ଅଗଷ୍ଟମାସ ୧୪ତାରିଖ୨୦୨୫ ମସିହା(ଗୁରୁବାର)ଭାଦ୍ରବ ମାସ- କୃଷ୍ଣପକ୍ଷ,ତିଥି- ଷଷ୍ଠୀ ରାତ୍ରି ଘ୦୨/୦୮ ଗତେ ସପ୍ତମୀ,ନକ୍ଷତ୍ର-ରେବତୀ ଦିବା ଘ୦୯/୪୨ ଗତେ ଅଶ୍ଵିନୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୦/୪୦,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୧୩/୪୨,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୨/୦୮ ଗତେ ବାୟବ୍ୟେ,ମେଷରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,ଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,
କାଳବେଳା ଓ ବାରବେଳା- ଦିବା ଘ୦୨/୫୪ ଗତେ ଘ୦୬/୦୪ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା-ରାତ୍ରି ଘ୧୨/୧୩ ଗତେ ଘ୦୩/୦୧ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୦୫ ମଧ୍ୟେ ଓ ଘ୧୦/୧୭ ଗତେ ଘ୧୨/୪୨ ମଧ୍ୟେ,ଅଦ୍ୟ ନିମ୍ବ ଭକ୍ଷଣ ନିଷେଧ।
ମେଷ:- ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।
ବୃଷ:- ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।
ମିଥୁନ:- ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।
କର୍କଟ:-ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।
ସିଂହ:-ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।
କନ୍ୟା:-ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ।
ତୁଳା:-ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।
ବିଛା:- ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।
ଧନୁ:-ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।
ମକର:- ଏହି ସମୟ ନିଜ ସାଙ୍ଗସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ୟକରିବା ବୁଦ୍ଧିମାନ ର କାର୍ୟହେବ।
କୁମ୍ଭ:- ଅନ୍ୟଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।
ମୀନ:- ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କଖରାପ ହୋଇଯାଇଛି ।ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।
ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ନିଶ୍ଚିତଭାବରେ ମନ୍ଦିରରହିବା ଆବଶ୍ୟକ ଯାହାଦ୍ୱାରା ବାସ୍ତୁ ସାମାନ୍ୟ ରହିଥାଏ ।ମାତ୍ର ଘରରମନ୍ଦିରରେ ଲୋକେ କିଛି ଏପରିଭୁଲ କରିଥାନ୍ତି ଯାହାଦ୍ୱାରା ମାତାଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ।ତେଣୁ ଆଜି ଘରର ମନ୍ଦିରବିଷୟରେ ଏବଂ କିଛି ଜରୁରୀନିୟମ ବିଷୟରେ ଜାଣିବା… ସର୍ବପ୍ରଥମେ ଜାଣିବା କେଉଁଭଳି ମନ୍ଦିର ଘରେରଖିବା ଉଚିତ ।କାଠନିର୍ମିତ ମନ୍ଦିର ସବୁଠାରୁ ଅଧିକଶୁଭ ହୋଇଥାଏ । ମାତ୍ର ଲୁହାରମନ୍ଦିର ରଖିଲେ ଘରେ ରାହୁକେତୁଦୋଷ ଲାଗିଥାଏ ।ଘରରମନ୍ଦିରକୁ ଐଶାନ୍ୟକୋଣ କିମ୍ବା ଉତ୍ତର ପୂର୍ବକୋଣରେ ସ୍ଥାପିତ କରିବା ଉଚିତ ।ଆପଣ ଚାହିଁଲେ ପଶ୍ଚିମଦିଗରେ ମଧ୍ୟ ସ୍ଥାପିତ କରିପାରିବେ ।ଏହାବ୍ୟତୀତ ମୂର୍ତ୍ତି ରଖିବାସମୟରେ ଏହା ଧ୍ୟାନଦେବେ ଯେପରି ଗୋଟିଏ ମୂର୍ତ୍ତି ନରଖନ୍ତି ।ସର୍ବଦା ଯୋଡ଼ାମୂର୍ତ୍ତି ରଖିବା ଉଚିତ ।ଯେମିତିକି ଶିବପରିବାର , ରାଧାକୃଷ୍ଣ ଏମିତି ଭିନ୍ନଭିନ୍ନ ଦେବଦେବୀଙ୍କ ଯୁଗଳ ମୂର୍ତ୍ତି କିମ୍ବା ଫୋଟରଖିବା ଆବଶ୍ୟକ ।ଏହାଦ୍ବାରା ଭଗବାନଙ୍କକୃପା ସର୍ବଦା ଘରଉପରେ ରହିବ ।ଯେଉଁଘରର ମନ୍ଦିରରେ ଗଣେଶମୂର୍ତ୍ତି ନଥାଏ ସେହିଘର କେବେବି ଉନ୍ନତି କରିପାରେନାହିଁ । କାରଣ ଗଣେଶହେଉଛନ୍ତି ଆଦ୍ୟଦେବତା ଯାହାଙ୍କୁ ସର୍ବପ୍ରଥମେ ଆରାଧନାକରିବା ଉଚିତ ।
ଏହାବ୍ୟତୀତ ହନୁମାନମୂର୍ତ୍ତି ଘରେରଖିଲେ ଖୁବ ଭଲଫଳ ମିଳିଥାଏ ।କାରଣ ହନୁମାନ ସଙ୍କଟରୁ ରକ୍ଷାକରିଥାନ୍ତି , ବୁଦ୍ଧି ଏବଂ ବଳ ଦେଇଥାନ୍ତି । ଘରରମନ୍ଦିରରେ ବ୍ରହ୍ମାବିଷ୍ଣୁ ଏବଂ ମହେଶ୍ୱରଙ୍କର ସଂଯୁକ୍ତଭାବରେ ମୂର୍ତ୍ତିରଖିବା ଆବଶ୍ୟକ ।ଏହାଦ୍ବାରା ସବୁଦେବଦେବୀଙ୍କ କୃପାପ୍ରାପ୍ତ ହୋଇଥାଏ ଏବଂ ଜୀବନରେ ସବୁସମସ୍ୟାରୁ ମୁକ୍ତିମିଳିଥାଏ ।ଘରେ ଦୁଇଟିମନ୍ଦିର ରଖିବା ଆଦୈ। ଉଚିତନୁହେଁ ।ଘରେ ଦେବଦେବୀଙ୍କମୂର୍ତ୍ତି ସର୍ବଦା ଯୋଡ଼ାସଂଖ୍ୟାରେ ରଖିବାଉଚିତ ।ଆଯୁଗ୍ମସଂଖ୍ୟାରେ ରଖିଲେ ଅଶୁଭହୋଇଥାଏ ।ଘରେ ଆଙ୍ଗୁଠି ଆକାରଠାରୁ ବଡ଼ ଶିବଲିଙ୍ଗ ରଖିବା ଉଚିତନୁହେଁ ।
ପୂଜାକରିବାର ଉପଯୁକ୍ତସମୟ-ସକାଳ ୪.୦୦ ରୁ ୬.୪୫ ପର୍ୟ୍ୟନ୍ତ ।କାରଣ ଏହିସମୟରେ ଦିବ୍ୟଶକ୍ତି ସବୁଠି ଉପସ୍ଥିତରହନ୍ତି ।ତେଣୁ ଏହି ସମୟରେ ପୂଜା କରିବାଦ୍ୱାରା ସମସ୍ତ ମନସ୍କାମନାପୂର୍ଣ୍ଣ ହୋଇଥାଏ ।ମାତ୍ର ଯଦି ଆପଣ ଦ୍ୱିପ୍ରହରରେ ପୂଜାକରନ୍ତି ତେବେ ତାହାତାନ୍ତ୍ରିକକୁ ପ୍ରାପ୍ତ ହୋଇଥାଏ ଏବଂ ତାହାର କୌଣସିଫଳ ମିଳିନଥାଏ ।ତେଣୁ ସକାଳୁ ଜଲଦିଉଠି ସ୍ନାନକରି ପୂଜାକରିନେବା ଉଚିତ ।ଏହାଦ୍ବାରା ଜୀବନରେ ସକାରାତ୍ମକଶକ୍ତି ସବୁବେଳେ ଆକ୍ଟିଭ ରହେ ।ପ୍ରତ୍ୟେକ ମନୁଷ୍ୟକୁ ପ୍ରତ୍ୟେକଦିନ ପୂଜାପାଠକରିବା ଉଚିତ ଏବଂ ସପ୍ତାହରେଥରେ ମନ୍ଦିର ଯିବା ଉଚିତ ।ତାସହିତ ଉପାସ ମଧ୍ୟ କରିବାଉଚିତ । ଏହାଦ୍ବାରା ଭଗବାନଙ୍କ କୃପାଦୃଷ୍ଟି ସର୍ବଦା ବଜାୟରହିଥାଏ ।ପ୍ରତ୍ୟେକମହିଳା ଶୁକ୍ରବାର ବ୍ରତ ନିଶ୍ଚୟ ରଖିବାଉଚିତ । କାରଣ ଏହାଦ୍ବାରା ମାତାଲକ୍ଷ୍ମୀ ପ୍ରସନ୍ନହୁଅନ୍ତି ।ଏହାଦ୍ବାରା ଘରେ କେବେବି ଧନରଅଭାବ ହୁଏନାହିଁ । କାରଣ ସ୍ତ୍ରୀମାନେ ମାତାଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି ।
