ଚନ୍ଦ୍ରଶେଖରପୁର,୨୦।୧(ଏସଏସନିଉଜ)ପଟିଆ ସ୍ଥିତ ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଶିକ୍ଷାନୀତି-୨୦୨୦ ଆଧାରିତ ଭାରତୀୟ ଜ୍ଞାନ ପରମ୍ପରା ବିଷୟରେ ଏକ-ଦିବସୀୟ କାର୍ଯ୍ୟଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଗବେଷଣା କେନ୍ଦ୍ର, ଭୁବନେଶ୍ବରର ସହଯୋଗ ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର, ସମ୍ବଲପୁର ଏବଂ ବିଦ୍ୟାଭାରତୀ ଉଚ୍ଚଶିକ୍ଷା ସଂସ୍ଥାନ, ଓଡ଼ିଶାର ଶୈକ୍ଷିକ ଅଂଶୀଦାରରେ ଅନୁଷ୍ଠିତ ଏହି କାର୍ଯ୍ୟଶାଳାକୁ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ମିଶ୍ର ଉଦଘାଟନ କରିଥିବା ବେଳେ ସଂସ୍କୃତ ବିଶେଷଜ୍ଞ, ଡ଼ଃ ଗୋପାଳ ପ୍ରସାଦ ମହାପାତ୍ର, ଓଡ଼ିଶା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ପ୍ରାଧ୍ୟାପକ ଚଣ୍ଡିପ୍ରସାଦ ନନ୍ଦ ଓ ଓଡ଼ିଶା ଭାଷା ବିଶେଷଜ୍ଞ ଡ଼ଃ ବସନ୍ତ ପଣ୍ଡା
ଅତିଥି ଭାବେ ଯୋଗଦେଇ ମାର୍ଗଦର୍ଶନ କରିଥିଲେ। ଉଦଘାଟନ ସମାରୋହକୁ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର, ସମ୍ବଲପୁରର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରାଧ୍ୟାପକ ଜ୍ଞାନ ରଞ୍ଜନ ସ୍ବାଇଁ ଅଧ୍ୟକ୍ଷତା କରିଥିଲା ବେଳେ, ପଟିଆ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରଶାନ୍ତ କୁମାର ରାଉତ ସ୍ବାଗତ ଭାଷଣ ଦେଇଥିଲେ।
ଉଦଘାଟନ ପରବର୍ତ୍ତୀ ଦୁଇ ବୈଷୟିକ ସତ୍ରରେ ଭାରତୀୟ ଜ୍ଞାନ ପରମ୍ପରା ଉପରେ ତିରୁପତି ସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାପୀଠର ପୂର୍ବତନ କୂଳପତି ପ୍ରାଧ୍ୟାପକ ହରେକୃଷ୍ଣ ଶତପଥୀ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୋପାଳର ପୂର୍ବତନ ଅଧ୍ୟକ୍ଷ ଡ଼ଃ ନିତ୍ୟାନନ୍ଦ ପ୍ରଧାନ, ଗବେଷକ ତଥା ପୂର୍ବତନ ପ୍ରଶାସକ ସମ୍ବିତ କୁମାର ତ୍ରିପାଠୀ, ରେଭେନ୍ସା ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପକ ହିମାଂଶୁ ଶେଖର ସାମଲ, ଉତ୍କଳ ବିଶ୍ବବିଦ୍ୟାଳୟର ଡ଼ଃ ତନୟା ମହାନ୍ତି, ଡ଼ଃ ନିରଞ୍ଜନ ଶବର, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଡ଼ଃ ରୁପଶ୍ରୀ ବ୍ରହ୍ମକୁମାରୀ, ଡ଼ଃ ସିନିଆ ଟିଗା ଆଦି ବ୍ୟକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟଶାଳାକୁ ମହାବିଦ୍ୟାଳୟର ଡ଼ଃ ସ୍ୱାତି ପଟ୍ଟନାୟକ, ଅଧ୍ୟାପିକା ମାଳବିକା ବ୍ରହ୍ମା, ଗାର୍ଗୀ ବାନାର୍ଜୀ, ପ୍ରବୀଣ କୁମାର ସାହୁ, ଅନିନ୍ଦିତା ରାୟ, ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟର ଡ଼ଃ ସୁଶ୍ରୀ ସସ୍ମିତା ପତି ଓ ବିଦ୍ୟାଭାରତୀର ଡ଼ଃ ପ୍ରିୟଦର୍ଶିନୀ ସାହୁ ସଂଯୋଜନା କରିଥିଲେ।