ଭୁବନେଶ୍ବର,୨୫।୧୦(ଏସଏସନିଉଜ)ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳ ମୁହାଁ ହେଉଛି। ଏବେ ଏହା ବିଶାଖାପାଟନମ୍ ଠାରୁ ୯୯୦ ଏବଂ ଗୋପାଳପୁରଠାରୁ ୧୦୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଯାହାଫଳରେ ବାତ୍ୟାର ବିଶେଷ ପ୍ରଭାବ ଓଡ଼ିଶାରେ ପଡ଼ିବନି ବୋଲି ଜଣାପଡିଛି।ଏହାର ପ୍ରଭାବରେ ୨୭ ରୁ ୨୯ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।ବିଶେଷକରି ମାଲକାନଗିରି ଓ କୋରାପୁଟରେ ଅତି ପ୍ରବଳ ବର୍ଷା ଓ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଥିବାର ପାଣିପାଗ ବିଭାଗ ଆକଲନ କରିଛି।ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଅବପାତ ୨୭ ତାରିଖରେ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ଆକାଲନ କରିଛି।ତେବେ ଏହାର ଗତିପଥ କେଉଁଆଡ଼େ ରହିବ ଓ କେଉଁଠି ସ୍ଥଳଭାଗକୁ ଛୁଇଁବ ଅଦ୍ୟାବଧି କୌଣସି ସ୍ପଷ୍ଟ ସୂଚନା ନାହିଁ।