ଆଜିର ରାଶିଫଳ

ଶାସ୍ତ୍ରରେ ଗୃହସ୍ଥ ପାଇଁ ପାଞ୍ଚଟିଋଣ କଥା କୁହାଯାଇଛି....

ଅଗଷ୍ଟମାସ ୨୫ତାରିଖ ୨୦୨୫ମସିହା (ସୋମବାର)ଭାଦ୍ରବଶୁକ୍ଳ- କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା ଦିବା ଘ୧୨/୨୫ ଗତେ ତୃତୀୟା,ନକ୍ଷତ୍ର- ଉତ୍ତରା ଫା ରାତ୍ରି ଘ୦୪/୧୭ ଗତେ ହସ୍ତା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୩/୪୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/ ୨୨,ଯୋଗିନୀ ଉତ୍ତରେ ଦିବା ଘ୧୨/୨୫ ଗତେ ଅଗ୍ନି କୋଣେ,ବୃଷ ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ଦ୍ଵିତୀୟା ଏକୋଦିଷ୍ଟ ଓ ତୃତୀୟାର ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୭/୦୮ ଗତେ ଘ୦୮/୪୪ ମଧ୍ୟେ,ବାରବେଳା- ଦିବା ଘ୦୨/୫୦ ଗତେ ଘ୦୪/୨୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୭ ମଧ୍ୟେ ଓ ଘ୧୦/୨୦ଗତେ ଘ୧୨/୪୫ ମଧ୍ୟେ ଓ ରାତ୍ରି ଘ୦୬/୫୦ ଗତେ ଘ୦୯/୧୬ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୨୬ଗତେ ଘ୦୪/୪୬ ମଧ୍ୟେ,ଅଦ୍ୟ ବୋଇତିକଖାରୁ ଦିବା ଘ୧୨/୨୫ ଗତେ ପୋଟଳ ଭକ୍ଷଣ ନିଷେଧ।
ମେଷ:- ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ।
ବୃଷ:- ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।
ମିଥୁନ:-ସମସ୍ତ କାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳ ପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।
କର୍କଟ:-କାର୍ଯ୍ୟସଫଳ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ। ଲଘୁ ଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ। ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରି ପାରିବେ।
