Browsing author

SATYA SANDHANA DESK

ସଫଳତା ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା

କଟକ, ୨୬।୮(ଏସଏସନିଉଜ)ଓଡ଼ିଶା ଯୁବ ପ୍ରଶିକ୍ଷଣ ଟ୍ରଷ୍ଟ (OJPT) ଦ୍ଵାରା ପରିଚାଳିତ ଓଡ଼ିଶା ଯୁବ ପ୍ରଶିକ୍ଷଣ ଏକାଡ଼େମୀ ପକ୍ଷରୁ ଅଗ୍ନିବୀର ପରୀକ୍ଷାରେ ସଫଳତା ହାସଲ କରିଥିବା ପ୍ରାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।ନରଣପୁର ଠାରେ ଥିବା ଏକାଡ଼େମୀ ପରିସରରେ ବୁଧବାର ଦିନ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅବସରପ୍ରାପ୍ତ ଆଇ.ଏ.ଏସ୍ ସନ୍ତୋଷ କୁମାର ଶତପଥୀ, ଏକ୍ସ ମେମ୍ବର ଅଫ୍ ଷ୍ଟେଟ୍ ୱମେନ୍ କମିଶନ୍ ନମ୍ରତା ଚଢ଼ା, ଡାଇରେକ୍ଟର ଆଇ.ଆଇ.ଜି ଭାରସିଟି ଅଦିତ୍ ଜେନା, ପୂର୍ବତନ ଏନ୍. ସି. ସି. ଗ୍ରୁପ୍ କମାଣ୍ଡର୍ […]

ଜୟଦେବ ଶିକ୍ଷାକେନ୍ଦ୍ରରେ ବିଜ୍ଞାନ ମେଳା

ଭୁବନେଶ୍ୱର,୨୬।୮(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଓସ୍ତପଡାଠାରେ ଥିବା ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ୨ୟ କ୍ୟାମ୍ପସରେ ବୁଧବାର ବିଦ୍ୟାଳୟର ୫ମ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ନର୍ସରୀ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ବିଜ୍ଞାନ,ସାମାଜିକ,ଗଣିତ,‌ହସ୍ତକର୍ମ ଇତ୍ୟାଦି ବିଷୟରେ ଶିକ୍ଷଣୀୟ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ ।ଏହି ପ୍ରଦର୍ଶନୀରେ ମୋଟ ୧୬୦ଟିପ୍ରକଳ୍ପ ସ୍ଥାନ ପାଇଥିଲା।ବିଚାର ପତିମାନଙ୍କଦ୍ଵାରା ସମସ୍ତ ପ୍ରକଳ୍ପର ମୂଲ୍ୟାଙ୍କନ କରାଯିବାପରେ ଅଭିଭାବକମାନେ ପ୍ରକଳ୍ପଗୁଡ଼ିକ ବୁଲି ଦେଖିଥିଲେ।ପିଲାମାନେ ନିଜନିଜର ପ୍ରକଳ୍ପବିଷୟରେ ଖୁବ ସୁନ୍ଦର ଭାବରେ ବୁଝାଇବା ସହ ସେମାନଙ୍କର ଦକ୍ଷତା ପରିପ୍ରକାଶ […]

