Browsing author

SATYA SANDHANA DESK

ଭିଜିଲାନ୍ସ ଜାଲରେ ମହିଳା ଯନ୍ତ୍ରୀ

ବେଗୁନିଆ , ୧୩/୭(ଏସଏସନିଉଜ)୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ମହିଳା ଯନ୍ତ୍ରୀ ।ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କନିଷ୍ଠ ଯନ୍ତ୍ରୀ ସଂଘମିତ୍ରା ସାହୁ ଧରାପଡ଼ିଲେ ।ବିଲ୍ ପାସ୍ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

ନଦୀକୁ ଡେଇଁ ପଡିଲେ ଯୁବତୀ

ଯାଜପୁର, ୧୩/୭(ଏସଏସନିଉଜ) ଜେନାପୁର ଥାନା ଯୋକଡ଼ିଆ ବ୍ୟାରେଜ୍ ନିକଟରେ ଜଣେ ଯୁବତୀ ଖରସ୍ରୋତା ନଦୀକୁ ଡେଇଁ ନିଖୋଜ ହୋଇଛନ୍ତି ।ନିଖାଜ ଯୁବତୀ ହେଉଛନ୍ତି ବାଉଁଶ ଅଣ୍ଟା ଗାଁ ର କାଠିଆ ଦେହୁରିଙ୍କ ଝିଅ ଧାନି ।ଯୁବତୀଜଣଙ୍କ ମାମୁଁଘର ଛୋଟରାୟପୁର ଗାଁରୁ ସକାଳୁ ସାଇକେଲ ଯୋଗେଆସି ଯୋକଡ଼ିଆ ଆନିକଟ ବଜାରକୁ ଆସି ଚା ପାଇବା ପରେ ବ୍ୟାରେଜ୍ ଉପରୁ ନଦୀକୁ ଡେଇଁ ପଡିଛନ୍ତି। ଯୁବତୀ ଜଣଙ୍କ କାହିଁକି ଏପରି ପଦକ୍ଷପ ନେଲେ ତାହା କିଛି ଜଣାପଡି ନଥିବାବେଳେ ଅଗ୍ନିଶମ […]

ବାଲେଶ୍ବରରେ ହେବ ଟଙ୍କାଛାପା କାଗଜ କାରଖାନା

ବାଲେଶ୍ଵର, ୧୩/୭(ଏସଏସନିଉଜ) ନୋଟ ଛାପା କାଗଜ ପ୍ରସ୍ତୁତି କାରଖାନା ରେମୁଣା ତହସିଲ ଅଞ୍ଚଳରେ ହେବାନେଇ ସର୍ବେକ୍ଷଣ ଆରମ୍ଭ ହୋଇଛି । ମଙ୍ଗଳବାରଦିନ ଆର୍‌ବିଆଇର ତିନିଜଣିଆ ଅଧିକାରୀ ଜମି ସର୍ବେକ୍ଷଣ ଲାଗି ଆସିଥିଲେ ।ଏହିତିନଜଣିଆ ଦଳ ପ୍ରଥମେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ଆଲୋଚାନ କରିବାପରେ ରେମୁଣା ବ୍ଳକ ପଦାବଡ଼ଗଠାରେ ଥିବା ସରକାରୀ ଜମିକୁ ଚିହ୍ନଟ କରିବା ସହିତ ଯୋଗାଯୋଗ ସୁବିଧାକୁ ଯାଞ୍ଚ କରିଥିଲେ।

ଓଡିଶା ଆସିଲା ବାଲାଟ ବକ୍ସ

ଭୁବନେଶ୍ୱର,୧୩/୭(ଏସଏସନିଉଜ)ଆସନ୍ତା ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଲାଟ୍ ବକ୍ସ ଓ ନିର୍ବାଚନ ସମ୍ପର୍କିତ ସମସ୍ତ ସାମଗ୍ରୀ ଓଡିଶା ପହଞ୍ଚିଛି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସମସ୍ତ ସାମଗ୍ରୀକୁ କଡା ସୁରକ୍ଷା ବଳୟରେ ବିଧାନସଭା ପରିସରରେ ଥିବା ଷ୍ଟ୍ରଂଗରୁମକୁ ନିଆଯାଇଛି । ସେଠାରେ ୨୪ ଘଣ୍ଟିଆ ସୁରକ୍ଷା ବଳୟ ମଧ୍ୟରେ ବାଲାଟ୍ ବକ୍ସ ନିର୍ବାଚନ ସମ୍ପର୍କିତ ସାମଗ୍ରୀକୁ ରଖାଯାଇଛି!.. ସେପଟେ ଓଡିଶା ବିଧାନସଭା ସଚିବାଳୟ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ […]

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା

ବଲାଙ୍ଗିର,୧୩/୭(ଏସଏସନିଉଜ)ପାଟଣାଗଡ଼ ରାମପୁର ସ୍ଥିତ ଏଚ୍‌ପି ପେଟ୍ରୋଲ ପମ୍ପ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାଫଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ଉଲବା ଗାଁର ଭଜ ଧରୁଆ। ଆହତ ଉଲବା ଗାଁର ରାଜେଶ ଭୁଏ । ତୁଲସିଡୁଙ୍ଗୁରିର ଅଜିତ ମାଝି ଓ ବଲଦେବ ଭୋଇଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି ।  

ଭାସିଗଲେ ଯୁବକ

ମାଲକାନଗିରି,୧୩/୭(ଏସଏସନିଉଜ) ମାଛ ଧରିଲା ବେଳେ ନଦୀରେ ଭାସିଗଲେ ଯୁବକ ।କାଲିମେଳା ଥାନା ଏମ୍ଭି ୩୧ ଗାଁର ଯୁବକ ଭାସିଯାଇଥିଲେ ।ଖବରପାଇ ଗଲେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚି ବହୁଖୋଜାଖୋଜି କରିବାପରେ ମୃତଦେହ ଉଦ୍ଧାର କରିଥିଲେ ।  

ବନ୍ୟା ପାଣିରେ ଭାସିଗଲା ସ୍କର୍ପିଓ

ଭୁବନେଶ୍ୱର,୧୩/୭(ଏସଏସନିଉଜ) ବନ୍ୟା ପାଣି ପୋଲ ଉପର ସ୍କର୍ପିଓ କୁ ଭସାଇ ନେଇଥିଲା । ସ୍କର୍ପିଓରେ ଥିବା ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୫ଜଣ ନିଖୋଜ ଅଛନ୍ତି ।ସମସ୍ତେ ଗୋଟିଏ ପରିବାରର ହୋଇଥିବାବେଳେ ଏମାନେ ମହାରାଷ୍ଟ୍ର ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ମହାରାଷ୍ଟ୍ର ନାଗପୁର ସାବନୋର ହାଇୱେ ରଉପରେ ବନ୍ୟା ପାଣି କାରକୁ ଭସାଇ ନେଇଛି । ମଧ୍ୟପ୍ରଦେଶ ବେତୁଲ ଧାତରା ଗାଁର ଏକ ପରିବାର ମହାରାଷ୍ଟ୍ର ଯାଉଥିବା ବେଳେ ପୋଲ ଉପରେ […]

ସାନଭାଇକୁ ହାଣିଦେଲା ବଡ଼ଭାଇ

ବ୍ରହ୍ମପୁର ,୧୩/୭(ଏସଏସନିଉଜ) ସାନଭାଇକୁ ହାଣି ବଡ଼ଭାଇର ଥାନାରେ ଆତ୍ମସମର୍ପଣ କରିଥିବାର ଜଣାପଡିଛି ।ଜରଡ଼ା ଥାନା ଜୁବୁଲିଙ୍ଗି ଗାଁରେ ଜମିବାଡ଼ି ଗଣ୍ଡଗୋଳରୁ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ।ସାମାନ୍ୟ ବଚସାରୁ ସାନଭାଇକୁ କାତିରେ ହାଣି ହତ୍ୟା କରିଛି ବଡ଼ଭାଇ । ହତ୍ୟା ପରେ ଜରଡ଼ା ଥାନାରେ ଅଭିଯୁକ୍ତ ବଡ଼ଭାଇ ଆତ୍ମସମର୍ପଣ କରିଛନ୍ତି ।.

ହାଡିଆପଠାରେ ଏନଜିଟି ଟିମ୍

କଟକ,୧୩.୭(ଏସଏସନିଉଜ) ମହାନଦୀ ହାଡିଆ ପଠାରେ ଏନଜିଟି ଟିମ୍ ଅନୁଧ୍ୟାନ ଆରମ୍ଭ କରିଛି । ବାଲି ପୋତା ଯାଇଥିବା ୪୨୪ ଏକର ଜାଗାର ୭ ଜଣିଆ ଟିମ୍‌ଦ୍ୱାରା ଅନୁଧ୍ୟାନ ଆରମ୍ଭ ହୋଇଛି ।ପୂର୍ବରୁ ନଦୀପଠା ପୋତାଯିବା ଓ ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ ହୋଇଥିଲା ।ଏନେଇ ଏନଜିଟିର ହସ୍ତକ୍ଷେପ ଲୋଡି ଏକାଧିକ ପିଟସନ ଦାଖଲ ହୋଇଥିଲା  

ଉତ୍ତରାଧିକାରୀ ଅପେକ୍ଷାରେ ଗାଦି!.

ଭୁବନେଶ୍ୱର,୧୩.୭(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବେ ସେନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରୁ ଫେରିବା ପରେ ଏହି ଚର୍ଚ୍ଚା ଜୋରଦାର ହୋଇଛି। ପୂର୍ବରୁ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ ନବୀନଙ୍କ ଉତ୍ତରାଧିକାରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ଅରୁଣଙ୍କ ଭଉଣୀ ଗାୟତ୍ରୀ ପଟ୍ଟନାୟକ ଓଡ଼ିଶା ଆସିବା ପରେ ଚର୍ଚ୍ଚାର ମୋଡ ବଦଳି ଯାଇଛି ।