Browsing author

SATYA SANDHANA DESK

ବିପୁଳ ପରିମାଣର ବିଦେଶୀମଦ ଜବତ

ଭୁବନେଶ୍ୱର,୨୨ା୪(ଏସଏସନିଉଜ)ଖଣ୍ଡଗିରିଥାନା ପୁଲିସ ବେଆଇନ ବିଦେଶୀମଦ ବିକ୍ରୟ ଅଭିଯୋଗରେ ଆନ୍ଧ୍ରପ୍ରଦେଶ ଇଛାପୁରମ ଗ୍ରାମର ରାଜୁସେଠୀନାମକ ଯୁବକକୁ ଗିରଫକରି ସୋମବାରଦିନ କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟଯେ, ଖଣ୍ଡଗିରି ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଙ୍ଗ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ, ନିମ୍ନୋକ୍ତ ରାଜୁସେଠୀ ଏକ କାରରେ ବେଆଇନ ଭାବେ ବିଦେଶୀମଦ ନେଇ ବରମୁଣ୍ଡା ରୁ ଖଣ୍ଡଗିରି ଅଭିମୁଖେ ଯାଉଥିବା ନେଇ, ବିଶ୍ଵସ୍ତସୂତ୍ରରୁ ସୂଚନା ପାଇଥିଲେ । ମିଳିଥିବା ସୂଚନାଆଧାରରେ ପେଟ୍ରୋଲିଙ୍ଗଟିମ ତ୍ରିନାଥମନ୍ଦିରଛକ ନିକଟରେ […]

ଚନ୍ଦକା ଅଭୟାରଣ୍ୟରେ ଲାଗିଲା ନିଆଁ

ମେଣ୍ଢାଶାଳ,୨୨ା୪(ଏସଏସନିଉଜ)ଚନ୍ଦକା ଅଭୟାରଣ୍ୟର ଗୋଡିବାରୀ ନିକଟସ୍ଥ ଜଙ୍ଗଲରେ ନିଆଁ ଲାଗିଥିବାର ସୁଚନା ମିଳିଛି ।ସୋମବାର ଦିନ ପ୍ରାୟ ୩ଟାରୁ ୪ଟାଭିତରେ ନିଆଁଲାଗିଥିବାର ଜଣାଯାଇଛି ।ନିଆଁ ଲାଗିବାକ୍ଷଣି ବନ୍ୟପ୍ରାଣିବିଭାଗର ଫାୟାରସ୍ୱାର୍ଡ ଘଟଣାସ୍ଥଳରେ ପହଂଚିଥିଲେ ମଧ୍ୟ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣକୁ ଆଣିପାରିନାହାନ୍ତି ।ଯାହାଫଳରେ ଖବରପାଇ ଅଗ୍ନିଶମବାହିନିର ଦୁଇଟି ଦମକଳଆସି ନିଆଁଲିଭାଇବାକୁ ଚେଷ୍ଟାକରିଛନ୍ତି ।ଅଗ୍ନିଶମବାହିନୀଦ୍ୱାରା ଅଦ୍ୟାବଧି ନିଆଁକୁ ପୁର୍ଣରୁପରେ ଆୟତକୁ ଅଣାଯାଇପାରିନଥିବାର ଜଣାପଡିଛି ।ନିଆଁର ପ୍ରଚଣ୍ଡ ଉତାପରେ ବିଭିର୍ଣପ୍ରକାରର ଗଛ ଜଳିପୋଡି ନଷ୍ଟହୋଇଯାଇଛି । ଜଙ୍ଗଲବିଭାଗ ପକ୍ଷରୁ ଦେଢଏକର ପରିମିତ ଜଙ୍ଗଲରେ ନିଆଁ ଲାଗିଥିବାର […]

୨୦ଗ୍ରାମ ବ୍ରାଉନସୁଗାର ଜବତ

ବାରଙ୍ଗ,୨୨ା୪(ଏସଏସନିଉଜ)ବଟାନିକାଲ ଗାର୍ଡେନଛକ ପାଖରେ ସୋମବାର ଚଢ଼ାଉକରି ବେଆଇନ ଭାବେ ବ୍ରାଉନ ସୁଗାର ବିକ୍ରିକରୁଥିବା ଅଭିଯୋଗରେ ନନ୍ଦନକାନନ ଥାନା ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଛି।ଗିରଫବ୍ୟକ୍ତି ହେଉଛନ୍ତି ଖୋର୍ଦ୍ଧା ଦଳେଇପୁଟଗାଁର ପ୍ରଭାତ କୁମାର ସମନ୍ତସିଂହାର। ବିଶ୍ଵସ୍ତସୂତ୍ରରୁ ମିଳିଥିବା ସୂଚନା ଆଧାରରେ ନନ୍ଦନକାନନ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଥାନାର ଏକ ଟିମ ବଟାନିକାଲ ଗାର୍ଡେନ ଛକ ନିକଟରେ ଅତର୍କିତ ଚଢଉ କରିଥିଲେ।ଏହିସମୟରେ ବେଆଇନଭାବେ ବ୍ରାଉନ ସୁଗାର ବିକ୍ରି କରୁଥିବା ଅଭିଯୋଗରେ ପ୍ରଭାତକୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଥିଲେ […]