ଆଜିର ରାଶିଫଳ

୨୦୨୬ମସିହା,ଅଗଷ୍ଟମାସ,୨୭ତାରିଖ,ଗୁରୁବାର,ଶ୍ରୀବଳଦେବଜନ୍ମ, ଗହ୍ମାପର୍ବ,ପଶୁବନ୍ଦାପନା,ରାକ୍ଷୀବନ୍ଧନ,ଉପାକର୍ମ,ଶ୍ରୀହୟଗ୍ରୀବ ଜୟନ୍ତୀ,ଅଦ୍ୟ ପୂର୍ଣ୍ଣିମା ବିହିତ ଚନ୍ଦ୍ରୋପବାସପୂଜା ଓ ଅର୍ଘ୍ୟଦାନ,ରକ୍ଷାବନ୍ଧନ ତତୋ‍ଽପରାହ୍ନ ସମୟେ ରକ୍ଷାପଟ୍ଟଳିକାଂ ଶୁଭାଂ,ରକ୍ଷାବନ୍ଧନମନ୍ତ୍ରୋ ଯଥା-“ଯୋନବଦ୍ଧୋ ବଳିରାଜା ଦାନବେନ୍ଦ୍ରୋ ମହାସୁରଃ,ତେନତ୍ବାମପିବଧ୍ନାମି ରକ୍ଷମାଚରମାଚଳ” ।ଇତି।ଅଦ୍ୟ ଶ୍ରାବଣପୂର୍ଣ୍ଣିମା କୃତ୍ୟ,ବିବିଧ-ଶରଣଂ,ସ୍ତ୍ରୀତୈଳ ବର୍ଜ୍ଜନ,ହଳ ନିଷେଧ।ଋତୁ-ବର୍ଷାଋତୁର(ଦ୍ବିତୀୟମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୩୩/୭🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୩/୦,ଶ୍ରାବଣମାସ, ଶୁକ୍ଳପକ୍ଷ, ବୃହସ୍ପତିବାସ,ତିଥି-ଚତୁର୍ଦ୍ଦଶୀ ଦିବାଘ୯/୭ମିପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା।ନକ୍ଷତ୍ର-ଧନିଷ୍ଠାନକ୍ଷତ୍ର ରାତ୍ରିଘ୨/୫୫ମିପର୍ଯ୍ୟନ୍ତ ତଦନ୍ତେ ଶତଭିଷା ନକ୍ଷତ୍ର।ଶୋଭନଯୋଗ ଦିବାଘ୯/୧୩ମିପର୍ଯ୍ୟନ୍ତ ତଦନ୍ତେ ଅତିଗଣ୍ଡଯୋଗ ।କରଣ- ବାଣିଜ୍ୟକରଣ ଦିବାଘ୯/୭ମିପର୍ଯ୍ୟନ୍ତ ତଦନ୍ତେ ବିଷ୍ଟିକରଣ ରାତ୍ରି ଘ୯/୨୫ମି ପର୍ଯ୍ୟନ୍ତ, ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ପଶ୍ଚିମଦିଗରେ,ଦିବା ଘ୯/୭ମିପରେ ବାୟବ୍ୟକୋଣରେ,ରିକ୍ତାତିଥି,ବିଷ୍ଟିକରଣ,ପାପସପ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମନିଷେଧ,ଚନ୍ଦ୍ରଶୁଦ୍ଧି-ମେଷ,ବୃଷ,କର୍କଟ,କନ୍ୟା,ବିଛା,ଧନୁ,ମକର ଓ ମୀନ […]

KIMSକୁ ସୋକଜ୍ ନୋଟିସ୍

ଭୁବନେଶ୍ୱର,୨୬।୮(ଏସଏସନିଉଜ)ଭୁବନେଶ୍ୱରସ୍ଥିତ KIMSହସ୍ପିଟାଲକୁ ସୋକଜ୍ ନୋଟିସ୍ ଜାରି ହୋଇଛି।ସୋକଜ୍ ନୋଟିସ୍ ଜାରି କଲା ଓଡ଼ିଶା ଷ୍ଟେଟ୍ ହେଲ୍‌ଥ ଆସ୍ୟୁରାନ୍ସ ସୋସାଇଟି।ଆୟୁଷ୍ମାନ ଭାରତPM-JAY ଓ BSKY/GJAYରେ ଅନିୟମିତତା ଅଭିଯୋଗ ଆସିଛି।୫ଦିନମଧ୍ୟରେ ସୋକଜ୍‌ର ଜବାବଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବନାହିଁ,ସ୍ପଷ୍ଟୀକରଣରେ ନିର୍ଦ୍ଦେଶ ରହିଥିବାର ଜଣାପଡିଛି।ନିର୍ଦ୍ଦିଷ୍ଟ ସମୟରେ ଜବାବ ନମିଳିଲେ ନିୟମାନୁସାରେ ହେବ ପଦକ୍ଷେପ।ପ୍ରି-ଅଥରାଇଜେସନ୍‌ରେ ଅନିୟମିତତା,ଅପ୍-କୋଡିଂ, କ୍ଲିନିକାଲ୍ ରେକର୍ଡରେ ହେରଫେର,OPD ରୋଗୀଙ୍କୁ IPDଭାବେ ଦର୍ଶାଇବା ନେଇ ରହିଛି ଅଭିଯୋଗ ହୋଇଛି।ରୋଗୀଙ୍କଠାରୁ ଅତିରିକ୍ତଟଙ୍କା ଆଦାୟଭଳି ଅଭିଯୋଗ ବି ରହିଛି।ICU ଆଡମିଶନ୍ ମାନଦଣ୍ଡ […]