ଭୁଲରେବି କେବେ ମାତାଦୁର୍ଗାଙ୍କର କ୍ରୋଧିତଅବସ୍ଥାର ଫୋଟ କିମ୍ବା ମୂର୍ତ୍ତି ଘରକୁ ଆଣନ୍ତୁନାହିଁ ।ଏହାବ୍ୟତୀତ ମହାକାଳ କିମ୍ବା ମହିଷାସୁର ବଧ ସମୟରଫୋଟ ମଧ୍ୟ ଆଣନ୍ତୁନାହିଁ ।ସର୍ବଦା ଶାନ୍ତଥିବା ଫୋଟଆଣନ୍ତୁ ।ଘରର ପୂଜାଘରେ କୌଣସିମୂର୍ତ୍ତି ଭାଙ୍ଗିଯାଇଥିଲେ ତାହାକୁ ତୁରନ୍ତ ବିସର୍ଜନ କରିଦିଅନ୍ତୁ ।ପୂଜାଘରୁ ବାହାରୁଥିବା ଅନ୍ୟାନ୍ୟ ବର୍ଜଜିନିଷକୁ କେବେବି ଗଙ୍ଗାରେ ବିସର୍ଜିତ କରନ୍ତୁନାହିଁ ।ନଚେତ ମାତାଗଙ୍ଗା କ୍ରୋଧିତ ହେବେ ।ଗଙ୍ଗାରେ କେବଳ ଭସ୍ମ ,ଫୁଲ ଏବଂ ଭଗବାନଙ୍କ ଖଣ୍ଡିତମୂର୍ତ୍ତି ହିଁ ବିସର୍ଜିତ କରିବାଉଚିତ ।ସ୍ୱାମୀସ୍ତ୍ରୀ ରୁମରେ ଭଗବାନଙ୍କଫୋଟ ରଖିବା ଉଚିତନୁହେଁ ।ବାଥରୁମପାଖରେ ମନ୍ଦିରରହିବା ଉଚିତନୁହେଁ ।ନଚେତ ବାସ୍ତୁଦୋଷ ସୃଷ୍ଟିହୋଇଥାଏ ।ଏହାଦ୍ବାରା ପରିବାରରେ କଳହକ୍ଳେଶ ଦେଖା ଦେଇଥାଏ ।
ମଦମାଂସ ଖାଇକେବେବି ମନ୍ଦିରକୁ ପ୍ରବେଶ କରିବା ଉଚିତନୁହେଁ ।ମାସିକ ଧର୍ମସମୟରେ ମହିଳାମାନେ ଯେଉଁଭଳି ବ୍ରତ ପାଳନକରନ୍ତି ସେମିତିବ୍ରତ ପାଳନ କରିପାରିବେ ।ମାତ୍ର ଏହିଦିନ ମନ୍ଦିରକୁ ପ୍ରବେଶ କରନ୍ତୁନାହିଁ କିମ୍ବା ପୂଜାପାଠ କରନ୍ତୁନାହିଁ ।ସ୍ୱାମୀଙ୍କଠାରୁ ଦୂରତ୍ୱ ବଜାୟ ରଖନ୍ତୁ । ଏହି ସମୟରେ ସ୍ୱାମୀସହିତ ସମ୍ପର୍କରଖିବା ଉଚିତନୁହେଁ ।ନଚେତ ଆପଣଙ୍କର ହେବାକୁଥିବା ସନ୍ତାନ କିନ୍ନର କିମ୍ବା ସାଧାରଣପିଲାଙ୍କ ଭଳି ନହୋଇପାରେ ।ପୂଜାଘରକୁ ଜୋତାଚପଲ ପିନ୍ଧି ପ୍ରବେଶକରିବା ଉଚିତନୁହେଁ କିମ୍ବା ଝାଡୁରଖିବା ମଧ୍ୟ ଉଚିତନୁହେଁ ।ଭଗବାନଙ୍କୁ ଖଣ୍ଡିତ ଚାଉଳ ଅର୍ପିତକରିବା ଉଚିତନୁହେଁ କିମ୍ବା ତାହାକୁ ଘରରମନ୍ଦିରରେ ରଖିବା ମଧ୍ୟ ଅଶୁଭଅଟେ ।ନଚେତ ଘୋରପାପ ହୋଇଥାଏ ।ମନ୍ଦିରରେ ସର୍ବଦା ଏକ ତମ୍ବାପାତ୍ରରେ ଜଳଭରି ରଖିବା ଉଚିତ ।ଏହା ଅତ୍ୟନ୍ତ ଶୁଭ ହୋଇଥାଏ
ବିବାହିତ ମହିଳାମାନେ ମାତାଙ୍କ ପୂଜାନକରି ଶୃଙ୍ଗାରକରିବା ଉଚିତନୁହେଁ ।ନଚେତ ଏହାଦ୍ବାରା ଅନେକସମସ୍ୟା ହୋଇଥାଏ ।ଘରର ମନ୍ଦିରରେ ମ୍ୟାଚେସବକ୍ସ ରଖନ୍ତୁନାହିଁ ।ଏହାବ୍ୟତୀତ ଘରରମନ୍ଦିରରେ ଏକାଧିକଶଙ୍ଖ ରଖିବା ଉଚିତନୁହେଁ ।ଭଗବାନଶ୍ରୀକୃଷ୍ଣଙ୍କ ଅନୁଯାୟୀ ଘରର ମନ୍ଦିରରେ ଘିଅ ,ଚନ୍ଦନ ଏବଂ ସୁଗନ୍ଧିତଫୁଲ ନିଶ୍ଚୟ ରଖିବାଉଚିତ ।ମାତାସରସ୍ଵତୀଙ୍କ ମୂର୍ତ୍ତି କିମ୍ବା ଫୋଟ ମଧ୍ୟ ରଖିବାଉଚିତ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!