Browsing author

SATYA SANDHANA DESK

ଆଜିର ରାଶିଫଳ

୬ଜୁନ୨୦୨୫,ଶୁକ୍ରବାର,ଆଜିର ରାଶିଫଳ ମେଷ:-ପାରିବାରିକ ଦାୟିତ୍ବ ନିର୍ବାହ କରିପାରିବେ।ଚାକିରି ବଦଳାଇବା ଲାଗି ଭାବିପାରନ୍ତି।କଳାକ୍ଷେତ୍ରରେ ଥିବା ଲୋକଙ୍କଲାଗି ଦିନଟି ଭଲ ରହିବ। ବୃଷ:-କୌଣସି ନୂଆ ଦାୟିତ୍ବ କାନ୍ଧକୁ ଆସିପାରେ। ସାମାଜିକ ପରିସର ବୃଦ୍ଧି ହେବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ସନ୍ଧ୍ୟାରେ ଜୀବନସାଥୀ ସହ ଆନନ୍ଦମୟ ସମୟ କାଟିବେ। ମିଥୁନ:-କୌଣସି କଥା ନେଇ ଚିନ୍ତିତ ରହିବେ। ସାଥିରେ କାମ କରୁଥିବା ଲୋକ ସାହାଯ୍ୟ କରିବେ। ପରିବାର ଲୋକଙ୍କ ସହ ମହତ୍ତ୍ବପୂର୍ଣ୍ଣ ବିଷୟ ନେଇ କଥାବାର୍ତ୍ତା କରିବେ। କର୍କଟ:-ନିଜର ପରିସର ବୃଦ୍ଧି […]

ବିଶ୍ଵ ପର୍ଯ୍ୟାବରଣ ଦିବସ ପାଳିଲା

ବାରଙ୍ଗ,୫।୬(ଏସଏସନିଉଜ) ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ବିଶ୍ଵ ପର୍ଯ୍ୟବରଣ ଦିବସ ପାଳନ ଅବସରରେ ଏକ ସେମିନାର ଆୟୋଜନ କରାଯାଇଥିଲା ।ଏହି ଆଲୋଚନାରେ ଏଗ୍ରିକଲ୍ଚର୍ ବିଭାଗର ଆସୋସିଏଟ୍ ପ୍ରଫେସର ସନ୍ଦିପ ରାଉତ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପର୍ଯ୍ୟାବରଣ ରକ୍ଷାକରିବା ବିଷୟରେ ପରାମର୍ଶ ଦେଇଥିଲେ।ପ୍ଳାଷ୍ଟିକ ପ୍ରଦୂଷଣର ଦୂରଗାମୀ ପ୍ରଭାବ ଏବଂ ନିରାକରଣ ବିଷୟରେ ପ୍ରଫେସର ଅଭୟ କୁମାର ମିଶ୍ର ଏବଂ ପ୍ରଫେସର ରମାକାନ୍ତରାଉତ ବକ୍ତବ୍ୟ ପ୍ରଦାନ କରିଥିଲ।ପ୍ରାରମ୍ଭରେ ମହାବିଦ୍ୟାଳୟ ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ […]

ପଶ୍ଚିମବଙ୍ଗ ସାଂସଦ ହେଲେ ପୁରୀ ବୋହୂ

ଭୁବନେଶ୍ୱର,୫।୬(ଏସଏସନିଉଜ)ବିଜେଡିର ପୂର୍ବତନ ପୁରୀ ସାଂସଦ ପିନାକୀ ମିଶ୍ର ଓ ଟିଏମସି ସାଂସଦ ମହୁଆ ମୈତ୍ରଙ୍କୁ ମେ ୩ରେ ଜର୍ମାନୀରେ ବିବାହ କରିଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ୨୦୧୦ମସିହାରେ ମମତାବାନାର୍ଜୀଙ୍କ ଟିଏମସି ପାର୍ଟିରୁ ୨୦୧୯ ଓ ୨୦୨୪ରେ ନିର୍ବାଚନରେ ନିର୍ବାଚତହୋଇ ମହୁଆ ମୈତ୍ର ସାଂସଦ ହୋଇଥିଲେ ।

ଟ୍ରକ ପଛକୁ ପିଟିଲା ବସ,୧ମୃତ,୭ଗୁରୁତର

ଭୁବନେଶ୍ୱର,୫।୬(ଏସଏସନିଉଜ) ବୀଣାପାଣି ନାମକ ବସ କଟକରୁ ଝରୀଗାଁ ଯାଉଥିବା ସମୟରେ କୋକସରା ଚାରବାହାଲ ନିକଟରେ ଭୋର ୩ଟା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।ବସଟି ଦୃତଗତିରେ ଆସି ଟ୍ରକର ପଛପଟକୁ ଧକ୍କା ଦେଇଥିଲା।ଯାହାଫଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି।ଏହି ଘଟଣାରେ ସାତଜଣ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ସମସ୍ତଙ୍କୁ ଉଦ୍ଧାର କରି ଜୁନାଗଡ଼ ମେଡିକାଲରେ ଭର୍ତି କରିଛନ୍ତି।ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତେଜନା ଦେଖାଦେଇଛି।

