Browsing author

SATYA SANDHANA DESK

ମନ୍ଦିର ହୁଣ୍ଡିରୁ ଲୁଟିନେଲେ ଦୁର୍ବୃତ୍ତ

ପିପିଲି,୮/୭(ଏସଏସନିଉଜ) ବିଳମ୍ବିତ ରାତିରେ ପିପିଲି ଗୋବର୍ଦ୍ଧନପୁର ଶନି ମନ୍ଦିରରୁ ଚୋରି ହୋଇଥିବାର ଅଭିଯୋଗ ହୋଇଛି ।ଚୋରମନାେ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଇଛନ୍ତି ଦୁର୍ବୃତ୍ତ ।ଏହାସହ ଗତିଶ୍ବର ଶିବ ମନ୍ଦିରର ହୁଣ୍ଡି ତାଡ଼ିନେଇ ଦାନ ଟଙ୍କା ନେବା ପରେ ଦୟା ନଦୀରେ ହୁଣ୍ଡି ବାକ୍ସ ଚୋରମାନେ ଫିଙ୍ଗି ଦେଇଥିବାର ଜଣାପଡିଛି ।ଖବରପାଇ ପିପିଲି ପୋଲିସର ତଦନ୍ତ ଆରମ୍ଭ କରିଛି ।

ନଈକୁ ଖସିପଡ଼ିଲା କାର୍‌

ଭୁବନେଶ୍ୱର,୮/୭(ଏସଏସନିଉଜ) ଢେଲ୍‌ବା ନଦୀର ପ୍ରଖର ସ୍ରୋତରେ ପଡ଼ି ଭାସିଯିବାରୁ ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି ।ଡେରାଡୁନ୍‌: ପଞ୍ଜାବରୁ ୧୧ଜଣ ପର୍ଯ୍ୟଟକଙ୍କୁ ନେଇ ଆଜି ସକାଳେ ଉତ୍ତରାଖଣ୍ଡର ରାମନଗର ଅଭିମୁଖେ ଯାଉଥିବା ବେଲେ କାରଟି ନଦୀକୁ ଖସିପଡିଥିଲା । ଖବର ପାଇ ଉତ୍ତରଖଣ୍ଡ ପୁଲିସ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।୨ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯଇଥିବାବେଳେ ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାର ଜଣାପଡିଛି ।

ହାତୀର ପରିତ୍ୟକ୍ତ ଶବ ଉଦ୍ଧାର

ଭଞ୍ଜନଗର, ୮/୭(ଏସଏସନିଉଜ) ଗୁରୁବାର ସନ୍ଧ୍ୟାରେ ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ରେଞ୍ଜ୍ ଗୁଣ୍ଡୁରିବାଡ଼ି ବିଟ୍ ଦଦରାଲୁଣ୍ଡା-କାନବିନ୍ଧା ଗ୍ରାମ୍ୟ ରାସ୍ତା ସଂଲଗ୍ନ ଦରପଙ୍ଗିଆ ଜଙ୍ଗଲରୁ ଏକ ଦନ୍ତାହାତୀର ଗଳିତ ଶବ ଉଦ୍ଧାର ହୋଇଛି। ପାଣି ରହିଥିବା ଖାଲୁଆ ସ୍ଥାନରେ ଶବଟି ପଡ଼ିଥିବା ବେଳେ ଗୋଟିଏ ଦାନ୍ତ ନଥିବା ଦେଖିବାକୁ ମିଳିଛି। ହାତୀର ମୃତ୍ୟୁର ପକୃତ କାରଣ ଜଣାପଡିନଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସବୁ କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି ।

