ଆଜିର ରାଶିଫଳ

୨୦୨୬ ମସିହା,ଜୁନମାସ,୨୪ତାରିଖ,ବୁଧବାର,ଅଦ୍ୟ ଦିବ୍ୟରାତ୍ରି ବଟୁକୁ ଭୈରବ ଓ ଷୋଡଷୀ ଆବିର୍ଭାବ ।ଋତୁ- ଗ୍ରୀଷ୍ମ ଋତୁର (ଦ୍ବିତୀୟ ମାସ)ସୂର୍ଯ୍ୟ- ଉତ୍ତରାୟଣ,🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୧୨/୪୦,ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୪/୨୬।ଜ୍ୟେଷ୍ଠ ମାସ,ଶୁଦ୍ଧ ଶୁକ୍ଳପକ୍ଷ,ଭୌମ ବାସ,ତିଥି- ନବମୀ ଦିବା ଘ୪/୧୫ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ନକ୍ଷତ୍ର- ହସ୍ତା ନକ୍ଷତ୍ର ଦିବା ଘ୧୨/୧୩ମି ପର୍ଯ୍ୟନ୍ତ ତଦନ୍ତେ ଚିତ୍ରା ନକ୍ଷତ୍ର।ବରୀୟାନଯୋଗ ଦିବା ଘ୧୧/୧୧ମି ପର୍ଯ୍ୟନ୍ତ ତଦନ୍ତେ ପରୀଘଯୋଗ। କରଣ- କୌଳବକରଣ ଦିବା ଘ୪/୧୫ମି ପର୍ଯ୍ୟନ୍ତ ତଦନ୍ତେ ତୈତିଳକରଣ ନିଶାନ୍ତ ଘ୫/୩ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ପୂର୍ବ ଦିଗରେ, ଦିବା ଘ୪/୧୫ମି ପରେ ଉତ୍ତର ଦିଗରେ।ମଙ୍ଗଳବାର, ରିକ୍ତାତିଥି,ସନିସପ୍ତ ଦୋଷ ହେତୁ ଯାତ୍ରା ନିଷେଧ ।ଚନ୍ଦ୍ରଶୁଦ୍ଧି–ମେଷ,କର୍କଟ,ସିଂହ,କନ୍ୟା,ବିଛା,ଧନୁ,ମକର ଓ ମୀନ ଏହି ରାଶି ମାନଙ୍କର ଏବଂ ରାତ୍ରି ଘ୧/୧୭ମିପରେ ମେଷ, ବୃଷ, ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ରାତ୍ରି ଘ୧/୧୭ମିମଧ୍ୟେ ବୃଷରାଶିର ଘାତଚନ୍ଦ୍ର।ଘାତବାର-ମକର ରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୬।୮।୧୦।୧୨।୧୪।୧୫।୧୭।୧୯।୨୧।‌୨୩।୨୪।୨୬ ଏହି ନକ୍ଷତ୍ର ମାନଙ୍କର ଏବଂ ଦିବା ଘ୧୨/୧୩ମି ପରେ ୨।୪।୬।୭।୯।୧୧।୧୩।୧୫।୧୬।୧୮।୨୦।୨୨।୨୪।୨୫।୨୭ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ-ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,