ବେଆଇନ ବାଲି ଚାଲାଣ

ବାରଙ୍ଗ, ୪।୬(ଏସଏସନିଉଜ) ବୁଧବାର ବଢିଭୋର୍ ସମୟରେ ବେଆଇନଭାବେ ବାଲି ଉଠାଉଥିବା ବେଳେ ଲଘୁ ଖଣିଜବିଭାଗ ପକ୍ଷରୁ ଦୁଇଟି ଟ୍ରାକ୍ଟରକୁ ଜବତ କରାଯାଇଛି। ପ୍ରକାଶଯେ, ବୁଧବାର ବଢିଭୋର ସମୟରେ ବେଲଗଛିଆ ପଂଚାୟତ କାର୍ଯ୍ୟାଳୟର କିଛି ଦୂରରୁ କୁଆଖାଇ ନଦୀପଠାରୁ ବେଆଇନଭାବେ ବାଲି ଉଠାଯାଇ ଅନ୍ୟତ୍ର ଚାଲାଣପାଇଁ ଉଦ୍ୟମ ହେଉଥିଲା। ଏହି ଖବରପାଇ ଲଘୁଖଣିଜ ବିଭାଗର ଅଧିକାରୀ ସତ୍ୟପ୍ରିୟ ଶକ୍ତି ପ୍ରସାଦ ସାହୁ, ଚନ୍ଦନ ସାହୁଙ୍କ ସହିତ ବାରଙ୍ଗ ଥାନା ପୁଲିସ ମିଳିତଭାବେ ଚଢ଼ାଉ କରିଥିଲେ। ପୁଲିସକୁ ଦେଖି ନଦୀ […]

ବାପା ମୃତ୍ୟ ଖବର ପାଇ କୂଅକୁ ଡେଇଲା ଝିଅ

ବାରଙ୍ଗ,୪।୬(ଏସଏସନିଉଜ)ବୁଧବାର ସକାଳ ୭ଟା ପାଖାପାଖି ବାରଙ୍ଗ ଥାନା ଅଧୀନସ୍ଥ ଦାଢାପାଟଣା ଗ୍ରାମ ମଙ୍ଗଳା ଛକରେ ରହୁଥିବା ଜଣେ ଯୁବତୀ ବାପାର ମୃତ୍ୟୁ ଖବର ପାଇ କୂଅକୁ ଡେଇପଡ଼ିଥିଲେ।ଖବର ପାଇ ବାରଙ୍ଗରୁ ଦମକଳ ବାହିନୀ ଆସି କୂଅ ମଧ୍ୟରୁ ଯୁବତୀକୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ନେଇଥିଲେ।ଷୌଭାଗ୍ୟବଶଃତ ଯୁବତି ଜଣଙ୍କ ବଞ୍ଚି ଯାଇଥିବାର ଜଣାପଡିଛି। ପ୍ରକାଶ ଯେ,ଦାଢାପାଟଣା ଗ୍ରାମର ମଙ୍ଗଳା ଛକରେ ରହୁଥିବା ସୁକାନ୍ତସାହୁ ନାମକ ବ୍ୟକ୍ତି ଗତ କିଛି ଦିନ ହେବ କିଡନୀ […]

ଲାଞ୍ଚ ନେବାବେଳେ ଏଏସଆଇଙ୍କୁ ଧରିଲା ଭିଜିଲାନ୍ସ

ବ୍ରହ୍ମପୁର,୪।୬(ଏସଏସନିଉଜ) ମହିଳାଥାନା ଏଏସଆଇ ବବିତା ସୁନା ଲାଞ୍ଚ ନେବାବେଳ ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀ କାବୁ କରିଛନ୍ତି। କୌଣସି ଏକ ପାରିବାରିକ ଅଶାନ୍ତିର ସମାଧାନ ପାଇଁ ବଡ଼ ଧରଣର ଅର୍ଥ ଦାବିକରି ପ୍ରଥମ କିସ୍ତିରେ ନଗଦ ଦଶହଜାର ଟଙ୍କା ଲାଞ୍ଚ ନେବାବେଳେ ଛକି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ବବିତା ସୁନାଙ୍କଠାରୁ ଉକ୍ତ ଟଙ୍କା ଜବତ କରିବା ସହ ଥାନା ମଧ୍ୟରେ ବିଭିନ୍ନ ନଥିପତ୍ରର ଯାଞ୍ଚ କରିଥିଲେ।