ଖାକି ପଛରେ ଖାକି

ଭୁବନେଶ୍ୱର,୨୬।୮(ଏସଏସନିଉଜ)ପୋଲିସକୁ ଖୋଜୁଛି ପୋଲିସ।ଶରଣକୁଳଥାନା ପୂର୍ବତନ IIC ସୁଜିତ ଦାସଙ୍କ ନାଁରେ NBW ଜାରି ହୋଇଛି।ଦୀର୍ଘଦିନ ହେଲା ଫେରାର ଥିବାରୁ NBW ଜାରି ହୋଇଛି।ଦୁଷ୍କର୍ମ ମାମଲାରେ ଫେରାର ଅଛନ୍ତି ପୂର୍ବତନ IIC ସୁଜିତ ଦାସ।ଖାକି ବାବୁଙ୍କୁ ଗିରଫ କରିବାକୁ ପଛରେ ଲାଗିଛି ଖାକି।ଶରଣକୁଳ ଥାନା ପୂର୍ବତନ IIC ସୁଜିତ ଦାସଙ୍କୁ ଗିରଫ ପାଇଁ ପୋଲିସର ଛାନଭିନ୍ ଆରମ୍ଭ ହୋଇଛି।କ୍ରାଇମବ୍ରାଞ୍ଚର ଏକାଧିକ ଟିମ୍ ବିଭିନ୍ନସ୍ଥାନରେ କରୁଛନ୍ତି ଜୋରଦାର ଚଢ଼ାଉ ଆରମ୍ଭ କରାଯାଇଛି।ଚଢ଼ାଉ ଜୋରଦାର ହୋଇଥିଲେ ମଧ୍ୟ ସୁଜିତଦାସ ଏବେବି ଫେରାର […]

ଗୟଳ ଛୁଆ ଜନ୍ମକୁ ନେଇ ବଢିଲା ଚିନ୍ତା

ଭୁବନେଶ୍ୱର ,୨୫|୮ (ଏସଏସନିଉଜ)ସୋମବାର ନନ୍ଦନକାନନର ୪୨ନମ୍ବର ଖୁଆଡ଼ରେ ରହୁଥିବା ଗୟଳ ଏକ ମାଇଶାବକକୁ ଜନ୍ମଦେଇଛି।ଶାବକଟି ଜନ୍ମ ପରେ ନନ୍ଦନକାନନ ରେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ୯ରେ ପହଞ୍ଚି ଥିବାର ଜଣାପଡିଛି।ତେବେ ଶାବକଟି ଜନ୍ମପରେ କର୍ମଚାରୀଙ୍କ ମଧ୍ୟରେ ଖୁସିଲହରୀ ଖେଳିଯାଇଥିଲା।ହେଲେ ରାତି ହେବାପରେ ଖୁସିର ମହୋଲ ବଦଳି ଯାଇଥିଲା ଓ ଚିନ୍ତାବଢିବା ଆରମ୍ଭ ହୋଇଥିଲା।ନବଜାତ ଗୟଳଶାବକଟି ଅତ୍ୟନ୍ତ ଦୁର୍ବଳ ହୋଇଥିବା ବେଳେ ନିଜ ଗୋଡରେ ଠିକ୍ ସେ ଠିଆ ହୋଇପାରୁନଥିବାର ଜଣାପଡିଥିଲା।ଏହାସହ ମାକ୍ଷୀର ପିଇବାପାଇଁ ସଙ୍ଘର୍ଷ କରୁଥିଲେ ମଧ୍ୟ […]

ଆଜିର ରାଶିଫଳ

୨୦୨୬ ମସିହା,ଅଗଷ୍ଟମାସ,୨୬ତାରିଖ,ବୁଧବାର,ଶ୍ରୀଶିବପବିତ୍ରା ରୋପଣ ଉତ୍ସବ,ଶ୍ରୀଲିଙ୍ଗରାଜଦେବଙ୍କ ଯାତ୍ରା,ଅଦ୍ୟ ଶିବ ଚତୁର୍ଦ୍ଦଶ୍ୟୁପବାସ ଓ ବେଢା ପରିକ୍ରମା,ମହମ୍ମଦ୍ ଜୟନ୍ତୀ।ଋତୁ-ବର୍ଷାଋତୁର(ଦ୍ବିତୀୟ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୩୨/୫୮🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୩/୫୩ ଶ୍ରାବଣମାସ,ଶୁକ୍ଳପକ୍ଷ,ପଣ୍ଡିତବାସ,ତିଥି-ତ୍ରୟୋଦଶୀ ଦିବା ଘ୭/୫୮ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ, ଦିବା ଘ୭/୫୮ମିପରେ ପଶ୍ଚିମଦିଗରେ,ରିକ୍ତାତିଥିଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବା ଘ୭/୫୮ମିମଧ୍ୟେ ଯାତ୍ରାଶୁଭ। ଦକ୍ଷିଣଦିଗ, ଅଗ୍ନିକୋଣ ଓ ପୂର୍ବ ଦିଗକୁ ତ୍ୟାଗ କରି ଯାତ୍ରାକରାଯିବ ।ଚନ୍ଦ୍ରଶୁଦ୍ଧି-ମେଷ,ବୃଷ,କର୍କଟ,କନ୍ୟା,ବିଛା, ଧନୁ,ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର–ସିଂହ ରାଶିର ଘାତଚନ୍ଦ୍ର ଘାତବାର-କର୍କଟ […]

