Browsing author

SATYA SANDHANA DESK

ବିଜେଡିବିଧାୟକ ପ୍ରଫୁଲ୍ଲସାମଲଙ୍କ ଘରେ ଇଡି ରେଡ୍

ଭୁବନେଶ୍ୱର,୧୫।୨(ଏସଏସନିଉଜ)ବିଜେଡି ବିଧାୟକ ପ୍ରଫୁଲ୍ଲସାମଲଙ୍କ ଘରେ ଇଡି ରେଡ୍‌ କରିବା ଘଟଣାରେ ଷଡ଼ଯନ୍ତ୍ର ଅଭିଯୋଗଆଣିଲେ ତାଙ୍କ ଓକିଲ।ତାଙ୍କ ମହକିଲଙ୍କ ବିରୋଧରେ ଷଡ଼ଯନ୍ତ୍ର କହିଲେ ପ୍ରଫୁଲ୍ଲଙ୍କ ଓକିଲ।କେଉଁ ଅଭିଯୋଗ ଆଧାରରେ ଇଡି ରେଡ୍‌ କରୁଛି ଆମେ ଜାଣିନୁ।ଇଡି ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛୁ।ସେମାନେ ଆମକୁ ଦେଖା ଦେଉନାହାନ୍ତି କି କିଛି ଉତ୍ତର ଦେଉନାହାନ୍ତି।ପ୍ରଫୁଲ୍ଲ ସାମଲ ବହୁବିଧ ରୋଗରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ଚିକିତ୍ସା ଦରକାର।ପ୍ରଫୁଲ୍ଲଙ୍କୁ ହଇରାଣ କରିବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି ଭାବୁଛୁ ବୋଲି କହିଛନ୍ତି […]

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୧୫ତାରିଖ ଗୁରୁ ବାର। ସୁର୍ଯ୍ୟୋଦୟ- ଘ୬/୧୯/୫୩,ସୂର୍ଯ୍ୟାସ୍ତ- ଘ୫/୪୨/୧,ମାଘମାସ,ଶୁକ୍ଳପକ୍ଷ,ବୃହସ୍ପତିବାସ,ତିଥି- ଷଷ୍ଠୀ ଦିବା ଘ୧୦/୨୬ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ଦିବା ଘ୧୦/୨୬ମି ପରେ ବାୟବ୍ୟ କୋଣରେ। ଅଗନ୍ତବ୍ୟତିଥି ଦୋଷ ହେତୁ ଦିବା ଘ୧୦/୨୬ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରା ଶୁଭ। ବାୟୁକୋଣ, ପଶ୍ଚିମଦିଗ, ନୈର୍ଋତ କୋଣକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର–ମେଷରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନିମ୍ବ, ଦିବା […]

କଳାକାର ସହାୟତାରାଶି ବଢ଼ିଲା

ଭୁବନେଶ୍ୱର,୧୪।୨(ଏସଏସ ନିଉଜ)କଳାକାର ସହାୟତା ରାଶି ବୃଦ୍ଧିକଲେ ରାଜ୍ୟ ସରକାର।କଳାକାର ସହାୟତା ରାଶି ମାସିକ ୧୨ଶହରୁ ୨ ହଜାରକୁ ବଢ଼ିଲା।୮୦ବର୍ଷରୁ ଅଧିକ ହୋଇଥିଲେ ମାସକୁ ୨୫ ଶହ ଟଙ୍କା ପାଇବେ।ଚଳିତ ଫେବ୍ରୁଆରୀ୨୦ରୁ ୨୫ ତାରିଖ ଭିତରେ ବର୍ଦ୍ଧିତ ରାଶି ମିଳିବ।ରାଜ୍ୟର ୮୦ ହଜାର କଳାକାର ଏହାଦ୍ୱାରା ଉପକୃତ ହେବେ ବୋଲି ଜଣାପଡିଛି।

