Browsing author

SATYA SANDHANA DESK

ଶ୍ରୀମନ୍ଦିରରେ ଅଘଟଣ!

ପୁରୀ,୧୮/୯(ଏସଏସ ନିଉଜ) ଶ୍ରୀମନ୍ଦିରରେ ଅଘଟଣ ଘଟିଛି। ଗର୍ଭଗୃହ ଭିତରୁ ମହାପ୍ରସାଦ କାଢିବା ସମୟରେ ବୋଝିଆ ପଡ଼ି ଆହତ ହୋଇଛି। ବୋଝିଆ ହେଉଛନ୍ତି ଗୋଲାସାହି ର ୫୧ ବର୍ଷୀୟ ଜୀତେନ୍ଦ୍ର ଜେନା।ସକାଳଧୂପ ରାଜଭୋଗ ଆଣିବା ସମୟରେ ପଡ଼ି ଆହତ ହୋଇଛନ୍ତି। ତାଙ୍କର ଛାତି,ନାକ ଓ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଓଠ ଫାଟିଥିବା ସୂଚନା ମିଳିଛି।

ଟିମ୍ ଇଣ୍ଡିଆକୁ ଝଟ୍‌କା

ଭୁବନେଶ୍ୱର,୧୮/୯(ଏସଏସ ନିଉଜ)ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଲା ଝଟ୍‌କା ।ଭାରତୀୟ ଦଳରୁ ଦ୍ରୁତବୋଲ ର ମହମ୍ମଦ ସାମି ହେଲେ ଆଉଟ୍‌ ହୋଇଛନ୍ତି। କରୋନ ରିପୋର୍ଟ ପଜିଟିଭ୍ ଆସିବାରୁ ଆଗାମୀ ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରୁ ପଡ଼ିଲେ ବାଦ୍‌ ।

ଖନନ ପ୍ରକ୍ରିୟା ଆରମ୍ଭ

କୋଣାର୍କ,୧୮/୯(ଏସଏସ ନିଉଜ)ଭୂତଳ ତୈଳ ସନ୍ଧାନରେ ଖନନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୋପ କୁଶୁପୁର ମୌଜାରେ ଅଏଲ୍ ଇଣ୍ଡିଆର ଖନନ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୨ଟି ପୋଖରୀ ଖୋଳା ଚାଲିଛି । ୩ ବର୍ଷ ପାଇଁ ୮ ଏକର ଜମି ଲିଜ୍ ନେଇଛି ଅଏଲ୍ ଇଣ୍ଡିଆ । ଲିଜ୍ ନେଇ ୩୭ ଚାଷୀଙ୍କୁ ୧ କୋଟି ଟଙ୍କା ଦେଇଛି ଅଏଲ୍ ଇଣ୍ଡିଆ।

ପୁରୀରେ ସୂର୍ଯ୍ୟକିରଣ ଏୟାରସୋ

ପୁରୀ୧୮/୯(ଏସଏସ ନିଉଜ)ପୁରୀ ଆକାଶରେ ଶୁଭିଲା ବାୟୁସେନା ବିମାନର ଗର୍ଜନ। ପୁରୀବାସୀ ଦେଖିଲେ ସୂର୍ଯ୍ୟକିରଣ ଏୟାର ସୋ’।ଦେଖିବା ପାଇଁ ବ୍ଲୁ ଫ୍ଲାଗ୍‌ ବିଚରେ ଖଚାଖଚ୍‌ ଭିଡ଼ ରହିଛି।ପାଗ ଫିଟିବା ପରେ ବାୟୁସେନା ଦେଖାଇଥିଲା କମାଲ ।

ଆଜିର ରାଶିଫଳ

  ୨୦୨୨ ମସିହା ସେପ୍ଟେମ୍ବର ମାସ ୧୮ ତାରିଖ (ରବିବାର)ଆଶ୍ଵିନ ମାସ –କୃଷ୍ଣପକ୍ଷ ,ତିଥି-ଅଷ୍ଟମୀ ଦିବା ଘ୩/୫୯ ପର୍ଯ୍ୟନ୍ତ ତଦନ୍ତେ ନବମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୮/୩୫ ,ସୂର୍ଯ୍ୟାସ୍ତସନ୍ଧ୍ୟା ଘ୦୫/୪୪/୦୪ ,ମେଷ ରାଶିର ଘାତବାର ,କନ୍ୟା ରାଶିର ଘାତଚନ୍ଦ୍ର ,ଅଷ୍ଟମୀର ସାମ୍ଭତ୍ସରିକଶ୍ରାଦ୍ଧ ମହାଳୟା ବିଧିରେ ହେବ ,ନଡ଼ିଆ ଦିବା ଘ୩/୫୯ ଗତେ ଲାଉ ଭକ୍ଷଣ ନିଷେଧ । ମେଷ-ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେ ନାହିଁ। କୋର୍ଟ-କଚେରୀ ଧନ୍ଦା ମଧ୍ୟରେ ଆଶ୍ଵସ୍ତି ବଢିବ ଓ ସମୟ ଗଡି […]

ଆଜିର ରାଶିଫଳ

କନ୍ୟାସଂକ୍ରାନ୍ତି,ବିଶ୍ଵକର୍ମାପୂଜା,ମୂଳାଷ୍ଟମୀ, ଦ୍ୱିତିବହାନଓଷା, ସହସ୍ରକୁମ୍ଭାଭିଷେକ ଓ ଶ୍ରୀଦୁର୍ଗାଦେବ୍ୟା ଷୋଡଶଦିନାତ୍ମକପୂଜା ଆରମ୍ଭ ,୨୦୨୨ ମସିହା ସେପ୍ଟେମ୍ବର ମାସ ୧୭ ତାରିଖ (ଶନିବାର)ଆଶ୍ଵିନ ମାସ –କୃଷ୍ଣପକ୍ଷ ,ତିଥି-ସପ୍ତମୀ ଦିବା ଘ୧/୪୨ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୮/୨୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୪୪/୫୫ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,କନ୍ୟା ରାଶିର ଘାତଚନ୍ଦ୍ର ,ସପ୍ତମୀର ସାମ୍ଭତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,ତାଳ ଦିବା ଘ୧/୪୨ ଗତେ ନଡ଼ିଆ ଭକ୍ଷଣ ନିଷେଧ ।  ମେଷ-ଅସନ୍ତୋଷ ଓ ଅଶାନ୍ତିରେ ଦିନଟି […]

ପୋଖରୀକୂଳରେ ୩ନବଜାତଙ୍କ ମୃତଦେହ

ଢେଙ୍କାନାଳ,୧୬/୯(ଏସ ଏସ ନିଉଜ) ଇନ୍ଦିପୁର ଗାଁ ପୋଖରୀ କୂଳରେ ୩ ନବଜାତଙ୍କ ମୃତଦେହ ଠାବ ହୋଇଛି। ମୃତ ୩ ନବଜାତକୁ କିଏ ଓ କାହିଁକି ପକାଇଲା କାରଣ ଅସ୍ପଷ୍ଟ ରହିଛି।ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

ମାଲକାନଗିରି OTETପରୀକ୍ଷା ବାତିଲ

ମାଲକାନଗିରି,୧୬/୯(ଏସଏସ ନିଉଜ) ମାଲକାନଗିରି ଜିଲ୍ଲାରେ OTET ପରୀକ୍ଷା ବାତିଲ ହୋଇଛି । ଜିଲ୍ଲାରେ ୩ କେନ୍ଦ୍ରରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା ।ପରୀକ୍ଷା ହଲ ବାହାରେ ପଡିଥିଲା ଓଟିଇଟି ପ୍ରଶ୍ନପତ୍ର । ଫଳରେ ପରୀକ୍ଷା ବାତିଲ କରିଛି ମାଲକାନଗିରି ପ୍ରଶାସନ।

ସ୍ତ୍ରୀକୁ ହତ୍ୟାକଲା ପିଶାଚସ୍ବାମୀ

ମାଲକାନଗିରି,୧୬/୯(ଏସଏସ ନିଉଜ) ଟଙ୍କୋମୁଣ୍ଡା ଗାଁରେ ବିଭତ୍ସ ହତ୍ୟାକାଣ୍ଡ ହୋଇଛି। ପରକୀୟା ପ୍ରୀତିରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ । ପତ୍ନୀ କାନ୍ତୁ ହନ୍ତାଳକୁ ହତ୍ୟା କରିଛି ମହେନ୍ଦ୍ର ହନ୍ତାଳ।ବେକକାଟି ହତ୍ୟାକଲା ପିଶାଚ ସ୍ବାମୀ । ହତ୍ୟାକାରୀକୁ ସ୍ବାମୀ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

ଭାଙ୍ଗିଲା କିଶୋର ମଟନହୋଟେଲ୍

ଭୁବନେଶ୍ୱର,୧୬/୯(ଏସଏସ ନିଉଜ) ଚର୍ଚ୍ଚିତ କିଶୋର ମଟନ ହୋଟେଲ ଭାଙ୍ଗିଲା BMC।ବେଆଇନ ଭାବେ ମଟନ ହୋଟେଲ ତିଆରି ହୋଇଥିବାରୁ ଭାଙ୍ଗିଲା।ବୁଧବାର ଚଢ଼ାଉ କରି ହୋଟେଲକୁ ସିଲ୍ କରିଥିଲା BMC।ସିଲ୍ ସତ୍ତ୍ୱେ କାଲି ହୋଟେଲ ଖୋଲି ବେପାର କରିବାରୁ ଭାଙ୍ଗିଦେଲା।