Browsing author

SATYA SANDHANA DESK

ନନ୍ଦନକାନନ ପାଳିଲା ବିଶ୍ୱ ହସ୍ତୀଦିବସ

ଭୁବନେଶ୍ୱର,୧୨।୮ (ଏସଏସନିଉଜ)ମଙ୍ଗଳବାର ଦିନ ପ୍ରାଣୀ ଉଦ୍ୟାନ ନନ୍ଦନ କାନନରେ ବିଶ୍ଵ ହସ୍ତୀ ଦିବସ ପାଳିତ ହୋଇଯାଇଛି।ସକାଳୁ ସକାଳୁ ନନ୍ଦନକାନନରେ ଥିବା ୨ବଡହାତୀ ବାସନ୍ତୀ ଓ ହୀରା,୨ସାନ ହାତୀ ଆଶା ଓ ଲିଶାକୁ ଭଲଭାବରେ ଗାଧୋଇ ମାହୁନ୍ତ ମାନେ ହାତୀସାଳ ବାହାରର ଖୋଲା ସ୍ଥାନ କୁ ଅଣାଯାଇଥିଲା।ସେଠାରେ ହାତୀମାନଙ୍କପାଇଁ ବିଭିର୍ନ ଫଳମୂଳ ସେଓ,କଦଳୀ,ଆଖୁ,ତରଭୁଜ ଆଦି ସୁସ୍ୱାଦୁ ଖାଦ୍ୟ ରଖାଯାଇଥିଲା।ମୁଖ୍ୟ ଅତିଥି ଭାବେ ନିର୍ଦ୍ଦେଶକ ଦାୟିତ୍ଵରେ ଥିବା ସି.ସି. ଏଫ ବିକାଶ ରଞ୍ଜନ ଦାସ ପହଞ୍ଚିବା ପରେ ହାତୀମାନଙ୍କୁ ସୁସ୍ୱାଦୁ […]

ମେଣ୍ଢାଶାଳରେ ଝୁଲଣ ଯାତ୍ରା ଉଦଯାପିତ

ମେଣ୍ଢାଶାଳ,୧୨।୮ (ଏସଏସନିଉଜ) ପ୍ରତିବର୍ଷ ପରି ଚଳିତବର୍ଷ ମେଣ୍ଢାଶାଳର ଆରାଧ୍ୟ ଶ୍ରୀଶ୍ରୀ ଭାଗବତ ବାସୁଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଠାକୁରଙ୍କ ଝୁଲଣ ଯାତ୍ରା ଓ ବାଦିପାଲା ଉଦଯାପିତ ହୋଇଯାଇଛି।ଗତ ୫ତାରିଖରୁ ଆରମ୍ଭ ହୋଇ ମଙ୍ଗଳବାର ସକାଳେ ଉଦଯାପିତ ହୋଇଥିବା ବାଦିପାଲା ରେ ଗାୟକ ଯୁବଭାସ୍କର ଜ୍ଞାନପ୍ରିୟ କାନୁନଗୋ ଓ ଗାୟକ ପାରିଜାତ ତ୍ରିନାଥ ପଣ୍ଡାଙ୍କ ମଧ୍ୟରେ ବାଦିପାଲା ଅନୁଷ୍ଟିତ ହୋଇଥିଲା।ମଙ୍ଗଳବାର ବାଦିପାଲା ଓ ଝୁଲଣଯାତ୍ରା ଉଦଯାପିତ ହୋଇଥିବା ବେଳେ ଗ୍ରାମବାସୀ ମାନଙ୍କ ଭିଡ ରହିଥିଲା।ପାଲା ଦେଖିବାପାଇଁ ଶତାଧିକ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତରେ […]

ନନ୍ଦନକାନନରେ ଚେତାସୁନ୍ୟ ହେଲେ ୪ ବଙ୍ଗୀୟ ନାବାଳିକା

ଭୁବନେଶ୍ୱର,୧୨।୮ (ଏସଏସନିଉଜ) ମଙ୍ଗଳବାର ଦିନ ଅସହ୍ୟ ଗରମ ଓ ଗୁଳୁଗୁଳିରେରେ ଲୋକେ ଆଉଟୁପାଉଟୁ ହେଉଥିବାବେଳେ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଅଂଶୁଘାତରେ ୪ଜଣ ନାବାଳିକା ଅସୁସ୍ଥ ହୋଇପଡିଥିବାର ଜଣାପଡିଛି।ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ନନ୍ଦନକାନନ କର୍ମଚାରୀ ଆଶୁଚିକିତ୍ସା କରିବା ପରେ ସାମାନ୍ୟ ସୁସ୍ଥ ହୋଇଥିବା ବେଳେ ଆଉ ଦୁଇଜଣ ଗୁରୁତର ହେବାରୁ ସେମାନଙ୍କୁ କଟକ ବଡଡାକ୍ତର ଖାନାକୁ ନନ୍ଦନକାନନ କର୍ତ୍ତୃପକ୍ଷ ପଠାଇଥିଲେ। ପ୍ରକାସଯେ, କଲିକତାରୁ ଡବ୍ଲୁ୧୯ ଏଚ ୭୯୨୫ନମ୍ୱର ଟୁରିଷ୍ଟ ବସ ଯୋଗେ ଏକ ବଙ୍ଗୀୟ ପରିବାର ଅନ୍ୟମାନଙ୍କ ସହ […]