ଆଜିର ରାଶିଫଳ

୨୦୨୪ମସିହା ଅପ୍ରେଲମାସ ୨୨ତାରିଖ ସୋମବାର।ଶ୍ରୀବିଷ୍ଣୁ ଦମନକ ଓ ଶିବଦମନକ ଯାତ୍ରା, ଦୟଣାବେଢ଼ା,ମାୟାମୃଗ ପ୍ରସ୍ତାବ, ସୀତାଚୋରୀ, ହିଙ୍ଗୁଳା ଯାତ୍ରା,ଶିବଚତୁର୍ଦ୍ଦଶ୍ୟୁପବାସ ଓ ବେଢାପରିକ୍ରମା।ସୁର୍ଯ୍ୟୋଦୟ- ଘ୫/୨୭/୨୦ ,ସୂର୍ଯ୍ୟାସ୍ତ- ଘ୬/୩/୧୪ ,ଚୈତ୍ରମାସ ,ଶୁକ୍ଳପକ୍ଷ ,ଚନ୍ଦ୍ରବାସ ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୩/୨୧ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ରାତ୍ରି ଘ୩/୨୧ମିପରେ ବାୟବ୍ୟକୋଣରେ। ରିକ୍ତାତିଥି ଓ ବିଷ୍ଟିକରଣ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର-ବୃଷରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବିରି ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୬/୪୯ମି […]

ଏପ୍ରିଲ୍ ୨୫ରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର,୨୧ା୪(ଏସଏସନିଉଜ) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ଏପ୍ରିଲ୍ ୨୫ ତାରିଖରେ ଓଡ଼ିଶା ଆସି ସୋନପୁରରେ ଜନସଭାକୁ ସମ୍ବୋଧନ କରିବେ ବୋଲି ସୂଚନା ଦେଇଛନ୍ତି ବିଜେପିର ଉପସଭାପତି ଗୋଲକ ମହାପାତ୍ର। ସୋନପୁରରୁ ଫେରି ଅମିତ ଶାହ ଭୁବନେଶ୍ବରରେ ରାତ୍ରିଯାପନ କରି ବିଜେପିର ପଦାଧିକାରୀଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବେ ଓ ଏହାସହ ବିଜୟ ମନ୍ତ୍ର ଦେବେ।

ଟ୍ରକ୍ ମାଡ଼ିଯିବାରୁ ୨ମହିଳାଙ୍କ ସମେତ ୩ମୃତ

ନବରଙ୍ଗପୁର,୨୧ା୪(ଏସଏସନିଉଜ) ଆଜି ଅପରାହ୍ନରେ ରାଇଘର କୁନ୍ଦେଇ ମୁଖ୍ୟରାସ୍ତାର ଜୋଡ଼ିଙ୍ଗା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି । ଟ୍ରକ ସହ ଯାତ୍ରୀବାହୀ ଆଟୋର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଥିବା ବେଳେ ଆଟୋ ଡ୍ରାଇଭର ସମେତ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତ ମାନଙ୍କୁ ଜୋଡ଼ିଙ୍ଗା ମେଡିକାଲ୍ ଓ ଉମରକୋଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଓଡି […]

