ଆଣ୍ଠେଇ କଲେ ପ୍ରତିବାଦ

କଟକ,୬/୯(ଏସଏସନିୟୁଜ)ରାଜ୍ୟସରକାର ସବୁ କୋହଳ କରିଥିବାବେଳେ ପାର୍ବଣ ପାଇଁ ଲଗାଇଥିବା ପ୍ରତିବାଦରେ ପୁଜାକମିଟିର ସଭ୍ୟମାନେ ବିରୋଦ୍ଧ କରି ବିକ୍ଷୋଭ କରିଛନ୍ତି । ଲିଙ୍କ୍‌ରୋଡ୍‌ଠାରେ ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ଓ ସହରର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଏହି ଗତକାଲି ବିକ୍ଷୋଭ କରାଯାଇଛି । ରାଜ୍ୟ ସରକାର ସବୁ କ୍ଷେତ୍ରରେ କୋହଳ ଭାବ ପ୍ରଦର୍ଶନ କରିଥିବା ବେଳେ ପାର୍ବଣ ପାଇଁ କାହିଁକି ଏତେ କଟକଣା ରଖିଛନ୍ତି ବୋଲି ବିକ୍ଷୋଭକାରୀ ପ୍ରଶ୍ନ କରିବାସହ କଟକ ଦୁର୍ଗାପୂଜାରେ ପାରମ୍ପରିକ ଢଙ୍ଗରେ ମୂର୍ତ୍ତି ନିର୍ମାଣ ହେଉ, ବିନା ପରଦାରେ ପୂଜା ସଂପାଦନ ହେଉ ଓ କୋଭିଡ୍ ଗାଇଡ୍‌ଲାଇନ୍ ଅନୁସାରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନର ସୁଯୋଗ ଦିଆଯିବାକୁ ଦାବି କରିଥିଲେ । ରାଜ୍ୟ ସରକାର ପାର୍ବଣ କଟକଣାକୁ କୋହଳ ନ କ‌ଲେ ଏଭଳି ପ୍ରତିବାଦକୁ ଆହୁରି ବ୍ୟାପକ କରାଯିବ ‌ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଛନ୍ତି ।

Comments (0)
Add Comment