ଅଗଷ୍ଟମାସ ୨୪ତାରିଖ ୨୦୨୫ମସିହା (ରବିବାର)ଭାଦ୍ରବଶୁକ୍ଳ- କୃଷ୍ଣପକ୍ଷ,ତିଥି- ପ୍ରତିପଦ ଦିବା ଘ୧୧/୪୭ ଗତେ ଦ୍ଵିତୀୟା,ନକ୍ଷତ୍ର- ପୂର୍ବା ଫା ରାତ୍ରି ଘ୦୨/୪୦ଗତେ ଉତ୍ତରା ଫା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୨/୨୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/ ୦୨,ଯୋଗିନୀ ପୁର୍ବେ ଦିବା ଘ୧୧/୪୭ ଗତେ ଉତ୍ତରେ,ମେଷରାଶିର ଘାତବାର,ପ୍ରତିପଦ ଏକୋଦିଷ୍ଟ ଓ ଦ୍ଵିତୀୟାର ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୧୦/୧୬ ଗତେ ଘ୦୧/୨୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୨୦ଗତେ ଘ୦୯/୩୨ ମଧ୍ୟେ ଓ ରାତ୍ରି ଘ୦୭/୪୦ ଗତେ ଘ୦୯/୧୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ଦିବା ଘ୦୬/୧୯ ମଧ୍ୟେ ଓ ରାତ୍ରି ଘ୦୬/୫୦ ଗତେ ଘ୦୭/୩୯ ମଧ୍ୟେ,ଅଦ୍ୟ ପାଣିକଖାରୁ ଦିବା ଘ୧୧/୪୭ ଗତେ ବୋଇତି କଖାରୁ ଭକ୍ଷଣ ନିଷେଧ।
ମେଷ-ଆଜି ଶୁଭଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ।ବେୟ ଅଧିକ ହେଲେମଧ୍ୟ କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି।
ବୃଷ-ରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ।ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।କିନ୍ତୁ ମନୋରଞ୍ଜନ ପ୍ରୀତିପ୍ରଦ ହେବନାହିଁ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା,ଏଜେନ୍ସିରେ ସମସ୍ୟା ଦୂର ହେବ।
ମିଥୁନ-ଆଜି ଅଧିକ ବ୍ୟୟହେବ । ଯାହା ଖୋଜୁଥିବେ ତାହା ପାଇବେ ନାହିଁ, ବରଂ ଖର୍ଚ୍ଚାନ୍ତ ହେବେ। ଆନୁଷ୍ଠାନିକକାମରେ, ବ୍ୟବସାୟିକ ସ୍ଥିତିରେ, ସଭାସମିତିରେ ସୁବିଧା ଓ ସୁଯୋଗ ଲାଭକରିବେ।ସାଧାରଣ କଥାରେ ଯୁକ୍ତିତର୍କ କରି କଳହକୁ ନିମନ୍ତ୍ରଣ କରିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।
କର୍କଟ-ଆଜି ପାପଗ୍ରହମଧ୍ୟସ୍ଥ ରାଶ୍ୟାଧିପ ହେତୁ ସାମାନ୍ୟ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ସୁଯୋଗ ହରାଇବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ। ବହୁତ ଦିନରୁ ରହି ଆସିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କେତେକ ଘରୋଇ କାରଣକୁ ନେଇ ଅଶାନ୍ତ ରହିବେ।
ସି˚ହ-ଆଜି କୌଣସି ସ୍ଥାନକୁ ଯିବା ସମୟରେ ନିଜ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ଗୁରୁକ୍ଷେତ୍ରସ୍ଥ ମଙ୍ଗଳଙ୍କ ଯୋଗୁ ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବ। ଚାକିରିକ୍ଷେତ୍ରରେ ବହୁତ ଦିନରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ଅଫିସରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
କନ୍ୟା-ଆଜି କର୍ମକ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସ କରି ଠକାମିରେ ପଡ଼ିବେ। ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସରହିବ। ଷ୍ଟେସନାରିଜିନିଷ,ଧାତୁ ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।ଯାତ୍ରା ଓ ପରିବହନ ପାଇଁ ଦିନଟି ଭଲ।