ବାରଙ୍ଗରେ ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

କଟକ, ୧୨।୮ (ଏସଏସନିଉଜ) ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରଙ୍ଗ ବ୍ଲକର ୩୨ନଂ ଜୋନର ବିଜେପି କାର୍ଯ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଶୁଭାରମ୍ଭ ମଙ୍ଗଳବାର ଦିନ ହୋଇଛି। ଜିଲ୍ଲା ପରିଷଦ ସଭ୍ୟ ତୃଷାରକାନ୍ତ ଚକ୍ରବର୍ତ୍ତୀଙ୍କ ନେତୃତ୍ବରେ ସାଂସଦ ପ୍ରତିନିଧୂ ଭୁପତି ପାଣି, ବିଜେପି ମଣ୍ଡଳ ସଭାପତି ସୁନିଲ ସ୍ବାଇଁ,ସମିତିସଭ୍ୟକିଶନ କୁମାର ଜେନା,ସମିତିସଭ୍ୟଦିପକ ସ୍ବାଇଁ, ପ୍ରମୋଦ ବିଷୋୟୀ, ପ୍ରଚିନା ଦାସ, ଅଶ୍ଵିନୀ ସାହୁ, ପ୍ରତାପ ଚନ୍ଦ୍ର ମଣ୍ଡଳଙ୍କ ସମେତ ବହୁ ବିଜେପି କର୍ମୀ ଏଥିରେ ସାମିଲ […]

ଆଜିର ରାଶିଫଳ

ଅଗଷ୍ଟମାସ ୧୩ତାରିଖ ୨୦୨୫ମସିହା (ବୁଧବାର)ଭାଦ୍ରବମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ଦିବା ଘ୦୬/୩୨ ଗତେ ପଞ୍ଚମୀ,ନକ୍ଷତ୍ର-ଉତ୍ତରଭାଦ୍ର ଦିବା ଘ୧୧/୦୭ ଗତେ ରେବତୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୦/୨୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୧୨, ଯୋଗିନୀ ନୈରୁତେ ଦିବା ଘ୦୬/୩୨ଗତେ ଦକ୍ଷିଣେ, ଧନୁରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର, ପଞ୍ଚମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ କାଳବେଳା -ଦିବା ଘ୦୮/୪୫ଗତେ ଘ୧୦/୨୨ ମଧ୍ୟେ,ବାରବେଳା- ଦିବା ଘ୧୨/୦୦ ଗତେ ଘ୦୧/୩୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୭/୦୬ ମଧ୍ୟେ ଓ ଘ୧୧/୫୩ ଗତେ ଘ୦୧/୩୦ମଧ୍ୟେ ଓ ରାତ୍ରି ଘ୦୭/୦୧ଗତେ ଘ୦୯/ ୨୫ ମଧ୍ୟେ […]

ଆଜିର ରାଶିଫଳ

ଅଗଷ୍ଟମାସ ୧୨ତାରିଖ ୨୦୨୫ମସିହା (ମଙ୍ଗଳବାର)ଭାଦ୍ରବମାସ- କୃଷ୍ଣପକ୍ଷ,ତିଥି- ତୃତୀୟା ଦିବା ଘ୦୮/୪୨ ଗତେ ଚତୁର୍ଥୀ,ନକ୍ଷତ୍ର- ପୂର୍ବ ଭାଦ୍ର ଦିବା ଘ୧୨/୨୮ ଗତେ ଉତ୍ତରଭାଦ୍ର,ସୁର୍ୟୋଦୟ-ପ୍ରାତଃ ଘ୦୫/୩୦/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୩୨,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୮/୪୧ ଗତେ ନୈରୁତେ,ଧନୁରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର,ଚତୁର୍ଥୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୧/୨୫ ଗତେ ଘ୦୩/୦୪ ମଧ୍ୟେ,ବାରବେଳା- ଦିବା ଘ୦୭/୦୮ ଗତେ ଘ୦୮/୪୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୪୬ ଗତେ ଘ ୧୦/୧୯ ମଧ୍ୟେ ଓ ଘ୧୨/୪୧ ଗତେ ଘ୦୧/୨୪ ମଧ୍ୟେ ଓ ଘ୦୩/୦୫ ଗତେ […]

