Browsing author

SATYA SANDHANA DESK

ପୁଣି ବଡ଼ ଟ୍ରେନ ଦୁର୍ଘଟଣା

ଭୁବନେଶ୍ୱର,୧୮ା୭(ଏସଏସନିଉଜ)ପୁଣି ବଡ଼ଧରଣର ରେଳ ଦୁର୍ଘଟଣା ଉତ୍ତର ପ୍ରଦେଶରେ ଘଟିଛି । ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲା ନିକଟରେ ଦିବ୍ରୁଗଡ-ଚଣ୍ଡିଗଡ଼ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଚଣ୍ଡିଗଡ଼-ଦିବ୍ରୁଗଡ ଏକ୍ସପ୍ରେସର ଛଅଟି କୋଚ୍ ଲାଇନଚ୍ୟୁତ ହୋଇଛି । ଅନେକ ଗୁଡ଼ିଏ ବଗି ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି ।ତେବେ ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳୁଛି । ତେବେ ସରକାରୀ ଭାବେ ଆହତଙ୍କ ସଂଖ୍ୟା ତିନି ରହିଛି । […]

ତାନ୍ତ୍ରିକର ଅଜବ ତନ୍ତ୍ର ଚିକିତ୍ସା

ଭୁବନେଶ୍ୱର,୧୮ା୭(ଏସଏସନିଉଜ)ଦେହ ଭଲରହୁନଥିଲା ।ଚିକିସ୍‌ା ସତ୍ୱେ ସ୍ୱାସ୍ଥ୍ୟରେ ସୁଧାର ଆସିଲାନାହିଁ ।ଶେଷରେ ବାଧ୍ୟହୋଇ ଝିଅକୁନେଇ ତାନ୍ତ୍ରିକର ଦ୍ୱାରସ୍ତ ହେଲେ ପିତା ।ଏହାପରେ ତାନ୍ତ୍ରିକ ସୁସ୍ଥ କରିଦେବା କଥା କହି ତା ପଦ୍ଧତିରେ ଚିକିସ୍‌ାଆରମ୍ଭ କରିଥିଲା ।ଯେଉଁଥିପାଇଁ ଯୁବତୀଜଣଙ୍କ ଆଜ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ଏହିଭଳିଘଟଣା ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଇଂଚ ଗାଁରେ ଘଟିଛି ।ଏହିଗ୍ରାମର ବିଷ୍ଣୁ ବେହେରାଙ୍କ ୧୯ ବର୍ଷୀୟ ଝିଅ ରେଶମାର ୪ ବର୍ଷ ତଳେ କୌଣସି କାରଣରୁ ଅସୁସ୍ଥ ଅନୁଭବ କରିଥିଲା […]

ଆଜିର ରାଶିଫଳ

୨୦୨୪ମସିହା ଜୁଲାଇମାସ ୧୮ତାରିଖ ଗୁରୁବାର ।ରଥ ଉପରେ ଶ୍ରୀଜୀଉଙ୍କର ଅଧର ପଣା, ଶ୍ରୀଗରୁଡ଼ ଶୟନ ଉତ୍ସବ।ସୁର୍ଯ୍ୟୋଦୟ- ଘ୫/୨୦/୫୯ ,ସୂର୍ଯ୍ୟାସ୍ତ- ଘ୬/୨୪/୨୩ ,ଆଷାଢ଼ମାସ ,ଶୁକ୍ଳପକ୍ଷ ,ବୃହସ୍ପତିବାସ ,ତିଥି- ଦ୍ବାଦଶୀ ରାତ୍ରି ଘ୮/୫୩ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।ନକ୍ଷତ୍ର- ଜ୍ୟେଷ୍ଠା ନକ୍ଷତ୍ର ରାତ୍ରି ଘ୪/୧୮ମି ପର୍ଯ୍ୟନ୍ତ ତଦନ୍ତେ ମୂଳା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ କୋଣରେ, ରାତ୍ରି ଘ୮/୫୩ମି ପରେ ଦକ୍ଷିଣ ଦିଗରେ। ଅଗନ୍ତବ୍ୟ ତିଥି, ମଙ୍ଗଳସପ୍ତ ଦୋଷ ହେତୁ ରାତ୍ରି ଘ୪/୧୮ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଦକ୍ଷିଣଦିଗ,ଅଗ୍ନିକୋଣ,ଓ […]

