ଜୁନ୍ ମାସ ୦୫ତାରିଖ ୨୦୨୬ମସିହା(ଶୁକ୍ରବାର)ଜ୍ୟେଷ୍ଠ ମାସ(ମଳ)- କୃଷ୍ଣପକ୍ଷ,ତିଥି- ପଞ୍ଚମୀ ରାତ୍ରି ଘ୦୧/୪୧ ଗତେ ଷଷ୍ଠୀ,ନକ୍ଷତ୍ର-ଶ୍ରବଣ,
ସୁର୍ୟୋଦୟ-ପ୍ରାତଃଘ୦୫/୧୧/୫୦,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୨୦/୩୭,ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୧/୪୧ଗତେ ପଶ୍ଚିମେ,ବିଛା,ଧନୁ ଓ ମୀନରାଶିର ଘାତବାର,ସିଂହରାଶିର ଘାତଚନ୍ଦ୍ର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ପୁଷ୍କରଦୋଷ ନାସ୍ତି,କାଳବେଳା ଓ ବାରବେଳା-ଦିବା ଘ୦୮/୨୫ଗତେ ଘ୧୧/୪୪ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୧୧/୪୫ ଗତେ ଘ୦୨/୦୧ ମଧ୍ୟେ ଓ ରାତ୍ରି ଘ୦୮/୪୪ଗତେ ଘ୦୧/୩୨ ମଧ୍ୟେ ରାତ୍ରି ଘ୦୩/୫୪ ଗତେ ଘ୦୪/୪୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୬/୦୦ଗତେ ଘ୦୬/୪୮ ମଧ୍ୟେ,ଅଦ୍ୟ ବେଲ ରାତ୍ରି ଘ୦୧/୪୧ଗତେ ନିମ୍ବ ଭକ୍ଷଣ ନିଷେଧ।
ମେଷ👉ଆଜି ପରିବାରରେ ସନ୍ଦେହ ଓ ଭୁଲ୍ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା,ଆନୁଷ୍ଠାନିକକାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।
ବୃଷ👉ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭକରି ଖୁସି ରହିବେ।ଶିଳ୍ପ, ବାଣିଜ୍ୟ,ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।
ମିଥୁନ👉ଆଜି ଧନ ଓ କାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ । ସନ୍ତାନଙ୍କ ବିଷୟ ଚିନ୍ତା କରି ମନ ଭଲ ଲାଗି ନ ପାରେ।
କର୍କଟ👉ଆଜି ଅଫିସ୍ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।
ସିଂହ👉ଆଜି ବ୍ୟୟବୃଦ୍ଧି ହେବ ତେବେ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମାରେ ସନ୍ତୋଷଜନକ ଫଳ ପାଇବେ।
କନ୍ୟା👉ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ନିଶ୍ଚିତ ମିଳିବ । ଆକସ୍ମିକ ଭାବରେ କୈ।ଣଶି କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଅଯଥା ଖର୍ଚ୍ଚାନ୍ତ ହେବେ। ଦେହ ଆରୋଗ୍ୟ ହେବାସହ ସହିତ ମନ ମଧ୍ୟ ଆନନ୍ଦିତ ରହିବ।
ତୁଳା👉ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ।ସକାଳୁ ସକାଳୁ ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।
ବିଛା👉ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍ଫୁଲ୍ଲିତ ହୋଇପାରନ୍ତି।
ଧନୁ👉ଆଜିର ଆପଣଙ୍କ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ପଡୋଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।
ମକର👉ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।
କୁମ୍ଭ👉ଆଜି ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହି କାମକରିବା ଭଲ ହେବ।ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲି ପାରିବେ ନାହିଁ। ଘର ସାଜସଜ୍ଜାରେ, ଆନୁଷ୍ଠାନିକ କାମରେ ବ୍ଯସ୍ତ ରହିପାରନ୍ତି। ଆର୍ଥିକ ଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ।
ମୀନ👉ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ଆଜି ପ୍ରତ୍ୟେକ କର୍ମ ରେ ଶୁଭଫଳ ପାଇବେ। କିନ୍ତୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି।।
ଆଜି ଜାଣିବା ରୋଷେଇ ଘରର ୫ଟି ସହଜ ଓ ଚମତ୍କାର ଟିପ୍ସ!
