ଆସିକା,୨୬ା୮(ଏସଏସନିଉଜ)୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଦ୍ୱିତୀୟ ଦିନ ଗସ୍ତରେ ଭଞ୍ଜନଗର ଓ ସୋରଡା କାର୍ଯ୍ୟକ୍ରମରହିଥିଲା । ଦିନ ପ୍ରାୟ ୧.୩୦ ମିନିଟ ସମୟରେ ଆସିକା କଲେଜ ଛକ ଅସ୍ତାୟୀ ହେଲିପେଡ ଠାରେ ଓହ୍ଲାଇଥିଲେ ।ଜିଲ୍ଲା ପ୍ରସାଶନ,ସ୍ଥାନୀୟ ପ୍ରସାଶନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ହୁଳହୁଳୀ ଓ ପାଣ୍ଡିଆନ ଜିନ୍ଦାବାଦ ପ୍ରକମ୍ପିତ ଶଦ୍ଧରେ ସଭା ସ୍ଥଳକୁ ପାଛୋଟି ନିଆଯାଇଥିଲା । ସଭା ସ୍ଥଳ ନିକଟରେ ହଜାର ହଜାର ବିଜେଡି କର୍ମୀ, ମିଶନଶକ୍ତି କର୍ମୀ, ଛାତ୍ରଛାତ୍ରୀଙ୍କ ଠାରୁ ବିଭିନ୍ନ ସମସ୍ୟାର ଦାବୀ ପତ୍ରକୁ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗ୍ରହଣ କରିଥିଲେ । ଏହା ପରେ ସୁସଜ୍ଜିତ ସଭା ମଣ୍ଡପରେ ପହଁଚି ଥିଲେ । ଓଡିଶାରେ ପ୍ରଥମପର୍ଯ୍ୟାୟରେ ଆସିକା ବ୍ଲକର ଆସିକା ବିଜ୍ଞାନ ମହାବିଦ୍ୟାଳୟ, ଏନ.ବି.ସି ମହାବିଦ୍ୟାଳୟ, ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ, ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ କୁ ୫-ଟି ରେ ସାମିଲ କରି ରୁପାନ୍ତରିତ କରିଥିଲେ । ସେହିଭଳି ଆସିକା ସବଡିଭିଜନ ମେଡିକାଲକୁ୪୨ କୋଟି ଟଙ୍କା ଅନୁଦାନ , ମିଶନ ଶକ୍ତି ଜରିଆରେ ମହିଳା ମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ଋଣ ପ୍ରଦାନ .ସ୍ଥାନୀୟ ସମସ୍ତ ସରକାରୀକାର୍ଯ୍ୟ ମିଶନ ଶକ୍ତି ଦ୍ୱାରା କରାଇବା, ମିଶନଶକ୍ତି ମହିଳାମାନଙ୍କୁ ଖାଲିପଡିଥିବା ସରକାରୀକୋଠା ଯୋଗାଇବା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣଯୋଜନାରେ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ଓ ପୁରୁଷଙ୍କୁ ୫ଲକ୍ଷଟଙ୍କା ଆର୍ଥିକ ସହାୟତା ଦେବାପାଇଁ ଘୋଷଣା,ଫସଲବୀମା ପ୍ରିମିୟମ ମାଗଣାରେ
ଯୋଗାଇବା , ଚାଷୀଙ୍କୁବିନାସୁଧରେ୧ ଲକ୍ଷ ଟଙ୍କା ପ୍ରଦାନକରିବା ଆଦି ଘୋଷଣା କରିଥିଲେ । ଆସିକା ବ୍ଲକରେ ଥିବା ସମସ୍ତ ମନ୍ଦିର, ମସଜିଦ, ଗୀର୍ଜାକୁ ରୁପାନ୍ତରୀକରଣ ପାଇଁ ପର୍ୟ୍ୟାପ୍ତ ପରିମାଣର ଅର୍ଥ ପ୍ରଦାନ କରିବାପାଇଁ ଘୋଷାଣା କରିଥିଲେ । ଆସିକା କଲେଜ ଛକରେ ୫-ଟି ସଚିବଙ୍କ ଗସ୍ତ ପରେ ପୋଲସରା ବ୍ଲକଗସ୍ତ କରିଥିଲେ । ଏଥିରେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ ଲୋକ ସାମିଲ ଥିଲେ । ସେପଟେ ଏହି କାର୍ୟ୍ୟକ୍ରମରେ କୋଣସି ଜନପ୍ରିତନିଧିଙ୍କୁ ଛଡାଯାଇନଥିବା ବେଳେ ଖବର ସଂଗ୍ରହ ପାଇଁ ଯାଇଥିବା ସମସ୍ତ ଗଣପ୍ରତିନିଧୀଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲା ।ଅନ୍ୟପଟେ ଆସିକା ସହରରେ ବିଜେପି ପକ୍ଷରୁ ଭି.କେ.ପାଣ୍ଡିଆନ ଗସ୍ତକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଆସିକା ଏନଏସି ୱାର୍ଡ ନମ୍ବର-୧ କାଉନସିଲର ସରୋଜ ଭଞ୍ଜ, ଏନଏସି ୱାର୍ଡ ନମ୍ବର-୧୬ କାଉନସିଲର ରାଘବ ସିଅ ସମେତ ବହୁ ବିଜେପି କର୍ମୀ ବିରୋଧ ପ୍ରଦର୍ଶନ କରିଥିଲେ । ସେହିଭଳି କଂଗ୍ରେସ ଯୁବ ନେତା ଅନିଲ କୁମାର ପରିଡାକୁ ପୂର୍ବରୁ ପୋଲିସ କାବୁ କରି ଥାନାରେ ଅଟକ ରଖିଥିଲେ । ସୁରକ୍ଷା ଦୃଷ୍ଟିରୁ ଆସିକା ବ୍ଲକ ଠାରେ ମିଶନ ଶକ୍ତି,କାଫେର ଉଦଘାଟନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା । ଆସିକା ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁଙ୍କ ନେତୃତ୍ୱରେ ବିଜୁ ଛକରେ ଥିବା ବିଜୁ ପ୍ରତିମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ସାଂସଦ ପ୍ରତିନିଧି ସତ୍ୟ ନାରାୟଣ ସ୍ୱାଇଁ,ଏନଏସି ସ୍ୱେଚ୍ଚାସେବୀ,ୱାର୍ଡ ଅଫିସର,ସମସ୍ତ କର୍ମଚାରୀମାନେ ଯୋଗଦେଇଥିଲେ ।ଏହିଅବସରରେ ସୋରଡ଼ା ତାଲୁକା (ସହରାଞ୍ଚଳ )ର ସମସ୍ତ କର୍ମକର୍ତ୍ତା ସଚିବଙ୍କୁ ସାକ୍ଷାତକରି, ବଢ଼େଇକୁଳର ଭବିଷ୍ୟତକୁ ନଜରରେ ରଖି ଏକଦାବିପତ୍ର ପ୍ରଦାନ କରିଥିଲେ।