ତୁଳା-ଆଜି ଖରାପ ଗ୍ରହଙ୍କ ପ୍ରଭାବରେ ଘରେ ସାଧାରଣ କଥାରେ ଝଗଡ଼ା ହେବାର ସମ୍ଭାବନା ରହିଛି। ଯାନବାହନରେ ସତର୍କ ରହିବା ଭଲ ହେବ। କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ। ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ।
ବିଛା-ଆଜି ଅଯଥାଗୁଡ଼ାଏ ଚିନ୍ତା ମନକୁ ନଆଣି ନିଜ କାମରେ ମନଦେବା ଭଲହେବ। ଜ୍ୟେଷ୍ଠା ନକ୍ଷତ୍ର ଅନ୍ୟମାନଙ୍କ ବିଷୟ ଚିନ୍ତାକରି ନିଜପ୍ରତି ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରିଥିବା ଅନୁଯାୟୀ ବନ୍ଧୁଙ୍କଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାରେ ସମର୍ଥ ହେବେ।
ଧନୁ-ଆଜି ପାପଯୁକ୍ତ ଗୁରୁ ଜନିତ ସ୍ବାସ୍ଥ୍ୟ ସମସ୍ୟା ଲାଗିରହୁଥିବାରୁ କୌଣସି କାମ ଉତ୍ସାହଜନକ ହୋଇ ନ ପାରେ। ସମସ୍ୟାର ସରଳ ସମାଧାନ ହୋଇ ଉନ୍ନତି ପରିଲକ୍ଷିତ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇବେ। ଗୃହ, ଜମିଜମା, ପ୍ଲଟ କାରବାର, ଏଜେନ୍ସିପ୍ ସମ୍ପର୍କୀୟ ଚିନ୍ତା କରିପାରନ୍ତି।
ମକର-ଆଜି ସ୍ବନକ୍ଷତ୍ରସ୍ଥ ଉଚ୍ଚାଂଶରେ ଓ ପାପଗ୍ରହ ମଧ୍ୟସ୍ଥ ହେତୁ ଅସ୍ଥିରତା ଲାଗିରହିବ।ବୈବାହିକ ସମ୍ବନ୍ଧ ନେଇ ନୂତନବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସମ୍ଭାବନା ରହିଛି। ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ ବଢ଼ିବ।ଅଧ୍ୟୟନ ଓ ଅଧ୍ୟାପନାରୁ ଉପକୃତ ହେବେ।ପ୍ରିୟ ବନ୍ଧୁମାନଙ୍କ ଠାରୁ ଆଦର ଅଭ୍ୟର୍ଥନା ମିଳିବ।
କୁମ୍ଭ-ଆଜି ପୂର୍ବପରି ସବୁ କିଛି ଠିକ୍ ଥିଲେ ମଧ୍ୟ ମନରେ ସରସତା ରହିବ ନାହିଁ। ଆର୍ଥିକ ଅନଟନ, କାର୍ଯ୍ୟହାନି, ବିଭିନ୍ନ ପ୍ରକାର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ।ଯାହା କହିବାପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। କାର୍ଯ୍ୟସିଦ୍ଧି ମନରେ ପ୍ରଫୁଲ୍ଲତା ଆଣିପାରେ।
ମୀନ-ଆଜି ଭାଗ୍ୟସ୍ଥାନ ପ୍ରତି ଶୁଭ ଗ୍ରହଙ୍କ ଦୃଷ୍ଟି ଯୋଗୁ ସମସ୍ତ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ନୂତନଯୋଜନା କରିବାରେ ମନ ଦେବେ।ନିକଟ ସମ୍ପର୍କୀୟମାନେ କ୍ରମଶଃ ନିକଟତର ହୋଇପାରନ୍ତି। ବାଦବିବାଦରେ ଆପୋସ ସମାଧାନ ଘଟିବ।ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁନାହିଁ।
ମହିଳାଙ୍କ ଶରୀରରେ କଳାଜାଇ ଚିହ୍ନର ଅର୍ଥ…
ପୁରୁଣା ସମୟରୁ ଏକ ବିଶ୍ୱାସ ରହିଛିଯେ,ମହିଳାଙ୍କ ଶରୀରରେ ଥିବାକଳାଜାଇ (ତିଳ)ତାଙ୍କ ସ୍ବଭାବ, ଭାଗ୍ୟ ଓ ଜୀବନସହିତ ଜଡିତ ରହିଥାଏ ।
🔹ପିଠିରେଥିବା କଳାଜାଇ- କ୍ରୋଧଶୀଳ ସ୍ବଭାବର ଚିହ୍ନ।
🔹ହାତରେ–ଘରୋଇ କାମରେ ପାରଦର୍ଶୀ।
🔹ଛାତିରେ- ଉର୍ବରତା ଓ ସମୃଦ୍ଧିର ସଙ୍କେତ।
🔹ପାଦରେ- ଲକ୍ଷ୍ମୀଙ୍କ କୃପାପ୍ରାପ୍ତ।
🔹ଓଠତଳେ-ଧନରେ ସତର୍କତା।
🔹କାନରେ-ଭଦ୍ର, ସୁଶୀଳ ଓ ଆଜ୍ଞାକାରୀ।
🔹ଗାଲରେ-ଖୁସି ଓ ସମୃଦ୍ଧିର ପ୍ରତୀକ।
🔹କମରରେ-ଉତ୍ତମ ସ୍ବଭାବ।
🔹ମୁଣ୍ଡରେ-ଭାଗ୍ୟଶାଳୀ।
🔹ହାତରେ(ଅନ୍ୟସ୍ଥାନରେ)-ଧନ ପ୍ରତି ଆସକ୍ତି।
🔹ନାକରେ-ସୁଭାଗ୍ୟର ସୂଚନା।
ଏହି ସମସ୍ତ କଥାଗୁଡିକ ପୁରାତନ ଧାରଣା ଉପରେ ଆଧାରିତ, ବିଜ୍ଞାନ ସମ୍ବନ୍ଧୀୟ ପ୍ରମାଣ ସବୁବେଳେ ନଥାଏ ।ତଥାପି, ଏହାକୁ ଲୋକମାନେ ଜୀବନର ଶୁଭ-ଅଶୁଭ ସହିତ ସମ୍ବନ୍ଧକରି ବିଶ୍ୱାସକରନ୍ତି!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟ ମାଯୋଗମାୟା!!