ଅଳ୍ପକେ ବର୍ତ୍ତିଲା ଆମ୍ବୁଲାନ୍ସ

ରାୟଗଡ଼ା,୧୦।୮(ଏସଏସନିଉଜ) ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଆମ୍ବୁଲାନ୍ସ।ପାସେଞ୍ଜରଟ୍ରେନ୍‌ ସହ ସାମାନ୍ୟ ଧକ୍କାହୋଇ ଅଳ୍ପକେ ବର୍ତ୍ତିଯାଇଛି।ବୃନ୍ଦାବାଡ଼ି ଛକ ନିକଟରେ ଟ୍ରେନ୍‌ ଲାଇନପାର ହେଉଥିଲା ଆମ୍ବୁଲାନ୍ସ।ଯିବା ପାଇଁ ରାସ୍ତା ନଥିଲେ ବି ଡ୍ରାଇଭର ଲାଇନ୍‌ରେ ଚଢ଼ି ଖସୁଥିଲେ।ଆମ୍ବୁଲାନ୍ସକୁ ଦେଖି ବ୍ରେକମାରି ଟ୍ରେନ୍‌ ଅଟକାଇ ଥିଲେ ଲୋକୋ ପାଇଲଟ।ଫଳରେ ଲାଇନମଝିରେ ଫସିଥିବା ଆମ୍ବୁଲାନ୍ସ ସହ ସାମାନ୍ୟ ଧକ୍କା ଲାଗିଥିଲା ଟ୍ରେନ୍‌।ରୋଗୀଛାଡ଼ି ଫେରୁଥିବା ଆମ୍ବୁଲାନ୍ସ ଏହି ଘଟଣା ଘଟିଛି।ଏହାପରେ ଘଟଣାସ୍ତଲରୁ
ଡ୍ରାଇଭର ଚମ୍ପଟ ମାରିଛି।

Comments (0)
Add Comment