Browsing author

SATYA SANDHANA DESK

CBI କିମ୍ବା ED ତଦନ୍ତ ହେଉ-ପୃଥ୍ବୀରାଜ

ଭୁବନେଶ୍ୱର,୨ା୪(ଏସଏସନିଉଜ)ଜାଲ୍ ସାର୍ଟିଫିକେଟ୍‌: କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ବିଜେପି ତାର ପ୍ରତିକ୍ରିୟା ରଖିଛି ।ବିଜେପିନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି କ୍ରାଇମବ୍ରାଞ୍ଚ ତଦନ୍ତତାଲିକାରେ ନାଁ ଯୋଡ଼ି ହୋଇଛି ।ଏହା CBI କିମ୍ବା EDଦ୍ବାରା ତଦନ୍ତହେଉା ନହେଲେ ଆମେ ଲୋକଲୋଚନକୁ ଆଣିବୁ ଓ ସତ୍ୟ ସାମ୍ନାକୁ ଆଣିବୁ ବୋଲି ହରିଚନ୍ଦନ କହିଛନ୍ତି ।

୧୦ଜିଲ୍ଲାକୁ ୧୦ ଇନଚାର୍ଜ

ଭୁବନେଶ୍ୱର,୨ା୪(ଏସଏସନିଉଜ)ରାଜ୍ୟସରକାର ୧୦ଟିଆକାଂକ୍ଷାଜିଲ୍ଲାର ଇନଚାର୍ଜଭାବେ୧୦ଜଣ ବରିଷ୍ଠଆଇଏଏସଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ସେମାନେହେଲେ ସଚିବ ସୁଶୀଲକୁମାରଲୋହାନୀଙ୍କୁ ବଲାଙ୍ଗିର , ଶ୍ରମସଚିବ ଆର.ସନ୍ଥଗୋପାଳନଙ୍କୁ ଢେଙ୍କାନାଳ , ଯୋଜନା ଓ ସଂଯୋଜନବିଭାଗର ସ୍ୱତନ୍ତ୍ରସଚିବ ଚିତ୍ରା ଅରୁମୁଗମଙ୍କୁ ଗଜପତି , ପଂଚାୟତିରାଜ ସ୍ପେଶାଲପ୍ରୋଜେକ୍ଟ ନିର୍ଦ୍ଦେଶକ ଅରବିନ୍ଦଡାକୁଆଙ୍କୁ କଳାହାଣ୍ଡି , ମତ୍ସ୍ୟ ଓ ପଶୁସମ୍ପଦପ୍ରମୁଖସଚିବ ସୁରେଶ କୁମାର ବଶିଷ୍ଠଙ୍କୁ କନ୍ଧମାଳ , ଉଚ୍ଚଶିକ୍ଷାବିଭାଗର ପ୍ରମୁଖସଚିବ ବିଷ୍ଣୁପଦସେଠୀଙ୍କୁ କୋରାପୁଟ , ସମବାୟ ପ୍ରମୁଖସଚିବ ସଞ୍ଜୀବକୁମାରଚଢ଼ାଙ୍କୁ ମାଲକାନଗିରି , ସାମାଜିକକଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦଅଗ୍ରୱାଲଙ୍କୁ ନବରଙ୍ଗପୁର , ପର‌୍ୟ୍ୟଟନନିର୍ଦ୍ଦେଶକ ସଚିନ […]

ସ୍କର୍ପିଓରେ ଗୋରୁ ଚୋରାଚାଳଣ

ସୋର,୨ା୪(ଏସଏସନିଉଜ)ଗୋରୁଚାଳଣ ପାଇଁ ନୁଆନୁଆ ତରିକାକୁ ଆପଣାଯାଉଛି ।ଏଥର ସ୍କର୍ପିଓରେ ଗୋରୁଚୋରାଚାଳଣ ହେଉଛି ।ଯାହାର ଜ୍ୱଳନ୍ତ ଉଦାହରଣ ସୋର ଅଂଚଳରେ ଦେଖିବାକୁ ମିଳିଛି । ଗୋରୁଚାଲାଣ ବେଳେ ନାୟକବନ୍ଧଛକରେ ଡିଭାଇଡରକୁ ପିଟିହୋଇ ଓଲଟିପଡିଛି ଏକ ସ୍କର୍ପିଓ । ସ୍କର୍ପିଓ ଭିତର ସିଟଖୋଲି ୪ଟିଗୋରୁ ଚାଲାଣ କରୁଥିଲେ । ଦୁର୍ଘଟଣାପରେ ସ୍କର୍ପିଓ ଛାଡ଼ି ଚମ୍ପଟ୍ ମାରିଛନ୍ତି ଚାଳକ ।

CUOରେ ଧର୍ମେନ୍ଦ୍ର

କୋରାପୁଟ ,୨ା୪(ଏସଏସନିଉଜ)କୋରାପୁଟ କେନ୍ଦ୍ରୀୟବିଶ୍ବବିଦ୍ୟାଳୟରେ କେନ୍ଦ୍ରଶିକ୍ଷାମନ୍ତ୍ରୀ.ସେଠାରେ ପହଁଚି କର୍ତ୍ତୃପକ୍ଷ ଓ ପ୍ରାଧ୍ୟାପକଙ୍କ ସହ ଧର୍ମେନ୍ଦ୍ରଙ୍କ ସମୀକ୍ଷା ବୈଠକ କରିଛନ୍ତି ।ଅନୁଷ୍ଠାନର ଶ୍ରୀବୃଦ୍ଧି ପାଇଁ ସବୁ ପଦକ୍ଷେପ ନିଆଯିବାକୁ ପ୍ରତିଶୃତିଦେବା ସହ ନୂତନଷ୍ଟାଡିଅମପାଇଁ ଭୂମିପୂଜନ କରିଛନ୍ତି ଧର୍ମେନ୍ଦ୍ରପ୍ରଧାନା

ଇଟାଲୀରେ ଇଂରାଜୀମନା !.

ଭୁବନେଶ୍ୱର,୨ା୪(ଏସଏସନିଉଜ)ଇଟାଲୀରେ ଇଂରାଜୀଭାଷା ଉପରେ ଲାଗିବାକୁଯାଉଛି ରୋକ । ଇଂରାଜୀ ଭାଷା ବନ୍ଦପାଇଁ ସଂସଦଙ୍କୁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଦିଆଯାଇଛି ।ଏଥିରେ ଇଂରାଜୀପାଇଁ ମୂଳଭାଷାକୁ କ୍ଷତି ହେଉଥିବା ଦର୍ଶାଯାଇଛି ବୋଲି କୁହାଯାଇଛି ।ଇଂରାଜୀଭାଷା ସହ ବିଦେଶୀଭାଷା ବ୍ୟାନ ପାଇଁ ପଦକ୍ଷେପ ନେବାସହ ଇଂରାଜୀ ବ୍ୟାନପାଇଁ ୮୯.୩ଲକ୍ଷ ଫାଇନ ଆଦୟ ହେବ ବୋଲି କୁହାଯାଇଛି ।  

ଡାକ୍ତରଖାନାରେ ବିରଳଅସ୍ତ୍ରୋପଚାର

କନ୍ଧମାଳ,୨ା୪(ଏସଏସନିଉଜ) ବ୍ରହ୍ମପୁରଗକଉଏମେଡିକାଲରେ ବିରଳଅସ୍ତ୍ରୋପଚାର କରଯାଇଛି ।ମଳଦ୍ବାରରେ ପଶିଥିବା ଶାବଳକୁ ସୁରକ୍ଷିତ ଡାକ୍ତରମାନେ କାଢିବାରେ ସକ୍ଷମ ହୋଇଛନ୍ତି । ସର୍ଜରୀବିଭାଗର ବରିଷ୍ଠ ଡାକ୍ତରଙ୍କ ଏହି ଦ୍ବାରା ଅସ୍ତ୍ରୋପଚାର କରାଯାଇଛି ।୧୬ବର୍ଷୀୟ ଶକ୍ତିପାଟଗୁରୁଙ୍କର କରାଯାଇଛି ସଫଳ ଅସ୍ତ୍ରୋପଚାର । କନ୍ଧମାଳଜିଲ୍ଲା କୋଟଗଡ଼ଥାନା ତଳସୁବର୍ଣ୍ଣଗିରି ଅଞ୍ଚଳରେ ଆଜବେଷ୍ଟରୁ ଖସିପଡ଼ିବାରୁ ୧୬ବର୍ଷୀୟ ଯୁବକ ଶକ୍ତି ପାଟଗୁରୁଙ୍କ ମଳଦ୍ବାରରେ ଶାବଳ ପଶିଯାଇଥିଲା । ଏକସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ନିର୍ମାଣ କାମରେ ନିୟୋଜିତ ଥିବାବେଳେ ଭାଙ୍ଗି ଯାଇଥିବା ଆଜବେଷ୍ଟସ ବାହାର କରିବା ପାଇଁ ଶକ୍ତି ଆଜବେଷ୍ଟସ […]

ଉପରକୋର୍ଟରେ ଆବେଦନ କରିବେ ରାହୁଲଗାନ୍ଧୀ

ଭୁବନେଶ୍ୱର,୨ା୪(ଏସଏସନିଉଜ) କଂଗ୍ରେସନେତା ରାହୁଲଗାନ୍ଧୀ ଡପରକୋର୍ଟରେ ଆବେଦନ କରିବେ।ସୋମବାରଦିନ ସୁରଟ ଜିଲ୍ଲା ଏବଂ ଅଷ୍ଟମ ଲାଇନରେ ଅବସ୍ଥିତ ସେସନ୍ କୋର୍ଟରେ ପହଞ୍ଚି ଆବେଦନ କରିବେ ।ମାର୍ଚ୍ଚ୨୩ରେ ସୁରଟର ସିଜେଏମ୍ କୋର୍ଟ ରାହୁଲଗାନ୍ଧୀଙ୍କୁ ବଦନାମ ମାମଲାରେ ଦୋଷୀସାବ୍ୟସ୍ତ କରି ଦୁଇବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ପରେ ପରଦିନ ରାହୁଲ ଗାନ୍ଧୀଙ୍କ ଲୋକସଭାର ସଦସ୍ୟତା ରଦ୍ଦ ହୋଇଯାଇଥିଲା। ଏହା ପରେ ରାହୁଲ ଗାନ୍ଧୀଙ୍କୁ ୧୨ ତୁଗଲକ୍ ଲେନ୍ ରେ ଥିବା ସରକାରୀ ବାସଭବନ ଖାଲି କରିବାକୁ ନୋଟିସ୍ ମଧ୍ୟ ମିଳିଥିଲା। […]

