ଆଜିର ଅନୁଚିନ୍ତା  

ତାରିଖ : ୨୦-୦୪-୨୦୨୧

ବୁଦ୍ଧି ଓ ଜୀବ ଯେପର୍ଯ୍ୟନ୍ତ ଈଶ୍ୱରଙ୍କ ସହିତ ଯୁକ୍ତ ହୋଇ ଥିବେ, ସଂସାର ବାସନା ଜୀବକୁ କବଳିତ କରିପାରିବ ନାହିଁ !!
ଯିଏ ପୁଣ୍ୟ କରିବ ସେ ପାପ ବି କରିବ । ଏହି କର୍ମ ତା ପାଇଁ ବନ୍ଧନ ହେବ। ଏଣୁ ନିଜର ଅହଂ କୁ ଈଶ୍ବରଙ୍କ ସହ ମିଳାଇ ଦିଅ ତେବେ ତୁମଦ୍ବାରା ପୁଣ୍ୟ ହିଁ ପୁଣ୍ୟ ହେବ- ଶୁଭ ହିଁ ଶୁଭ ହେବ !!
ତୁମେ ସତ୍ୟରେ ଅବସ୍ଥାନ କର, ଅନ୍ୟାୟକୁ ସହ୍ୟ କରିବାକୁ ଚେଷ୍ଟାକର, ପ୍ରତିରୋଧ କରନାହିଁ, ଶିଘ୍ରହିଁ ପରମ ମଙ୍ଗଳର ଅଧିକାରୀ ହେବ !!
ଆତ୍ମା ନିତ୍ୟ ଶୁଦ୍ଧ, ବୁଦ୍ଧ, ପବିତ୍ର ଓ ମୁକ୍ତ ହେତୁ ଏହାର ପ୍ରକୃତି ସହିତ କୌଣସି ବି ସମ୍ପର୍କ ନାହିଁ !!
କାମନାର ବିନାଶ, ଆତ୍ମ ସନ୍ତୋଷ ଏବଂ ଈଶ୍ୱର ବିଶ୍ୱାସ ହିଁ ଖୁସିର ଉପାଦେୟ । ଅନ୍ୟର ସେବା, ପରୋପକାର ଏବଂ ଜୀବେଦୟା ଠାରୁ ମହାପୂଣ୍ୟ କିଛି ନାହିଁ !!
ଅହଂ ଭାବ ବା ନିଜର ବଡ଼ିମା ତ୍ୟାଗ ଠାରୁ ବଡ଼ ତ୍ୟାଗ କିଛି ନାହିଁ !!
ଯେଉଁ ପୁରୁଷ ବ୍ୟର୍ଥ ଚେଷ୍ଟା କରେନାହିଁ, ବ୍ୟର୍ଥ ଚର୍ଚ୍ଚା କରେନାହିଁ, ବ୍ୟର୍ଥ ସମୟ ନଷ୍ଟ କରେନାହିଁ, ଚରିତ୍ରହୀନ ବ୍ୟକ୍ତିର ସଙ୍ଗ କରେ ନାହିଁ, ଏପରି ସୌଭାଗ୍ୟଶାଳୀ ପୁରୁଷକୁ ଯଦି ତତ୍ତ୍ୱବେତ୍ତା ସଦଗୁରୁ ପ୍ରାପ୍ତ ହୋଇଯାନ୍ତି ତେବେ ସେହି ପୁରୁଷର ଏହା ଅନ୍ତିମ ଜନ୍ମ ବୋଲି ଜାଣ !!
ପ୍ରକୃତିର ତିନିଟି ଅପ୍ରିୟ ସତ୍ୟ
୧.ପ୍ରକୃତିର ପ୍ରଥମ ନିୟମ:-
ଯଦି କ୍ଷେତରେ ମଞ୍ଜି ନ ବୁଣା ଯାଏ,ପ୍ରକୃତି ସେହି କ୍ଷେତରେ ଅନାବନା ଘାସ ଆଦିରେ ପୂର୍ଣ୍ଣ କରିଦେଇଥାଏ ।ଠିକ୍ ସେହିପରି ମନରେ ଯଦି ସକାରାତ୍ମକ ବିଚାର ନ ଆସେ ତ ନକରାତ୍ମକ ବିଚାର ନିଜର ଜାଗା ରଖିବା ପାଇଁ ତିଆରି କରିଦେଇଥାଏ ।
୨.ପ୍ରକୃତିର ଦ୍ବିତୀୟ ନିୟମ:-
ଯାହା ପାଖରେ ଯାହା ଥାଏ ତାକୁ ହିଁ ସେ ଅନ୍ୟକୁ ବାଣ୍ଟିଥାଏ ।ସୁଖୀ ସୁଖ ବାଣ୍ଟି ଥାଏ , ଦୁଃଖୀ ଦୁଃଖ ବାଣ୍ଟି ଥାଏ ,ଜ୍ଞାନୀ ଜ୍ଞାନ ବାଣ୍ଟି ଥାଏ ,ଭ୍ରମିତ ଭ୍ରମ ବାଣ୍ଟି ଥାଏ ,ଓ ଭୟଭୀତ ଭୟ ବାଣ୍ଟି ଥାଏ ।
୩ .ପ୍ରକୃତିର ତୃତୀୟ ନିୟମ ଆପଣଙ୍କ ଜୀବନରେ ଯାହା ବି ମିଳିଥାଏ ତାକୁ ପଚେଇବା ଶିଖ କାରଣ,