ଆତ୍ମହତ୍ୟା କଥା ଶୁଣି ତାଗିଦ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୮(ଏସଏସନିଉଜ)ଆତ୍ମହତ୍ୟା କଥା ଶୁଣି ଅଭିଯୋଗ ପ୍ରକୋଷ୍ଠରେ ତାଗିଦ କଲେ ମୁଖ୍ୟମନ୍ତ୍ରୀ।ଜଗବନ୍ଧୁ ପଣ୍ଡା ନାମକ ଜଣେ ଅଭିଯୋଗକାରୀଙ୍କ ଠାରୁ ଏପରି ଶୁଣି ତାଗିଦ କଲେ। ଅଭିଯୋଗ କରିବାକୁ ଆସି କାହିଁକି ଏପରି କହୁଛନ୍ତି ବୋଲି ପଚାରିଲେ।ଅଭିଯୋଗ କରିବାକୁ ଆସିଛନ୍ତି, ନିଶ୍ଚିନ୍ତ ଶୁଣାଯିବ କହିଲେ ମୁଖ୍ୟମନ୍ତ୍ରୀ।ଯଦି ଆପଣଙ୍କ ଦାବି ଯାଥାର୍ଥ ଥିବ, ତାହେଲେ ହକ୍‌ ନିଶ୍ଚୟ ପାଇବ।ଅଭିଯୋଗ କରିବା ବେଳେ କହୁକହୁ କହିଦେଲି କହିଲେ ଅଭିଯୋଗକାରୀ।

ଆଜିର ରାଶିଫଳ

ଅଗଷ୍ଟମାସ ୧୧ ତାରିଖ ୨୦୨୫ ମସିହା (ସୋମବାର) ଭାଦ୍ରବ ମାସ- କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା ଦିବା ଘ୧୦/୪୨ ଗତେ ତୃତୀୟା,ନକ୍ଷତ୍ର- ଶତଭିଷା ଦିବା ଘ୦୧/୪୫ ଗତେ ପୂର୍ବ ଭାଦ୍ର,ସୁର୍ୟୋଦୟ-ପ୍ରାତଃ ଘ୦୫/୨୯/୫୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୫/ ୦୨,ଯୋଗିନୀ ଉତ୍ତରେ ଦିବା ଘ୧୦/୪୧ ଗତେ ଅଗ୍ନି କୋଣେ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ତୃତୀୟା ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୭/୧୧ ଗତେ ଘ୦୮/୪୪ ମଧ୍ୟେ,ବାରବେଳା- ଦିବା ଘ୦୨/୫୧ ଗତେ ଘ୦୪/୨୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୭/ ୦୬ ମଧ୍ୟେ […]

୮୨ ବର୍ଷ ବୟସରେ ପାଦ ଦେଲେ

ଭୁବନେଶ୍ବର,୧୦।୮(ଏସଏସନିଉଜ)ମାଡିଚାଲ ଡାଇଲଗ ସାଙ୍ଗକୁ ଓଃ ବିୟୁଟିଫୁଲ୍,ରେଡିତ ଭଳି ଡାଇଲଗ କହି ବେଶ୍ ଚର୍ଚ୍ଚାରେ ଥିବା ସୁର ରାଉତରାୟ ଆଜି ୮୨ ବର୍ଷ ବୟସରେ ପାଦ ଦେଇଛନ୍ତି। ପ୍ରତିବର୍ଷ ଭଳି ଆଜି ବେଶ ଧୁମଧାମରେ ନିଜ ଜନ୍ମଦିନ ପାଳିଛନ୍ତି।ଛାତ୍ର ରାଜନୀତିରୁ କ୍ୟାରିଅର ଆରମ୍ଭ କରିଥିଲେ । ୧୯୭୭ ମସିହାରେ ପ୍ରଥମ ଥର ପାଇଁ ସେ ଜଟଣୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଜିତି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କଂଗ୍ରେସ ଟିକେଟରେ ୧୯୮୦, ୧୯୮୫, ୧୯୯୫ , ୨୦୦୦ ଏବଂ ୨୦୧୯ରେ […]

ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ

ଭୁବନେଶ୍ବର,୧୦।୮(ଏସଏସନିଉଜ)ପୁରୁଷ ୪୦୦ ମିଟର ଫାଇନାଲରେ ବାଜି ମାରିଲା ଭାରତ।ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କଲେ ଭାରତୀୟ ଖେଳାଳି।୪୫.୭୨ ସେକେଣ୍ଡ ସହ ପ୍ରଥମ ସ୍ଥାନ ଅଧିକାର କଲେ ଟି.କେ ଵିଶାଲ ।ମହିଳା ୪୦୦ ମିଟର ଫାଇନାଲରେ ପ୍ରଥମ ସ୍ଥାନ ଅଧିକାର କଲେ କର୍ଣ୍ଣାଟକର ଜି.କେ ବିଜୟାକୁମାରୀ।୫୩.୪୦ ସେକେଣ୍ଡରେ ୪୦୦ ମିଟର ଅତିକ୍ରମ କଲେ ବିଜୟା।ପୁରୁଷ ୧୦୦ ମିଟର ଫାଇନାଲରେ ବିଜୟୀ ହେଲେ ମାଲେସିଆର ମହମ୍ମଦ ଆଜିମ।୧୦.୩୫ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କଲେ ମହମ୍ମଦ।ପଦକ ହରାଇଲେ ଓଡ଼ିଆ […]