Browsing author

SATYA SANDHANA DESK

ନିଶାସକ୍ତପୁଅ ବାପାକୁ ଗୁଳିକଲା

ସୁବର୍ଣ୍ଣପୁର.୨ା୪(ଏସଏସନିଉଜ)ଡୁଙ୍ଗୁରିପାଲି ଚିନାଜୁରୀଗାଁରେ ନିଶାସକ୍ତ ପୁଅ ବିକ୍ରମ ମେହେର ବାପା ଗଙ୍ଗାଜଳ ମେହେରଙ୍କୁ ଗୁଳି କରିଛନ୍ତି । ବାପା ଗୁରୁତର ଅବସ୍ଥାରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ବିକ୍ରମ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କଳହ ଆରମ୍ଭ ହୋଇ ବିକ୍ରମ ତାଙ୍କ ପତ୍ନୀଙ୍କୁ ଗୁଳି କରି ଦେବେ ବୋଲି ଧମକ ଦେଇଥିଲେ। ଏହି ସମୟରେ ଗଙ୍ଗାଜଳ ମେହେର ତାଙ୍କୁ ଗୁଳି କରିବା ଲାଗି କହିଥିଲେ। ଏହାପରେ ନିଶାସକ୍ତ ବିକ୍ରମ ଉତ୍ତେଜିତ ହୋଇ ତାଙ୍କ ବାପାଙ୍କୁ ଗୁଳି କରି ଦେଇଥିଲେ।

ଟ୍ରକକୁ ପିଟିଲା ବସ୍

ଭଦ୍ରକ. ୨ା୪(ଏସଏସନିଉଜ) ଗତକାଲି ରାତିରେ ଟ୍ରକ୍‌କୁ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେବାରୁ ୭ ଜଣ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଚିକିତ୍ସା ଲାଗି ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍‌ଟି ଭୁବନେଶ୍ୱରରୁ କୋଲକାତା ଯାଉଥିବା ବେଳେ ଜାତୀୟ ରାଜପଥ-୧୬ର ବୀଣାପେଟ୍ରେଲପମ୍ପ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା ।ଦୁର୍ଘଟଣାପରେ ଚାଳକ ଓ ହେଲପର ଘଟଣାସ୍ଥାଳରୁ ଫେରାର ହୋଇଯାଇଛନ୍ତି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମାଷ୍ଟରମାଇଣ୍ଡ ଫେରାର

କଟକ ,୨ା୪(ଏସଏସନିଉଜ) ନକଲିଔଷଧ କାରବାରମାମଲାରେ ବିହାର ଓ ମଧ୍ୟପ୍ରଦେଶରେ ଏସ୍‌ଟିଏଫ୍ ଏବଂ ଡ୍ରଗ୍ସକଣ୍ଟ୍ରୋଲ ବିଭାଗପକ୍ଷରୁ ମିଳିତ ଚଢାଉ କରାଯାଇଛି ।ଏହି ଘଟଣାର ମାଷ୍ଟରମାଇଣ୍ଡ ବିହାରର ମୁଜାଫରପୁରର ମନୀଷକୁମାରଙ୍କ ଘରୁ ୧୦ଲକ୍ଷରୁ ଅଧିକ ଟଙ୍କାର ନକଲିଔଷଧ ଜବତ କରିବାରେ ସକ୍ଷମ ହୋଇଛି କିନ୍ତୁ କୈାଶଳକ୍ରମେ ମନୀଷ ଫେରାର ହୋଇଯାଇଥିବାର ଜଣାପଡିଛି ।