ଆଜିର ରାଶିଫଳ

ଜୁନମାସ ୦୫ତାରିଖ ୨୦୨୫ମସିହା(ଗୁରୁବାର)ସୁଦଶାବ୍ରତ,ଜ୍ୟେଷ୍ଠମାସ- ଶୁକ୍ଳପକ୍ଷ ,ତିଥି- ଦଶମୀ ରାତ୍ରି ଘ୦୧/୫୩ଗତେ ଏକାଦଶୀ ,ସୁର୍ୟୋଦୟ-ପ୍ରାତଃଘ୦୫/୧୧/୧୦,ସୂର୍ୟ୍ୟାସ୍ତ-ସନ୍ଧ୍ୟା ଘ୦୬/୧୯/୫୦ ,ଯୋଗିନୀ ଉତ୍ତରେ ରାତ୍ରିଘ୦୧/୫୩ଗତେ ଅଗ୍ନିକୋଣେ ,ତୁଳା ଓ କୁମ୍ଭରାଶିର ଘାତବାର ,ବୃଷରାଶିର ଘାତଚନ୍ଦ୍ର ,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା ଓ ବାରବେଳା- ଦିବା ଘ୦୩/୦୬ ଗତେ ଘ୦୬/୨୧ମଧ୍ୟେ ,ବିଶୁଦ୍ଧ ଅମୃତବେଳା-ରାତ୍ରି ଘ୦୭/୦୪ଗତେ ଘ୦୯/୧୭ମଧ୍ୟେ ଓ ଘ୧୨/ ୧୩ଗତେ ଘ୦୨/୨୬ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୬/୦୧ ମଧ୍ୟେ ଓ ଘ୦୯/୨୦ଗତେ ଘ୧୧/୦୬ମଧ୍ୟେ ,ଅଦ୍ୟ କଳମଶାଗଭକ୍ଷଣ ନିଷେଧ। ମେଷ:-ଆଜି ପରିବାରରେ ସନ୍ଦେହ ଓ […]

ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଦୁଇଦିନିଆ ସ୍ଥାପତ୍ୟ କର୍ମଶାଳା

କଟକ,୫।୬(ଏସଏସନିଉଜ) ବିଦ୍ୟାଧରପୁର ଗୋଡ଼ିସାହିସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସ୍ଥାପତ୍ୟ ବିଭାଗ ପକ୍ଷରୁ “ରି-ଇମାଜିନିଂ ସ୍ପେସଲ୍ ପ୍ଲାନିଂ ଫ୍ରମ୍ ୱିମେନ୍ସ ପର୍ସପେକ୍ଟିଭ୍” ଶୀର୍ଷକ ଏକ ଦୁଇଦିନିଆ ଜାତୀୟ କର୍ମଶାଳା ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜୁନ୍ ୩ ଓ ୪ତାରିଖ ଦୁଇଦିନଧରି ଅନୁଷ୍ଟିତ ହୋଇଥିବା ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା ସହର ଓ ଗାଁଠାରୁ ଆରମ୍ଭ କରି ଯେ କୌଣସି ଅଞ୍ଚଳର ଭୌଗୋଳିକ କ୍ଷେତ୍ର ଯୋଜନା ପ୍ରସ୍ତୁତି ସମୟରେ ମହିଳାମାନଙ୍କ ଆବଶ୍ୟକତା, ଅନୁଭବ ଏବଂ ସୁରକ୍ଷାକୁ […]

ଝିଅ ସହ ପ୍ରେମ କରି ନେଇଗଲେ ସୁନା ଅଳଙ୍କାର

ବାଲିଅନ୍ତା,୪।୬(ଏସଏସନିଉଜ)ଅଭିଯୋଗକାରୀ ବିକ୍ରମପାତ୍ରଙ୍କ ଲିଖିତ ଅଭିଯୋଗ ଆଧାରରେ ବାଲିଅନ୍ତାଥାନା ପୁଲିସ ୨୪୨/୨୫ କେସ ନମ୍ୱରରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସେମାନେ ହେଲେ ନିରାକାରପୁରର ପବିତ୍ର ବାରିକ(୨୪)ଓରଫ ରାଜା, ବେଗୁନିଆର ଅଭି ଓରଫ ଅଭିଷେକ ପଟ୍ଟନାୟକ(୨୪) ।ପୋଲିସ ସେମାନଙ୍କଠାରୁ ସୁନାଚେନ, ବ୍ରେସଲେଟ,ନଗଦ ୧୫ହଜାର ଟଙ୍କା ଜବତ କରିଛି। ସୂଚନାଯୋଗ୍ୟଯେ, ପବିତ୍ର ବାରିକ ଓରଫ ରାଜା ନାମକ ଜଣେ ଅଭିଯୁକ୍ତ ଗତବର୍ଷେ ତଳେ ବିକ୍ରମପାତ୍ରଙ୍କ ଘରେ […]