ଅସହାୟଙ୍କ ପାଇଁ ସାହାରା ସାଜିଛି ଗୋଲଡେନ ଫର୍ଟି ଫାଉଣ୍ଡେସନ 

ମେଣ୍ଢାଶାଳ,୧୨/୬(ଏସ ଏସ ନିୟୁଜ) କରୋନାର ପାଇଁ ରାଜ୍ୟରେ ଲକ ଡାଉନ ଓ ସଟ ଡାଉନ ଭଳି ସ୍ଥିତି ଉପୁଜିଛି।ଏହାର ପ୍ରଭାବରେ, ଗରିବ, ବିକଳାଙ୍ଗ, ଅନାଥ ଶିଶୁ, ଅସହାୟ ଏବଂ ବାସହିନମାନେ ବିଶେଷ ଭାବେ ହଇରାଣ ହେଉଛନ୍ତି । ଏହି କରୁଣ ସମୟରେ ମେଣ୍ଢାଶାଳରଗୋଲଡେନ ଫର୍ଟି ଫାଉଣ୍ଡେସନ ଏବଂ ଭୁବନେଶ୍ୱରର କିଛି ସ୍ବେଚ୍ଛାସେବୀ ଯୁବକ ସାହାଯ୍ୟର ହାତ ବଢାଇଛନ୍ତି । ଡ଼ମଣା ଛକ, କଳ୍ପନା ଛକ ଏବଂ ମାର୍କେଟ ବିଲ୍ଡିଂଗ ନିକଟ ବସ୍ତି, ଜଟଣୀ ରେଳ ଷ୍ଟେସନରେ ଥିବା ଅସହାୟଙ୍କୁ ରନ୍ଧା ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଥିଲା।ଏହାସହ ବିଭିର୍ଣ ବସ୍ତିରେ ଏବଂ ଜଟଣୀ ନିର୍ବାଚନ ମଣ୍ଡଳୀର ବିଭିର୍ଣ ଗ୍ରାମରେ ରନ୍ଧା ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ ମେଣ୍ଢାଶାଳବାସୀ ଅବସର ପ୍ରାପ୍ତ ବାୟୁସେନା ଅଧିକାରୀ ଶ୍ରୀ ପ୍ରଭାତ କୁମାର ରାଉତରାୟଙ୍କ ନେତୃତ୍ୟରେ, ଶ୍ରୀ ସୁଜିତ କୁମାର ପାତ୍ର, ଶ୍ରୀ କାଳନ୍ଦୀ ଜେନା, ଶ୍ରୀ ତନୋଜ କୁମାର ମହାନ୍ତି, ଶ୍ରୀ ରବୀନ୍ଦ୍ର ବେହେରା, ଶ୍ରୀ ସରୋଜ କୁମାର ଜେନା, ଶ୍ରୀ ନାରାୟଣ ବଡ଼ଜେନା, ଶ୍ରୀଅଭିନ୍ନ ଭୋଇ ଆଦି ସହାୟତା ଏବଂ ସହଯୋଗ କରିଥିଲେ।ଆଜି ଆଦୃତା ଶିଶୁ ସଦନରେ ଥିବା ଅନ୍ତବାସୀ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ଆଗାମୀ ଦିନରେ ଚନ୍ଦକା ଜଙ୍ଗଲରେ ଏବଂ କଡରେ ଥିବା ଆଦିବାସୀ ଗ୍ରାମମାନଙ୍କରେ ଖାଦ୍ୟ ପୁଡ଼ିଆ ବଣ୍ଟନ କାର୍ଯ୍ୟକ୍ରମ କରାଯିବା ପାଇଁ ଫାଉଣ୍ଡେସନର ସଭାପତି ଶ୍ରୀ ପ୍ରେମାନନ୍ଦ ମିଶ୍ର, ଉପସଭାପତି ଶ୍ରୀ ଟି ନାଗେଶ୍ଵର ରାଓ ସୁବୁଦ୍ଧି, କୋଷଧକ୍ଷ ଶ୍ରୀ ଧ୍ରୁବ ଚରଣ ଖୁଣ୍ଟିଆ ଏବଂ ଶ୍ରୀ ପ୍ରଭାତ କୁମାର ରାଉତରାୟ ଜଣାଇଛନ୍ତି।

Comments (0)
Add Comment