Browsing author

SATYA SANDHANA DESK

ପାର୍ସଲ୍ ହବରୁ ଚୋରି ଧରିଲା ପୋଲିସ

ମେଣ୍ଢାଶାଳ,୨୯।୯(ଏସଏସନିଉଜ)ମେଣ୍ଢାଶାଳ ସ୍ଥିତ ଇନଷ୍ଟାକାର୍ଟର ପ୍ରତିନିଧି ଦିଲୀପ କୁମାର ଦାସଙ୍କ ଲିଖିତ ଏତଲା ଆଧାରରେ ଚନ୍ଦକା ଥାନାରେ ପାର୍ସଲ୍ ହବ୍ ଭିତରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଚୋରି ଅଭିଯୋଗରେ ୫୯୨/୨୭ କେସ ନମ୍ବରରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଗତ ୩ ମାସ ଧରି ଭୁବନେଶ୍ୱର ସର୍ଟିଂ ହବ୍ ଦେଇ ଯାଉଥିବା ବିଭିନ୍ନ ପାର୍ସଲରୁ ପ୍ରାୟ ୧ ଲକ୍ଷ ଟଙ୍କାର ସାମଗ୍ରୀ ଚୋରୀ ହେଉଥିଲା। କମ୍ପାନୀ ପକ୍ଷରୁ […]

ମେଣ୍ଢାଶାଳ ଅଙ୍ଗନବାଡି କେନ୍ଦ୍ରରେ ‘ ଅଙ୍ଗନ୍ କା ଉତ୍ସବ

ମେଣ୍ଢାଶାଳ,୨୯।୯(ଏସଏସନିଉଜ) ମଙ୍ଗଳବାର ଅପରାହ୍ନରେ ମେଣ୍ଢାଶାଳ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ପରିସରରେ ରାଷ୍ଟ୍ରୀୟ ପୋଷଣ ମାସ ଉପଲକ୍ଷେ ଅଙ୍ଗାନ୍ କା ଉତ୍ସବ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି।ଅଙ୍ଗନବାଡି କର୍ମୀ ମମତା ଜେନାଙ୍କ ଆହ୍ୱାନ କର୍ମେ ଅଙ୍ଗନବାଡିରେ ଶିକ୍ଷା ଗ୍ରହଣ କରୁଥିବା ବାଳକ, ବାଳିକା ଓ ଅଭିଭାବକ,ବରିଷ୍ଠ ବ୍ୟକ୍ତିମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ବ୍ଲକ୍ ସିଡିପିଓ ଶର୍ମିଷ୍ଠା ଚକ୍ରବର୍ତ୍ତୀ ଯୋଗଦେଇ ପିଲାମାନଙ୍କୁ ପୋଷଣ ଖାଦ୍ୟର ଆବଶ୍ୟକତା ଓ ଶିଶୁମାନଙ୍କୁ ସୁସ୍ଥ ରଖିବା ଦିଗରେ ମହିଳାମାନଙ୍କ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୩୦ତାରିଖ ୨୦୨୬ମସିହା (ବୁଧବାର) ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ଦିବା ଘ୦୩/୧୪ ଗତେ ପଞ୍ଚମୀ,ନକ୍ଷତ୍ର- ଦ୍ୱିଜା ଦିବା ଘ୦୮/୨୯ଗତେ କୃତ୍ତିକା, ସୂର୍ୟୋଦୟ- ପ୍ରାତଃ ଘ୦୫/୪୧/୨୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୪/୦୨,ଯୋଗିନୀ ନୈରୁତେ ଦିବା ଘ୦୩/୧୪ ଗତେ ଦକ୍ଷିଣେ,ମେଷ ରାଶିର ଘାତଚନ୍ଦ୍ର,କର୍କଟ ରାଶି ର ଘାତବାର,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୄତେ ଦିବା ଘ୦୮/୨୯ ଗତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୮/୪୦ ଗତେ ଘ୧୦/୧୧ମଧ୍ୟେ,ବାରବେଳା – ଦିବା ଘ୧୧/୪୦ ଗତେ ଘ୦୧/୧୧ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୨୯ ମଧ୍ୟେ ଓ ଘ୦୮/୦୪ ଗତେ […]