ରୋଷେଇ କରିବା ସମୟରେ ଅନେକ ଛୋଟ ଛୋଟ ସମସ୍ୟା ଦେଖାଦେଇଥାଏ, ଯାହା ଆମ ସମୟ ନଷ୍ଟ କରିବା ସହ ବିରକ୍ତିଭାବ ଆଣିଥାଏ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଏମିତି ସହଜ ଘରୋଇ ଉପାୟ, ଯାହା ଆପଣଙ୍କ କାମକୁ ସହଜ ଏବଂ ରୋଷେଇକୁ ଉତ୍କୃଷ୍ଟ କରିବ।
📌 ଗୁରୁତ୍ୱପୂର୍ଣ୍ଣ ରୋଷେଇ ଟିପ୍ସ:-
🥖 ବେଲଣା କାଠିରେ ଅଟା ଲାଗିଯାଉଛି କି-ରୁଟି ବେଲିବା ପୂର୍ବରୁ ବେଲଣା କାଠିକୁ ୪-୫ ମିନିଟ୍ ଶୁଖିଲା ଅଟା ଭିତରେ ରଖିଦିଅନ୍ତୁ। ଏମିତି କରିବା ଦ୍ୱାରା କାଠଟି ନିଜ ଭିତରକୁ ସବୁ ଓଦାଭାବ (ଆର୍ଦ୍ରତା) ଶୋଷିନେବ ଏବଂ ରୁଟି ବେଲିବା ସମୟରେ ଅଟା ଆଦୌ ଲାଗିବ ନାହିଁ।
🥛 କ୍ଷୀର ବାରମ୍ବାର ଉତୁରି ଯାଉଛି କି?
କ୍ଷୀର ଗରମ କରିବା ପୂର୍ବରୁ ପାତ୍ରର ଚାରିପାଖ କିନାରାରେ (ଉପର ଭାଗରେ) ଟିକେ ବଟର (ମାଖନ) କିମ୍ବା ଘିଅ ଲଗାଇ ଦିଅନ୍ତୁ। ଏହା ଦ୍ୱାରା କ୍ଷୀର ଉପରକୁ ଆସିଲେ ମଧ୍ୟ ଆଦୌ ଉତୁରିବ ନାହିଁ।
🍚 ଭାତ ଗୋଟା ଗୋଟା ରହୁନାହିଁ କିମ୍ବା ତଳେ ଲାଗିଯାଉଛି କି-ଭାତ ଫୁଟିବା ସମୟରେ ପାତ୍ରରେ ମାତ୍ର ୨ ବୁନ୍ଦା ଲେମ୍ବୁ ରସ ପକାଇ ଦିଅନ୍ତୁ। ଏହା ଦ୍ୱାରା ଭାତ ପରସ୍ପର ସହ ଲାଗିବ ନାହିଁ ଏବଂ ଏକଦମ ଗୋଟା ଗୋଟା ଓ ଝରଝରା ଧଳା ରହିବ।
🍳 ତେଲ ଗରମ ହେବା ସମୟରେ ଛିଟିକି ହେଉଛି କି-କଡ଼େଇରେ କିଛି ଛାଣିବା ପାଇଁ ତେଲ ଗରମ କଲାବେଳେ ସେଥିରେ ଟିକେ ଲୁଣ ପକାଇ ଦିଅନ୍ତୁ। ଏହା ଦ୍ୱାରା ତେଲ ଆଦୌ ଛିଟିକିବ ବନ୍ଦ ହୋଇଯିବ ଏବଂ ଆପଣ ସୁରକ୍ଷିତ ଭାବେ ରୋଷେଇ କରିପାରିବେ।
🥣 କ୍ଷୀରି ସହଜରେ ସିଝୁନାହିଁ କି?
କ୍ଷୀରି ପ୍ରସ୍ତୁତ କରିବା ସମୟରେ ଚିନି ସବୁଠାରୁ ଶେଷରେ ପକାନ୍ତୁ। ଏମିତି କରିବା ଦ୍ବାରା ଚାଉଳ ଶୀଘ୍ର ସିଝିଯାଏ। କାରଣ ଯଦି ଆପଣ ଚିନି ଆଗରୁ ପକାଇଦେବେ, ତେବେ ଚାଉଳ ସିଝିବା ପ୍ରକ୍ରିୟା ବହୁତ ଧୀମା ହୋଇଯାଇଥାଏ।
✨ ଆଶା କରୁଛୁ ଏହି ସୁନ୍ଦର ଓ ଦରକାରୀ ଘରୋଇ ଟିପ୍ସଗୁଡ଼ିକ ଆପଣଙ୍କ ଦୈନନ୍ଦିନ ରୋଷେଇ କାମକୁ ଆହୁରି ସହଜ କରିବ।।ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା।।