ଅଗଷ୍ଟମାସ ୦୯ତାରିଖ ୨୦୨୫ମସିହା (ଶନିବାର)ଶ୍ରାବଣମାସ- ଶୁକ୍ଳପକ୍ଷ ,ତିଥି- ପୂର୍ଣ୍ଣମା ଦିବା ଘ୦୩/୧୫ ଗତେ ପ୍ରତିପଦ ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୯/୨୦ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/ ୧୬/୧୨ ,ଯୋଗିନୀ ବାୟବ୍ୟେ ଦିବା ଘ୦୧/୩୮ ଗତେ ପୂର୍ବେ ,ସିଂହ ରାଶିର ଘାତଚନ୍ଦ୍ର ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,ପୁର୍ଣିମାର ଏକୋଦିଷ୍ଟ ଓ ପ୍ରତିପଦର ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବା ଘ୦୭/୩୯ ମଧ୍ୟେ ଓ ଦିବା ଘ୦୪/୦୮ଗତେ ଘ୦୫/୩୦ମଧ୍ୟେ ,ବାରବେଳା- ଦିବା ଘ୦୨/ ୨୦ଗତେ ଘ୦୩/୫୫ ମଧ୍ୟେ ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୯/୦୮ଗତେ ଘ ୧୨/୪୦ ମଧ୍ୟେ ଓ ରାତ୍ରି ଘ୦୮/୪୦ ଗତେ ଘ୦୧/୦୫ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି ,ଅଦ୍ୟ ଆମିଷ ଦିବା ଘ୦୧/୩୮ ଗତେ ପାଣିକଖାରୁ ଭକ୍ଷଣ ନିଷେଧ।
ମେଷ-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।
ବୃଷ-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।
ମିଥୁନ-ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
କର୍କଟ-ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସରକାରୀ ସ୍ତରରୁ ହଠାତ୍ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।
ସିଂହ-ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।
କନ୍ୟା-ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
ତୁଳା-ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା-ଆଜି ମନ ଖୁସି ରହିଲେ ମଧ୍ୟ କାର୍ୟ୍ୟବ୍ୟସ୍ତତା ଅନୁଭବ କରିବେ । ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ।କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।
ଧନୁ-ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ ବିବିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।
ମକର-ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ମଉକା ପାଇପାରିବେ।
କୁମ୍ଭ-ଆଜି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାରସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।