ଓଲଟିଲା ଯାତ୍ରବାହୀବସ୍

କଟକ,୧୪।୨(ଏସଏସନିଉଜ) ଭୁବନେଶ୍ୱରରୁ କଟକ ଯାଉଥିବା ଚନ୍ଦନ ନାମକ ଏକ ଯାତ୍ରୀବାହୀ ବସ୍ ଗୋପାଳପୁର ନିକଟରେ ଦୁର୍ଘଟଣାଗ୍ରସ୍ଥ ହୋଇଛି ।ବସ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକଯାତ୍ରୀ ଆହାତ ହୋଇଥିବାର ଜଣା ପଡିଛି।ଆହତମାନଙ୍କୁ ଉଦ୍ଧାରକରି କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଉଦ୍ଧାରକାରି ଦଳ ଘଟଣାସ୍ଥଳରେ ପହଂଚି ବସର ଝରକା ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବାର ଜଣାପଡିଛି ।

ଶେରଗଡ଼କୁ ଏନଏସି ଘୋଷଣାକଲେ ରାଜ୍ୟସରକାର

ଭୁବନେଶ୍ୱର.୧୪ା୨(ଏସଏସନିଉଜ)ଶେରଗଡ଼କୁ ଏନଏସି ମ୍ୟାନତା ପ୍ରଦାନ କଲେ ରାଜ୍ୟ ସରକାର। ଶେରଗଡ଼଼ବାସୀଙ୍କ ବହୁଦିନର ସ୍ଵପ୍ନ ପୂରଣ ହୋଇଛି। ପବିତ୍ର ସରସ୍ଵତୀ ପୂଜା ଅବସରରେ ଗଞ୍ଜାମ ଶେରଗଡ଼ବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଶେରଗଡ଼ ପଞ୍ଚାୟତଙ୍କୁ ଏନଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶେରଗଡ଼ ଗସ୍ତ ଅବସରରେ ହିଂଜିଳି ଏବଂ ଶେରଗଡ଼ ନିର୍ବାଚନମଣ୍ଡଳୀରେ ୩୦୦କୋଟିର ଏକାଧିକ ପ୍ରକଳ୍ପର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଂଜାମ, ହିଂଜିଳି ଓ ଶେରଗଡ଼ରୁ ଆରମ୍ଭ ହୋଇଥିଲା ସରକାରଙ୍କ ଫାଇଭ-ଟି ଉଦ୍ୟମରେ […]

ଏଥର ଅରେଞ୍ଜ ଦେଖିବା

ଭୁବନେଶ୍ୱର.୧୪ା୨(ଏସଏସନିଉଜ)ରାଜ୍ୟରେ ଏଥର ଅରେଞ୍ଜ ଦେଖିବା କହିଛନ୍ତି ପ୍ରଦୀପ ପାଣିଗ୍ରାହୀାସକେହିଛନ୍ତି ଗ୍ରୀନ ବହୁତ ଦେଖିଲେ, ହ୍ୱାଇଟ ବି ଦେଖିଲେ, ଏବେ ଅରେଞ୍ଜ ଦେଖିବାାଗଣତନ୍ତ୍ରରେ ଲୋକମତ ହିଁ ସବୁଠାରୁ କ୍ଷମତାଶାଳୀ ।ଲୋକ ନିଷ୍ପତ୍ତି ନେଲେ ପ୍ରଶାସନର ଭୟ କି ପଇସା କିଛି କାମ ଦେବନିା ୨୦୧୫ରୁ କେନ୍ଦ୍ର ପାଖରେ ବିଜେଡି ପୂରା ସମର୍ପିତ ହୋଇଯାଇଛି ।ଏମାନେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ବାଧ୍ୟ ବୋଲି କହିଛନ୍ତି ପ୍ରଦୀପ ।ଅନ୍ୟପଟେ ପ୍ରଦୀପଙ୍କ ଭୁବନେଶ୍ୱର ସରକାରୀ ବାସଭବନରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଭେଟିଛନ୍ତି […]

ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ବୈଠକ

ଭୁବନେଶ୍ୱର.୧୪ା୨(ଏସଏସନିଉଜ) ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ବୈଠକ ଅନୁଷ୍ଠିତହୋଇଯାଇଛି ।ଏହି ବୈଠକରେ ଭୁବନେଶ୍ବରୟୁପିଡିର ସମସ୍ତ ବରିଷ୍ଠ ପୋଲିସଅଧିକାରୀମାନେ ଉପସ୍ଥିତ ଥିଲେ ।ନିର୍ବାଚନକୁ ଦୃଷ୍ଟିରେ ରଖି ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ ।ସମସ୍ତ ଥାନାଅଧିକାରୀଙ୍କୁ ଡିସିପି ନିର୍ଦେଶଦେବା ସହ ୱାରେଣ୍ଟଥିବା ବ୍ୟକ୍ତିଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ ପାଇଁ କହିଛନ୍ତି ।ଏହାସହ ପେସାଦାର ଅପରାଧୀଙ୍କ ଉପରେ ନଜର ରଖିବାସହ ଗନ ଲାଇସେନ୍ସପ୍ରାପ୍ତ ବ୍ୟକ୍ତି ଗନ ଡିପୋଜିଟ କରିବେ ବୋଲି ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ ।

ଆସିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ,୧୪ା୨(ଏସଏସନିଉଜ)‌ ରଥ ନିର୍ମାଣ ପାଇଁ ପ୍ରଥମପର୍ଯ୍ୟାୟ  ରଥକାଠ ବଡ଼ଦାଣ୍ଡରେ ପହଞ୍ଚିବା ପରେ ପବିତ୍ର ବସନ୍ତ ପଞ୍ଚମୀରେ ଶ୍ରୀମନ୍ଦିର କାର‌୍ୟ୍ୟାଳୟ ସମ୍ମୁଖରେ ରଥକାଠ ଅନୁକୂଳ ହେବ। ରାଜନଅର ପକ୍ଷରୁ ‌ଶୋତ୍ରୀୟ ବ୍ରାହ୍ମଣମାନେ ଏହି ପୂଜାର୍ଚ୍ଚନା କାର‌୍ୟ୍ୟ ସମ୍ପାଦନ କରିବାପରେ ତିନିରଥ ପାଇଁ ତିନିଟି ୧୨ଫୁଟିଆ ଧଉରା କାଠକୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରାଯିବ।ତିନି ରଥ ନିର୍ମାଣ ପାଇଁ ୪୨୬ ଖଣ୍ଡ ଧଉରା, ୩୬୪ ଖଣ୍ଡ ଅସନ, ୭୨ ଖଣ୍ଡ ଫାସି ଓ ୩ ଖଣ୍ଡ ଶିମିଳି କାଠ, […]

ଅଶ୍ୱିନୀବୈଷ୍ଣବ ପୁଣି ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ବର,୧୪ା୨(ଏସଏସନିଉଜ) କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ତୃତୀୟ ଚେହେରା ହୋଇଛନ୍ତି ।ତାଙ୍କୁ ବିଜେଡି ପୁଣି ଥରେ ସମର୍ଥନ ଦେଇଥିବାନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ପ୍ରେସ୍ ବିଜ୍ଞପ୍ତି ଜରିଆରେ ନବୀନ ଏହି ସମର୍ଥନ ଘୋଷଣା କରିଛନ୍ତି।ସୂଚନାଯୋଗ୍ୟ ବିଜେଡି ରାଜ୍ୟସଭା ନିର୍ବାଚନପାଇଁ କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାମ ଘୋଷଣା କରିଥିଲା। ତେବେ ୩ୟ ବ୍ୟକ୍ତି ଭାବେ ଓଡିଶାରୁ କିଏ […]

ହାତ ଛାଡ଼ିଲେ ପୂର୍ବତନ ବିଧାୟକ

କେନ୍ଦ୍ରାପଡ଼ା ,୧୪ା୨(ଏସଏସନିଉଜ) ରାଜନଗରର ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଂଶୁମାନ ମହାନ୍ତି ଶେଷରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାସହ ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ପୂର୍ବତନମନ୍ତ୍ରୀ ନଳିନୀକାନ୍ତ ମହାନ୍ତିଙ୍କ ସୁପୁତ୍ର ଅଂଶୁମାନମହାନ୍ତି ୨୦୧୪ରୁ ୨୦୧୯ ଯାଏ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥଲେ।ଗତକିଛିମାସ ତଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ତା ଅଂଶୁମାନଙ୍କ ଗାଁରେ ପହଁଚି ନଳିନୀ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି […]