭାଗ୍ୟ କେଉଁ ମୋଡ଼ ନେବ ତାହା କହିବା ସମ୍ଭବ ନୁହେଁ , ତେଣୁ ସମୟକୁ ଅପବ୍ୟବହାର କରନ୍ତୁ ନାହିଁ ଯେଉଁ ସମୟରେ ଯାହା କରିବା ଆବଶ୍ୟକ ତାହା ଅବଶ୍ୟ କରନ୍ତୁ ।
ଓଁ ରଘୁନାଥାୟ ନମଃ,ଶୁଭ ସକାଳ,ଆଜି ମଙ୍ଗଳବାର ପ୍ରଭୁ ରଘୁନାଥ ଦେବଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ରଘୁନାଥ ଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା।।

Comments (0)
Add Comment