ଭୋଜନ ନ ପଚିଲେ, ରୋଗ ବଢିଥାଏ ।ପଇସା ନ ପଚିଲେ, ଦିଖାବା ବଢିଥାଏ ।କଥା ନ ପଚିଲେ, ଚୁଗୁଲି ବଢିଥାଏ ।ପ୍ରଶଂସା ନ ପଚିଲେ, ଅହଂକାର ବଢିଥାଏ।ନିନ୍ଦା ନ ପଚିଲେ, ଶତ୍ରୁତା ବଢିଥାଏ ।ଦୁଃଖ ନ ପଚିଲେ, ନିରାଶତା ବଢିଥାଏ ।ସୁଖ ନ ପଚିଲେ, ପାପ ବଢିଥାଏ ।
ଗୋଟିଏ ଗାଜରକୁ ଦୁଇ ଖଣ୍ଡ କରି ଗୋଟିକୁ ଚିନି ମଧ୍ୟରେ ଅନ୍ୟଖଣ୍ଡକୁ ଲୁଣ ପକାଇ ରଖିଦେଲେ କିଛି ଦିନ ପରେ ଦେଖିବେ ପ୍ରଥମଟି ମୁରବା ଓ ଅନ୍ୟଟି ଆଚାର ହୋଇ ଯିବ ।ଗାଜର ଗୋଟିଏ ମାତ୍ର ଫଳ ଅଲଗା ଅଲଗା ହୋଇଥାଏ ।ତେଣୁ ଯାହା ହେବାକୁ ଚାହୁଁ ଛନ୍ତି ସେ ପ୍ରକାର ଲୋକଙ୍କ ମଧ୍ୟରେ ବସନ୍ତୁ ।
ଆଜିର ସାଧୁବାଣୀ
ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ବୃଦ୍ଧି କରିବା ପାଇଁ ହେଲେ ସକାଳେ ଭକ୍ତି ଗୀତ କିମ୍ବା ଭଜନ କିଛି ସମୟ ବଜାଇବା ଉଚିତ ।
ଘରେ ଝାଡୁକୁ କେବେବି ଠିଆ କରି ରଖନ୍ତୁ ନାହିଁ ଏବଂ ଝାଡୁରେ କେବେ ଗୋଡ଼ ମାରନ୍ତୁ ନାହିଁ ଏହା ଦ୍ୱାରା ଘରେ ଅଶାନ୍ତି ସୃଷ୍ଟି ହୁଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ରୁଷ୍ଠ ହୋଇ ଯାଆନ୍ତି । ଏବଂ ଧନ ର ଅଭାବ ଦେଖା ଯାଏ ।
ବାସ୍ତୁ ବିଦ୍ୟା ଅନୁସାରେ ଶୋଇବା ଘରେ କେବେ ଆଇନା ରଖନ୍ତୁ ନାହିଁ । ଯଦି ରଖୁଥିବେ ତେବେ କପଡା ଘୋଡାଇ ଶୁଅନ୍ତୁ । ଏହା ଦ୍ୱାରା ନକରାତ୍ମକ ଶକ୍ତି ଦୁର ହୁଏ ଏବଂ ମଙ୍ଗଳ ମଧ୍ୟ ହୁଏ ।
ଘରର ଶୋଇବା ଖଟ ଉପରେ କେବେବି ବସିକି ଖାଆନ୍ତୁ ନାହିଁ । ଏହା ଦ୍ୱାରା ଖରାପ ସ୍ଵପ୍ନ ଆସିଥାଏ । ଏବଂ ଆପଣଙ୍କ ଘରେ ଦରିଦ୍ରତା ବଢ଼ିଥାଏ ।
ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ କେବେବି ଜୋତା ଚପଲ ଏଠି ସେଠି ପକାନ୍ତୁ ନାହିଁ । କିମ୍ବା ଓଲଟେଇ ରଖନ୍ତୁ ନାହିଁ ଏହା ଦ୍ବାରା ଅଶାନ୍ତି ଉତ୍ପନ୍ନ ହୁଏ । ଜୟ ଜଗନ୍ନାଥ ।

‼️ ହରିଓମ୍ ସୁପ୍ରଭାତମ୍  ‼️
ଦୁନିଆରେ ସବୁଠୁ ବଡ଼ ମୁସ୍କିଲ କାମ ମା’ ର “ମମତା” ଆଉ ବାପାଙ୍କ “କ୍ଷମତା” ଏଇ ଦୁଇଟାକୁ ମାପିବା ଅସମ୍ଭବ।
ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟାଃ                          ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିଦ୍ ଦୁଃଖଭାଗ୍ଭବେତ୍ ॥
ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ଆପଣଙ୍କ ପାଇଁ ଦିନଟି ମଙ୍ଗଳ ମୟ ହେଉ॥

Comments (0)
Add Comment