ଆମ ବସ ନେଲାନି ସ୍କୁଲପିଲା

ରୋକିଲେ ଗ୍ରାମବାସୀ

ଭୁବନେଶ୍ୱର,୨୧।୧(ଏସଏସନିଉଜ)ଚନ୍ଦକା ନିକଟସ୍ଥ ଭୋଳା ଗ୍ରାମମୁଣ୍ଡ ଆମ ବସର ଷ୍ଟପେଜ୍ ରେ ଆମ ବସ ସ୍କୁଲ ପିଲାଙ୍କୁ ନନେବାରୁ ଗ୍ରାମବାସିମାନେ ଉତ୍ୟକ୍ତ ହୋଇ ବସକୁ ଅଟକାଇ ପୋଲିସ ଜିମା ଦେଲେ ।ପରେ ସ୍କୁଲ ପିଲାଙ୍କୁ ନେବାର ଆଲୋଚନା ମାଧ୍ୟମରେ ସମାଧାନ ହେବାପରେ ବସ ଟି ସ୍ବାଭାବିକ ଭାବେ ଚଳପ୍ରଚଳ କରିଥିଲା।
ପ୍ରକାଶ ଯେ, ବୁଧବାର ସକାଳେ ଭୋଳା ଗ୍ରାମର କିଛି ପିଲା କଣ୍ଟାବାଡ ସ୍କଲକୁ ପଢିବାକୁ ଯିବା ପାଇଁ ଗାଁ ମୁଣ୍ଡରେ ବସକୁ ଅପେକ୍ଷା କରିଥିଲେ।ଏହି ରାସ୍ତାରେ କଟକରୁ ଖୋର୍ଦ୍ଧା ଚାଲୁଥିବା ୪୮ନଂ ବସ ଭୋଳା ନିକଟରୁ ଯାତ୍ରୀମାନଙ୍କୁ ଉଠାଇ ଥିଲେ କିନ୍ତୁ ଅପେକ୍ଷା କରିଥିବା ସ୍କଲ ପିଲାଙ୍କୁ କଣ୍ଡେକ୍ଟର ଉଠାଇନଥିଲେ ଓ ଯେତେଜଣ ବସରେ ଚଢିଥିଲା ସମସ୍ତ ପିଲାଙ୍କୁ ଓଲ୍ଲାଇ ଦେଇଥିଲେ ।ସେଠାରେ ଉପସ୍ଥିତ ଥିବା ଗ୍ରାମର କିଛିଲୋକ ଏହା ଦେଖି କଣ୍ଡକାତ୍ରଙ୍କ ଏପରି ବ୍ୟବହାରକୁ ବିରୋଧ କରିଥିଲେ।କିନ୍ତୁ କଣ୍ଡକ୍ଟର ଗ୍ରାମବାସୀମାନଙ୍କ ସହ ଅନାବଶ୍ୟକ ଯୁକ୍ତି କରିବାରୁ ଉତେଜନା ଦେଖାଦେଇଥିଲା।ଖବର ପାଇ ଗ୍ରାମର ଯୁବକମାନେ ଏକାଠି ହେବା ସହ ଉକ୍ତ ବସକୁ ରୋକିଥିଲେ।ଖବର ପାଇ ଚନ୍ଦକା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ବସକୁ ଥାନାକୁ ନେଇଥିଲେ।ପରେ ପୋଲିସ ଉପସ୍ଥିତିରେ ଗ୍ରାମବାସୀଙ୍କ ସହ ଆଲୋଚନା କରାଯାଇକଣ୍ଡକ୍ଟର ଭୁଲ ସ୍ୱୀକାର କରିବା ପରେ ବସ ଚଳାଚଳ ସ୍ବାଭାବିକ ହୋଇଥିଲା ।

Comments (0)
Add Comment