ସିଂହ :-ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭ ହେବ। ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତି ହେବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।
କନ୍ୟା :-ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜର କାମ କାଢ଼ି ପାରିବେ। ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।
ତୁଳା :-ଆଜି ଆପଣ ଅନ୍ୟ ବ୍ୟକ୍ତି କିମ୍ବା କୁଟୁମ୍ବଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି। ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗ କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଦେବ।
ବିଚ୍ଛା :-ଆଜି ଆପଣଙ୍କ ଗୃହସ୍ଥ ଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସର ଆସିବ। ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।
ଧନୁ:-ଆଜି ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ଆଜି ବଲବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।
ମକର :-ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଉଦ୍ରେକ ହେବ। ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।
କୁମ୍ଭ :-ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ। ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ
ମୀନ :-ଆଜିର ଦିନ ସୁଖ-ଶାନ୍ତିରେ କଟିବ।ବ୍ୟାପାରିମାନଙ୍କ ଉତ୍ତମ ସମୟ ଅଟେ।ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟଜୀବନରେ ନିକଟତା ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।

ଶାସ୍ତ୍ରରେ ଗୃହସ୍ଥ ପାଇଁ ପାଞ୍ଚଟିଋଣ କଥା କୁହାଯାଇଛି….ପିତୃଋଣ ,ଦେବଋଣ ,ଋଷିଋଣ ,ଭୂତଋଣ ,ମନୁଷ୍ୟଋଣ।ଏହି ଋଣଗୁଡ଼ିକ କିପରି ପରିଶୋଧ କରିବେ ?ପିତୃଋଣ-ବାପା,ମାଆ, ଜେଜେ ବାପା,ଜେଜେମା,ଅଜାଆଈ ପ୍ରଭୃତିଙ୍କ ମୃତ୍ୟୁପରେ ଯେଉଁ କାର୍ୟ୍ୟ କରାଯାଏ, ସେସବୁ ପ୍ରେତକାର୍ୟ୍ୟ । ପରମ୍ପରାକ୍ରମେ ଶ୍ରାଦ୍ଧ-ତର୍ପଣ କରିବା,ପିଣ୍ଡଜଳ ଦେବା ଆଦି ପିତୃକାର୍ୟ୍ୟ।ମୃତ୍ୟୁପରେ ଜୀବ ଦେବତା, ମନୁଷ୍ୟ,ପଶୁ-ପକ୍ଷୀ, ଭୂତ-ପ୍ରେତ,ବୃକ୍ଷ-ଲତା ଆଦି ଯେଉଁ ଦେହପାଏ,ତାହାର ନାମ ପିତୃ।
ମାତା-ପିତାଙ୍କ ରଜବୀର୍ୟ୍ୟରୁ ଶରୀର ତିଆରି ହୁଏ। ମାତୃ-ଦୁଗ୍ଧ ଓ ପିତାଙ୍କ ଅର୍ଜିତ ଅନ୍ନରୁ ଦେହର ପାଳନପୋଷଣ ହୁଏ। ପିତାଙ୍କ ଧନରୁ ଶିକ୍ଷା ଓ ଯୋଗ୍ୟତା ଲାଭ ହୁଏ।ମାତା-ପିତାଙ୍କ ଉଦ୍ୟମରୁ ବିବାହ ହୁଏ ଓ ଏହିରୂପେ ପୁତ୍ର ଉପରେ ମାତା-ପିତାଙ୍କଋଣ ରହେ। ତାଙ୍କର ଜୀବନକାଳରେ ଉପଯୁକ୍ତ ସେବା ଶୁଶ୍ରୁଷା କରିବା ପୁଅଝିଅର ମୁଖ୍ୟ କର୍ତ୍ତବ୍ୟ। ବଂଶପରମ୍ପରା କ୍ରମେ ରହି ଆସୁଥିବା ଏହି ପିତୃଋଣରୁ ମୁକ୍ତ ହେବା ନିମନ୍ତେ ଓ ସେମାନଙ୍କର ସଦଗତି ନିମନ୍ତେ ପିତୃପୁରୁଷଙ୍କ ନାମରେ ଶ୍ରଦ୍ଧତର୍ପଣ କରିବା ବା ପିଣ୍ଡଜଳ ଦେବା ଆବଶ୍ୟକ।
ପୁତ୍ର ମାତା-ପିତାଙ୍କ ନାମରେ ଆଜୀବନ ପିଣ୍ଡଦାନ କରେ। ପରବର୍ତ୍ତୀ ସମୟରେ ସନ୍ତାନ ଜାତ କରି ଏହି ପିଣ୍ଡଦାନ କ୍ରିୟା ଅବ୍ୟାହତ ନ ରଖିଲେ ସେ ପିତୃଋଣରୁ ମୁକ୍ତ ହୁଏନାହିଁ ଓ ସନ୍ତାନ ଜାତ ହେବା ପରେ ପିତୃରଣ ସନ୍ତାନ ଉପରକୁ ଆସିଯାଏ ଓ ପିତୃପୁରୁଷମାନେ ପିଣ୍ଡପାଣିପାଇଁ ଆଶା ରଖିଥାନ୍ତି । ପୁତ୍ରର ସନ୍ତାନ ନହେଲେ ପିଣ୍ଡ ନ ମିଳିବା ଆଶଙ୍କାରେ ସେମାନେ ଦୁଃଖୀ ହୁଅନ୍ତି ଓ ପିଣ୍ଡପାଇଲେ ପିତୃପୁରୁଷ ତୃପ୍ତହୁଅନ୍ତି ।ତେଣୁ ସନ୍ତାନ ଲାଭକରି ପରମ୍ପରା ରକ୍ଷା କରିବା ଉଚିତ।