ଚାଓମିନ୍ ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍, ୩ ମୃତ

ଗଜପତି , ୮/୭(ଏସଏସନିଉଜ)ମୋହନା ଢିପସାହି ନାରାୟଣ ନଗରରେ ଥିବା ଏକ ଚାଓମିନ୍ ଫ୍ୟାକ୍‌ଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ କର୍ମଚାରୀ ଗଂଜାମ ଜିଲ୍ଲା ବ୍ରହ୍ମପୁର ନିକଟ ନିମଖଣ୍ଡି ଗାଁର ଅରୁଣ ସାହୁଓ ମୋହନା କାମ୍ପାଗୁଡ଼ାର ପ୍ରଭାକର ଦଳେଇଓ ସୁନୀଲ ଦଳେଇଙ୍କର ମୃତ୍ୟୁ ହୋଇଛି ।ଏମାନେ ଏକ ଭଡ଼ା ଘରେ ଦୁଇ ମାସରୁ ଊର୍ଦ୍ଧ୍ବ ସମୟ ରହିବାସହ ଚାଓମିନ୍ ଫ୍ୟାକ୍ଟ୍ରି ଚଳାଇଥିଲେ। ଗତକାଲି ଚାଓମିନ୍ ପ୍ରସ୍ତୁତି ପରେ ଶୁଖାଇବା ମେସିନ୍‌କୁ ଗରମ କରିବା ପାଇଁ ରାତିରେ ୪ଟି ଗ୍ୟାସ୍ ସିଲିଣ୍ଡର […]

ବୋଲେରୋକୁ ଧକ୍କାଦେଲା ଟ୍ରକ,୪ ମୃତ

ମୟୂରଭଞ୍ଜ.୮/୭(ଏସଏସନିଉଜ)ବାଙ୍ଗିରିପୋଷି ଥାନା ଅଧିନସ୍ଥ ୪୯ ନଂ ଜାତୀୟ ରାଜପଥର ଦ୍ବାରଶୁଣୀ ଘାଟିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି।ସେମାନେ ହେଲେ ତୁଳସୀବଣି ଗ୍ରାମର ସାଧୁ ଟୁଡୁଙ୍କ ପୁଅ ଡେଭିଡ୍ ଓ ଝିଅ ଏଲିଜାବେଥ୍ ତାଙ୍କ ପୀଉସା ଆଲିଓ ହାଁସଦା ଓ ପିଉସୀ ଆଲାଦି ହାଁସଦା ।ଏମାନେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇ ସେଠାରୁ ଏକ ବୋଲେରୋ ଯୋଗେ ଘରକୁ ଫେରୁଥିବା ବେଳେ ଏକ ମାଲ୍ ବୋଝେଇ ଟ୍ରକ୍ ବୋଲେରୋକୁ ଧକ୍କା ଦେଇଥିଲା ।

ପୁଣି ରାଗିଂର ଶିକାର ହେଲେ ଆଉ ଜଣେ ଛାତ୍ରୀ!

ବାଲେଶ୍ୱର, ,୮/୭(ଏସଏସନିଉଜ) ଦୀର୍ଘ ୫ ଦିନ ମୃତ୍ୟୁ ସହ ସଂଘର୍ଷ କରି ଗୁରୁବାର ଲିପ୍ସା ନାମକ ଜଣେ ନର୍ସିଂ ଛାତ୍ରୀ ଆଖି ବୁଜିଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବଳେ ରାଗିଂ ପାଇଁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ଏଭଳି ଅଭାବନୀୟ ଘଟଣା ସୋର ଥାନା ଅନ୍ତର୍ଗତ ସବିରା ଗାଁରେ ଦେଖିବାକୁ ମିଳିଛି ।ଲିପ୍ସା ଜ୍ୟୋତି ହସ୍ପିଟାଲରେ ନର୍ସିଂର ଦ୍ୱିତୀୟ ବର୍ଷ ଛାତ୍ରୀ ଥିଲେ । ଚଳିତ ମାସ ୩ ତାରିଖରେ ଲିପ୍ସା […]