ନିଷିଦ୍ଧଖାଦ୍ୟ-ଅଲାବୁ(ଲାଉ),ଦିବା ଘ୪/୧୫ମିପରେ କଳମ୍ବୀ (କଳମଶାଗ) ଭକ୍ଷଣ ନିଷେଧ ଅଶୁଭବେଳା-(ବାରବେଳା)ପ୍ରାତଃ ଘ୬/୫୩ମି ରୁ ଘ୮/୩୨ମି ପର୍ଯ୍ୟନ୍ତ,(କାଳବେଳା) ଦିବା ଘ୧/୨୯ମି ରୁ ଘ୩/୮ମି ପର୍ଯ୍ୟନ୍ତ,(କାଳରାତ୍ରି) ରାତ୍ରି ଘ୭/୪୭ମି ରୁ ଘ୯/୮ମି ପର୍ଯ୍ୟନ୍ତ।ଶୁଭବେଳା-(ଅମୃତବେଳା)ଦିବା ଘ୭/୩୯ମି ରୁ ଘ୧୦/୫୧ମି ମଧ୍ୟେ,ଘ୧/୧୫ମି ରୁ ଘ୪/୨୭ମି ମଧ୍ୟେ, ସୂର୍ଯ୍ୟାସ୍ତ ରୁ ରାତ୍ରି ଘ୧୦/୨୫ମି ମଧ୍ୟେ, ଘ୧୨/୫୦ମି ରୁ ଘ୨/୨୬ମି ପର୍ଯ୍ୟନ୍ତ ।(ମାହେନ୍ଦ୍ରବେଳା)ନାହିଁ ।ପୁଷ୍କରଦୋଷ-ମୃତ ବ୍ୟକ୍ତିଙ୍କ ୧ପାଦ ବାର ପୁଷ୍କର ଦୋଷ।ଫଳଂ କୃଷିହାନି।ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ସୁଭଗା (ଶୁଭ)ଦିବା ଘ୧୨/୧୩ମି ପରେ ଭିକ୍ଷାସିନୀ (ମତାନ୍ତରେ ବିପୁତ୍ରା) ଶାନ୍ତି କରଣୀୟ,ଦିବା ଘ୪/୧୫ମି ପର୍ଯ୍ୟନ୍ତ ବାର ଓ ତିଥିଦୋଷ ହେତୁ (ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପଅର୍ପଣ)ତାପରେ ବାରଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ।ଶୁଭକର୍ମ- ମଙ୍ଗଳବାର ହେତୁ ସୂର୍ଯ୍ୟାସ୍ତ ଘ୬/୨୪ ମିପରେ ରାତ୍ରିଶେଷ ପର୍ଯ୍ୟନ୍ତ ପାରସ୍କର ମତେ ୧୪ ନକ୍ଷତ୍ରେ ବିବାହ(ପାଣିଗ୍ରହଣ) (ରାଧାରମଣ)ସୂର୍ଯ୍ୟୋଦୟଠାରୁ ରାତ୍ରି ଶେଷ ପର୍ଯ୍ୟନ୍ତ ହସ୍ତା ଓ ଦିବା ଘ୧୧/ ୫୯ମି ଗତେ ରାତ୍ରିଶେଷ ପର୍ଯ୍ୟନ୍ତ ପାରସ୍କର ମତେ ଚିତ୍ରା ନକ୍ଷତ୍ରେ ବିବାହ ପାଣିଗ୍ରହଣ,ଚୂଡାକରଣ,ରାତ୍ରି ଈ୧୨/ ୫୮ମିଗତେ ନିଷେକ (ରାଷ୍ଟ୍ରୀୟ ହିନ୍ଦୁ ପଞ୍ଚାଙ୍ଗ)
🐐ମେଷ-ଶୁକ୍ର ମୁଖଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭ କରି ଖୁସୀ ହେବେ ା ଅଫିସରେ ସହକର୍ମୀଙ୍କ ସୈାହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା ପ୍ରଣୟନ କରିପାରନ୍ତି। ଅଷ୍ଟମସ୍ଥ ଚନ୍ଦ୍ର ଯୋଗୁ ପରିବହନ ବ୍ୟବସାୟରେ ଶିଥିଳତା ଦେଖାଦେବା କାରଣରୁ ଚିନ୍ତିତ ରହିପାରନ୍ତି।
