ନରଣପୁର ଦିବାରାତ୍ରି ଫୁଟବଲ ଟୁର୍ଣ୍ଣାମେଣ୍ଟ

ସେମିରେ ଗୋଠପୁର, ବଉଳକୁଦ

ବାରଙ୍ଗ,୧।୪(ଏସଏସନିଉଜ) ବାରଙ୍ଗ ବ୍ଲକ ଅନ୍ତର୍ଗତ ନରଣପୁର ଖେଳପଡିଆରେ ମହାବୀର ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ୯ମ ଦିବାକର ସ୍ୱାଇଁ ମେମୋରିଆଲ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନରେ ଆଠଟି ଦଳ ଅଂଶଗ୍ରହଣ କରିଥିଲେ ! ପ୍ରଥମ ମ୍ୟାଚ ମୁଣ୍ଡମୁହାଣ ସହିତ ବଞ୍ଛାମଣୀ କ୍ଲବ ଟାଙ୍ଗିବନ୍ତ ମଧ୍ୟରେ ହୋଇଥିଲା। ଏଥିରେ ନିର୍ଦ୍ଧାରିତ ସମୟ ମଧ୍ୟରେ କେହିକାହାରିକୁ ଗୋଲ ଦେଇପାରିନଥିଲେ। ଫଳରେ ଟ୍ରାଏବ୍ରେକର ଜରିଆରେ ମୁଣ୍ଡମୁହାଣ୫-୪ଗୋଲରେ ଟାଙ୍ଗିବନ୍ତକୁ ହରାଇ କ୍ୱାଟର ଫାଇନାଲକୁ ଯାଇଥିଲା।
ଦ୍ୱିତୀୟ ମ୍ୟାଚ ମଧୁବନ ଓ ସାଇଁସ ମଧ୍ୟରେ ହୋଇଥିଲା!ଏଥିରେ ପ୍ରଥମାର୍ଦ୍ଧରେ ସାଇଁସ ଏକ ଫିଲଡ ସ୍କୋର ମାରିଥିବା ବେଳେ ଦ୍ୱତୀୟର୍ଦ୍ଧରେ ମଧୁବନ ଗୋଲଟିକୁ ପରିଷଦ କରିଥିଲା! ଫଳରେ ଟ୍ରାଏବ୍ରେକର ଜରିଆରେ ସାଇଁସ ଦଳ ୫-୩ ଗୋଲରେ ବିଜୟ ହାସଲ କରି କ୍ୱାଟର ଫାଇନାଲକୁ ପ୍ରବେଶ କରିଥିଲା। ଆଜିର ଖେଳରେ ବାଙ୍କୀର ପୂର୍ବତନବିଧାୟକ ଡ. ଦେବାଶିଷପଟ୍ଟନାୟକ ,ଜିଲ୍ଲାପରିଷଦସଭ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀ, ସମିତିସଭ୍ୟ କିଶନ କୁମାରଜେନା, ପୂର୍ବତନ ଜିଲ୍ଲା ପରିଷଦସଭ୍ୟ ଅଜୟ କୁମାର ମୁଦୁଲି , ବିହାର ସନ୍ତୋଷ ଟ୍ରଫିର ଫୂଟବଲ କୋଚ ଲିପେନ୍ଦ୍ର ଦାଶ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ଏହି ଖେଳକୁ ରେଫରୀ ବ୍ରହ୍ମନନ୍ଦ ଭୋଇ,ଜ୍ୟୋତି ରଞ୍ଜନ ସ୍ୱାଇଁ,ସଂଜୀବ ଦାଶ ପରିଚାଳନା କରିଥିବାବେଳେ ରଙ୍କନିଧି ରାଉତ ଧାରା ବିବରଣୀ ଦେଇଥିଲେ। ଟୁର୍ଣ୍ଣାମେଣ୍ଟକୁ ମହାବୀରକ୍ଲବର ସମସ୍ତ ସଦସ୍ୟମାନେ ପରିଚାଳନା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟିଦଳ ଅଂଶଗ୍ରହଣ କରିଛନ୍ତି।ଶୁକ୍ରବାର ଖେଳାଯାଇଥିବା ୮ଟି ଦଳ ମଧ୍ୟରୁ ମା, ମଙ୍ଗଳା କ୍ଲବ ଗୋଠପୁର ଓ ସ୍ବର୍ଣ୍ଣଦେବୀ କ୍ଲବ ବଉଳକୁଦ ସେମିଫାଇନାଲ ପ୍ରବେଶ କରିସାରିଛନ୍ତି। ରବିବାର ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଖେଳାଯିବ।

Comments (0)
Add Comment