ମୀନ-ଆଜି ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ। କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।
ରକ୍ଷାବନ୍ଧନରେ ରାଶିଅନୁସାରେ ଭଉଣୀମାନେ ବାନ୍ଧନ୍ତୁ ରାକ୍ଷୀ, ଚମକିବ ଭାଇର ଭାଗ୍ୟ
ଶ୍ରାବଣପୂର୍ଣ୍ଣିମା ଏକ ଅତ୍ୟନ୍ତପବିତ୍ର ଦିବସ , ଏହା ହଳାୟୁଧ, ଭଗବାନ ଶ୍ରୀବଳଦେବଙ୍କ ଜନ୍ମଦିନ , ଏହି ପୂର୍ଣ୍ଣିମା ଗହ୍ମାପୂର୍ଣ୍ଣିମା,ଝୁଲଣପୂର୍ଣ୍ଣିମା,ରାକ୍ଷୀପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ , ଅନ୍ୟଉତ୍ସବ ମାନଙ୍କସହ ଏହା ଯେଉଁଥିପାଇଁ ସର୍ବଭାରତୀୟ ଉତ୍ସବଭାବେ ପରିଚିତ ତାହାହେଉଛି ଭଉଣୀଭାଈଙ୍କ ମଧ୍ୟରେ ପବିତ୍ର ସମ୍ପର୍କରବନ୍ଧନ, ରାକ୍ଷାବନ୍ଧନ , ଏହି ପବିତ୍ରପର୍ବର ଏକ ବଳିଷ୍ଠସମୃଦ୍ଧ ପରମ୍ପରା ଓ ପୃଷ୍ଠଭୂମି ରହିଛି,ନାସ୍ତି ଗଙ୍ଗା ସମଂ ନାସ୍ତି ସ୍ୱସ୍ତା ସମା ମାନ୍ୟା ଅର୍ଥାତ ଭଉଣୀଠାରୁ ଅଧିକ ସମ୍ମାନନୀୟା ଓ ସ୍ନେହଶୀଳା ଆଉ କେହିନାହିଁ , ରାକ୍ଷାବନ୍ଧନରେ ଭଉଣୀକୁ ରକ୍ଷାକରିବାକୁ ଭାଈ ଶପଥନେଇଥାଏ ।ସମ୍ପର୍କର ପ୍ରତୀକ ରାକ୍ଷୀ ।ଭାଇଭଉଣୀଙ୍କ ସମ୍ପର୍କକୁ ଆହୁରି ଦୃଢକରିଥାଏ ରାକ୍ଷୀ । ଗହ୍ମାପୂର୍ଣ୍ଣିମା ଦିନକୁ ଆଗ୍ରହ ସହ ଅପେକ୍ଷା କରିଥାନ୍ତି ।ରାକ୍ଷୀପାଇଁ ବଜାରକୁଆସିଛି ଭିନ୍ନ ଭିନ୍ନରଙ୍ଗରଡିଜାଇନ୍ ରାକ୍ଷୀ ।ସବୁ ଭଉଣୀମାନେ ଭାଇ ହାତରେ ରାକ୍ଷୀବାନ୍ଧିବେ।ତାଙ୍କ ସୁଭବିଷ୍ୟତପାଇଁ ପ୍ରାର୍ଥନା କରିବାସହ ଭାଇମାନେ ଭଉଣୀକୁ ରକ୍ଷା କରିବାନେଇ ସଂକଳ୍ପନେଇଥାନ୍ତି ।କିନ୍ତୁ ଆପଣ ଜାଣିଛନ୍ତିକି ରାକ୍ଷୀ ରାଶିହିସାବରେ ଭାଇଙ୍କୁ ପିନ୍ଧାଇବା ଦ୍ବାରା ଶୁଭହୋଇଥାଏ ।ଆସନ୍ତୁଜାଣିବା ରାଶିଅନୁସାରେ ଭାଇଙ୍କୁ କେଉଁରାକ୍ଷୀ ପିନ୍ଧାଇବା ଶୁଭ…
ମେଷରାଶି- ଯଦି ଭାଇର ରାଶି ମେଷହୋଇଥାଏ ତେବେ ରାକ୍ଷୀପୂର୍ଣ୍ଣିମା ଦିନ ଲାଲରଙ୍ଗର ରାକ୍ଷୀ ପିନ୍ଧାଇବା ଉଚିତ୍ । କାହିଁକିନା ଏହି ରଙ୍ଗରରାକ୍ଷୀ ବାନ୍ଧିବାଦ୍ବାରା ସେ ସଦାସର୍ବଦା ଶକ୍ତିଶାଳୀ ସହ ଜୀବନରେ ସମୃଦ୍ଧିଲାଭ କରିବେ ।
ବୃଷରାଶି-ତେବେ ବୃଷରାଶିଙ୍କୁ ଧଳାରଙ୍ଗର ରାକ୍ଷୀବାନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ସହିତ ସେମାନଙ୍କୁ କ୍ଷୀରରେପ୍ରସ୍ତୁତ ମିଠା ଖାଇବାକୁଦେଲେ ଶୁଭ ହେବ ।
ମିଥୁନରାଶି-ଯଦି ଭାଇରରାଶି ମିଥୁନ ହୋଇଥାଏ ତେବେତାଙ୍କୁ ସବୁଜରଙ୍ଗର ରାକ୍ଷୀବାନ୍ଧିବା ଉଚିତ୍ । ଏହି ରଙ୍ଗ ବାନ୍ଧିବା ଦ୍ବାରା ତାଙ୍କୁ ସମସ୍ତବିଦପ ସଙ୍କଟରୁ ରକ୍ଷା କରିବ ।
