ଆନ୍ଧ୍ର ଓ ତେଲେଙ୍ଗାନାରୁ ଆସିଲେ କ୍ୱାରେଣ୍ଟାଇନରେ ରହିବାକୁ ପଡିବ

ଭୁବନେଶ୍ୱର,୭/୫(ଏସଏସନିୟୁଜ) ଦିଲ୍ଲୀକୁ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରୁ ଆସୁଥିବା ସମସ୍ତ ଲୋକଙ୍କ ପାଇଁ ଇନଷ୍ଟିଚ୍ୟୁସନାଲ୍ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି। ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଭାଇରସର ଏକ ଭାରିଏଣ୍ଟ ଚିହ୍ନଟ ହୋଇଛି, ଯାହାର ଇନକ୍ୟୁବେସନ ଅବଧି କମ୍ ଏବଂ ସଂକ୍ରମଣ ହାର ଅଧିକ ରହିଛି। ଯଦିକିଏ ଉଭୟ ଡୋଜ ଗ୍ରହଣ କରିଛନ୍ତି ଏବଂ ତାଙ୍କ ପାଖରେ ଏହାର ପ୍ରମାଣପତ୍ର ରହିଛି କିମ୍ବା ଯାତ୍ରା ଆରମ୍ଭ କରିବାର ୭୨ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ ଅଛି। ସେମାନଙ୍କୁ ୭ ଦିନିଆ ହୋମ୍ କ୍ୱାରେଣ୍ଟାଇନ ଅନୁମତି ଦିଆଯିବ। ଯେକୌଣସି ମାଧ୍ୟମରେ ଦିଲ୍ଲୀ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ବିମାନ, ଟ୍ରେନ୍, ବସ୍, କାର୍, ଟ୍ରକ୍ କିମ୍ବା ଅନ୍ୟ ମାଧ୍ୟମରେ ଆସୁଥିଲେ ମଧ୍ୟ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ।

Comments (0)
Add Comment