Browsing author

SATYA SANDHANA DESK

ଆଜିର ରାଶିଫଳ

ମାର୍ଚ୍ଚମାସ ୧୩ତାରିଖ ୨୦୨୪ ମସିହା(ବୁଧବାର) ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଥୀ ରାତ୍ରି ଘ୦୧/୨୫ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ,ନକ୍ଷତ୍ର- ଅଶ୍ଵିନୀ ରାତ୍ରି ଘ୦୭/୦୪ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିଜା,ସୁର୍ୟୋଦୟ-ପ୍ରାତଃ ଘ୦୬/୦୧/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୫୩/୦୯,ଯୋଗିନୀ ନୈରୁତେ ରାତ୍ରି ୦୧/୨୫ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମେଷରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,କାଳବେଳା -ଦିବା ଘ ୦୮/୫୫ ଗତେ ଘ୧୦/୨୪ ମଧ୍ୟେ,ବାରବେଳା – ଦିବା ଘ୧୧/୫୩ ଗତେ ଘ୦୧/୨୩ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଘ୦୭/୩୪ ମଧ୍ୟେ ଓ ଦିବା ଘ୦୧/୨୩ ଗତେ ଘ୦୧/୫୮ […]

ଆଖିବୁଜିଲା ୱାଲାବି

ବାରଙ୍ଗ,୧୧।୩(ଏସଏସନିଉଜ) ଶୁକ୍ରବାର ଦିନ ଗୋଟିଏ ଦିନରେ ୩ଟି ବିରଳଜନ୍ତୁ ମୃତ୍ୟୁବରଣ କରିଥିବାର ତିନିଦିନ ନପୂରୁଣୁ ପୁଣି ଗୋଟିଏ ୱାଲାବିର ଚିକିତ୍ସାଧିନ ଅବସ୍ଥାରେ ସୋମବାର ମୃତ୍ୟୁ ହୋଇଛି ।ତେବେ ବାରମ୍ବାର ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଜୀବଜନ୍ତୁଙ୍କ ମୃତ୍ୟୁ ଜନ୍ତୁବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି । ସୂଚନାଯୋଗ୍ୟଯେ , ପ୍ରାଣୀ ଉଦ୍ୟାନକୁ ଗତ ୨୦୨୩ ମସିହା ଡିସେମ୍ବରମାସ ୨୩ ତାରିଖରେ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଗୋଟିଏ ହଳେ ୱାଲାବୀ କିଣାହୋଇ ଆସିଥିଲା । ଏଠାକୁ ଆସିବାର କିଛିଦିନ […]

ବିଧବାମହିଳାଙ୍କୁ ହତ୍ୟାକଲା କିଏ?

  ବାରଙ୍ଗ,୧୧।୩ (ଏସଏସନିଉଜ)ରବିବାର ବିଳମ୍ଭିତରାତିରେ ଗୋଡିସାହିଫାଣ୍ଡି ଅଧିନସ୍ଥ ବାରଶିଙ୍ଗା ଗ୍ରାମରେ ଜଣେ ମହିଳାଙ୍କୁ ଦୁର୍ବୁତମାନେ ବିଭସ୍‌ଭାବେ ହତ୍ୟା କରିଛନ୍ତି ।ଘରପାଖରେ ଥିବା ଗୁହାଳଘର ନିକଟରେ ଅର୍ଦ୍ଧଲଗ୍ନଅବସ୍ଥାରେ ମୃତଦେହଟି ପଡିଥିବାବେଳେ ପାଖରେ ରକ୍ତଲଗା କାଠଫାଳିଆ, ମାଙ୍ଗଡାପଥର ଓ ଆର୍ଜବେଷ୍ଟରେ ରକ୍ତଛିଟା ଲାଗିଥିବାର ଦେଖିବାକୁ ମିଳିଥିଲା । ସୋମବାରସକାଳୁ ଏହା ଜଣାପଡିବାପରେ ଦେଖଣାହାରୀଙ୍କ ଭୀଡ ଲାଗିରହିଥିଲା ।ଖବରପାଇ ବାରଙ୍ଗଥାନା ଓ ଗୋଡିସାହି ପୋଲିସ ସାଇଂଟିଫିକଦଳ ସହିତ ସନ୍ଧାନୀକୁକୁର ନେଇ ତଦନ୍ତଆରମ୍ଭ କରିଥିଲେ ମଧ୍ୟ ହତ୍ୟାର ପକୃତ କାରଣ ଜାଣିପାରିନଥିବାର ଜଣାପଡିଛି […]

