ଆଉ ନାହାନ୍ତି ଅଭି….

ମା ପାଖକୁ ଚାଲିଗଲେ ପରମଭକ୍ତ

ବାରଙ୍ଗ,୧୩।୩(ଏସଏସନିଉଜ)ଗଣ୍ଡରପୁର ଗ୍ରାମର ଅନ୍ୟତମ ଜଣେ ଜଣାଶୁଣା ଭାଗବତପ୍ରେମୀ ତଥା ଅମାୟୀକ ବ୍ୟକ୍ତି ଅଭିମନ୍ୟୁ ପ୍ରଧାନ(୫୦)ଙ୍କର ବୁଧବାର ଦିନ ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଛି।ଗତ କିଛିଦିନହେବ ଶାରରିକ ଅସୁସ୍ତତା ଯୋଗୁ ଘରେରହି ଚିକିତ୍ସାଧୀନ ଥିଲେ।ଏହି ଖବରପାଇଲୋକପ୍ରତିନିଧି,ସମାଜସେବୀ,ସ୍ୱେଚ୍ଛାସେବୀ,ଗ୍ରାମମୁରବୀ,ଭାଗବତ ପ୍ରେମୀ ବ୍ୟକ୍ତିମାନେ ତାଙ୍କ ବସଭାବନରର ପହଁଚି ଶେଷଦର୍ଶନ କରିଥିଲେ।ସେ ଜଣେ ନିର୍ମାୟା, ଆମୟୀକ ,ପରୋପକାରୀ ଓ ଭଗବତପ୍ରେମୀ ବ୍ୟକ୍ତି ଥିଲେ।ଧର୍ମକାମ କରିବା, ଭଗବାନଙ୍କ କାମକରିବା ଓ ପୂଜାନୁଷ୍ଠାନ କରିବା,ସାହାଯ୍ୟ ସହଯୋଗକରିବା କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।ସେଇଥିପାଇଁ ସେ ଅଂଚଳରେ ଚର୍ଚ୍ଚାରେ ରହିଥିଲେ,ତାଙ୍କର ମରଶରୀର କୁ ଗ୍ରାମ ପରିକ୍ରମା କରାଯାଇ ଗ୍ରାମଶ୍ମଶାରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥଲ।ବଡ଼ପୁଅ ଜ୍ଞାନଜିତ ମୂଖାଗ୍ନି ଦେଇଥିଲେ।ତାଙ୍କର ବିୟୋଗରେ ଗଣ୍ଡରପୁର ଓ ଆଖପାଖ ଅଂଚଳରେ ଶୋକର ବାତାବରଣ ଖେଳିଯାଇଛି।ସେ ମାଯୋଗମାୟାଙ୍କ ପରମଭକ୍ତ ଥିଲେ।ଏହି ଖବର ଜଣାପଡିବାପରେ ନନ୍ଦନକାନନ ରୁ ମାଷ୍ଟରକ୍ୟାଣ୍ଟିନ ମଧ୍ୟରେ ଯାତାୟତ କରୁଥିବା ସମସ୍ତ ଟାଉନବସ ବନ୍ଦ ରହିଥିଲା।

Comments (0)
Add Comment