🐂ବୃଷ-ମଙ୍ଗଳ ଓ ବୁଧ ଦ୍ୱିତୀୟ ଭାବରେ ଆପଣଙ୍କ ଅପ୍ରିୟ ସତ୍ୟର କଠୋର ବାକ୍ୟାଳାପ ବନ୍ଧୁ ସମ୍ପର୍କକୁ ତିକ୍ତ କରିଦେବ। ଆଲୋଚନା ପରିସରରେ ଠିକ୍‍ ନିଷ୍ପତ୍ତି ନେଇପାରିବେ ନାହିଁ। ଯାହା କରିବା ପାଇଁ ଭାବୁଥିବେ ନିର୍ଦ୍ଦିଷ୍ଟ ସମୟର କିଛି ପୂର୍ବରୁ ପରିସ୍ଥିତି ବଦଳି ଯିବ। ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ରହିଥିଲେ ମଧ୍ୟ ଅସୁବିଧା ହେବନାହିଁ।
👩‍❤️‍👨 ମିଥୁନ-ଧନାଧିପ ଷଷ୍ଠସ୍ଥ ଯୋଗୁ ନିର୍ଦ୍ଦିଷ୍ଟ ସ୍ଥାନରୁ ଅର୍ଥପ୍ରାପ୍ତିର ଆଶା ମଉଳି ଯାଇପାରେ। ବାରମ୍ବାର ପ୍ରତିବନ୍ଧକ ଲାଗି ରହିବା କାରଣରୁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ। ପରିବାର ଭିତରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ମାଲିମକଦ୍ଦମା କ୍ଷେତ୍ରରେ ସମସ୍ୟା ସମାଧାନର କ୍ଷୀଣ ଆଶା ରହିଛି।
🦀କର୍କଟ-ଲାଭଭାବରେ ରବି ଅର୍ଥନୈତିକ ଅଭିବୃଦ୍ଧି କରାଇବା ସହ ବିଶିଷ୍ଟବ୍ୟକ୍ତିଙ୍କ ଅନୁକମ୍ପା ପ୍ରାପ୍ତ କରାଇପାରେ। ଯାହା ବହୁତ ଦିନ ହେଲା ମନେ ମନେ ଭାବୁଥିଲେ ଆଜି ତାହା ବାସ୍ତବରେ ପରିଣତ ହେବ। କର୍ମକ୍ଷେତ୍ରରେ ଦୀର୍ଘଦିନରୁ ରହିଆସୁଥିବା ବିବାଦର ଅନ୍ତ ଘଟିବ। ସରକାରୀ ସ୍ତରରୁ କିମ୍ବା ଆଇନର ସହାୟତାରୁ ଉପକୃତ ହେବେ।
🦁 ସିଂହ-ଧନାଧିପ କର୍ମଭାବରେ ଧନଯୋଗ ସୃଷ୍ଟିକରି ଅଭିଳଷିତ ଆର୍ଥିକ ସାହାଯ୍ୟ ପାଇବେ। ଆନନ୍ଦଦାୟକ ପରିବେଶରେ ବନ୍ଧୁଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ପାରିବାରିକ ଅସ୍ଥିରତା ଦୂରୀଭୂତ ହେବା ସାଙ୍ଗକୁ କର୍ମକ୍ଷେତ୍ରରେ ସମସ୍ୟା ଦୂରେଇଯିବ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବା ସାଙ୍ଗକୁ ପଡୋଶୀଙ୍କ ସୌହାର୍ଦ୍ଦ୍ୟ ମଧ୍ୟ ଲାଭ କରିବେ।
