ଆଜିର ରାଶିଫଳ

ଅଗଷ୍ଟ ମାସ ୧୬ ତାରିଖ ୨୦୨୫ ମସିହା (ଶନିବାର)ଭାଦ୍ରବମାସ- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ରାତ୍ରି ଘ୦୯/୪୮ ଗତେ ନବମୀ,
ନକ୍ଷତ୍ର-ଦ୍ଵିଜା ଦିବା ଘ୦୬/୫୨ ଗତେ କୁର୍ତିକା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୧/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୧/୩୨,ଯୋଗିନୀ ଐଶାନ୍ୟେ ରାତ୍ରି ଘ୦୯/୪୭ ଗତେ ପୂର୍ବେ,ମେଷ ଓ ବିଛା ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,
କାଳବେଳା-ଦିବା ଘ୦୭/୧୦ ମଧ୍ୟେ ଓ ଘ୦୫/୨୫ ଗତେ ଘ୦୬/୦୮ ମଧ୍ୟେ,ବାରବେଳା- ଦିବା ଘ୦୨/୧୯ ଗତେ ଘ୦୩/୫୫ ମଧ୍ୟେ,
ବିଶୁଦ୍ଧ ଅମୃତବେଳା-ଦିବା ଘ୦୯/୩୦ଗତେ ଘ୧୨/୪୩ ମଧ୍ୟେ ଓ ରାତ୍ରି ଘ୦୮/୩୫ ଗତେ ଘ୧୧/୦୦ ମଧ୍ୟେ ଓ ଘ୧୨/୩୫ ଗତେ ଘ୦୨/୧୧ ମଧ୍ୟେ,
ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,
ଅଦ୍ୟ ନଡ଼ିଆ ଭକ୍ଷଣ ନିଷେଧ।
ମେଷ :-ବ୍ୟବସାୟୀ ମାନଙ୍କ ପାଇଁ ଆଜିରଦିନ ଲାଭଦାୟକ ହେବ। ଆର୍ଥିକ ଲାଭମିଳିବ।ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ।ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ।
ବୃଷ :-ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦ ରେ ସଫଳତା ମିଳିବ। ବିଦ୍ୟାର୍ଥି ମାନଙ୍କ ପାଇଁ ଭଲସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ।ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟଖରାପ ହେବାର ଆଶଂକା ଅଛି।
ମିଥୁନ :-ସମସ୍ତ କାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳ ପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।
କର୍କଟ:-କାର୍ଯ୍ୟସଫଳ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ। ଲଘୁ ଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ। ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରି ପାରିବେ।
ସିଂହ :-ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭହେବ। ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତି ହେବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।
କନ୍ୟା:-ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜର କାମ କାଢ଼ି ପାରିବେ। ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।
ତୁଳା:-ଆଜି ଆପଣ ଅନ୍ୟ ବ୍ୟକ୍ତି କିମ୍ବା କୁଟୁମ୍ବଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି।ପରୋପକାର ବଦଳରେ ଉପକାର ମିଳିପାରେ।ଆୟ ଅପେକ୍ଷା ଖର୍ଚ୍ଚରମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗ କରିବ।ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କରନାମ ସ୍ମରଣ ଶାନ୍ତି ଦେବ।
ବିଚ୍ଛା :-ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସର ଆସିବ। ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।
ଧନୁ:-ଆଜି ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ଆଜି ବଲବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।
ମକର :-ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଉଦ୍ରେକ ହେବ। ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।
କୁମ୍ଭ :- ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ। ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।
ମୀନ :-ଆଜିରଦିନ ସୁଖ-ଶାନ୍ତିରେ କଟିବ।ବ୍ୟାପାରିମାନଙ୍କ ଉତ୍ତମ ସମୟ ଅଟେ।ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ। ମିତ୍ର ମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।