ତେବେ ପିତୃପୁରୁଷଙ୍କ ନାମରେ ଦିଆଯାଉଥିବା ପଦାର୍ଥ ସେମାନଙ୍କୁ ମିଳେ କି ?ହଁ, ମିଳେ.. ମୃତ୍ୟୁପରେ ସେମାନେ ଯେକୌଣସି ଦେହଲାଭ କଲେସୁଦ୍ଧା, ଦିଆଯାଉଥିବା ପିଣ୍ଡ ସେମାନଙ୍କୁ ଆବଶ୍ୟକ ହେଉଥିବା ଖାଦ୍ୟପଦାର୍ଥ ରୂପରେ ପ୍ରାପ୍ତ ହୁଏ । କେହି ପଶୁଦେହ ପାଇଥିଲେ ପିଣ୍ଡ ଘାସ ହୋଇଯାଏ ।କେହି ଦେବ ଦେହକୁଗଲେ ପିଣ୍ଡ ଅମୃତ ହୋଇଯାଏ ।କେହି ଆମଦେଶରୁ ମନିଅର୍ଡର ଯୋଗେ ଟଙ୍କା ଆମେରିକାକୁ ପଠାଇଲେ, ତାହା ଯେପରି ଡଲାର (DOLLAR ) ହୋଇ ନିର୍ଦ୍ଦିଷ୍ଟ ଲୋକକୁ ମିଳେ, ପିତୃପୁରୁଷଙ୍କ ନାମରେ ଦିଆଯାଇ ଥିବା ପିଣ୍ଡଜଳ ଓ ଅନ୍ୟାନ୍ୟ ଦ୍ରବ୍ୟଦାନକୁ ସେହିଭଳି ବୁଝିବାକୁ ହେବ, ଆଜି ଆମ୍ଭମାନଙ୍କୁ ଯେଉଁ ଅନ୍ନ-ବସ୍ତ୍ର ଆଦି ମିଳୁଅଛି, ତାହା ଆମର ପୂର୍ବକୃତ ପୁଣ୍ୟରଫଳ ହୋଇପାରେ ଅଥବା ଆମ ପୂର୍ବଜନ୍ମର ପୁତ୍ରପୌତ୍ରାଦିଙ୍କ ଶ୍ରାଦ୍ଧ-ତର୍ପଣରଫଳ ମଧ୍ୟ ହୋଇପାରେ। ଯାହାହେଲେ ବି ଏହା ଆମର ପ୍ରାରବ୍ଧ।ମନେକର କୌଣସି ବ୍ୟକ୍ତି ବ୍ୟାଙ୍କରେ ଲକ୍ଷେ ଟଙ୍କା ଜମା ରଖିଛନ୍ତି,କିଛି ନିଜନାମରେ, କିଛି ପତ୍ନୀଙ୍କ ନାମରେ ଓ କିଛି ପୁତ୍ର ନାମରେ ।କେବଳ ନିଜନାମରେ ଜମା ରଖିଥିବାଟଙ୍କା ହିଁ ସେ ଉଠାଇ ପାରିବେ, ପୁତ୍ର ବା ସ୍ତ୍ରୀରଟଙ୍କା ନୁହେଁ।ସେହିପରି ପିତୃପୁରୁଷଙ୍କ ନାମରେ ଦିଆଯାଉଥିବା ପିଣ୍ଡ ସେମାନଙ୍କୁ ହିଁ ମିଳେ, ଆମକୁ ନୁହେଁ । ଅବଶ୍ୟ, ଜୀବିତଥିବା ସମୟରେ ଗୟାକୁଯାଇ ନିଜ ନାମରେ ପିଣ୍ଡ ଦେଲେ ମୃତ୍ୟୁପରେ ତାହା ନିଜକୁ ମିଳିଥାଏ ।ଗୟାରେ ପଶୁ-ପକ୍ଷୀଙ୍କ ନାମରେ ଦିଆଯାଉଥିବା ପିଣ୍ଡ ମଧ୍ୟ ସେମାନଙ୍କୁ ମିଳେ।

ଜଣେବ୍ୟକ୍ତି ତାଙ୍କ ଗାଈକୁ ବହୁତ ସ୍ନେହ କରୁଥିଲେ। ଗାଈ ମରିଯିବା ପରେ ସେହିବ୍ୟକ୍ତିଙ୍କୁ ସ୍ଵପ୍ନରେ ଗାଈ ଦୁଃଖୀ ଥିବା ପରି ଦେଖାଗଲା। ଗୟା ଯାଇ ସେଗାଈ ନାମରେ ପିଣ୍ଡ ଦେଲେ। ଏହାଫଳରେ ସେ ସ୍ଵପ୍ନାବସ୍ଥାରେ ଗାଈ ଅତି ପ୍ରସନ୍ନ ଥିବାର ଦେଖିଲେ । ଆମ ପାଖରେ ଥିବା ଧନ ମଧ୍ୟରୁ କିଛି ଆମର ନିଜଅର୍ଜିତ ଏବଂ ଆଉ କିଛି ଆମ ପୂର୍ବପୁରୁଷଙ୍କ ଅର୍ଜିତ। ସ୍ବ- ଅର୍ଜିତ ଧନଉପରେ ଆମର ଅଧିକାର ଅଛି, ପୂର୍ବପୁରୁଷଙ୍କ ଧନ ଉପରେ ଆମର ସେତେ ଅଧିକାର ନାହିଁ ।