ଶ୍ରୀଶ୍ରୀ ସାଇ ସୋମନାଥଦେବଙ୍କ ସପ୍ତମବାର୍ଷିକ ବିଶ୍ଵଶାନ୍ତିମହାଯଜ୍ଞ

ବାରଙ୍ଗ,୧୭/୭ (ଏସଏସନିଉଜ); ରାଜଧାନୀ ଉପକଣ୍ଠ କଲ୍ୟାଣପୁର ପଞ୍ଚାୟତର ଗଣ୍ଡରପୁର ଗ୍ରାମରେ ଶ୍ରୀ ଶ୍ରୀ ସାଇ ସୋମନାଥ ଦେବଙ୍କ ସପ୍ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଯାଇଛି। ବୁଧବାର ଠାରୁ ଆସନ୍ତା ଶନିବାର ପର୍ଯ୍ୟନ୍ତ ୪ଦିନ ଧରି ବାବାଙ୍କ ପୀଠରେ ଯଜ୍ଞ ଚାଲିବ। ବୁଧବାର ଯଜ୍ଞର ପ୍ରଥମ ଦିନରେ ଅଞ୍ଚଳର ଶତାଧିକ ମାନସିକଧାରୀ ପ୍ରାଚୀନ ପ୍ରାଚୀନଦୀ ଧାରରୁ ବିରାଟ କଳସ ଶୋଭାଯାତ୍ରାରେ ବାହାରି ବାବାଙ୍କ ପୀଠରେ ଜଳାଭିଷେକ କରିଥିଲେ। ଗୁରୁବାର ଦ୍ଵିତୀୟ ଦିନରେ ସୂର୍ଯ୍ୟପୂଜା, ଅଗ୍ନି ସ୍ଥାପନ ଏବଂ […]

ବିଦ୍ୟୁତ୍ ଖୁଣ୍ଟରେ କୁମ୍ଭୀର ଛୁଆ

ରାଜନଗର,୧୭ା୭(ଏସଏସନିଉଜ) ଭିତରକନିକା ଜାତୀୟ ଉଦ୍ୟାନ ସୀମାବର୍ତ୍ତୀ ଅଞ୍ଚଳରେ ଏକ ୩ ଫୁଟ୍‌ର କୁମ୍ଭୀର ଛୁଆ ବିଦ୍ୟୁତ୍ ଖୁଣ୍ଟରେ ଚଢ଼ିଯାଇଥିବାର ଦେଖିବାକୁ ମିଳିଛି ।କୁମ୍ଭୀର ଛୁଆଟି ବିଦ୍ୟୁତ୍ ଖୁଣ୍ଟ ଉପରେ ଚଢ଼ି ଶୀର୍ଷରେ ତାର ସହିତ ଲାଗି ରହିଛି। ୨୫ ଫୁଟ୍ ଲମ୍ବ ବିଦ୍ୟୁତ୍ ଖୁଣ୍ଟର ପୂରା ଉପରକୁ ଚଢ଼ିଯାଇଛି ।ସ୍ଥାନିୟଲୋକାମନେ ପାଟିକରିବା ଓ ଟେକା ମାରିଲେ ମଧ୍ୟ କୁମ୍ଭୀରଟି ତଳକୁ ଓହ୍ଲାଉନଥିବାର ଜଣାପଡିଛି ।ଯାହାର ଭିଡିଓ ଏବେ ସୋସିଆଲମିଡିଆରେ ଭାଇରାଲ ହେବାରେ ଲାଗିଛି । ଜାତୀୟ ଉଦ୍ୟାନ […]

ମାଛଖାଇବାକୁ ନଦେବାରୁ ମାଙ୍କୁ ମାରିଲା ପୁଅ

ବାଲେଶ୍ବର,୧୭ା୭(ଏସଏସନିଉଜ) ଗତକାଲି ରାତିରେ ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚଗଡ଼ା ପଞ୍ଚାୟତ ତାଳପଦା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନୃଶଂସ ପୁଅ ନିଜ ମା’କୁ ମାରିଦେଇଥିବା କୁହାଯାଉଛି। ତାଳପଦା ଗାଁର ଅରୁଣ ମହାନ୍ତି(୪୫) ଗତକାଲି ରାତିରେ ମା’ ଆରତୀ ମହାନ୍ତି(୬୦)ଙ୍କୁ ଖାଇବାକୁ ମାଗିଥିଲେ। ମା ଖାଦ୍ୟ ଦେବା ପରେ କାହିଁକି ମାଛ ହେଇନି ବୋଲି ପ୍ରଶ୍ନ କରିଥିଲେ। ମାଛ କେଉଁଠୁ ଆଣିବି ଟଙ୍କା ନାହିଁ ବୋଲି ମା କହିବାରୁ ଏଥିରେ ପୁଅ ରାଗିଯାଇ ମା’ଙ୍କୁ ମାରଧର […]

ଏସସିବିରେ ବିବାଦ

କଟକ,୧୭ା୭(ଏସଏସନିଉଜ) ରୋଗୀଙ୍କୁ ରକ୍ତ ଦେବାକୁ ନେଇ କଟକ ଏସସିବି ମେଡିକାଲରେ ନର୍ସିଂ ଅଫିସର ଏବଂ ହାଉସ ସର୍ଜନ ମୁହାଁମୁହିଁ ଘଟଣାରେ ହାଉସ ସର୍ଜନ ଆନ୍ଦୋଳନ ଜାରି ରଖିଛନ୍ତି।ତେବେ ଏହି ବିବାଦ ପ୍ରସଙ୍ଗରେ ହାଉସ୍ ସର୍ଜନଙ୍କକାର୍ଯ୍ୟବନ୍ଦକୁ ସମର୍ଥନ କରିଛନ୍ତି ଡାକ୍ତର ଛାତ୍ର ସଂଘ, ଜୁନିୟର ଡାକ୍ତର ସଂଘ ଏବଂ ଏସସିବି ଡାକ୍ତର ସଂଘ।ଜରୁରୀ ସେବାକୁ ଛାଡ଼ିଦେଲେ ଚିକିତ୍ସା କାମରେ ଯୋଗଦେବେ ନାହିଁ ବୋଲି କହିଛନ୍ତି ୨୫୦ ହାଉସ ସର୍ଜନ। ଆନ୍ଦୋଳନ ଯୋଗୁଁ ରୋଗୀ ସେବାରେ ବାଧା ସୃଷ୍ଟି ହୋଉଛି।ଅନ୍ୟପଟେ […]

କଦର୍ଯ୍ୟ ରାସ୍ତାପାଇଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ନୂଆପଡା,୧୭ା୭(ଏସଏସନିଉଜ) ଖଡ଼ିଆଳ ବ୍ଲକ ଦୋହେଲ ପଡ଼ା ଗ୍ରାମର ପୁରୁଣା ହରିଜନ ପଡ଼ା ରାସ୍ତା ଉପରେ ଆଣ୍ଠୁଏ କାଦୁଅ ପାଣି ଜମିରହୁଛି । ଏହି ଗ୍ରାମ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବରେ ଘୋଷିତ ହୋଇଛି, କିନ୍ତୁ ସମସ୍ୟାର ସମାଧାନ ହେଉନି। ଗ୍ରାମର ପୁରୁଣା ହରିଜନ ପଡ଼ା ରାସ୍ତା ଉପରେ ଦେଢ଼ ଫୁଟର ଆବର୍ଜନା ପାଣି ଜମି ରହି ଲୋକଙ୍କ ଘର ଭିତରକୁ ପାଣିପଶି ଯାଉଛି। ଯାହାଫଳରେ ସବୁଦିନେ ଯାତାୟତରେ ବାଧକ ସାଜିଛି ।ପାଣି ଜମି ରହିବା ଫଳରେ ମଶା […]

ମହାପ୍ରଭୁଙ୍କ ସୁନାବେଶ ପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ

ପୁରୀ, ୧୭ା୭(ଏସଏସନିଉଜ) ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଶ୍ରୀମନ୍ଦିର ସିଂହଦ୍ୱାରକୁ ବାହୁଡ଼ିବା ପରେ ଆଜି ଅପରୂପ ଓ ଅନନ୍ୟ ସୁନାବେଶରେ ଦର୍ଶନ ଦେଇଛନ୍ତି ମହାବାହୁ। ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ବୁଧବାର ସିଂହଦ୍ୱାରରେ ଦଣ୍ଡାୟମାନ ତିନିରଥରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରମଣୀୟ ସୁନାୀବେଶ ଅନୁଷ୍ଠିତ ହୋଇଛି। ଏଥିପାଇଁ ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି। ଭକ୍ତଙ୍କ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଡାକରେ ଆଜି ବି ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଛି। ବର୍ଷକ […]

ଓଲଟିଲା ପରିବାବୋଝେଇ ପିକଅପ୍ ଭ୍ୟାନ୍

କଣ୍ଟାବାଞ୍ଜି ୧୭ା୭(ଏସଏସନିଉଜ) କଣ୍ଟାବାଞ୍ଜିରୁ ସିନ୍ଧେକେଲା ବଜାରକୁ ପରିବା ବିକ୍ରି କରିବାକୁ ଯାଉଥିବା ଏକ ପିକଅପ ଗାଡ଼ି କନ୍ଦବାହାଲ ଛକ ଠାରେ ଭାରସାମ୍ୟ ହରାଇ ଆଜି ସକାଳୁ ଓଲଟି ଯାଇଥିଲା।ଫଳରେ ଗାଡ଼ିଟି ରାସ୍ତାର ପାର୍ଶ୍ୱରେ ଥିବା ଏକ ଚାଷ ଜମି ଭିତରକୁ ପଶିଯାଇଛି। ଏଥିରେ ଜଣେ ପରିବା ବ୍ୟବସାୟୀ ଗୁରୁତର ହୋଇଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି।ସ୍ଥାନୀୟଲୋକମାନେ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛନ୍ତି। ଖବରପାଇ କଣ୍ଟାବାଞ୍ଜି ପୁଲିସ […]