ମୁଣ୍ଡଳି ଓ ନରାଜରେ ବିପଦ ସଙ୍କେତ ତଳେ ଜଳସ୍ତର

କଟକ,୨୮।୯(ଏସଏସନିଉଜ)ମହାନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି।ଯାହାକୁ ନେଇ ଛାନିଆ ହୋଇପାରିଛନ୍ତି ତଳିଆ ଅଞ୍ଚଳବାସୀ। ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ସମଗ୍ର ରାଜ୍ୟରେ ଏକ ପ୍ରକାର ଦୟନୀୟ ସ୍ଥିତି ଦେଖାଦେଇଛି। ସେପଟେ ହୀରାକୁଦର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପର୍ଯ୍ୟାୟ କ୍ରମେ ୩୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ତେବେ ହୀରାକୁଦରୁ ନିଷ୍କାସିତ ହେଉଥିବା ବନ୍ୟାଜଳ ଆସି ମୁଣ୍ଡଳୀରେ ପହଞ୍ଚିଛି। ସୋମବାର ସନ୍ଧ୍ୟା ସୁଦ୍ଧା ୮ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ କରିବ ବୋଲି ଜଳସମ୍ପଦ […]

ବିଜେପି ନେତାଙ୍କୁ ଆକ୍ରମଣ

ଆସିକା,୨୮।୯(ଏସଏସନିଉଜ)ହରଡ଼ାପଦର ବିଜେପି ମଣ୍ଡଳ ସଭାପତି କାଳିଆ ନାହାକଙ୍କୁ ସୋମବାର ରାତିରେ ଧାରୁଆ ଅସ୍ତ୍ରରେପ୍ରାଣାନ୍ତକ ଆକ୍ରମଣ ହୋଇଛି।ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।ନିଜ ଗାଁ ଗୌଡ଼ଗୋଠ ଫେରିବା ବେଳେ କମାଶାସନ ନିକଟରେ ଆକ୍ରମଣ ହୋଇଛି।୩ ଅଭିଯୁକ୍ତ ବାଇକ୍‌ରେ ଆସି ଆକ୍ରମଣ କରି ଫେରାର ହୋଇଯାଇଥିବା ବେଳେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି।ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି।

ଡଙ୍ଗାରେ ଆସିଲା ବର

ବାଲେଶ୍ୱର,୨୮।୯(ଏସଏସନିଉଜ) ରାଜ୍ୟରେ ଏବେ ବନ୍ୟା ବିଭୀଷିକାର ଭୟ ଦେଖାଦେଇଛି।ରାସ୍ତାଘାଟ ସବୁ ବୁଡି ଯାଇ ଯାତାୟାତ ଏକ ପ୍ରକାର ଠପ ହୋଇଯାଇଛି।ଏହାରି ଭିତରେବିଭାହେବାପାଇ ଦେଶୀଡଙ୍ଗାରେ କନ୍ୟା ଘରକୁ ଆସିଛନ୍ତି ବାଲେଶ୍ୱର ଭୋଗରାଇର ଜୈନିକ ଯୁବକ ହେମନ୍ତ ପାତ୍ର ।ଯାହାକି ଆଜି ଚର୍ଚ୍ଚାର ବିଷୟ ପାଲଟିଛି।ବିବାହ ଦିନବରବେଶରେ ମାତ୍ର କେଇ ଜଣ ଆତ୍ମୀୟଙ୍କ ସହ ବିବାହ ମଣ୍ଡପରେ ପହଞ୍ଚି ସମସ୍ତଙ୍କ ନଜରକୁ ଆସିଛନ୍ତି। ଆଜି ବାହାଘର ଥିଲା ତ ହଠାତ ସୁବର୍ଣ୍ଣରେଖାର ନଦୀରେ ବନ୍ୟା ଆସିଗଲା । ଆମେ ସବୁ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୯ତାରିଖ ୨୦୨୬ମସିହା (ମଙ୍ଗଳବାର)ଆଶ୍ୱିନମାସ-କୃଷ୍ଣପକ୍ଷ,ତିଥି- ତୃତୀୟା ଅପରାହ୍ନ ଘ୦୫/୨୧ଗତେ ଚତୁର୍ଥୀ,ନକ୍ଷତ୍ର- ଅଶ୍ୱିନୀ ଦିବା ଘ୦୯/୫୦ ଗତେ ଦ୍ୱିଜା,ସୂର୍ୟୋଦୟ- ପ୍ରାତଃ ଘ୦୫/୪୧/୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୪/୫୨,ଯୋଗିନୀ ଅଗ୍ନିକୋଣେ ଅପରାହ୍ନ ଘ୦୫/୨୧ଗତେ ନୈରୁତେ,ମେଷରାଶିର ଘାତଚନ୍ଦ୍ର,ମକର ରାଶି ର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୄତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୧/୦୫ ଗତେ ଘ୦୨/୩୬ମଧ୍ୟେ,ବାରବେଳା -ଦିବା ଘ୦୭/୧୧ ଗତେ ଘ୦୮/୪୩ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୨୯ ମଧ୍ୟେ ଓ ଘ୦୮/୪୪ଗତେ ଘ୧୧/୧୭ ମଧ୍ୟେ ରାତ୍ରି ଘ୦୮/୦୦ ଗତେ ଘ୦୮/୪୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି […]

ଲୁଚି ଆସିଥିବା ବେଳେ ମାଡିବସିଲା ପୋଲିସ

ମେଣ୍ଢାଶାଳ,୨୮।୯(ଏସଏସନିଉଜ)ଚୋରା ପଥର ପରିବହନ କରି ଆଣୁଥିବା ବେଳେ ପୋଲିସ ହାତରେ ଧରାପଡ଼ିବା ଓ ଖବର ପାଇ ମାଲିକ ଘଟଣା ସ୍ଥଳରେ ପହଞ୍ଚି ପୋଲିସ କୁ ଦୁର୍ବ୍ୟବହାର କରିବା ଅଭିଯୋଗ ରେ ଚନ୍ଦକା ଥାନା ପୋଲିସ ମାଲିକ ଓ ଡ୍ରାଇଭରକୁ ଗିରଫ କରି ୪୮୦/୨୬ କେସ ନମ୍ବରରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିବା ସହ ଏକ ସ୍କୁଟି ଓ ପଥର ବୋଝେଇ ଟ୍ରକକୁ ଜବତ କରିଛି।ଗିରଫ ଡ୍ରାଇଭର ହେଲେ ବାଙ୍କୀ ବାଆରା ଗ୍ରାମର ସଞ୍ଜୟ […]

ଆସିପାରିଲାନି ଆମ୍ବୁଲାନ୍ସ , ରିକ୍ସାରେ ଗଲେ ରୋଗୀ

ବାଲେଶ୍ବର,୨୮।୯(ଏସଏସନିଉଜ)ବନ୍ୟାରେ ବାଲେଶ୍ୱର ଜିଲ୍ଲାର ରାସ୍ତାଘାଟ ଜଳମଗ୍ନ ହୋଇଯାତାୟାତରେ ବାଧକ ସାଜିଛି।ଏହିଭଳି ସ୍ଥିତିରେ ଜଣେ ଅସୁସ୍ଥ ମହିଳାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବାପାଇଁ ଆମ୍ବୁଲାନ୍ସ ଆସି ପାରିନଥିଲା।ଶେଷରେ ଗୁରୁତର ଅସୁସ୍ଥ ରୋଗୀଙ୍କୁ ରିକ୍ସାରେ ବୋହି ହସ୍ପିଟାଲ ନେବାକୁ ପଡ଼ିଛି । ଏହିଭଳି ଘଟଣା ଭୋଗରାଇ ବ୍ଲକ ନହରା ପଞ୍ଚାୟତ ମୁଣ୍ଢମାରୀ ଗାଁରେ ଦେଖିବାକୁ ମିଳିଛି । ପ୍ରକାଶ ଯେ,ଗୀତାଞ୍ଜଳି ଧଳ ନାମକ ମହିଳା ବନ୍ଧୁଘର ମୁଣ୍ଢମାରୀ ଗାଁର ରାମହରି ସେଠୀଙ୍କ ଘରକୁ ଆସିଥିଲେ । ଏହା ଭିତରେ ସୁବର୍ଣ୍ଣରେଖା […]

ଗଣେଶ ଭସାଣିବେଳେ  ଭୁଶୁଡ଼ିଲା ଛାତ !

ଜଟଣୀ,୨୭।୯(ଏସଏସନିଉଜ)ଜଟଣୀରେ ଗଣେଶ ମୂର୍ତ୍ତି ବିସର୍ଜନ ଉତ୍ସବରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଡିଜେର ବିକଟାଳ ଶବ୍ଦରେ ଏକ କୋଠା ଛାତର କିଛି ଅଂଶ ଖସି ପଡ଼ି ଜଣଙ୍କରମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି।ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।ତେବେ ଡିଜେ ସଂଗୀତ ଏବଂ ଏହା ଦ୍ୱାରା ସୃଷ୍ଟି ହୋଇଥିବା ତୀବ୍ରକମ୍ପନ ଯୋଗୁଁ ଏହି ନିର୍ମାଣଗତ ବିଫଳତା ଘଟିଥାଇପାରେ ବୋଲି ପୋଲିସ ଅଭିଯୋଗର ତଦନ୍ତ କରୁଛି।ମୃତକ ହେଉଛନ୍ତି ଜଟଣୀର ବାସିନ୍ଦା ଚିଣ୍ଟୁ ବାରିକ (୩୦)। […]