ଦକ୍ଷିଣମୋଡ଼ ବେଳେ ବଡ଼ ରଥର ମୁଖ୍ୟ କାଠ ଭାଙ୍ଗିଗଲା

ଢେଙ୍କାନାଳ ,୮/୭(ଏସଏସନିଉଜ) ବୁଧବାର ମହାପ୍ରଭୁଙ୍କ ରଥକୁ ଦକ୍ଷଣମୋଡ଼ କରାଯାଉଥିବା ବେଳେ ବଡରଥର ମୁଖ୍ୟକାଠ ଭାଙ୍ଗିଯାଇଥିଲା ।ପରେ ଗୁରୁବାର ଦିନ କ୍ରେନ୍ ଦ୍ବାରା ଦକ୍ଷିଣମୋଡ଼ କରାଯାଇଥିଲା । ଏହି ଘଟଣା ବାଜିଚୌକ୍ ସ୍ଥିତ ଶ୍ରୀ ଗୁଣ୍ତିଚା ମନ୍ଦିର ନିକଟରେ ଦେଖିବାକୁ ମିଳିଛି ।ବଡ଼ ରଥର ଭିତର ପାର୍ଶ୍ବରେ ଥିବା ମୁଖ୍ୟ କାଠ(ମୁଷଳୀ) ଭାଙ୍ଗିଯିବାରୁ ରଥ ପୂର୍ବ ପାଖକୁ ଢଳିକରି ରହିଥିଲା ।ଯାହାଫଳରେ ରଥ ଦକ୍ଷିଣମୋଡ଼ ହୋଇପାରିଲା ନାହିଁ। ଗୁରୁବାର ସକାଳୁ ସେବାୟତମାନେ ରଥକୁ ମରାମତି କରି ଦକ୍ଷିଣମୋଡ଼ କରିବା […]

ମୃତକଙ୍କୁ ଜୀବିତ ଦର୍ଶାଇ ବିକିଦେଲେ ୪ ଏକର

ସମ୍ବଲପୁର,୮/୭(ଏସଏସନିଉଜ) ମାନେଶ୍ବର ତହସିଲ ଅନ୍ତର୍ଗତ ଗୁଡ଼େସିଂହା ଗାଁରେ ଦୁଇ ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ୪ ଏକର ଜମି ବିକି ଦେଇଥିବାର ଶାସନ ଥାନାରେ ଅଭିଯୋଗ ହୋଇଛି ।ଜମନକିରା ବ୍ଲକ ସାନକୁଣ୍ଡେସରା ଗାଁର ଦୁଇ ଭାଇ ପ୍ରଶାନ୍ତ ଓ ପଦ୍ମନାଭ ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଆଈ ଭାନୁମତୀ ପ୍ରଧାନ ଏବଂ ପିତା ସନାତନ ପ୍ରଧାନଙ୍କ ନାମରେ ମାନେଶ୍ବର ତହସିଲ ଅନ୍ତର୍ଗତ ଗୁଡ଼େସିଂହା ଗାଁରେ ୧୨ ଏକର ୮୨ ଡେସିମିଲ ଜମି ରହିଥିଲା। ଉଭୟ ଏହାଭିତରେ ମୃତ୍ୟୁବରଣ […]

ବଢିଲା କାରୋନା!

ଭୁବନେଶ୍ବର,୮/୭(ଏସଏସନିଉଜ) ପୁଣି ରାଜ୍ୟରେ କରୋନା ସଂକ୍ରାମଣ ବଢିବାରେ ଲାଗିଛି । ଗତକାଲି ୪୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ୪୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେଥିମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଦୁଇଶହ ଟପିଛି ।ଏମାନଙ୍କ ମଧ୍ୟରୁ ୨୭୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୯୪ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୪୯ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର […]

ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର,୮/୭(ଏସଏସନିଉଜ) ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ପହଞ୍ଚିବାପରେ ବିଜେପି ଓବିଜେଡିର ନେତାମାନେ ମୁର୍ମୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି।ବିମାନବନ୍ଦରରେ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କ ଭିଡ଼ ପରିଲକ୍ଷିତ ହୋଇଛି।ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେବା ପାଇଁ ବିଜେଡି ଓ ବିଜେପି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ପାରମ୍ପରିକ ନୃତ୍ୟ ପାଇକ ନାଚ, ବାଘ ନାଚ ଓ ଘୋଡ଼ା ନାଚରେ ଦ୍ରୌପଦୀ […]