ବଂଶପରମ୍ପରା କ୍ରମରେ ପୂର୍ବପୁରୁଷଙ୍କ ଧନ ଉପରେ ଆମ ପୁତ୍ରପୌତ୍ରଙ୍କ ଅଧିକାର ରହିଛି। ଏଣୁ ସେମାନଙ୍କଦ୍ବାରା ପ୍ରଦତ୍ତ ପିଣ୍ଡ ପିତୃପୁରୁଷଙ୍କୁ ମିଳେ।
ମୃତ୍ୟୁପରେ ସମସ୍ତେ ଯେ ପିତୃଲୋକକୁ ଯାଆନ୍ତି, ଏପରି କୌଣସି ନିୟମନାହିଁ। ନିଜନିଜ କର୍ମ ଅନୁସାରେ ଗତି ଓ ଫଳ ମିଳେ।
ଯଦି କାହାର ମାତା-ପିତା ମୁକ୍ତ ହୋଇ ପରମଧାମକୁ ଚାଲିଯାଇ ଥାନ୍ତି, ତାହାହେଲେ ତାଙ୍କ ନାମରେ ଦିଆଯାଉଥିବା ପିଣ୍ଡ କଣ ହେବ ?ମାତା-ପିତା ମୁକ୍ତ ହୋଇ ପରମଧାମକୁ ଯିବାବିଷୟ ପୁତ୍ରକୁ ଗୋଚର ହୁଏନାହିଁ।ପରନ୍ତୁ ପୁତ୍ର ଆଦରପୂର୍ବକ ସେମାନଙ୍କ ନାମରେ ଯେଉଁ ପିଣ୍ଡଦାନକରେ ବା ଦାନପୁଣ୍ୟ କରେ, ସେସବୁ ତାନିଜ ନାମରେ ଜମା ହୋଇରହେ ଓ ମୃତ୍ୟୁପରେ ତାକୁମିଳେ। ଧରାଯାଉ ଆମେ ଆମର ବନ୍ଧୁଙ୍କ ନିକଟକୁ ବମ୍ବେ ଠିକଣାରେ ଟଙ୍କାପଠାଇଲୁ। ସେ ସେଠାରେ ନଥିଲେ ଟଙ୍କା ଆମ ପାଖକୁ ନିଶ୍ଚୟ ଫେରି ଆସିବ ।ଦେବଋଣ :- ବର୍ଷା, ଉତ୍ତାପ ଓ ବାୟୁ ଯୋଗୁଁ ଆମେ ବଞ୍ଚିଛୁ।ପୃଥିଠବୀ ଆମମାନଙ୍କୁ ଧାରଣ କରିଛି। ଦିନରେ ସୂର୍ୟ୍ୟ ଓ ରାତ୍ରିରେ ଚନ୍ଦ୍ର ଆଲୋକ ଦେଉଛନ୍ତି। ସମସ୍ତଙ୍କ ଉପରେ ଆମର ଜୀବନ ନିର୍ଭର କରୁଛି। ଏସବୁ ଆମର ଦେବଋଣ। ହୋମ-ଯଜ୍ଞ ଆଦିଦ୍ବାରା ଏହି ଦେବତାମାନେ ତୁଷ୍ଟ ହୁଅନ୍ତି ଓ ଆମେ ଦେବଋଣରୁ ମୁକ୍ତ ହେଉ। ଗୋଟିଏକଥା ଜାଣନ୍ତୁଯେ ବର୍ତ୍ତମାନ ଯେତେ ବନସ୍ପତି ( କ୍ଷୀରବିନା ତିଆରିଘିଅ) ତିଆରି ନକଲି ଘିଅ ମିଳୁଛି, ସେ ସବୁଠାରୁ ସର୍ବୋକୃଷ୍ଟ ହେଉଛି ଦେଶୀଗାଈର କ୍ଷୀରରୁ ତିଆରି ଘିଅ ଗୁଆଘିଅ। ଏହାଦ୍ବାରା ହୋମଯଜ୍ଞ କଲେ ବାୟୁମଣ୍ଡଳ ଶୁଦ୍ଧହେବା ସହିତ ଓଜନ ସ୍ତରରେ ହୋଇଥିବା କଣା ବା ରନ୍ଧ୍ର ବନ୍ଦହେବା ସହିତ ଦେବତାମାନେ ବି ସନ୍ତୁଷ୍ଟ ହୁଅନ୍ତି। ଫଳସ୍ଵରୁପ ବର୍ଷା ସଠିକ ଭାବେହୁଏ ।ଦେଶୀଗାଈର କ୍ଷୀର ସାତ୍ତ୍ୱିକ,ଜର୍ସିଗାଈର କ୍ଷୀର ରାଜସିକ ଓ ମଇଁଷିକ୍ଷୀର ତାମସିକ ଅଟେ।ସତ୍ମାଗର୍ଗରେ ଧନଅର୍ଜନ କରି ଯଜ୍ଞକଲେ ସୁଫଳ ମିଳିଥାଏ ଅସତ୍ ମାର୍ଗରୁ ନୁହେଁ ।
