ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ
➡️”କେହି ଶହେ ବର୍ଷ ବଂଚି ଯଦି ଖରାପ କାମ କରୁଥାଏ ତେବେ ତାର ବଂଚିବା ମରିବାରେ କିଛି ଫରକ ନଥାଏ !!
➡️”ସବୁ ପ୍ରାଣୀଙ୍କର ଆୟୁ, ବିଦ୍ୟା, ଧନ, ମୃତ୍ୟୁ କର୍ମ ନିର୍ଦ୍ଧିଷ୍ଟ । ଏହାକୁ କର୍ମର ଫଳ କୁହାଯାଇଥାଏ । ସମସ୍ତେ କର୍ମର ଦାସ । ଯିଏ ଯେପରି କର୍ମ କରେ ସିଏ ସେପରି ଫଳ ପାଏ !!
➡️”ନିଜର କର୍ମ ଏବଂ ସାମର୍ଥ୍ୟ ବଳରେ ଜଣେ ଚାହିଁଲେ ନିଜର ଜୀବନଶୖଳୀ କୁ ବଦଳାଈ ଦେଈପାରେ !!
➡️”ଭାଗ୍ୟ ଉପରେ ନିର୍ଭର କରି ନିକମା ହୋଇ ବସି ରହିଲେ କିଛି ଲାଭ ନାହିଁ । କର୍ମ କରିବାହିଁ ପରମଧର୍ମ !!
ଆଜିର ଅନୁଚିନ୍ତା
➡️”ସ୍ବାର୍ଥରେ ପାଗଳ ଏ ସାରା ଦୁନିଆ ଜଗି ରଖି ପାଦ ଥୁଅ , ସ୍ବାର୍ଥ ସରିଗଲେ ତଣ୍ଟି କାଟି ଦେବେ ମୁଖା ପିନ୍ଧା ସବୁ ମୁହଁ !!
➡️” ସତ୍ୟ ” ଏକ ଏଭଳି ଧନ ଯାହାକୁ ପ୍ରଥମେ ଖର୍ଚ୍ଚ କର ଆଉ ଜୀବନ ସାରା ଆନନ୍ଦ ନିଅ , ଆଉ ” ମିଥ୍ୟା ” ଏକ ଏପରି ଧନ ଯେଉଁଥରେ କ୍ଷଣିକ ସୁଖ ପାଅ ଆଉ ଜୀବନ ସାରା ଋଣ ଶୁଝୁ ଥାଅ !!
➡️”ପ୍ରତ୍ୟେକ ମନୁଷ୍ୟ ନିଜ ଭିତରେ ଭରି ରହିଥିବା କୁବ୍ୟବହାରକୁ ତ୍ୟାଗ କରି ସଦା ସର୍ବଦା ନିଜ ଭିତରେ ଲୁଚି ରହିଥିବା ଉତ୍ତମ ବ୍ୟବହାର ର ସଦୁପଯୋଗ କରିବା ଉଚିତ୍ ; ଆଉ ତାହା ହିଁ ଆପଣଙ୍କୁ ସମସ୍ତଙ୍କ ହୃଦୟରେ ସବୁଦିନ ପାଇଁ ଜୀବିତ କରି ରଖିଥାଏ !!
➡️”ପ୍ରକୃତରେ ” ଝଡ଼ / ବାତ୍ୟା ‘ ସାଧାରଣ ଲୋକମାନଙ୍କର ଧନଜୀବନ ନଷ୍ଟ କରିବାକୁ ଆସିଥାଏ . କିନ୍ତୁ କିଛି ” ଝଡ଼ / ବାତ୍ୟା ” ରାସ୍ତା ସଫା କରିବା ପାଇଁ ମଧ୍ୟ ଆସିଥାଏ , ସାହସର ସହିତ ଏହାକୁ ସାମ୍ନା କରନ୍ତୁ !!
ଆଜିର ସୁବିଚାର
➡️” କ୍ରୋଧ ” ବୁଦ୍ଧି କୁ ଖାଏ ” ଅହଂକାର ” ମନକୁ ଖାଏ ” ଚିନ୍ତା ” ବୟସକୁ ଖାଏ ” ଲାଞ୍ଚ ” ମଣିଷ ପଣିଆ କୁ ଖାଏ ” ଲୋଭ ” ସ୍ବାଭିମାନ କୁ ଖାଏ ଆଉ ” ଜିଦ୍ଦି ” ସମ୍ମାନ କୁ ଖାଏ ଚେଷ୍ଟା କରି ଏସବୁଠୁ ଦୂରରେ ରହିଲେ ମଣିଷ ସୁଖ ଶାନ୍ତିରେ ଜୀବନ ଯାପନ କରିଥାଏ !!
➡️”ସଫଳତା ସେହି ମଣିଷକୁ ମିଳିଥାଏ ଯେଉଁ ମଣିଷ କର୍ମକୁ କେବେ ଛୋଟ ବୋଲି ମନେ କରି ନଥାଏ । କାରଣ କୌଣସି କାମ ଛୋଟ କିମ୍ବା ବଡ଼ ହୋଇ ନଥାଏ ସବୁ କର୍ମ ର ଆରମ୍ଭ ଛୋଟରୁ ହିଁ ହୋଇଥାଏ !!
➡️”ମିଛ କହୁଥିବା ଲୋକଙ୍କୁ ଆଜି ଦୁନିଆଁରେ ସମସ୍ତେ ପସନ୍ଦ କରନ୍ତି , କିନ୍ତୁ , ସତ କହୁଥିବା ଲୋକଙ୍କ ଠାରୁ ମଣିଷ ଦୁରେଇ ଯାଆନ୍ତି ଓ ସମ୍ପର୍କ ଭାଙ୍ଗି ଦିଅନ୍ତି !!”
➡️”ସମ୍ପର୍କ ତାହା ନୁହେଁ ଯାହା ରାଣ ନିୟମରେ ବାଧ୍ୟତାମୂଳକ ଭାବେ ନିଜର ସ୍ବାର୍ଥ ହାସଲ ପାଇଁ ହୋଇଥାଏ ।ସମ୍ପର୍କ ତାକୁ ହିଁ କୁହାଯାଏ ଯେଉଁଥିରେ ଜଣକୁ କଷ୍ଟ ହେଲେ ଆଉ ଜଣଙ୍କ ଆଖିରୁ ଲୁହ ଝରି ପଡ଼ିଥାଏ !!
ଓଁ ସୂର୍ଯ୍ୟ ଦେବାୟ ନମଃ,ଶୁଭ ସକାଳ,ଆଜି ରବିବାର ପ୍ରଭୁ ସୂର୍ଯ୍ୟ ଦେବତା ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ, ପ୍ରଭୁ ସୂର୍ଯ୍ୟ ଦେବତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ ।।

 

 

Comments (0)
Add Comment