Browsing author

SATYA SANDHANA DESK

ଟ୍ୱିନସିଟିରେ କୁହୁଡ଼ିର ଆସ୍ତରଣ

ଭୁବନେଶ୍ୱର,୧୩ା୧(ଏସଏସନିଉଜ) ଟ୍ୱିନସିଟିରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିବାବେଳେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ କୁହୁଡ଼ିର ପ୍ରଭାବ ରହିଥିବାର ଜଣାପଡିଛି ।ଯାହାଫଳରେ ୨୦ରୁ ୩୦ ମିଟର ଦୂରକୁ ଦେଖିବା କଷ୍ଟକର ହୋଇପଡିଛି ।ଯାତାୟାତ ଓ ଗାଡ଼ି ଚଳାଚଳ ନେଇ ସମସ୍ୟା ଦେଖାଦେଇଛି ।ଏହାସହ ଦୁଇ ଦିନ ଯାଏଁ ଘନ କୁହୁଡ଼ି ହେବାନେଇ୬ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ କରିଛି ପାଣିପାଗ ବିଭାଗର ।  

ବିଧାୟକଙ୍କ ପାଖକୁ ମିଳିଲା ୧୬ କୋଟି !

ଭୁବନେଶ୍ୱର,୧୩ା୧(ଏସଏସନିଉଜ) ମମତା ବାନାର୍ଜୀଙ୍କ ଟିଏମସିରୁ ଜାଙ୍ଗିପୁର ବିଧାୟକ ହୋଇଥିବା ଜାକିର ହୁସେନଙ୍କ ଘର ଓ ଫ୍ୟାକ୍ଟ୍ରୀରୁ ଆୟକରବିଭାଗ ନଗଦ ୧୬ କୋଟିଟଙ୍କା ଜବତ କରିଛି । ହୁସେନ ବିଡି କମ୍ପାନୀ ମାଲିକ ଭାବେ ପରିଚିତ ବିଧାୟକ ତାଙ୍କର ମୁର୍ଶିଦାବାଦର ସୁତିରେ ଆୟକର ବିଭାଗର ଏକାଧିକ ଟିମ ରେଡ୍‌ କରି ଏତେ ପରିମାଣର ନଗଦ ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଆୟକରବିଭାଗର ୨୪ଜଣଅଧିକାରୀ ହୁସେନଙ୍କ ଘରୁ ପ୍ରଥମେ ନଗଦ ୧ କୋଟି ,ଚାଉଳ ଓ ମଇଦା ମିଲ୍‌ରୁ ଆଉ […]

ବସରୁ ମିଳିଲା ୪ପେଟିଟଙ୍କା

କଟକ,୧୩ା୧(ଏସଏସନିଉଜ) ଗଞ୍ଜେଇ ସନ୍ଦେହରେ ଚଢ଼ାଉ ବେଳେ ବସ୍‌ରୁ ଜଣେ ଯାତ୍ରୀଙ୍କ ଠାରୁ ୪ପେଟିଟଙ୍କା ଜବତହୋଇଛି ।ଟାଙ୍ଗୀ ଟୋଲଗେଟ୍ ନିକଟରୁ ଏହାକୁ ଜବତ କରାଯାଇଥିବାବେଳେ ପେଟିରେ ପ୍ରାୟ ୧ କୋଟିରୁ ଅଧିକ ଟଙ୍କା ଥିବା ଅନୁମାନ କରାଯଉଛି ।ବସଟି କଟକରୁ କୋଲକାତା ଯାଉଥିଲାାଏହିଘଟଣାରେ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବାର ଜଣାପଡିଛି ।  

ନନ୍ଦନକାନନରେ ସରିଲା ପକ୍ଷୀଗଣନା

ବାରଙ୍ଗ,୧୨ା୧(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନରେ ଦିନିକିଆ ପକ୍ଷୀଗଣନା ସରିଛି । ପ୍ରତିବର୍ଷପରି ଏଥର ଜାନୁୟାରୀ ୧୨ତାରିଖରେ ନନ୍ଦନକାନନ ଓ ତାର ଆଖପାଖ ଅଂଚଳ ଆଦ୍ରଭୁମି ଅଂଚଳକୁ ଆସୁଥିବା ଜଳଚରପକ୍ଷୀମାନଙ୍କ ଗଣନା ହୋଇଛି ।ଏହି ଦିନିକିଆ ପକ୍ଷୀଗଣନାରେ ୪୩ପକ୍ଷୀ ବିଶେଷଜ୍ଞ ମାନଙ୍କ ସହ ନନ୍ଦନକାନନଅଧିକାରୀମାନେ ସାମିଲ ହୋଇଥିଲୋ୭ଟିଦଳରେ ବିଭକ୍ତହୋଇ ଏହି ଦଳ କାଞିଆ ଓ କିଆଖଣିହ୍ରଦ, ବଡବାଙ୍କ ଓ କଟୁରୀଘସା ପାଟ,ଚୁଡଙ୍ଗ ଓ କୃଷ୍ନନଗର ଅଂଚଳକୁ ଗ୍ରସ୍ଥ କରି ସେଠାରେ ଥିବା ଜଳାଶୟକୁ ଆସୁଥିବା ଜଳଚରପକ୍ଷୀମାନଙ୍କୁ ଗଣନା କରିଥିଲେ ।ଗତବର୍ଷ ୩୦ପ୍ରଜାତିର […]

ଅଟୋ ଚାଳକ ଦେଖାଇଲେ ମଣିଷ ପଣିଆ

ବାରଙ୍ଗ,୧୨/୧(ଏସଏସନିଉଜ) ଏବେ ବି ବଞ୍ଚିଛି ମଣିଷ ପଣିଆ । ଚୋରି ,ରାହାଜାନୀ, ଲୁଟୁ ପାତ୍ , ହେଉଥିବା ବେଳେ ଜଣେ ଅଟୋ ଚାଳକ ଦେଖାଇଛନ୍ତି ନିଜର ମଣିଷ ପଣିଆ । ଜଣେ ମହିଳା ଙ୍କ ଲାପଟପ୍ ସହ କିଛି ଅବଶକିୟ କାଗଜପତ୍ର ପାଇ ମହିଳା ଙ୍କୁ ଫେରାଇ ସମସ୍ତ ଙ୍କ ମୁହଁରୁ ସବାସି ସାଉଁଟି ଛନ୍ତି । ଶୈଳଶ୍ରୀବିହାରରେ ରହୁଥିବା ମନିଶା ସୁବୁଦ୍ଧିରାୟ ନାମକ ମହିଳା ଗୁରୁବାରଦିନ ନନ୍ଦନକାନନକୁ ଏକ ଅଟୋରେ ନନ୍ଦନକାନନକୁ ବୁଲିବାକୁ ଆସିଥିଲେ ।ଅଟୋରୁ […]

ଉଦଘାଟିତହେଲା ବିଦ୍ୟାଳୟ ବାର୍ଷିକକ୍ରୀଡା

ବାରଙ୍ଗ,୧୨/୧(ଏସଏସନିଉଜ)ଉତ୍ତମ ଶିକ୍ଷା ସହ କ୍ରୀଡା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ସବୁ କ୍ଷେତ୍ରରେ ସଫଳତାର ବାଟ ଦେଖାଏ ବୋଲି ଭୁବନେଶ୍ବର ବ୍ଲକ ଅନ୍ତର୍ଗତ କେନ୍ଦୁପାଟଣା ଉତ୍କଳମଣି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ୩୪ତମ ବାର୍ଷିକ କ୍ରୀଡା ଉତ୍ସବକୁ ଉଦଘାଟନ କରି ସମାଜସେବୀ ତଥା କେନ୍ଦୁପାଟଣା ଗ୍ରାମ ମୁରବୀ ମାୟାଧର ନାୟକ କହିଛନ୍ତି।ବିଦ୍ୟାଳୟ ପରିଚାଳନା କମିଟିସଭାପତି ଜଗନ୍ନାଥଭଞଙ୍କ ନେତୃତ୍ବରେ ଆୟୋଜିତଉତ୍ସବରେ ପ୍ରଧାନଶିକ୍ଷକ ଯୋଗେନ୍ଦ୍ରସେନାପତିଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ସମାଜସେବୀ ମାୟାଧର ନାୟକ,ଦାଢା ପଞ୍ଚାୟତ ନାଏବ୍ ସରପଞ୍ଚ ରଣଞିତ୍ ଦାସ,ଅକ୍ଷୟ ଦାସ,ପ୍ରଶାନ୍ତ […]

ଆଜିର ରାଶିଫଳ

ନବାଙ୍କ ବେଢା ,୨୦୨୩ ମସିହା ଜାନୁୟାରୀ ମାସ ୧୩ ତାରିଖ (ଶୁକ୍ରବାର)ମାଘ ମାସ – କୃଷ୍ଣପକ୍ଷ ,ତିଥି- ଷଷ୍ଠୀ ରାତ୍ରି ଘ୬/୩୦ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୭/୪୩ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୨୧/୦୬ ,ବିଛା,ଧନୁ ଓ ମୀନରାଶିର ଘାତବାର ,ବୃଷ ରାଶିର ଘାତଚନ୍ଦ୍ର ,ଷଷ୍ଠୀ ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ନିମ୍ବ ରାତ୍ରି ଘ୬/୦ ଗତେ ତାଳ ଭକ୍ଷଣ ନିଷେଧ । ମେଷ-ରୋଜଗାର ଯଥେଷ୍ଟ ପରିମାଣର ହୋଇପାରେ। ସୁସ୍ଵାଦୁ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ଵର୍ଯ୍ୟଯୁକ୍ତ […]

ଭିଜିଲାନ୍ସ ଜାଲରେ ଅବକାରୀଅଧିକାରୀ

ଭୁବନେଶ୍ୱର,୧୨।୧(ଏସଏସ ନିଉଜ)କେସ୍ ଡାଏରୀ ଦାଖଲ ପାଇଁ ଲାଞ୍ଚ ନେଲା ବେଳେ ଗିରଫ ହୋଉଛନ୍ତି ସଞ୍ଜୟ କୁମାର ପଣ୍ଡା।୧୮ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ପୁରୀ ଜିଲ୍ଲାର ଚର୍ଚ୍ଚିତ ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା।ସଞ୍ଜୟ ପଣ୍ଡା ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଥିଲା। ଲାଞ୍ଚ ଟଙ୍କା ଜବତ କରାଯିବା ସହ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ବଦଳିବ ପୁରୀ ବେଳାଭୂମି ମାର୍ଗର ନାମ!

ପୁରୀ,୧୨।୧(ଏସଏସ ନିଉଜ)ଅନ୍ତର୍ଜାତୀୟ ଯୁବ ଦିବସରେ ସ୍ବାମୀ ବିବେକାନନ୍ଦଙ୍କୁ ସମ୍ମାନ। ପୁରୀର ବେଳାଭୂମି ମାର୍ଗ ସ୍ବାମୀଜୀଙ୍କ ନାମରେ ହେବ ନାମିତ।ବେଳାଭୂମିର ନାମ ପରିବର୍ତ୍ତନ ପାଇଁ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ ଜରାଯାଇଛି।ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ହୋଇପାରେ ନିଷ୍ପତ୍ତି।

ବିଧାୟକ ଜିଲ୍ଲାପାଳ ମୁହାଁମୁହିଁ

ବଲାଙ୍ଗିର,୧୨।୧(ଏସ ଏସନିଉଜ)ଜିଲ୍ଲା ପରିଷଦ ବୈଠକରେ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଜିଲ୍ଲାପାଳ ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି।ଜିଲ୍ଲାପାଳ ଫଣ୍ଡ୍ କାଟିବା ଅଭିଯୋଗ କରି ସାଲୁଜାଙ୍କ ପାଟିତୁଣ୍ଡ କରିଛନ୍ତି।ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।