ଋଷିଋଣ :- ଋଷି, ମୁନି, ସନ୍ଥ ମହାତ୍ମାମାନେ ଯେଉଁ ସଦ୍‌ଗ୍ରନ୍ଥ ଲେଖିଯାଇଛନ୍ତି, ସେଥିରୁ ଆମ୍ଭମାନଙ୍କୁ କର୍ତ୍ତବ୍ୟ ଅକର୍ତ୍ତବ୍ୟର ଜ୍ଞାନମିଳେ, ସତ୍‌ଶିକ୍ଷା ପ୍ରାପ୍ତ ହୁଏ । ସେସବୁ ଆମ ଉପରେ ଋଣ । ସେମାନଙ୍କ ଗ୍ରନ୍ଥ ସ୍ବାଧ୍ୟାୟ (ଶାସ୍ତ୍ର ଅଧ୍ୟୟନ) କରିବା, ସଂଧ୍ୟା ଗାୟତ୍ରୀ ଆଦି ଅନୁଷ୍ଠାନ କରିବାଦ୍ବାରା ଋଷିଋଣ ପରିଶୋଧ କରାଯାଏ।
ଭୂତରଣ:-ଗାଈ, ଛେଳି, ଘୋଡ଼ା ଆଦି ପ୍ରାଣୀ ଆମର ଜୀବନ ନିର୍ବାହରେ ସହାୟକ ଅଟନ୍ତି । ସେହିପରି ବୃକ୍ଷଲତା ପ୍ରଭୃତି ଆମକୁ ପତ୍ର,ଫୁଲ,ଫଳ,କାଠ ଆଦି ଯୋଗାଇ ଦିଅନ୍ତି ।ଆମ ଉପରେ ଏସବୁ ଋଣ ରହିଛି। ପଶୁ-ପକ୍ଷୀମାନଙ୍କୁ ଘାସ,ଖାଦ୍ୟ, ଜଳଆଦି ଦେବା ଏବଂ ବୃକ୍ଷଲତାକୁ ସାର-ଜଳ ଆଦି ଦେବାଦ୍ଵାରା ଆମେ ଭୂତଋଣ ପରିଶୋଧ କରୁ ।

ମନୁଷ୍ୟଋଣ :-ସମସ୍ତଙ୍କ ସାହାଯ୍ୟରୁ ଆମେ ଜୀବନନିର୍ବାହ କରୁଅଛୁ ଜ୍ଝ ଆମ ପାଇଁ କେହି ସଡ଼କ ତିଆରି କରିଛନ୍ତି, କେହି କୂପ-ପୁଷ୍କରିଣୀ ଖୋଦନ କରିଛନ୍ତି, କେହି ବୃକ୍ଷରୋପଣ କରିଛନ୍ତି, କେହି ଖାଦ୍ୟ ପଦାର୍ଥ ଉତ୍ପାଦନ କରୁଛନ୍ତି,ଏସବୁ ଆମ ଉପରେ ସେମାନଙ୍କ ଋଣ ।ଅନ୍ୟମାନଙ୍କର ସୁଖ-ସୁବିଧାପାଇଁ ଆମେ କୂପ, ପୁଷ୍କରିଣୀ ଖୋଦନକଲେ, ସଡ଼କ, ଉପବନ, ଧର୍ମଶାଳା ଆଦି ନିର୍ମାଣ କଲେ, ଅନ୍ନଛତ୍ର ଖୋଲିଲେ ଆମେ ମନୁଷ୍ୟଋଣ ପରିଶୋଧ କରିପାରିବା।