🧕କନ୍ୟା-ବିଳାସବ୍ୟସନକାରକ ଶୁକ୍ର ଧନଭାବକୁ ଦେଖୁଥିବାରୁ ଆଜି ଅର୍ଥଲାଭ, ନୂତନ ବସ୍ତ୍ରାଳଙ୍କାର ପ୍ରାପ୍ତି ଓ ବନ୍ଧୁଗହଣରେ ମିଷ୍ଟାନ୍ନ ଭୋଜନ ଯୋଗ ରହିଛି। ପାରିବାରିକ ଖର୍ଚ୍ଚଭାର ବୃଦ୍ଧି ଯୋଗୁ ଚିନ୍ତା ପ୍ରକଟ କରିବେ। ମାଙ୍ଗଳିକ କାମ ସକାଶେ ଘର ସାଜସଜ୍ଜାରେ କିମ୍ବା ମରାମତିରେ ଅଥବା ଜିନିଷପତ୍ର ସଂଗ୍ରହରେ ବ୍ୟସ୍ତ ରହିପାରନ୍ତି।
⚖️ତୁଳା-ଅଷ୍ଟମଭାବରୁ ରାହୁ ସହ ମଙ୍ଗଳ ଧନଭାବକୁ ଦୃଷ୍ଟି ଦେଉଥିବାରୁ ସତର୍କତା ଅଭାବରୁ ଧନହାନିର ପୂର୍ଣ୍ଣସୂଚନା ରହିଛି। ଆଜି ଦିନଟିରେ ସାଂସ୍କୃତିକ କାର୍ଯ୍ୟକ୍ରମରୁ କିମ୍ବା ଉଚ୍ଚସ୍ତରରୁ ଏପରିକି ସଭାସମିତିରୁ ସମ୍ମାନିତ ହେବେ। ପରିବାରରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ କିନ୍ତୁ ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ମନ୍ଦ ନୁହେଁ।
🦂ବିଛା-ଆଜି ଆପଣଙ୍କ ରାଶିରେ ଗୁରୁଚାନ୍ଦ୍ରୀ ଯୋଗ ସୃଷ୍ଟିହୋଇ ଅର୍ଥ, ଉଚ୍ଚସମ୍ମାନ, ବନ୍ଧୁପ୍ରୀତି ମାଧ୍ୟମରେ ଆନନ୍ଦ ପ୍ରାପ୍ତ କରାଇବ। ସମସ୍ୟା ଆସିଲେ ମଧ୍ୟ ତାହାର ସରଳ ସମାଧାନର ଉପାୟ ବାହାର କରିବାରେ ସଫଳ ହେବେ। ବ୍ୟବସାୟିକ କାରବାର ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ।
🏹ଧନୁ-ଧନାଧିପ ରାଶିରେ ପାପଗ୍ରହ ଯୁକ୍ତ ହେତୁ ଆପଣଙ୍କୁ ବିଭିନ୍ନ ଦିଗରେ ଖର୍ଚ୍ଚାନ୍ତ କରାଇ ଋଣଗ୍ରସ୍ତ କରାଇପାରନ୍ତି। ଅନ୍ୟମାନଙ୍କ ଉପରେ ଅଭିମାନ କରି ସ୍ବାସ୍ଥ୍ୟପ୍ରତି ଅବହେଳା କରିବା ହେତୁ ଅନୁତାପ କରିବାକୁ ପଡିପାରେ। ତଥାପି କର୍ମକ୍ଷେତ୍ର ସଂଗଠନ, ପ୍ରଶାସନ ଓ ପାଖପଡୋଶୀଙ୍କ ଆଦରଗୈାରବରୁ ଖୁସି ରହିବେ।
🐊ମକର-ଏକାଦଶରେ ଶନି ଆପଣଙ୍କୁ ବିଜାତୀୟ ବ୍ୟକ୍ତିଙ୍କ ମାଧ୍ୟମରେ ଆର୍ଥିକ, ସାଙ୍ଗଠନିକ ସହାୟତା ପ୍ରଦାନ କରିବେ। ଆର୍ଥିକ ଦିଗରୁ ଆଜି ଦିନଟି ବହୁତ ଭଲ, ଫଳରେ ବିଭିନ୍ନ ସୂତ୍ରରୁ ରୋଜଗାର କରିବେ। ଲୋକସମ୍ପର୍କ ବୃଦ୍ଧି ପାଇବ କିନ୍ତୁ କେତେକ ଈର୍ଷାପରାୟଣ ବ୍ୟକ୍ତିମାନଙ୍କ ସକାଶେ ଟେନସନ ବଢିଯିବ।
