Browsing author

SATYA SANDHANA DESK

୨୬ରୁ ସ୍ବାଭିମାନ ଅଞ୍ଚଳରେ ବୋଟ୍ ଆମ୍ବୁଲାନ୍ସ ସେବା

ମାଲକାନଗିରି,୧୯/୧(ଏସଏସନିୟୁଜ) ଜାନୁଆରି ୨୬ରୁ ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ଈଝୠ ପକ୍ଷରୁ ବୋଟ୍ ଆମ୍ବୁଲାନ୍ସ ସେବା ଆରମ୍ଭ ହେବାକୁ ଯାଉଛି ।ଏହାଦ୍ୱାରା ବାଲିମେଳା ଡ୍ୟାମର ଉଭୟ ପାର୍ଶ୍ଵରେ ରୋଗୀଙ୍କୁ ମେଡିକାଲ ସେବା ମିଳିପାରିବ ।ଏହାଦ୍ୱାରା ୩୫ଟି ଗାଁର ୧୦ ହଜାରରୁ ଅଧିକ ଲୋକ ଉପକୃତ ହେବାସହ ଗୁରୁତର ରୋଗୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର ବ୍ୟବସ୍ଥା କରିବାନେଇ ଈଝୠ ପକ୍ଷରୁ ସୁଚନା ଦିଆଯାଇଛି ।

ଓଡ଼ିଶାରେ ପହଞ୍ଚିଲା ଓମିସିୟର କିଟ୍

ଭୁବନେଶ୍ୱର, ୧୯/୧(ଏସଏସନିୟୁଜ) ଓଡ଼ିଶାରେ ପହଞ୍ଚିଛି ୫୦ ହଜାର ଓମିସିୟର କିଟ୍ । ଏହି କିଟ୍ ଦ୍ୱାରା ଓମିକ୍ରନ ଭାରିଆଣ୍ଟ ଶୀଘ୍ର ଚିହ୍ନଟ ହୋଇପାରିବ । ଓମିକ୍ରନ ଚିହ୍ନଟ ପାଇଁ ଆଉ ଜିନୋମ ସିକ୍ୱେନ୍ସିଂ ପରୀକ୍ଷା ଆବ୍ୟଶ୍ୟକ ହେବନି । ଓମିସିୟର ହେଉଛି ଦେଶର ପ୍ରଥମ ସ୍ୱଦେଶୀ ପରୀକ୍ଷା କିଟ୍ । ଟାଟା ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ ଏହି କିଟ୍ ତିଆରି କରିଛି । ୫ ଲକ୍ଷ ଓମିସିୟର କିଟ୍ ଆଣିବାକୁ ଅର୍ଡର ଦିଆଯାଇଥିବାର ଜଣାପଡିଛି ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଡ ଘୋଷଣା

ଭୁବନେଶ୍ୱର, ୧୯/୧(ଏସଏସନିୟୁଜ)ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଡ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିସନ । ମଦ, ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଉପରେ ନିଷେଧାଦେଶ ଜାରି କରାଯାଇଛି । ଯେଉଁ ସ୍ଥାନରେ ନିର୍ବାଚନ ହେବ ସେଠାରେ ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରି ଓ ମଦ୍ୟପାନ ଉପରେ କଟକଣା ଲାଗୁ କରାଯାଇଛି । ଏହା ସହିତ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ବ୍ୟବହାର ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ଭୋଟ ହେବାର ୪୮ ଘଣ୍ଟା ପୂର୍ବ ସମୟ […]

ଆଜିର ରାଶିଫଳ

ମାଘ- କୃଷ୍ଣପକ୍ଷ,ତିଥି- ପ୍ରତିପଦ,ମକର ରାଶିର ଘାତବାର,ପ୍ରତିପଦ। ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପାଣିକଖାରୁ ଭକ୍ଷଣ ନିଷେଧ। ଚନ୍ଦ୍ର ଶୁଦ୍ଧି- ମେଷ ମିଥୁନ କର୍କଟ ସିଂହ ଧନୁ ମକର ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର କନ୍ୟା ରାଶିର ଘାତ ଚନ୍ଦ୍ର,ମେଷ: ଆୟଯୋଗ,ବୃଷ:ଧନକ୍ଷୟ,ମିଥୁନ: ଯଶଲାଭ, କର୍କଟ: ଶ୍ରୀ ଚନ୍ଦ୍ର, ସିଂହ:ରୋଗପୀଡା, କନ୍ୟା: ପ୍ରୀତିଲାଭ, ତୁଳା: ଭ୍ରମଣ ଯୋଗ, ବିଛା: ଆଶାବାଦୀ,ଧନୁ: ସମ୍ମାନିତ,ମକର: ଉତ୍ସାହିତ, କୁମ୍ଭ : ପ୍ରତିରୋଧ, ମୀନ: ପ୍ରୀତିଲାଭ। ମେଷ:ମନରେ […]

ଟିକା ନ ନେଲେ ଖେଳି ପାରିବନି…..