କୁକୁର ମୁହଁରୁ ଉଦ୍ଧାର ହେଲା ହରିଣ

ବାରଙ୍ଗ,୧୧।୩ (ଏସଏସନିଉଜ) ସୀତାରାମ ବଜାର ନିକଟସ୍ଥ ଲେବର କଲୋନୀରୁ ସୋମବାର ସକାଳୁ ସ୍ଥାନୀୟ ଲୋକମାନେ ଏକ ହରିଣକୁ ଉଦ୍ଧାର କରିଛନ୍ତି ।ସୋମବାର ସକାଳ ପ୍ରାୟ ୬ଟା ସୁଧା ଏକ ହରିଣଟି ଖାଦ୍ୟ ଅନ୍ୱେଷଣରେ ନନ୍ଦନକାନନ ଜଙ୍ଗଲପଟୁ ଜନବସତି ଅଭିମୁଖେ ଚାଲି ଆସିଥିଲା। କିଛି ବୁଲା କୁକୁର ହରିଣଟିକୁ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲେ।ହରିଣଟି ଗୁରୁତର ଆହତ ଅବସ୍ଥାରେ ଲେବର କଲୋନୀ ଭିତରକୁ ପଶିଆସିଥିଲା।ଏହାପରେ ସ୍ଥାନୀୟ ଲୋକମାନେ ହରିଣଟିକୁ ବୁଲା କୁକୁରଙ୍କଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି […]

୫୭ଲିଟର ଦେଶିମଦ ଜବତ

ବାରଙ୍ଗ,୧୧।୩ (ଏସଏସନିଉଜ)ଗତକିଛିଦିନହେବ ନନ୍ଦନକାନନଥାନାପୋଲିସ ଦେଶୀମଦଚଢାଉ ଉପରେ ଗୁରୁତ୍ୱଦେବାସହ ମଦ ବେପାରରେ ରୋକ ଲଗାଇବାପାଇଁ ଆକ୍ସନ ମୁଡରେ ରହିଥିବାର ଦେଖିବାକୁମିଳିଛି ।ରବିବାର ଦିନ ପୁଣି ଖବରପାଇ ଗଣ୍ଡରପୁର ଗ୍ରାମର ଗଣେଶ ରାଉତ ନାମକ ବ୍ୟକ୍ତି ଘରେ ମଦ ବିକୁଥିବାବେଳେ ଚଢଉକରି ୧୨୪ଟି ଛୋଟବଡ ପ୍ଲାଷ୍ଟିକବୋତଲରେ ବିକ୍ରି ଉଦ୍ଦେଶ୍ୟରେ ଥିବା ୫୭ଲିଟର ଦେଶିମଦ ସହ ନଗଦ ୩୩ଶହ ଟଙ୍କା ଜବତ କରିଥିଲା ।୬୫/୨୪କେଶନଂରେ ପୋଲିସ ଏକ ମକଦ୍ଦମାରୁଜୁକରି ସୋମବାରଦି ଗଣେଶକୁ କୋର୍ଟଚାଳଣ କରିଛି ।

ଆଜିର ରାଶିଫଳ

ମାର୍ଚ୍ଚମାସ ୧୨ତାରିଖ ୨୦୨୪ମସିହା(ମଙ୍ଗଳବାର) ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ଦ୍ଵିତୀୟା ଦିବା ଘ୦୭/୨୫ପର୍ଯ୍ୟନ୍ତ ତଦନ୍ତେ ତୃତୀୟା, ନକ୍ଷତ୍ର-ରେବତୀ ରାତ୍ରି ଘ୦୯/୧୪ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଵିନୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୦୨/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୦୯,ଯୋଗିନୀ ଉତ୍ତରେ ଦିବା ୦୭/୨୫ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମେଷରାଶିର ଘାତଚନ୍ଦ୍ର, ମକର ରାଶିର ଘାତବାର,କାଳବେଳା -ଦିବା ଘ ୦୧/୨୬ ଗତେଘ୦୨/୫୬ ମଧ୍ୟେ,ବାରବେଳା -ଦିବା ଘ୦୭/୨୮ ଗତେ ଘ୦୮/୫୮ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। – ଘ୦୮/୫୯ ଗତେ ଘ୧୦/୪୭ ମଧ୍ୟେ ଓ ଦିବା ଘ୦୩/୩୫ ଗତେ ଘ୦୫/୧୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- […]

