ଆଜିର ଅନୁଚିନ୍ତା

ତାରିଖ : ୨୮.୦୧.୨୦୨୨,ଶୁକ୍ରବାର

ଆଜିର ନୀତିବାଣୀ
🥀”ଲକ୍ଷ୍ୟ ଯେଉଁଠାରେ ଅସତ୍, ସେଠାରେ ଅତ୍ୟନ୍ତ ସତ୍ ଉପାୟ ମଧ୍ୟ ଅସତ୍ରେ ପରିଣତ ହୁଏ !!
🥀”ସଂକୀର୍ଣ୍ଣ ମନୋଭାବ ଦ୍ୱାରା କୌଣସି ଜାତି ପୃଥିବୀରେ ମହାନ୍ ହୋଇପାରି ନାହିଁ, ପାରିବ ନାହିଁ ମଧ୍ୟ !!
🥀”ଯେଉଁଠି ଶିଶୁ; ସେଇଠି ସୁବର୍ଣ୍ଣ ଯୁଗ !!
🥀”ସକଳ କର୍ତ୍ତବ୍ୟର ମୂଲ୍ୟ ଏକ, ପୁରସ୍କାର ଏକ । ଈଶ୍ୱରଙ୍କ ଚକ୍ଷୁରେ କର୍ତ୍ତବ୍ୟର ବଡସାନ ଗଣନା ନାହିଁ !!
🥀”ମୁହଁ ଦେଖି ଲୋକ ଚିହ୍ନିଲା ପରି ନାଆଁ ଜାଣି ମଧ୍ୟ ଲୋକ ଚିହ୍ନି ହୁଏ !!
ଆଜିର ଅନୁଚିନ୍ତା 
🌻”ଦୁନିଆରେ କିଏ କେତେଦିନ ବଞ୍ଚିବ କେହି ଜାଣି ନାହାନ୍ତି . ତ କ’ଣ ପାଇଁ ଏ ରାଗ ଅଭିମାନ ସବୁକିଛି ଭୁଲିଯାଇ ନିଜେ ଖୁସିରେ ରହି ଅନ୍ୟକୁ ଖୁସି ଦେବାକୁ ଚେଷ୍ଟା କରନ୍ତୁ କାହିଁକିନା ଏ ଜୀବନ ଦୁଇ ଦିନର !!
🌻”ଯେଉଁଠି ଆପଣଙ୍କୁ ଆତ୍ମସମ୍ମାନ ମିଳୁ ନାହିଁ ସେ ପରିବେଶ ଠାରୁ ଦୂରରେ ରହିବା ଭଲ , ଲୋକେ ଏହାକୁ ତୁମର ଆତ୍ମଗର୍ବ କହିପାରନ୍ତି କିନ୍ତୁ ବାସ୍ତବରେ ଏହା ତୁମର ଆତ୍ମସ୍ବାଭିମାନ ହୋଇଥାଏ !!
🌻”କେବେ ଯଦି ଆପଣ କାନ୍ଦୁଛନ୍ତି ତେବେ ଘରର ଦ୍ବାର ବନ୍ଦ କରି ମନଭରି କାନ୍ଦି ନିଅନ୍ତୁ , କିନ୍ତୁ ଦ୍ବାର ଖୋଲିବା ବେଳେ ମୁହଁରେ ଟିକିଏ ହସ ନେଇ ବହାରନ୍ତୁ . କାହିଁକିନା ଏ ଦୁନିଆ ଯେତେବେଳେ ଜାଣିବ ଆପଣ ଭିତରୁ ଭାଙ୍ଗି ଯାଇଛନ୍ତି ସେତେବେଳେ ସେ ଆପଣଙ୍କର ବଞ୍ଚିବା କଷ୍ଟକର କରିଦେବ !!
🌻”ସଫଳ ହେବା ଅପେକ୍ଷା ପ୍ରଥମେ ନିଜକୁ ଜଣେ ସଛୋଟ ବ୍ୟକ୍ତି ଭାବରେ ଗଢ଼ିତୋଳିବା ଆବଶ୍ୟକ . କାହିଁକିନା ସଚ୍ଛୋଟତା ବଳରେ ଅନ୍ୟମାନଙ୍କ ବିଶ୍ବାସଭାଜନ ହୋଇ ଯେକୌଣସି କାର୍ଯ୍ୟ କଲେ ସଫଳତା ନିଶ୍ଚିତ ମିଳିଥାଏ !!”
ଆଜିର ସୁବିଚାର
🦋”କିଛି ଲୋକ କହିଥାନ୍ତି , ସ୍ତ୍ରୀ ବହୁତ ଟେନ୍ସନ୍ ହେଉଛି କିନ୍ତୁ ଏଇ କଥା କିଏ ବି କହୁନାହାନ୍ତି , ଶେଷ ସମୟରେ ସେହି ସ୍ତ୍ରୀ ସବୁବେଳେ ପାଖରେ ରହୁଛି … !!
🦋”ବିନା ସ୍ବାର୍ଥରେ ଗଢ଼ା ଯାଇଥିବା ସମ୍ପର୍କ ବହୁତ ମଜଭୁତ ହୋଇଥାଏ , ଯେତେ ବାଧାବିଘ୍ନ ଆସୁ ପଛେ ତାହା କେବେହେଲେ ଭାଂଗେ ନାହିଁ !!
🦋”ଭୀଷ୍ମ ଶ୍ରୀକୃଷ୍ଣଙ୍କୁ ପଚାରିଲେ ଜଳ ଠାରୁ ପତଳା କଣ ଅଟେ,ଭୂମି ଠାରୁ କିଏ ଭାରି ଅଟେ, କିଏ ଅଗ୍ନି ଠାରୁ ପ୍ରଖର ଅଟେ, ଆଉ କିଏ କଜଳ ଠାରୁ କଳା ଅଟେ ” କୃଷ୍ଣ ସ୍ମିତ ହସି ଉତ୍ତର ଦେଲେ ପିତାମହ ! ଜଳ ଠାରୁ ପତଳା ଜ୍ଞାନ ଅଟେ ପାପ ଭୂମି ଠାରୁ ଭାରି କ୍ରୋଦ୍ଧ ଅଗ୍ନି ଠାରୁ ପ୍ରଖର ଅଟେ କଳଙ୍କ କଜଳ ଠାରୁ କଳା !!
🦋”ଭଗବାନଙ୍କ ଅଦାଲତରେ ଓକିଲ ଦରକାର ନାହିଁ , ନିରବ ରୁହନ୍ତୁ କର୍ମ କରି ଚାଲନ୍ତୁ … ସମସ୍ତଙ୍କର ହିସାବ ଚାଲିଛି !!
ଜୟ ମା ସନ୍ତୋଷୀ,ଶୁଭ ସକାଳ,ଆଜି ଶୁକ୍ରବାର ମା ସନ୍ତୋଷୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ମା ସନ୍ତୋଷୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟି ମଙ୍ଗଳମୟ ହେଉ ମୋର ମାଙ୍କ ନିକଟରେ ଏତିକି ପ୍ରାର୍ଥନା!!

Comments (0)
Add Comment