Browsing author

SATYA SANDHANA DESK

ଆଜିର ରାଶିଫଳ

ଅଗଷ୍ଟମାସ ୨୫ତାରିଖ ୨୦୨୪ ମସିହା(ରବିବାର) ଭାଦ୍ରବ ମାସ- କୃଷ୍ଣପକ୍ଷ,ତିଥି- ଷଷ୍ଠୀ ପ୍ରାତଃ ଘ ୦୫/୩୭ ଗତେ ସପ୍ତମୀ,ନକ୍ଷତ୍ର- ଦ୍ଵିଜା ଦିବା ଘ୦୫/୩୪ ଗତେ କୃତ୍ତିକା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୩/୦୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୪/ ୫୨,ଯୋଗିନୀ ପଶ୍ଚିମେ ପ୍ରାତଃ ଘ ୦୫/୩୭ ଗତେ ବାୟବ୍ୟେ,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମେଷରାଶିର ଘାତବାର,ମେଷରାଶିର ଘାତଚନ୍ଦ୍ର,କାଳବେଳା ଓ ବାରବେଳା – ଦିବା ଘ୧୦/୧୫ ଗତେ ଘ୦୧/୨୪ ମଧ୍ୟେ,ଅଦ୍ୟ ମୃତେ ଏକ ପାଦ ପ୍ରାତଃ ଘ ୦୫/୩୭ଗତେ ଦ୍ଵିପାଦ ପୁଷ୍କର ଦୋଷ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୧୨ ଗତେ ଘ୦୯/୩୩ମଧ୍ୟେ […]

ଅବସରନେଲେ ଧୱନ

ଭୁବନେଶ୍ୱର,୨୪ା୮(ଏସଏସନିଉଜ)ଅବସର ଘୋଷଣା କଲେ କ୍ରିକେଟର ଶିଖର ଧୱନାଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଧୱନ ଅବସର ନେବାର ଘୋଷଣା କରିଛନ୍ତି ।୩୪ ଟେଷ୍ଟ, ୧୬୭ ଦିନିକିଆ ଓ ୬୮ଟି ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳିଛନ୍ତି ଧୱନ ।

ଆଜି ନକ୍ସଲ ମୁକାବିଲା ବୈଠକ

ଭୁବନେଶ୍ୱର,୨୪ା୮(ଏସଏସନିଉଜ)ଛତିଶଗଡ଼ ରାୟପୁରରେ ଆଜି ନକ୍ସଲ ମୁକାବିଲା ପାଇଁ ବୈଠକ ହେବାକୁଯାଉଛି ।କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକାବୈଠକରେ ଭାଗ ନେବେ ନକ୍ସଲ ପ୍ରଭାବିତ ଓଡ଼ିଶା ସମେତ ୭ ରାଜ୍ୟାଏବେ ବି ଓଡ଼ିଶାର ୭ ଜିଲ୍ଲା ମାଓବାଦୀ ପ୍ରବଣ ରହିଥିବାର ଜଣାପଡିଛି ।ମାଓବାଦୀମାନଙ୍କୁ କିଭଳି ଦମନ କରାଯିବ ଏଥିପାଇଁ ଆଲୋଚନା କରାଯିବ ବୋଲି ଜଣାପଡିଛି ।

ମହାନଦୀକୁ ଡେଇଁପଡ଼ିଲେ ଛାତ୍ରୀ

ସମ୍ବଲପୁର, ୨୪ା୮(ଏସଏସନିଉଜ)ମହାନଦୀକୁ ଡେଇଁପଡ଼ିଲେ ହାଇସ୍କୁଲ ଛାତ୍ରୀାଚାଉଁରପୁର ବ୍ରିଜରୁ ମହାନଦୀକୁ ଡେଇଁପଡ଼ିଲେ ହାଇସ୍କୁଲ ଛାତ୍ରୀାବ୍ରିଜ ଉପରେ ସାଇକେଲ ରଖି ଡେଇଁପଡ଼ିଛନ୍ତି ଛାତ୍ରୀାଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଖୋଜାଖୋଜି ଆରମ୍ଭ କରିଛି ।ତେବେ ଛାତ୍ରୀ ଜଣଙ୍କ କାହିଁକି ଏଭଳି ନିଷ୍ପତି ନେଲେ ତାହା ଜଣାପଡିନାହିଁ ।

ଛୁରାମାଡ଼ ନେଲା ୩ ଜୀବନ

ଭୁବନେଶ୍ୱର,୨୪ା୮(ଏସଏସନିଉଜ)ଜର୍ମାନୀ ସୋଲିଙ୍ଗେନରେ ଦୁର୍ବୃତ୍ତର ଛୁରାମାଡ଼ ଘଟଣାରେ ୩ଜଣଙ୍କର ମୃତୁ୍ୟ ଘଟିଛି ।ଏହି ଆକ୍ରମଣରେ ଗୁରୁତର ଆହତଥିବା ୯ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିସ୍ିତହେଉଛନ୍ତି ।ପାର୍ଟି ଚାଲିଥିବା ବେଳେ ଦୁର୍ବୃତ୍ତ ଜଣଙ୍କ ହଠାତ୍ ଆକ୍ରମଣ କରିଥିଲା ।ଛୁରାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବାବେଳେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।

୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ୱର,୨୪ା୮(ଏସଏସନିଉଜ)ଶ୍ରୀମନ୍ଦିରରେ ଆଜି ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।ଅପରାହ୍ନ ୨ଟାରୁ ସଂଧ୍ୟା ୬ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖାାଗୁପ୍ତ ନୀତି ହୋଇଥିବାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ବୋଲି ମନ୍ଦିର ପକ୍ଷରୁ କୁହାଯାଇଛି ।

ଗିରଫ ହେଲେ OSRTC ସିଏଓ

ଭୁବନେଶ୍ୱର,୨୪ା୮(ଏସଏସନିଉଜ)OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଥିଲା । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ାଉ କରାଯାଇଥିଲା । ରେଡ୍ ବେଳେ ଭୁବନେଶ୍ବରରେ ୨ଟି ଫ୍ଲାଟ୍‌ ଓ ୨ଟି ପ୍ଲଟ୍‌ , କେରଳରେ ୨ ମହଲା କୋଠା , ୧.୪୭ କୋଟି ଟଙ୍କାର ବ୍ୟାଙ୍କ ଜମା , ୫୦୦ ଗ୍ରାମ ସୁନା , ୨ଟି ଚାରିଚକିଆ ଯାନ , ୧୭.୭୦ […]

ଆଜିର ରାଶିଫଳ

୨୦୨୪ମସିହା ଅଗଷ୍ଟମାସ ୨୪ତାରିଖ ଶନିବାର।ଶ୍ରୀମନ୍ଦିରେ ରେଖା ପଞ୍ଚମୀ ଉତ୍ସବ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରାହୁ ରେଖା ଲାଗି, ପଶ୍ଚିମ ଦ୍ବାରରେ ଘଣ୍ଟାକର୍ଣ୍ଣ ମହୋତ୍ସବ, “ଶ୍ରୀପୁରୁଷୋତ୍ତମ ଶ୍ରୀ ଭୂବନେଶ୍ବର କ୍ଷେତ୍ର ପ୍ରସାଦୟୋରୁଦୟ ବେଧ ଏବଂ ଗୃହ୍ୟତେ ।ଇତି। ଗଦାଧରେ।ସୁର୍ଯ୍ୟୋଦୟ- ଘ୫/୩୩/୬ ,ସୂର୍ଯ୍ୟାସ୍ତ- ଘ୬/୫/୧୪ ,ଭାଦ୍ରବମାସ ,କୃଷ୍ଣପକ୍ଷ ,ଶୌରିବାସ ,ତିଥି-ପଞ୍ଚମୀ ଦିବା ଘ୮/୧ମି ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ନକ୍ଷତ୍ର- ଅଶ୍ବିନୀ ନକ୍ଷତ୍ର ସନ୍ଧ୍ୟା ଦ୬/୫୩ମିପର୍ଯ୍ୟନ୍ତ ତଦନ୍ତେ ଦ୍ବିଜାନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ, ଦିବା ଘ୮/୧ମି ପରେ ପଶ୍ଚିମ ଦିଗରେ। ଶନିବାର, ଅଗନ୍ତବ୍ୟ […]

ତେଲ ଟ୍ୟାଙ୍କର-ବସ ମୁହାଁମୁହିଁ ଧକ୍କା,୪ ମୃତ

ଗଞ୍ଜାମ,୨୨ା୮(ଏସଏସନିଉଜ) ଗୁରୁବାର ସକାଳୁ ବ୍ରହ୍ମପୁରର ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି ।ଓଭରଟେକ୍‌ ସମୟରେ ଖମ୍ବେଶ୍ୱରୀ’ନାମକ ଯାତ୍ରୀବାହୀ ବସ୍‌ ସହ ତେଲ ଟ୍ୟାଙ୍କର ଧକ୍କା ହୋଇଛି। ଫଳରେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ ଚା ଦୋକାନ ଉପରକୁ ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡ଼ି ମାଡ଼ି ଯାଇଥିଲା। ଚା ଦୋକାନରେ ଚା ପିଉଥିବା ୩ ଜଣ ଓ ବସ୍‌ର ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।ଯାତ୍ରୀବାହି […]

ନାଳରେ ଭାସିଯାଇ ନାବାଳକ ମୃତ

ଗଂଜାମ, ୨୨ା୮(ଏସଏସନିଉଜ) ବ୍ରହ୍ମପୁର ସହରର ଲକ୍ଷ୍ମୀନୃସିଂହ ସାହି ୧୪ନମ୍ବର ଗଳିର ଶେଷ ମୁଣ୍ଡରେ ଥିବା ନାଳରୁ ସାଇରାମ ପାତ୍ର (୧୦)ଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଟିଉସନ ସାରି ଘରକୁ ଆସିବା ପରେ ସାଇକେଲ ଧରି ଘରୁ ବାହାରକୁ ଯିବା ବେଳେ ନାଳରେ ଖସି ପଡ଼ିଥିଲା। ଗତକାଲି ରାତି ୮ଟା ବେଳେ ସାଇକେଲ ଚଳାଇ ଆସୁଥିବା ସାଇରାମ ପାତ୍ର ହଠାତ୍ ରାସ୍ତା କଡ ନାଳରେ ପଡିଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ ନାଳ ପାଣି ରାସ୍ତା ଉପରକୁ ମାଡ଼ି ଆସିଥିଲା। […]