ନରଣପୁର ଦିବାରାତ୍ରି ଫୁଟବଲ ଟୁର୍ଣ୍ଣାମେଣ୍ଟ

ବାରଙ୍ଗ,୧।୪(ଏସଏସନିଉଜ) ବାରଙ୍ଗ ବ୍ଲକ ଅନ୍ତର୍ଗତ ନରଣପୁର ଖେଳପଡିଆରେ ମହାବୀର ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ୯ମ ଦିବାକର ସ୍ୱାଇଁ ମେମୋରିଆଲ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନରେ ଆଠଟି ଦଳ ଅଂଶଗ୍ରହଣ କରିଥିଲେ ! ପ୍ରଥମ ମ୍ୟାଚ ମୁଣ୍ଡମୁହାଣ ସହିତ ବଞ୍ଛାମଣୀ କ୍ଲବ ଟାଙ୍ଗିବନ୍ତ ମଧ୍ୟରେ ହୋଇଥିଲା। ଏଥିରେ ନିର୍ଦ୍ଧାରିତ ସମୟ ମଧ୍ୟରେ କେହିକାହାରିକୁ ଗୋଲ ଦେଇପାରିନଥିଲେ। ଫଳରେ ଟ୍ରାଏବ୍ରେକର ଜରିଆରେ ମୁଣ୍ଡମୁହାଣ୫-୪ଗୋଲରେ ଟାଙ୍ଗିବନ୍ତକୁ ହରାଇ କ୍ୱାଟର ଫାଇନାଲକୁ ଯାଇଥିଲା। ଦ୍ୱିତୀୟ ମ୍ୟାଚ ମଧୁବନ ଓ ସାଇଁସ ମଧ୍ୟରେ […]

ମରିଗଲା ନା ମାରିଦେଲେ !

  ବାରଙ୍ଗ,୧।୪(ଏସଏସନିଉଜ) ନନ୍ଦନକାନନର ୧ନମ୍ବର ଫାଟକ ନିକଟ ଏକ କୋଠରୀରେ ରଖାଯାଇଥିବା ୨୦ବର୍ଷର ଅଣ୍ଡିରା ବାରହାର ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି।ଶନିବାର ସକାଳେ ଜନ୍ତୁକର୍ମଚାରୀ କୋଠରୀ ଝାଡୁ କଲାବେଳେ ବାରହା ମରିପଡି ଥିବାର ଦେଖିବାକୁ ପାଇଥିଲେ।ମୃତ ବାରହାଟି ତିନିଦିନ ହେବ ଅତ୍ୟାଧିକ ଜ୍ବରରେ ପିଡୀତ ଥିଲା।ନନ୍ଦନକାନନର ବନ୍ୟପ୍ରାଣୀ ଚିକିତ୍ସକମାନେ ଗତ ଗୁରୁବାରଦିନ ବାରହାର ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଏକ ଦୂର ତାପମାନ ଯନ୍ତ୍ର(ଡିଷ୍ଟାନ୍ସ ଟେମ୍ପରେଚର ମେସିନ) ଦ୍ବାରା ଜ୍ବର ମାପିଥିଲେ।ହେଲେ କୈାଣସି ଔଷଧ ଖାଇବାକୁ […]

ଆଜିର ରାଶିଫଳ

୨୦୨୩ମସିହା ଅପ୍ରେଲମାସ ୨ ତାରିଖ ରବିବାର।ଶ୍ରୀମନ୍ଦିରରେ ବନବାସ, ସର୍ବସମ୍ମତ ବ୍ୟଞ୍ଜୁଳୀ ମହାଦ୍ବାଦଶୀ, ବୈଷ୍ଣବସମ୍ମତ ଏକାଦଶୀ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୪୩/୩୯,ସୂର୍ଯ୍ୟାସ୍ତ- ଘ୫/୫୭/୧୯।ଚୈତ୍ରମାସ,ଶୁକ୍ଳପକ୍ଷ ,ଆଦିତ୍ୟବାସ, ତିଥି- ଦ୍ବାଦଶୀ (ଅହୋରାତ୍ର)।କର୍କଟ ଓ ମକର ରାଶିର ଘାତଚନ୍ଦ୍ର।ମେଷରାଶିର ଘାତବାର।ଦ୍ବାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପୋଇଶାଗ ଭକ୍ଷଣ ନିଷେଧ। 🐏ମେଷ-ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେନାହିଁ। କୋର୍ଟକଚେରୀ ଧନ୍ଦା ମଧ୍ୟରେ ଆଶ୍ଵସ୍ତି ବଢିବ ଓ ସମୟ ଗଡିଚାଲିବ। ଭୋଗ ବିଳାସକୁ ତୁଚ୍ଛମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ। 🐮ବୃଷ-ବ୍ୟକ୍ତିତ୍ଵ ଓ ପ୍ରତିଭା […]