ଅଜଣାଜନ୍ତୁ ମାରିଲା ୨୮ଟିମେଣ୍ଢା

କେନ୍ଦ୍ରାପଡା,୨ା୪(ଏସଏସନିଉଜ) ମହାକାଳପଡ଼ା କଳାଗଡ଼ଗାଁରେ ଆତଙ୍କ ଦେଖାଦେଇଛି ।ଏକ ଅଜଣାଜନ୍ତୁ ୨୮ଟିମେଣ୍ଢାଙ୍କୁ ମାରିସାରିଥିବାବେଳେ ଆଉ ୪ଟିମେଣ୍ଢା କ୍ଷତବିକ୍ଷତ କରିଥିବାର ଆଜି ସକାଳେ ଦେଖିବାକୁ ମିଳିଛି। ଅଜଣାଜନ୍ତୁ ସବୁମେଣ୍ଢାଙ୍କ ବେକରୁ ରକ୍ତଶୋଷିନେଇ ମାରି ଦେଇଥିବାରଜଣାଯାଇଛି। ଯଦୁପୁରପଞ୍ଚାୟତ କଳଗଡ଼ଗ୍ରାମର ମହନିଦାସଙ୍କର ଅଜଣାଜନ୍ତୁ ୨୮ଟି ମେଣ୍ଢାଙ୍କୁ ମାରିସାରିବା ପରେ ଆଉ୪ଟି ମେଣ୍ଢା କ୍ଷତବିକ୍ଷତ କରିଥିବାର ଜଣାପଡିଛି ।ଖବରପାଇ ଗାଁରେ ଆରଆଇ ଓ ପ୍ରାଣୀଧନନିରୀକ୍ଷକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଜୀବନ୍ତ ବଜ୍ରକାପ୍ତାକୁ ଜବତ

ଭୁବନେଶ୍ୱର, ୨ା୪(ଏସଏସନିଉଜ) ବରଗଡ଼ ଫରେଷ୍ଟ ଡିଭିଜନ ସହାୟତାରେ ଏକ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହିତ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ ଟିମ୍ । ଗତକାଲି ସନ୍ଧ୍ୟାରେ ବରଗଡ଼ ଜିଲ୍ଲାର ପଦ୍ମପୁର ଥାନା ଅଧୀନରେ ଥିବା ବିଜାଡିହି ଛକରେ ଏସଟିଏଫ୍ ଟିମ୍ ବରଗଡ଼ ବନ ବିଭାଗର ବନ ଅଧିକାରୀଙ୍କ ସହାୟତାରେ ଚଢ଼ାଉ କରି ୧୨କିଲୋଗ୍ରାମ ଓଜନର ଜୀବନ୍ତ ବଜ୍ରକାପ୍ତାକୁ ଜବତ କରି ଅଭିଯୁକ୍ତ ମହାଦେବ ମୁଖଟିଆକୁ ଗିରଫ କରିଥିଲେ ।  

ନିଶାସକ୍ତପୁଅ ବାପାକୁ ଗୁଳିକଲା

ସୁବର୍ଣ୍ଣପୁର.୨ା୪(ଏସଏସନିଉଜ)ଡୁଙ୍ଗୁରିପାଲି ଚିନାଜୁରୀଗାଁରେ ନିଶାସକ୍ତ ପୁଅ ବିକ୍ରମ ମେହେର ବାପା ଗଙ୍ଗାଜଳ ମେହେରଙ୍କୁ ଗୁଳି କରିଛନ୍ତି । ବାପା ଗୁରୁତର ଅବସ୍ଥାରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ବିକ୍ରମ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କଳହ ଆରମ୍ଭ ହୋଇ ବିକ୍ରମ ତାଙ୍କ ପତ୍ନୀଙ୍କୁ ଗୁଳି କରି ଦେବେ ବୋଲି ଧମକ ଦେଇଥିଲେ। ଏହି ସମୟରେ ଗଙ୍ଗାଜଳ ମେହେର ତାଙ୍କୁ ଗୁଳି କରିବା ଲାଗି କହିଥିଲେ। ଏହାପରେ ନିଶାସକ୍ତ ବିକ୍ରମ ଉତ୍ତେଜିତ ହୋଇ ତାଙ୍କ ବାପାଙ୍କୁ ଗୁଳି କରି ଦେଇଥିଲେ।