🏺କୁମ୍ଭ-ଷଷ୍ଠାଧିପଙ୍କ ସହ କର୍ମସ୍ଥ ଧନାଧିପ ଆପଣଙ୍କୁ ବ୍ୟାଙ୍କ, ଲଟେରି, ସଞ୍ଚୟ ଜମାରୁ ଅର୍ଥପ୍ରାପ୍ତ କରାଇପାରେ। ଦିନଟିରେ ଚିନ୍ତା ନ କରି କାମ କରି ଚାଲନ୍ତୁ,ଅବଶ୍ୟ ସଫଳତା ହାସଲ କରିବାରେ କୈାଣସି ଅସୁବିଧା ରହିବ ନାହିଁ। କେତୁଯୁକ୍ତ ରାଶ୍ୟାଧିପତି ଯୋଗୁ ରୋଗ, ଋଣ ଓ ଶତ୍ରୁତା ଚିନ୍ତାର କାରଣ ହେବ। ଏଣୁ ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।
🐟ମୀନ-ଚତୁର୍ଥଭାବରେ ଧନାଧିପ କୈାଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ବ୍ୟୟବହୁଳତା ସୃଷ୍ଟି କରିବ। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ପରିବାରରେ, ବନ୍ଧୁମାନଙ୍କ ମଧ୍ୟରେ କିମ୍ବା ସାମାଜିକ ସ୍ତରରେ ବିବାଦ ବୃଦ୍ଧି ଘଟିପାରେ। କିନ୍ତୁ ପୂର୍ବଭାଦ୍ରପଦ୍‍ ନକ୍ଷତ୍ର ପାଇଁ ଯାତ୍ରା ଓ ବାଣିଜ୍ୟ ସକାଶେ ଦିନଟି ବହୁତ ଭଲ ଏବଂ ବନ୍ଧୁ ମିଳନରୁ ଖୁସୀ ରହିପାରନ୍ତି।

🕉️ନୀତିବାଣୀ🕉️
କାଠଦଣ୍ଡଟିଏ ନପଶିଲେ କୁରାଢ଼ି ଯେପରି ଗଛକୁ କାଟିପାରେ ନାହିଁ,ସେହିପରି ନିଜଲୋକ ସାମିଲ୍ ନଥିଲେ ଭିତରର ଭେଦ କଥା କେବେ ବାହାରେ ପ୍ରଘଟ ହୁଏନାହିଁ।
ନୀରବ ଆଉ ହସକୁ ସବୁବେଳେ ସାଙ୍ଗରେ ରଖିଥିବ ବନ୍ଧୁ।କାହିଁକି ନା ନୀରବ ତୁମର ରକ୍ଷା କବଚ ଆଉ ହସ ତୁମର ଖୁସିର ସ୍ବାଗତର ଦ୍ବାର ଅଟେ।
ଅର୍ଥ ନଥିଲେ ମଣିଷ ଭଗବାନଙ୍କୁ ଡାକେ ଆଉ ସେଇ ମଣିଷ ଅତ୍ଯଧିକ ଅର୍ଥ ପାଇଗଲେ ନିଜକୁ ଭଗବାନ ଭାବେ।ଦୁନିଆର ସବୁଠାରୁ ମହଙ୍ଗା ଜିନିଷ ଲୁହ ଅଟେ।ଯେଉଁଥିରେ 1% ପାଣି ଆଉ 99% Feelings ଲୁଚି କରିଥାଏ।।
ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା।।
📄 ଭିଟାମିନ୍ ବି ୧୨ (B12) ଅଭାବର ଲକ୍ଷଣ ଓ ସତର୍କତା