କର୍କଟରାଶି-କର୍କଟରାଶିଙ୍କୁ ଧଳା କିମ୍ବା ହଳଦିଆରଙ୍ଗର ରାକ୍ଷୀବାନ୍ଧିବା ଉଚିତ୍ । ଏହିରଙ୍ଗ ସେମାନଙ୍କ ଜୀବନରେ ସୁଖ-ଶାନ୍ତି ଆଣିଥାଏ ।
ସିଂହରାଶି- ଯଦି ସିଂହରାଶି ହୋଇଥାଏ ତେବେ ତାଙ୍କୁ ଲାଲ୍ କିମ୍ବା ହଳଦିଆରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ ।ଉଭୟରଙ୍ଗ ଥିବା ରାକ୍ଷୀ ଏହି ରାଶିରଲୋକଙ୍କ ପାଇଁ ଶୁଭ ହୋଇଥାଏ ।
କନ୍ୟାରାଶି- କନ୍ୟାରାଶିର ଲୋକଙ୍କ ପାଇଁ କମଳାରଙ୍ଗର ରାକ୍ଷୀ ବାନ୍ଧିଲେ ଶ୍ରେଷ୍ଠବୋଲି ମନେ କରାଯାଏ ।ଏହି ରଙ୍ଗରରାକ୍ଷୀ ବାନ୍ଧିବାଦ୍ବାରା ତାଙ୍କଜୀବନରେ ସାହାସ ଓ ଉତ୍ସାହ ସୃଷ୍ଟି ହୋଇଥାଏ
ତୁଳାରାଶି- ତୁଳାରାଶିର ଲୋକଙ୍କପାଇଁ ଧଳାରଙ୍ଗର ରାକ୍ଷୀବାନ୍ଧିବା ଉଚିତ୍ । ଏହା ସହ ଧଳା ରଙ୍ଗର ମିଠା ଖାଇବାକୁ ଦେଲେ ଶୁଭ୍ ହୋଇଥାଏ ।
ବିଛାରାଶି- ଏହି ବିଛାରାଶିର ଲୋକମାନଙ୍କ ହାତରେ ଲାଲ୍ ରଙ୍ଗ ଓ ଗୋଲାପୀରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ ।
ଧନୁରାଶି-ଧନୁରାଶିର ଭାଇମାନଙ୍କ ହାତରେ ହଳଦିଆ କିମ୍ବା ସୁନେଲିରଙ୍ଗର ରାକ୍ଷୀବାନ୍ଧିବା ସହ ହଳଦିଆରଙ୍ଗର ମିଠା ଖାଇବାକୁଦେଲେ ଶୁଭ ହୋଇଥାଏ ।ଏହାଦ୍ବାରା ଭାଇରଧନ ବୃଦ୍ଧି ହୋଇଥାଏ ।
ମକରରାଶି-ଏହି ରାଶିରଲୋକମାନଙ୍କୁ ନୀଳରାକ୍ଷୀ ବାନ୍ଧିବାଦ୍ବାରା ତାଙ୍କୁ ଲାଭଦାୟକ ହୋଇଥାଏ ।
କୁମ୍ଭରାଶି-ଏହିରାଶିର ଭାଇମାନଙ୍କପାଇଁ ସେମାନଙ୍କ ଭଉଣୀମାନେ ନୀଳରଙ୍ଗର ରାକ୍ଷୀ ବାନ୍ଧନ୍ତୁ । ଏହା ବାନ୍ଧିବାଦ୍ବାରା ସେମାନଙ୍କ ଜୀବନରେ ଶୁଭଫଳ ମିଳିବ ।
ମୀନରାଶି-ଏହିରାଶିର ଭାଇମାନଙ୍କୁ ହଲଦିଆ କିମ୍ବା ସୁନେଲିରଙ୍ଗର ଏକ ସୁନ୍ଦରରାକ୍ଷୀ ବାନ୍ଧିବା ଶୁଭ ବୋଲି କୁହାଯାଏ ।ରାକ୍ଷୀପୂର୍ଣ୍ଣିମାଦିନ ଭଉଣୀମାନେ ଭାଇଙ୍କୁ ହଳଦିଆରଙ୍ଗରମିଠା ଖୁଆନ୍ତୁ ।
ରାକ୍ଷୀପୂର୍ଣ୍ଣିମା:-ଜାଣିରଖନ୍ତୁ କିଛି ସରଳ ନିୟମ :-ରାକ୍ଷୀବାନ୍ଧିବା ପୂର୍ବରୁ-ଏଥିରେ ୩ଟି ଗଣ୍ଠି ପକାନ୍ତୁ।
ଏହା ମୁଖ୍ୟତଃ ବ୍ରହ୍ମା,ବିଷ୍ଣୁ ଓ ମହେଶ୍ୱରଙ୍କୁ ସମର୍ପିତ।ପ୍ରଥମଗଣ୍ଠି ଦୀର୍ଘାୟୁ, ୨ୟଗଣ୍ଠି ସୁଖସମୃଦ୍ଧି ଓ ୩ୟଗଣ୍ଠି (ସର୍ମ୍ପକରେ ମଧୁରତା) ଆଣିଥାଏ।
ରାକ୍ଷୀବାନ୍ଧିବା ସମୟରେ-ଭାଇଙ୍କ ମୁହଁ ପୂର୍ବ କିମ୍ବା ଉତ୍ତରଦିଗକୁ ହେବା ଉଚିତ। ଦକ୍ଷିଣଦିଗକୁ ମୁହଁକରି ରାକ୍ଷୀ ବାନ୍ଧିବା ଉଚିତନୁହେଁ।
ଭାଇଙ୍କମଥାରେ-ତିଳକ, ଚନ୍ଦନ, ଅକ୍ଷତ ଲଗାନ୍ତୁ। ମାତ୍ର ଅକ୍ଷତ (ଅରୁଆଚାଉଳ)ଗୋଟାହେବା ଉଚିତ!!ଜୟଜଗନ୍ନାଥ ,ଜୟସୋମନଥ,ଜୟମାଯୋଗମାୟା !!