ବିଜେପି କର୍ମୀଙ୍କ ଉପରକୁ ବୋମାମାଡ଼…

ଆଠଗଡ଼,୨୧ା୪(ଏସଏସନିଉଜ)ଜେମାଦେଇପୁରରେ ରାଜନୈତିକ ହିଂସା ଆରମ୍ଭ ହୋଇଯାଇଛି । ବିଜେପି କର୍ମୀଙ୍କ ଉପରକୁ ବୋମାମାଡ଼ ଓ ଗୁଳିମାଡ଼ ହୋଇଥିବାର ଜଣାପଡିଛି । ତିଗିରିଆ ଥାନା ଜେମାଦେଈପୁରରେ ଥିବା ଏକ ଢାବା ପାଖରେ ବୋମାମାଡ଼ ହୋଇଛି । ବିଜେପି କର୍ମୀ ଭାବଗ୍ରାହୀ ପଣ୍ଡାଙ୍କ ଉପରକୁ ବୋମାମାଡ଼ ଓ ଗୁଳିମାଡ଼ କରିଛନ୍ତି ୬ରୁ ୮ ଦୁର୍ବୃତ୍ତାସୈାବାଗ୍ୟବଶତ ଅଳ୍ପକେ ବର୍ତ୍ତିଯାଇଛନ୍ତି ବିଜେପି କର୍ମୀ ଭାବଗ୍ରାହୀ ପଣ୍ଡା ।ଘଟଣାପରେ ଦୁର୍ବୁତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ବୋମା ଓ ଗୁଳିମାଡ଼ରେ ଭାବଗ୍ରାହୀଙ୍କ କାର୍ କ୍ଷତିଗ୍ରସ୍ତ […]

ଅପ୍ରେଲ ୨୫ରୁ ଗ୍ରୀଷ୍ମ ଛୁଟି

ଭୁବନେଶ୍ୱର,୨୧ା୪(ଏସଏସନିଉଜ) ରାଜ୍ୟ ସରକାର ଅପ୍ରିଲ ୨୫ରୁ ଖରା ଛୁଟି ଘୋଷଣା କରିଛନ୍ତି । ରାଜ୍ୟରେ ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏଥିପାଇଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ସବୁ ଆସନ୍ତା ୨୫ରୁ ଖରାଛୁଟି ଘୋଷଣା କରିଥିବାର ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏନେଇ ବଜ୍ଞପ୍ତି ପ୍ରକାଶ ପାଇଛି। ୨୨ରୁ ୨୪ ତାରିଖ ଯାଏଁ ସକାଳ ୬ଟା ୩୦ରୁ ୧୦ଟା ୩୦ ପର‌୍ୟ୍ୟନ୍ତ ହେବ ପାଠପଢ଼ା । ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଓ ପାଣିପାଗ […]

ଆଜିରରାଶିଫଳ

ଅପ୍ରେଲମାସ ୨୧ତାରିଖ ୨୦୨୪ ମସିହା (ରବି ବାର)ଚୈତ୍ରମାସ- ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀ ରାତ୍ରି ଘ୦୧/୦୯ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- ଉତ୍ତରା ଫାଲଗୁନୀ ସନ୍ଧ୍ୟା ଘ୦୫/୪୯ ଗତେ ହସ୍ତା, ସୁର୍ୟୋଦୟ-ପ୍ରାତଃ ଘ୦୫/୨୯/୫୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/୪୭,ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୧/୦୯ ଗତେ ପଶ୍ଚିମେ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବୃଷରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,ଅଦ୍ୟ ମୃତେ ଦ୍ଵିପାଦ ଓ ସନ୍ଧ୍ୟାଘ ୦୫/୪୯ ଗତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା – ଦିବା ଘ୧୦/୧୧ଗତେ ଘ୦୧/୨୨ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୧୪ ଗତେ ଘ୦୯/୨୬ ମଧ୍ୟେ ଓ […]

ମେଣ୍ଢାଶାଳରେ ଅପରାଜିତାଙ୍କ ରୋଡସୋ

ମେଣ୍ଢାଶାଳ ୨୦।୪(ଏସଏସନିଉଜ) ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳଗାଁରେ ବିଜେପି ତରଫରୁ ଏକ ରୋଡ ସୋ କରାଯାଇଥିଲା ।ମେଣ୍ଢାଶାଳ ଡାକ୍ତରଖାନା ଛକରୁ ରୋଡ ସୋରେ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ସାଂସଦ ପାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକପାର୍ଥୀ ବିଶ୍ୱରଂଜନ ବଡ଼ଜେନାଙ୍କୁ ଜିଲ୍ଲାର ବହୁ ବିଜେପିକର୍ମୀ ଏକ ଶୋଭାଯାତ୍ରାରେ ନେଇଥିଲେ । ଶୋଭାଯାତ୍ରା ମେଣ୍ଢାଶାଳ ଗାଁର ସମସ୍ତୱାର୍ଡ଼ ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ଦୁଇହଜାରରୁ ଉର୍ଦ୍ଧ ମହିଳା ଓ ପୁରୁଷ, ଯୁବକମାନେ ହାତରେ ବିଜେପି ପତାକା ଧରି ଗ୍ରାମ ପରିକ୍ରମା କରିଥିଲେ […]