ଆମ ଶରୀରକୁ ସୁସ୍ଥ ଓ କାର୍ଯ୍ୟକ୍ଷମ ରଖିବାରେ ଭିଟାମିନ୍ ବି ୧୨ (Vitamin B12) ର ଏକ ପ୍ରମୁଖ ଭୂମିକା ରହିଥାଏ। ଏହାର ଅଭାବ ହେଲେ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଦିଏ। ଆସନ୍ତୁ ଜାଣିବା ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ବିଷୟରେ:
⚠️ ମୁଖ୍ୟ ଲକ୍ଷଣଗୁଡ଼ିକ:
💇‍♀️ ଚୁଟି ଝଡ଼ିବା: ହଠାତ୍ ଅତ୍ୟଧିକ ପରିମାଣରେ ଚୁଟି ଝଡ଼ିବା ଭିଟାମିନ୍ ବି ୧୨ ଅଭାବର ସଙ୍କେତ ହୋଇପାରେ।
🫁 ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ: ସାଧାରଣ କାମ କଲେ ମଧ୍ୟ ହାଲିଆ ଲାଗିବା ଏବଂ ନିଶ୍ୱାସ ନେବାରେ ଅସୁବିଧା ହେବା।
🫀 ଦ୍ରୁତ ହୃଦସ୍ପନ୍ଦନ: ବିନା କାରଣରେ ହୃଦସ୍ପନ୍ଦନ (Heartbeat) ତୀବ୍ର ବା ଦ୍ରୁତ ହେବା।
👄 ପାଟିରେ ଘା’: ବାରମ୍ବାର ପାଟି କିମ୍ବା ଜିଭରେ ଯନ୍ତ୍ରଣାଦାୟକ ଘା’ (Ulcers) ଦେଖାଯିବା।
👀 ଆଖି ତଳେ କଳା ଦାଗ: ପର୍ଯ୍ୟାପ୍ତ ଶୋଇବା ପରେ ମଧ୍ୟ ଆଖି ତଳେ କଳା ପଡ଼ିଯିବା (Dark Circles)।
🧠 ମନୋଯୋଗରେ ଅସୁବିଧା: କୌଣସି କାମରେ ସହଜରେ ଧ୍ୟାନ କେନ୍ଦ୍ରୀଭୂତ କରି ନପାରିବା କିମ୍ବା ମାନସିକ ଅସ୍ଥିରତା।
🧊 ଅଦ୍ଭୁତ ଜିନିଷ ଖାଇବାକୁ ଇଚ୍ଛା: ବରଫ, କଞ୍ଚା ଚାଉଳ କିମ୍ବା ଚକ୍ ଖାଇବାକୁ ବାରମ୍ବାର ଇଚ୍ଛା ହେବା।
👅 ଜିଭ ଫୁଲିଯିବା: ଜିଭ ଲାଲ୍ ପଡ଼ିଯିବା, ଫୁଲିଯିବା ଏବଂ ସେଥିରେ ପୋଡ଼ାଜଳା ହେବା।
👣 ପାଦ ତଳେ ପୋଡ଼ାଜଳା: ହାତ ଓ ପାଦ ତଳେ ଛୁଞ୍ଚି ଫୁଟିଲା ଭଳି ଅନୁଭବ ହେବା (Tingling Sensation)।
🥱 କ୍ଲାନ୍ତି ଓ ମୁଣ୍ଡ ବୁଲାଇବା: ଶରୀର ସଦାବେଳେ ଦୁର୍ବଳ ଲାଗିବା ଏବଂ ହଠାତ୍ ଠିଆ ହେଲେ ମୁଣ୍ଡ ବୁଲାଇବା।
😡 ମୁଡ୍ ସ୍ୱିଙ୍ଗ୍ସ: ବିନା କାରଣରେ ଚିଡ଼ଚିଡ଼ା ଲାଗିବା କିମ୍ବା ମନୋଭାବରେ ହଠାତ୍ ପରିବର୍ତ୍ତନ ଆସିବା।
🟡 ଚର୍ମ ହଳଦିଆ ପଡ଼ିବା: ରକ୍ତହୀନତା (Anemia) ଯୋଗୁଁ ତ୍ୱଚା ଫିକା ବା ହଳଦିଆ ଦେଖାଯିବା।

Comments (0)
Add Comment