ଅଗଷ୍ଟମାସ ୦୮ତାରିଖ ୨୦୨୫ମସିହା (ଶୁକ୍ରବାର)ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ଦିବା ଘ୦୨/୨୬ ଗତେ ପୂର୍ଣ୍ଣମା,ନକ୍ଷତ୍ର- ଉତ୍ତରାଷାଢା ଦିବା ଘ୦୩/୨୨ ଗତେ ଶ୍ରାବଣା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୯/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୫୨,ଯୋଗିନୀ ପଶ୍ଚିମେ ଦିବା ଘ୦୨/୧୬ଗତେ ବାୟବ୍ୟେ,ସିଂହରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ଶ୍ରାଦ୍ଧ ଓ ପୁର୍ଣିମାର ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୮/୪୪ ଗତେ ଘ୧୧/୫୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୦୫ମଧ୍ୟେ ଓ ଘ୦୭/୫୨ ଗତେ ଘ୦୮/୪୪ ମଧ୍ୟେ ଓ ଘ୧୨/୪୦ଗତେ ଘ୦୨/୧୭ ମଧ୍ୟେ,ବିଶୁଦ୍ଧମାହେନ୍ଦ୍ରବେଳ।- ରାତ୍ରି ଘ୧୧/୦୩ ଗତେ ଘ୧୧/୫୩ ମଧ୍ୟେ,ଅଦ୍ୟ ବିରି ଦିବା ଘ୦୨/୨୬ ଗତେ ଆମିଷଭକ୍ଷଣ ନିଷେଧ।
ମେଷ:-ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।
ବୃଷ:- ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:- ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
କର୍କଟ:-ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
ସିଂହ:-ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।
କନ୍ୟା:- ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମକରିବେ। ଆପଣଙ୍କ କାମରେ ସବୁଲୋକ ଖୁସିରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।
ତୁଳା:- କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳି ମାନେ ସୁନାମ ଅର୍ଜନ କରିବେ।ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।
ବିଛା:-ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟ ରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।
ଧନୁ:- କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।
ମକର:- ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।
କୁମ୍ଭ:-ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।
ମୀନ:-ଦିନଟି ଆପଣଙ୍କ ପାଇଁ ଉତ୍ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।
କଣ ଦାନକଲେ କଣମିଳେ…
ଏକ ପୁଣ୍ୟମୟ ଜୀବନ ଗଢ଼ିବାକୁ, ଦାନ ଏକ ଅତ୍ୟନ୍ତ ମୂଲ୍ୟବାନ ଓ ପବିତ୍ରକାର୍ଯ୍ୟ ଭାବରେ ଗଣାଯାଏ। ନିଜସମ୍ପତ୍ତି,ଜ୍ଞାନ ଓ ଶକ୍ତିକୁ ଅନ୍ୟଙ୍କ ଭଲପାଇଁ ବ୍ୟୟକରିବା ମାଧ୍ୟମରେ ନ କେବଳ ଆତ୍ମିକଶାନ୍ତି ମିଳେ, ବରଂ ଜୀବନର ଅନେକ ଶୁଭଫଳ ମଧ୍ୟ ଲାଭହୁଏ। ନିମ୍ନରେ ଦିଆଯାଇଛି କିଛି ଦାନ ଓ ସେଠାରୁ ମିଳୁଥିବା ଫଳ:-
🌾 ୧. ଅଣ୍ଣଦାନକଲେ-ଜୀବ ଉଦ୍ଧାର ହୁଏ, ନିଜ ଜୀବନରେ ଅନେକଦୁଃଖ ହ୍ରାସପାଇଁ ସୁଖବୃଦ୍ଧି ହୁଏ।
📚 ୨. ପୁସ୍ତକଦାନ କଲେ- ଜ୍ଞାନ ପ୍ରସାର ହୁଏ, ସୁପୁତ୍ର ଲାଭ ଓ ଶିକ୍ଷାର ଉନ୍ନତିମିଳେ।
🌾 ୩. ଧାନଦାନ କଲେ- ଭୋଗ ଓ ନୈତିକ ଭାଗ୍ୟ ବଢ଼ିଥାଏ,ଗୃହ ଓ ପରିବାରରେ ସଭାଗ୍ୟ ଆସେ।
🪔 ୪. ଦିପଦାନ କଲେ-ଆନ୍ତରିକ ଜ୍ଞାନ ଓ ଦୃଷ୍ଟିଶକ୍ତି ବୃଦ୍ଧି ହୁଏ, ଆତ୍ମାର ଅନ୍ଧକାର ଦୂରହୁଏ।
👑 ୫. ଶ୍ୱର୍ଣ୍ଣଦାନ କଲେ- ଆୟୁଷ୍ୟ ବଢ଼େ,ଦେହ ଓ ମନ ଦୁଇଟିରେ ଶକ୍ତି ବୃଦ୍ଧି ହୁଏ।
🥈 ୬. ରୁପାଦାନ କଲେ- ଭୂଷଣ ବୃଦ୍ଧି, ଶୋଭା ଓ ସମୃଦ୍ଧିଲାଭ ହୁଏ।
🐄 ୭. ଗୋଦାନ କଲେ-ଅନେକ ପାପ ଦୂରହୁଏ, ମୋକ୍ଷପାଇଁ ମାର୍ଗ ସାଜିଥାଏ।
🎁 ୮. ବସ୍ତ୍ରଦାନ କଲେ- ପରିବାର ରେ ଏକତା,ସୁଖ ଓ ସାମଞ୍ଜସ୍ୟ ବଢ଼େ।
🛏 ୯. ଶଯ୍ୟାଦାନ କଲେ- ଦାମ୍ପତ୍ୟଜୀବନ ଶୁଭ ଓ ସ୍ତ୍ରୀ ସ୍ଵଭାଗ୍ୟଲାଭ ହୁଏ।
🏡 ୧୦. ଭୂମିଦାନ କଲେ-ନିଜ ଗୃହଲାଭ ଓ ଧନଧାନ୍ୟରେ ସମୃଦ୍ଧି ଆସେ।
📖 ୧୧. ବିଦ୍ୟାଦାନକଲେ- ଏହା ସବୁଠାରୁ ଶ୍ରେଷ୍ଠଦାନ ଭାବରେ ଗଣାଯାଏ,ଏହାଦ୍ୱାରା ବ୍ରହ୍ମଲୋକ ପ୍ରାପ୍ତି ହୁଏ।ଏହି ଦାନଗୁଡ଼ିକ କେବଳ ଧନନୁହେଁ, ନିଜମନ ଓ ଇଚ୍ଛାରୁ ଦିଆଯିବା ଶୁଭକାର୍ଯ୍ୟ। ଆସନ୍ତୁ, ଏହି ପୁଣ୍ୟକାର୍ଯ୍ୟ ମାଧ୍ୟମରେ ଜୀବନକୁ ଅର୍ଥପୂର୍ଣ୍ଣ ବନାଇବାକୁ ଚେଷ୍ଟାକରିବା। ଯେଉଁଦାନ ଆମଶକ୍ତିରେ ଅଛି, ତାହା ସହ ଅନ୍ୟଙ୍କ ଉପକାରକରିବା ହିଁ ସତ୍ୟପୂଜା!!ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା!!