ପିତୃଋଣ, ଦେବଋଣ, ଋଷିଋଣ, ଭୂତଋଣ ଓ ମନୁଷ୍ୟଋଣ-ଏହି ପାଞ୍ଚଋଣ ପରିଶୋଧ କରିବା ପ୍ରତ୍ୟେକ ଗୃହସ୍ଥ ମନୁଷ୍ୟର କର୍ତ୍ତବ୍ୟ ।କେବଳ ପିତୃୠଣ ନାରୀଙ୍କଉପରେ ଲାଗେ ନାହିଁ । ଯେଉଁମାନେ ସର୍ବତୋଭାବେ ପ୍ରଭୁଙ୍କଠାରେ ଶରଣାପନ୍ନ, ସେମାନେ ପିତୃ,ଦେବ ଆଦି କାହାର ଋଣୀ ହୁଅନ୍ତିନାହିଁ। ସେମାନେ ସବୁଋଣରୁ ମୁକ୍ତି ପାଆନ୍ତି ।ସନ୍ତାନ ଉତ୍ପନ୍ନ ନକରି କଣ ବ୍ୟକ୍ତି ପିତୃଋଣରୁ ମୁକ୍ତ ହୋଇପାରିବ କି ନାହିଁ ?ହଁ, ମୁକ୍ତ ହୋଇପାରିବ ।ଯେଉଁ ବ୍ୟକ୍ତି ସର୍ବଥା ପ୍ରଭୁଙ୍କଠାରେ ଶରଣାପନ୍ନ ,ତାଉପରେ କୌଣସି ଋଣ ରହେନାହିଁ-ଦେବର୍ଷି ଭୂତାପ୍ତନୃଣାଂ ପିତୃଣାଂ ନ କିଙ୍କରୋ ନାୟମୃଣୀ ଚ ରାଜନ୍ ।ସର୍ବାତ୍ମନା ଯଃ ଶରଣ୍ୟଂ ଶରଣ୍ୟ ଗତୋ ମୁକୁନ୍ଦଂ ପରିହୃତ୍ୟ କର୍ତ୍ତମ୍ ॥ (ଶ୍ରୀମଦ୍ଭାଗବତଗୀତା ୧୧/୫/୪୧)‘‘ରାଜନ୍! ଯେଉଁ ବ୍ୟକ୍ତି ସମସ୍ତ କାର୍ୟ୍ୟ ଛାଡ଼ି ପୂର୍ଣ୍ଣରୂପେ ଭଗବାନଙ୍କ ଠାରେ ଶରଣାପନ୍ନ, ସେ ଦେବତା, ଋଷି, ପ୍ରାଣୀ, କୁଟୁମ୍ବଜନ ଓ ପିତୃଗଣ କାହାର ଋଣୀ ରହେନାହିଁ, କାହାର ଅଧୀନସ୍ଥ ହୁଏ ନାହିଁ।’’
ଭାଗବତ ମହାପୁରାଣରେ କୁହାଯାଇଛି….
ଦେବତା ଋଷି ପିତୃ ଭୂତ ।
ଯେ ଅବା ଅଟନ୍ତି ଆଗତ ॥
ସେମାନଙ୍କର କର୍ମମାନ ।
ନ କଲେ ଋଣୀ ହୋନ୍ତି ଜନ ॥
ଯେ ସର୍ବଭାବେ କୃଷ୍ଣପାଦେ ।
ଶରଣ ଗଲା ଅପ୍ରମାଦେ ॥
ସେ ଋଣୀ ନୋହେଁ ଏହାଙ୍କର ।
ଆବର ନୁହଇ କିଙ୍କର ॥
ଦେବତା ଋଷି ପିତୃଙ୍କର ।
ସ୍ବଭାବେ ଋଣୀ ଏ ଶରୀର ॥
ଏହା ନ ଶୁଝି ଧର୍ମ ଛାଡ଼ି ।
ମଲେ ନରକେ ଥାନ୍ତି ପଡ଼ି
ନିର୍ମଳ ଧନେ ଯଜ୍ଞ କଲେ ।
ଦେବତା ଋଣ ଶୁଝେ ଭଲେ ॥
ବିଦ୍ୟା ପଠନ କଲେ ଜାଣ ।
ନିଶ୍ଚେ ଶୁଝନ୍ତି ଋଷିଋଣ ॥
ପୁତ୍ର ପଉତ୍ର ଜାତ ହେଲେ ।
ପିତୃଙ୍କ ଋଣ ଶୁଝେ ଭଲେ ॥
ମନୁଷ୍ୟ ଯେବେ ଶରୀର ପ୍ରାପ୍ତକରେ ,ସେତେବେଳେ ସେ ପାଞ୍ଚଜଣଙ୍କର ୠଣୀହୁଏ। ଦେବତା, ଋଷି ,ପିତାମାତା,ଭୂତଋଣ ଓ ମନୁଷ୍ୟଋଣ ।ଏହି ପାଞ୍ଚଜଣଙ୍କର ଯେଉଁ ମନୁଷ୍ୟ ୠଣ ନସୁଝି ମୃତ୍ୟୁବରଣକରେ ସେ ନର୍କଗାମୀ ହୁଏ ‌।ତେବେ ଚିନ୍ତାକରିବା ଦରକାର ଏବେ କେତୋଟି ଋଣ ଆମେ ଶୁଝିଲେଣି!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Comments (0)
Add Comment