ପୋଲିସ ଗାଡ଼ି ଭାଙ୍ଗି ଡକାୟତ ଦଳ ଫେରାର

ଜୟପୁର,୨୫।୮(ଏସଏସନିଉ ଜ)ବୋରିଗୁମ୍ମାରେ ଫିଲ୍ମ ଷ୍ଟାଇଲରେ ପୋଲିସ-ଡକାୟତ ମୁହାଁମୁହିଁ ହୋଇଛନ୍ତି।ପାଟ୍ରୋଲିଂ ବେଳେ ସନ୍ଦିଗ୍ଧ ବୋଲେରୋକୁ ଅଟକାଇବାକୁ ଚେଷ୍ଟା ବେଳେ ମୁହାଁମୁହିଁ ହୋଇଛନ୍ତି।ଗାଡ଼ି ନଅଟକାଇ ଡକାୟତ ଦଳ ଦ୍ରୁତ ଗତିରେ ଖସିପଳାଇବାକୁ ଉଦ୍ୟମ କରିଥିଲେ।ପୋଲିସ ଗାଡ଼ି ମଧ୍ୟ ପ୍ରାୟ ୭କିମିପର୍ଯ୍ୟନ୍ତ ପିଛା କରିଥିଲା।କମରା ଶ୍ମଶାନରାସ୍ତାରେ ଗାଡ଼ି ଅଟକାଇ ପୋଲିସକୁ ଡକାୟତଙ୍କ ଆକ୍ରମଣ କରିଥିଲେ।ପୋଲିସ ଗାଡ଼ିକୁ ଭଙ୍ଗାରୁଜାସହ ଗାଡ଼ି ଚାବି ଛଡ଼ାଇ ନେଲେ ଡକାୟତ ଦଳ।ପରେ ନିଜ ବୋଲେରୋକୁ ଛାଡ଼ି ନିକଟ ଜଙ୍ଗଲକୁ ଖସି ପଳାଇଲେ।୨୦୦ରୁଊର୍ଦ୍ଧ୍ୱ ଗ୍ରାମବାସୀଙ୍କୁନେଇ ପୋଲିସର ସର୍ଚ୍ଚ ଅପରେସନ୍ […]

ଘରେ ପୋତା ଯାଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର

ପୁରୀ,୨୫।୮(ଏସଏସନିଉଜ)ଘରଭିତରେ ପୋତା ଯାଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ।କୁମ୍ଭାରପଡ଼ା ଭଡ଼ାଘର ରୋଷେଇଘରୁ ମୃତଦେହ ଉଦ୍ଧାର କଲା ପୋଲିସ।ପ୍ରବଳ ଦୁର୍ଗନ୍ଧ ହେବାରୁ ଘରମାଲିକଙ୍କ ସନ୍ଦେହ ପରେ ତଦନ୍ତ କରିଥିଲା ପୋଲିସ।ମାଆକୁ ମାରି ପୁଅ ଘରେ ପୋତି ଦେଇଥିବା ପୋଲିସର ସନ୍ଦେହ କରାଯାଉଛି।୪ମାସ ତଳେ ଉଭୟ ମାଆ,ପୁଅ ଆସି ଭଡ଼ାରେ ରହିଥିଲେ।ଫେରାର ପୁଅକୁ ଖୋଜିବାକୁ ପୋଲିସର ତନାଘନା ଆରମ୍ଭ ହୋଇଛି।

ବନ୍ଦ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ,୨୫।୮(ଏସଏସନିଉଜ)ଗୋଡିସାହିଫାଣ୍ଡି ନିକଟସ୍ତ ରାମଦାସପୁର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ନିକଟରେଥିବା ଏକ ବନ୍ଦଘର ମଧ୍ୟରୁ ଜଣେ ଯୁବକଙ୍କ ମୃତ ଦେହ ମଙ୍ଗଳବାରସକାଳୁ ଉଦ୍ଧାର ହୋଇଛି।ମୃତକ ହେଉଛନ୍ତି ଗୋଡିସାହି ଗ୍ରାମର ପ୍ରଦୀପନାୟକ ଗତ ୧୯ଦିନ ହେବ ନିଖୋଜ ଥିଲେ। ମୃତ୍ୟୁଦେହ ପଚି ଯାଇଥିବାବେଳେ ଝୁଲୁଥିବା ବେଳେ ପୋଲିସ ଉଦ୍ଧାର କରିଛି।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।