ନିୟମିତ ବ୍ୟବହାରହେଉଥିବା ଜୋତାଚପଲକୁ ନେଇ ବାସ୍ତୁଶାସ୍ତ୍ରରେ କଣ ନିୟମ ରହିଛି ଆଜି ଜାଣିବା…
ଆଧୁନିକ ସମାଜରେ ଜୋତାଚପଲ ଲୋକଙ୍କ ଷ୍ଟେଟସର ଏକ ସିମ୍ବଲ ହୋଇଗଲାଣି।ଅନେକଲୋକ ଜୋତାଚପଲ ଆଧାରରେ ବ୍ୟକ୍ତିର ବ୍ୟକ୍ତିତ୍ୱ ଅନୁମାନକରିଥାନ୍ତି।ଘରେ ଜୋତାଚପଲ ରଖିବାର କିଛିନିୟମ ରହିଛି।ଏହିନିୟମ ସବୁକୁ ନଜର ଅନ୍ଦାଜକଲେ ନାନାପ୍ରକାର ଆର୍ଥିକ ସମସ୍ୟା ଦେଖାଦେଇଥାଏ।ବାସ୍ତୁଶାସ୍ତ୍ର ଅନୁସାରେ ଜୋତାଚପଲ ଦ୍ୱାରା ମଧ୍ୟ ଭାଗ୍ୟପ୍ରଭାବିତ ହୋଇ ଥାଏ।ନିୟମିତ ବ୍ୟବହାରହେଉଥିବା ଜୋତାଚପଲକୁ ନେଇ ବାସ୍ତୁ ଶାସ୍ତ୍ରରେ କିଛି ନିୟମରହିଛି…
ଜୋତାଚପଲ ନଷ୍ଟ ହୋଇଗଲେ ଆମେ ନୂଆ କିଣିଥାଉ।କିନ୍ତୁ ବାସ୍ତୁଅନୁସାରେ ଜୋତାଚପଲ ମଧ୍ୟ ଅମାବାସ୍ୟା,ମଙ୍ଗଳବାର,ଶନିବାର ଓ ଗ୍ରହଣ ଲାଗିଥିବାଦିନ ଲୋକେ ଜୋତାଚପଲ କିଣିଥାନ୍ତି। ଏହା ବ୍ୟକ୍ତିକୁ କ୍ଷତି ପହଞ୍ଚାଇପାରେ। ସେଥିପାଇଁ ଏହିସବୁ ଦିନ ଜୋତାଚପଲ କିଣିବା ଉଚିତନୁହେଁ।ଭଣ୍ଡାରଗୃହକୁ ଜୋତାଚପଲ ମନା –
ବାସ୍ତୁଶାସ୍ତ୍ର ଅନୁସାରେ ଘରର ଭଣ୍ଡାରଗୃହକୁ ଜୋତାଚପଲ ପିନ୍ଧି ଯିବା ଉଚିତନୁହେଁ। ଘରର ଯେଉଁ ସ୍ଥାନରେ ଶସ୍ୟ ଓ ଖାଦ୍ୟପେୟ ସାମଗ୍ରୀ ରଖାଯାଏ ସେହି ସ୍ଥାନକୁ ଜୋତାପିନ୍ଧି ଯିବା ଅର୍ଥାତ ଖାଦ୍ୟ ପେୟର ଅପମାନ କରିବା। ଏହାଦ୍ୱାରା ମାଅନ୍ନପୂର୍ଣ୍ଣା ରାଗି ଯାଇଥାନ୍ତି।
ରୋଷେଇଘର –ଘରର ରୋଷେଇ ଘରେ ମାଅନ୍ନପୂର୍ଣ୍ଣା ବାସ କରନ୍ତି। ଏଠାରେ ଅଗ୍ନିଦେବ ମଧ୍ୟ ବାସ କରନ୍ତି।ଲୋକେ ରୋଷେଇଘରକୁ ମଧ୍ୟ ଜୋତାଚପଲ ପିନ୍ଧି ଚାଲି ଯାଆନ୍ତି।ରୋଷେଇ ଘରକୁ ପବିତ୍ର ସ୍ଥାନ ବୋଲି କୁହାଯାଏ। ସେଥିପାଇଁ ଏଠାକୁ ଜୋତାଚପଲ ପିନ୍ଧି ଯିବା ଅନୁଚିତ।
ଦାନ –ପୁରୁଣା ଜୋତାଚପଲ ଫୋପାଡିବା ପରିବର୍ତ୍ତେ କାହାକୁ ଦାନକରିବା ଭଲ। କିନ୍ତୁ ଦାନ ମଧ୍ୟ ଦିନଦେଖି କରିବା ଉଚତ। କିଛି ନ ବୁଝି ନବିଚାରି ଏହାକୁ ଦାନ କରନ୍ତୁ ନାହିଁ। ଏହାଦ୍ୱାରା ଖରାପ ପ୍ରଭାବ ପଡିଥାଏ।ଶନିବାରଦିନ ଜୋତା ଚପଲ ଦାନକରିବା ଶୁଭ ବୋଲି କୁହାଯାଏ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

Comments (0)
Add Comment