ଆଜିର ରାଶିଫଳ

୨୦୨୪ମସିହା ମାର୍ଚ୍ଚମାସ ୧୧ତାରିଖ ସୋମବାର।ଦ୍ବିତୀୟାର ଚନ୍ଦ୍ରଦର୍ଶନ, ପୂଜା ଓ ଅର୍ଘ୍ୟଦାନ, ତରାବୀ ଆରମ୍ଭ।ସୁର୍ଯ୍ୟୋଦୟ- ଘ୬/୨/୧୦,ସୂର୍ଯ୍ୟାସ୍ତ- ଘ୫/୫୧/୪୬,ଫାଲ୍ଗୁନମାସ,କୃଷ୍ଣପକ୍ଷ,ଚନ୍ଦ୍ରବାସ, ତିଥି- ପ୍ରତିପଦ୍ ଦିବା ଘ୧୦/୫୯ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ଯୋଗ- ଶୁଭଯୋଗ ଦିବା ଘ୧/୧୧ମି ପର୍ଯ୍ୟନ୍ତ ତଦନ୍ତେ ଶୁକ୍ଳଯୋଗ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ।ଦିବା ଘ୧୦/ ୫୯ମି ପରେ ଉତ୍ତର ଦିଗରେ। ତିଥିଦୋଷ ହେତୁ ଦିବା ଘ୧୦/୫୯ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରା ଶୁଭ। ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମ ଦିଗକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର– ଧନୁରାଶିର […]

ପ୍ରଶାନ୍ତଙ୍କ ପାଇଁ ପ୍ରତାପଙ୍କ ପ୍ରଚାର

ଭୁବନେଶ୍ୱର,୧୦।୩(ଏସଏସନିଉଜ)ପାଖେଇ ଆସିଲାଣି ନିର୍ବାଚନ।ତେବେ ବିଜେଡି- ବିଜେପି ମେଣ୍ଟ ହେବ କି ଏକାଏକା ଲଢ଼ିବେ ଏହାକୁନେଇ ଚର୍ଚ୍ଚା ଜୋର ଧରିଛି ।ଏହାରିଭିତରେ ପ୍ରତାପ ଜେନାଙ୍କ ଭାଷଣ ସରଗରମ ଆଲୋଚନା ହେଉଛି।ମେଣ୍ଟ ଚର୍ଚ୍ଚା ଭିତରେ ଦଳ ଘୋଷଣା କରିବା ପୂର୍ବରୁ ସାଲେପୁରପାଇଁ ପ୍ରଶାନ୍ତ ବେହେରାଙ୍କୁ ପ୍ରାର୍ଥୀ କରିଦେଲେ ବିଧାୟକ ପ୍ରତାପ ଜେନା। ଗତକାଲି ସାଲେପୁର ମାଳଶାସନରେ ଆୟୋଜିତ ଏକ ସଭାରେ ପ୍ରତାପ କହିଛନ୍ତି ପ୍ରଶାନ୍ତ ବେହେରା ଏଥର ୫୦ ହଜାର ଭୋଟରେ ଜିତିବେ। ସାଲେପୁର ବିଧାୟକ ପ୍ରଶାନ୍ତବେହେରାଙ୍କ ପାଇଁ ପ୍ରଚାର […]

ନିର୍ବନ୍ଧପାର୍ଟିରୁ ଗିଫ୍ଟବ୍ୟାଗ ଲୁଟ୍‌!

ଭୁବନେଶ୍ୱର,୧୦।୩(ଏସଏସନିଉଜ)ଅତିଥୀ ବେଶରେ ଆସି ନେଇଗଲେ ୧୫ଲକ୍ଷ ଟଙ୍କାର ସୁନା ଅଳଙ୍କାର।ଜୟଦେବ ବିହାର ଥିବା ଏକ ତାରକା ହୋଟେଲରେ ଚାଲିଥିଲା ନିର୍ବନ୍ଧ।ମୈତ୍ରୀବିହାର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।ସିସିଟିଭିରୁ ୨ଜଣଙ୍କୁ ଚିହ୍ନଟ କରିଛି ପୋଲିସ।

IDBIରେ ଠକେଇ:-ଆଉ ୨ ଗିରଫ

ଭୁବନେଶ୍ୱର,୧୦।୩(ଏସଏସନିଉଜ)IDBI ଠକେଇ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କଲା EOW।ପିପିଲି ଦାଣ୍ଡମୁକୁନ୍ଦପୁର ବ୍ରାଞ୍ଚର ପୂର୍ବତନ ମ୍ୟାନେଜର ସମେତ ୨ ଜଣ ଗିରଫ ହୋଇଛନ୍ତି।ପୂର୍ବ ମ୍ୟାନେଜର ସରୋଜକାନ୍ତ ବେହେରା ଓ ସହଯୋଗୀ ଆଞ୍ଜେଲ ମିଶ୍ର ଗିରଫ ହୋଇଛନ୍ତି।୩୫ଜଣଙ୍କୁ ଋଣ ଦେବାନାଁରେ ୩.୭୦ କୋଟି ଠକେଇ କରିଥିଲେ।