୧. ଭାରତ ପୁଞ୍ଜିନିବେଶର ଏକ ଆକର୍ଷଣୀୟ ସ୍ଥଳରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ବିଶ୍ବ ଅର୍ଥନୀତି ଫୋରମ୍‌ର ‌ଡାଭୋସ୍ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି । ୨. ପଜିଟିଭ୍ ହାରରେ ବି ସର୍ବକାଳୀନ ଦିନିକିଆ ରେକର୍ଡ, ସୁନ୍ଦରଗଡ଼ ଜିଲ୍ଲାର ପଜିଟିଭ୍ ହାର ୫୫% । ୩. ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ଶାନ୍ତିଦେବୀ -ସାତ ଦଶନ୍ଧିର ନିରବଚ୍ଛିନ୍ନ ସେବାରେ ପଡିଛି ପୂର୍ଣ୍ଣଚ୍ଛେଦ । ୪. ଆଗାମୀ ଇଣ୍ଡିଆନ ପ୍ରିମିୟର […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ମୃତ୍ୟୁ କାଳରେ ଧନ, ସମ୍ପଦ, ଯଶ, ଗୌରବ କିଛି ସାଥିରେ ଯାଏ ନାହିଁ । କେବଳ କର୍ମ ହିଁ ମଣିଷକୁ ଅମର ରଖେ !! ➡️”ଅନ୍ୟର ମଙ୍ଗଳ କାମନା କରିଥିବା ଲୋକ ହିଁ ଆତ୍ମ ଶାନ୍ତି ଲାଭ କରିପାରେ !!” ➡️”ଧର୍ମର ଅନ୍ୟ ଅର୍ଥ ସତ୍ କର୍ମ ଓ ପରୋପକାର !! ➡️”ଇନ୍ଦ୍ରୀୟ ସଂଯମ, ଜୀବନ ଦୟା, ଆତ୍ମବତ୍ ନୀତିରେ ଚାଲିଲେ ବୁଦ୍ଧିର ଶୁଦ୍ଧି ଘଟିଥାଏ !! ➡️”କର୍ମ ଘେନି ମଣିଷ ଛୋଟ ବଡ, […]

ଆଜିର ରାଶିଫଳ

ପୌଷ- ଶୁକ୍ଳପକ୍ଷ ,ତିଥି- ପୂର୍ଣ୍ଣିମା ରାତ୍ରି ଘ ୦୫/୧୫ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ,ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ ୦୫/୧୪ ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୯/୧୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/୫୮ ,କନ୍ୟା ରାଶିର ଘାତଚନ୍ଦ୍ର ,ମିଥୁନ ରାଶିର ଘାତବାର ,ପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ଆମିଷ ରାତ୍ରି ଘ ୦୫/୧୬ ଗତେ ପାଣିକଖାରୁ ଭକ୍ଷଣ ନିଷେଧ !! ମେଷ– ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ | ପରିବାରରେ ମନୋମାଳିନ୍ୟ ଦେଖାଦେବ […]

ଆଜିର ଅନୁଚିନ୍ତା 

ଆଜିର ନୀତିବାଣୀ  ➡️”ମୃତ୍ୟୁ ସଦା ଜାଗ୍ରତ । ସେ କେବେ ଶୋଇପାରେନା । ପ୍ରତି ମୁହୂର୍ତରେ ସେ ଅପେକ୍ଷା କରୁଥାଏ କାହାକୁ ନା କାହାକୁ । ମୃତ୍ୟୁ ପ୍ରତି ସମସ୍ତେ ସଚେତନ ହୋଇ କାମ କରିବା ଆବଶ୍ୟକ !! ➡️”ଜୀବନର ଲକ୍ଷ୍ୟ ମନ୍ଦ କାର୍ଯ୍ୟ ନୁହେଁ, ଭଲ କାମ ଓ ପରୋପକାର ଅଟେ !! ➡️”ପ୍ରାଣୀ ଯେପରି କର୍ମ କରେ ସେପରି ଫଳ ପାଇଥାଏ । ସତ୍ କର୍ମହିଁ ଶ୍ରେଷ୍ଠ ଧର୍ମ । ସତ୍ କର୍ମ କରିନପାରିଲେ […]

ମୁହଁ ଫେରାଉଛି କରୋନା

୧. ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ‘ଟୋକିମରା’ ପର୍ବ ପର୍ଯ୍ୟାୟକ୍ରମେ ପାଳିତ ହୋଇଛି । ୨. ଉତ୍ତରାଖଣ୍ଡ ନିର୍ବାଚନ ୨୦୨୨ ପୂର୍ବରୁ ଜଙ୍ଗଲ ମନ୍ତ୍ରୀ ହରକ ସିଂ ରାୱତଙ୍କୁ ଦଳ ବିରୋଧୀ ବିବୃତ୍ତି ପାଇଁ କ୍ୟାବିନେଟରୁ କାର୍ଯ୍ୟରୁ ବରଖାସ୍ତ କରାଯାଇଛି । ୩. ଲିମ୍ପିୟାଧୁରା, ଲିପୁଲେଖ ଏବଂ କାଲାପାନିକୁ ନିଜର ଦାବି କଲା ନେପାଳ, ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଭାରତକୁ କଲା ଅପିଲ । ୪. ପଞ୍ଚାୟତ ନିର୍ବାଚନ ପାଇଁ ବାଜି ସାରିଛି […]

ବିଜେପିର ୭ ଜଣିଆ ପରିଚଳନା କମିଟି ଘୋଷଣା

ଭୁବନେଶ୍ୱର, ୧୬/୧(ଏସ୍‌ଏସ୍‌ନିଉଜ) ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବାପରେ ନିର୍ବାଚନ ପରିଚାଳନା ପାଇଁ ରାଜ୍ୟ ବିଜେପିର ୭ ଜଣିଆ କମିଟି ଘୋଷଣା କରିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି । ନିର୍ବାଚନ ପରିଚାଳନା କମିଟିରେ ଜୁଏଲ ଓରାମ, ବସନ୍ତ ପଣ୍ଡା, ଜୟନାରାୟଣ ମିଶ୍ର, ମୋହନ ମାଝୀ, ଅନିତା ଶୁଭଦର୍ଶିନୀ, ଗୋଲକ ମହାପାତ୍ର, ଶଙ୍କର ପରିଡ଼ା ସଦସ୍ୟ ରହିଥିବାର ଜଣାପଡିଛି ।