ସ୍ତ୍ରୀକୁ ତୀରମାରିଲା ସ୍ୱାମୀ

ମାଲକାନଗିରି,୧।୪(ଏସଏସ ନିଉଜ)ସ୍ବାମୀର ତୀର ମାଡ଼ରେ ମହିଳା ଗୁରୁତର ଆହତ ହୋଇଛନ୍ତି।ଏହିଭଳି ଅଭାବ ନୀୟ ଘଟଣାମାଲକାନଗିରି ମୋଟୁ କୋମଲ ପୁରମ୍ ଗାଁର ଘଟିଛି।ତୀର ମାଡ଼ରେ ସ୍ତ୍ରୀ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।ଆକ୍ରମଣ ପରେ ଅଭିଯୁକ୍ତସ୍ବାମୀ ଫେରାର ହୋଇଯାଇଛି।

ମହିଳାଙ୍କୁ ମାରି ନଦୀକୁ ଫିଙ୍ଗିଦେଲେ

ଜଳେଶ୍ବର,୧।୪(ଏସଏସ ନିଉଜ) ନଦୀରୁ ଅଖାରେ ଭର୍ତ୍ତି ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ।ସୁବର୍ଣ୍ଣରେଖା ନଦୀର ରାଜଘାଟ ନିକଟରୁ ଏହି ମୃତଦେହ ଉଦ୍ଧାର ହୋଇଛି।ମୃତକଙ୍କ ପରିଚୟ ଜଣାପଡିନ ଥିବାବେଳେ ବସ୍ତା ପୋଲିସ ଛାନଭିନ ଆରମ୍ଭ କରିଛି।କେହି ଦୁର୍ବୃତ୍ତ ମହିଳାଙ୍କୁ ମାରି ନଦୀକୁ ଫିଙ୍ଗି ଦେଇଥିବା ଅନୁମାନ କରୁଛି ପୋଲିସ।

କାଳିଆ କିସ୍ତି ବଣ୍ଟନ

ଭୁବନେଶ୍ୱର,୧।୪(ଏସଏସ ନିଉଜ)ଉତ୍କଳଦିବସରେ ଚାଷୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ କାଳିଆ ଟଙ୍କା। ୪୩ ଲକ୍ଷରୁ ଉର୍ଦ୍ଧ୍ବ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ମିଳିବ କାଳିଆ ସହାୟତା । ମୋଟ ୮୭୭ କୋଟି ଟଙ୍କା କାଳିଆ ସହାୟତା ଚାଷୀଙ୍କ ଆକାଉଣ୍ଟକୁ ଯିବ।ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟରଚାଷୀଙ୍କୁ କାଳିଆ କିସ୍ତି ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ।ଝାରସୁଗୁଡ଼ାରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ସେଠାକାର ଚାଷୀଙ୍କୁ ଏବେ ସହାୟତା ମିଳିବନି ବୋଲି ଜଣାପଡିଛି।

ଭୁଶୁଡ଼ିପଡିଲା ଗ୍ୟାଲେରୀ

ବାଙ୍କୀ,୧।୪(ଏସଏସନିଉଜ)ଭୁଶୁଡ଼ିପଡିଲା କଲେଜ ପଡିଆ ଗ୍ୟାଲେରୀ।ବାଙ୍କୀ ସ୍ୱଂୟଶାସିତ ମହା ବିଦ୍ୟାଳୟର ଗ୍ୟାଲେରୀ ଭୁଶୁଡ଼ିପଡିଛି।ପ୍ରବଳ ବର୍ଷାରେ ଭୁଶୁଡ଼ି ପଡିଛି ନବନର୍ମିତ ଗ୍ୟାଲେରୀ।ଗତ ୨୩ତାରିଖରେ ଗଣଶିକ୍ଷା ମନ୍ତ୍ରୀ ଏହାକୁ ଉଦଘାଟନ କରିଥିଲେ ।ଏହାଫଳରେ ହୋଇଥିବା କାର୍ଯ୍ୟକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି।