ଶ୍ରୀମନ୍ଦିରରେ ଅଘଟଣ!

ପୁରୀ,୧୮/୯(ଏସଏସ ନିଉଜ) ଶ୍ରୀମନ୍ଦିରରେ ଅଘଟଣ ଘଟିଛି। ଗର୍ଭଗୃହ ଭିତରୁ ମହାପ୍ରସାଦ କାଢିବା ସମୟରେ ବୋଝିଆ ପଡ଼ି ଆହତ ହୋଇଛି। ବୋଝିଆ ହେଉଛନ୍ତି ଗୋଲାସାହି ର ୫୧ ବର୍ଷୀୟ ଜୀତେନ୍ଦ୍ର ଜେନା।ସକାଳଧୂପ ରାଜଭୋଗ ଆଣିବା ସମୟରେ ପଡ଼ି ଆହତ ହୋଇଛନ୍ତି। ତାଙ୍କର ଛାତି,ନାକ ଓ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଓଠ ଫାଟିଥିବା ସୂଚନା ମିଳିଛି।

Comments (0)
Add Comment