Browsing author

SATYA SANDHANA DESK

ଏମ୍‌ସରେ ପହଁଚିଲା ଏକମୋ ମେଶିନ

ଭୁବନେଶ୍ୱର,୧/୭(ଏସଏସନିୟୁଜ)ଏମ୍‌ସରେ ପହଁଚିଛି ଏକମୋ ମେସିନ ।ଜୁଲାଇ୧୫ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ । ଦ୍ୱତୀୟ ମେସିନ ମଧ୍ୟ ଖୁବଶିଘ୍ର ଆସିବ ବୋଲି ଏମ୍‌ସଅଧିକ୍ଷକ ସଚିଦାନନ୍ଦମହାନ୍ତି ସୁଚନା ଦେଇଛନ୍ତି ।ମହାମାରୀ କରୋନାପାଇଁ ଏକାମୋ ଚିକିସ୍‌ା ଆବଶ୍ୟକତା ପଡୁଥିବାରୁ ଏୟାରଲିଫ୍ଟି କରାଯାଇ ବହୁରୋଗୀଙ୍କୁ ବାହାର ରାଜ୍ୟକୁ ସ୍ଥାନାନ୍ତର କରିବାକୁ ପଡୁଥିଲା ।ଏବେ ଏହି ବ୍ୟୟବହୁଳ ସେବାପାଇଁ ରାଜ୍ୟବାହାରକୁ ଯିବାକୁ ପଡିବ ନାହିଁ । ଏମ୍‌ସରେ ଏହି ସୁବିଧା ମିଳିବ ବୋଲି ଅଧିକ୍ଷକ କହିଛନ୍ତି ।

ଚାଷୀଙ୍କପାଇଁ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

ଭୁବନେଶ୍ୱର: ୧/୭(ଏସଏସନିୟୁଜ) ଚାଷୀଙ୍କପାଇଁ ମଣ୍ଡି ଓ ଟୋକନ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି ।ବିଜେପି ପକ୍ଷରୁ ଦିନ ୧୦ଟାରୁ ୧୨ଟା ପର‌୍ୟ୍ୟନ୍ତ ବିଭିର୍ଣ ସ୍ଥାନରେ ବିଶେଷକରି ଜାତୀୟରାଜପଥକୁ ଅବରୋଧ କରାଯିବାସହ ଦୁଇଘଂଟା ପର୍ଯ୍ୟନ୍ତ ଦଳର କର୍ମୀ ଓ ନେତାମାନେ ଚକା ଜାମ୍ କରିଥିଲେ । ଆଜି ଭୁବନେଶ୍ୱର ସାଙ୍ଗଠାନିକ ଜ଼ିଲ୍ଲା ବିଜେପି ପକ୍ଷରୁ ଏକାମ୍ର ଗ୍ରାମୀଣ ମଣ୍ଡଳର କର୍ମକର୍ତାମାନେ ଧଉଳି ଛକ ରେ ଭୁବନେଶ୍ୱର ଜ଼ିଲ୍ଲା ସଭାପତି ବାବୁ ସିଂ ଙ୍କ ର ନେତୃତ୍ୱରେ ରାସ୍ତା […]

ଜବତ ହେଲା ୩ ଶହ କ୍ୱିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ

ଗଂଜାମ,୧/୭(ଏସଏସନିୟୁଜ) ପାଟପୁର ଖପରାଗଣ୍ଡ ଗାଁର ଜଣଙ୍କ ଘରୁ ୩ ଶହ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି ।ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଏତେପରିମାଣର ଗଞ୍ଜେଇକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହିଠାରୁ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ର ଅନୁମାନ ହେଉଥିବାବେଳେ ଏତେ ପରିମାଣର ଗଞ୍ଜେଇ ଜବତ ପରେ କେଉଁଠୁ ଆସିଲା ସେନେଇ ତଦନ୍ତ ଆରମ୍ଭ କରିଛି ଅବକାରୀ ବିଭାଗ ।

ପୁଣି ବଢ଼ିଲା LPG ଗ୍ୟାସ୍‌

ଭୁବନେଶ୍ୱର,୧/୭(ଏସ ଏସ ନିୟୁଜ)ଆଜି ପୁଣି ବଢ଼ିଲା LPG ଗ୍ୟାସ୍‌ ।ସବ୍‌ସିଡିରେ ମିଳୁଥିବା ୧୪.୨ କେଜିର LPG ସିଲିଣ୍ଡର ପିଛା ଦର ୨୫.୫୦ ଟଙ୍କା ବୃଦ୍ଧି ହୋଇଛି।ଫଳରେ ଭୁବନେଶ୍ବରରେ ଭାରତ ଗ୍ୟାସ ସିଲିଣ୍ଡର ଦର ୮୬୧କୁ ବୃଦ୍ଧି ହୋଇଛି। ଗତ ୬ ମାସରେ ଗ୍ୟାସ୍‌ ଦର ୧୪୦ ଟଙ୍କା ବଢ଼ିଥିବା ଜଣାପଡିଛି।

ରାଜ୍ୟପାଳଙ୍କ ତିନି ଦିନିଆ ପୁରୀ ଗସ୍ତ

ପୁରୀ,୧/୭୯ଏସଏସନିୟୁଜ) ମହାମହିମ ରାଜ୍ୟପାଳ ତିନିଦିନିଆ ଗ୍ରସ୍ଥରେ ପୁରୀ ଆସିଛନ୍ତି ।ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇଥିବା ରାଜଭବନର ନବୀକରଣ କାରାଯାଇଛି । ଏହି ନବୀକରଣ ଭବନକୁ ରାଜ୍ୟପାଳ ଉଦ୍‌ଘାଟନ କରିଛନ୍ତି ।ରାଜଭଵନ ପରିସରରେ ଥିବା ଶୀଲା ଉପବନରେ ବୃକ୍ଷରୋପଣ କରି ବନୀକରଣର ଶୁଭାରମ୍ଭ ମଧ୍ୟ କରିଛନ୍ତି। ଏହି ଉପବନକୁ ସେ ତାଙ୍କର ଧର୍ମପତ୍ନୀ ସ୍ବର୍ଗତା ସୁଶୀଳା ଦେବୀଙ୍କ ସ୍ମୃତିରେ ଉତ୍ସର୍ଗୀକୃତ କରିଛନ୍ତି।

୯ ସୁଦ୍ଧା ସରିବ ରଥ ନିର୍ମାଣ କାର୍ଯ୍ୟ

ପୁରୀ,୧/୭(ଏସ ଏସ ନିୟୁଜ)ପାଖେଇ ଆସୁଛି ରଥ ଯାତ୍ରା । ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛି ଜୋରଦାର । ଏବେ ଶେଷ ପର୍ଯ୍ୟାୟରେ ପହଁଚିଛି । ୮୫ରୁ ୯୦ ପ୍ରତିଶତ ରଥ ନିର୍ମାଣ କାର୍ଯ୍ୟ ୟ ଶେଷ ହୋଇଛି। ତେବେ ତିନି ରଥର ପ୍ରଭା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ପ୍ରଭା ଫ୍ରେମରେ ପଡ଼ା ବାଡ଼ାଯିବା ପରେ ରୂପ ଖୋଦେଇ ପଟା ସଂଯୋଗ ଚାଲିଛି। ଚାରସିପରିଛାକୁ ମୁଣ୍ଡାଇ ରଖିବା ପାଇଁ ୫ଟି ଲେଖାଏଁ ଗୁଣ୍ଡି […]

ଗୌତମ ଆଦାନୀଙ୍କ ଜନ୍ମଦିନରେ ବୃକ୍ଷରୋପଣ

ଭୁବନେଶ୍ୱର,୧/୭(ଏସଏସନିୟୁଜ) ଆଦାନୀଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ଜନ୍ମଦିନ ଅବସରରେ ଆଦାନୀ ଧାମରାପୋର୍ଟ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପୋର୍ଟ ପାରିପାଶ୍ୱର୍ରେ ଥିବା ୪ଟି ଗ୍ରାମ ପଂଚାୟତଲୋକଙ୍କୁ ଏଥିରେ ସାମିଲ କରାଯାଇଥିଲା । ଗ୍ରାମବାସୀଙ୍କ ସହଯୋଗରେ ପଂଚାୟତରେ ଖାଲିସ୍ଥାନମାନଙ୍କରେ ବିଭିନ୍ନ ଗଛ ଲଗାଯାଇଥିଲା । କୋଭିଡ ଗାଇଡ ଲାଇନକୁ ଅନୁପାଳନ କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦୦ଟି ବୃକ୍ଷଲଗାଯାଇଛି ।ସପ୍ତାହେବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଡିପିସିଏଲ୍ ଉଦ୍ୟାନକୃଷିବିଭାଗ ସହାୟତାରେ ୨୫୦ ବୃକ୍ଷରୋପଣ କରାଯିବ […]

ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ ରିଲିଫ ଫଣ୍ଡ କୁ ଆର୍ଥିକ ସହାୟତା

ଭୁବନେଶ୍ୱର,୧/୭(ଏସ ଏସ ନିୟୁଜ)କରୋନା ମହାମାରୀର ଦ୍ୱିତୀୟ ଲହର ସାରାବିଶ୍ୱରେ ନିଜର କାୟା ବିସ୍ତାର କରିଚାଲିଛି। ଏନେଇ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ, ସଟଡାଉନ ଜାରି ରଖିଛନ୍ତି। କରୋନାର ଦ୍ୱିତୀୟ ଲହରକୁ ପରାସ୍ତ କରିବାରେ ଓଡ଼ିଶାରେ ଉଦ୍ୟମ ଅବ୍ୟାହତ ରହିଛି। ଗୁରୁତ୍ଵ ପୁର୍ଣ ବିଷୟ ହେଉଛି ଏଠାରେ ଓଡ଼ିଆ ଲୋକମାନେ ବିଦେଶରେ ରହି ମଧ୍ୟ ଓଡ଼ିଶା ବାସୀଙ୍କୁ ସାହାଯ୍ୟ କରିବା ନିମନ୍ତେ ଆଗେଇ ଆସିଛନ୍ତି। ଓଡ଼ିଆ ଗଲ୍ଫ ଆସୋସିଏସନ ଓମାନ ପକ୍ଷରୁ କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ […]

ଗାଁ ଦାଣ୍ଡରେ ଫୁଟିଲା ଗୁଳି

ବନ୍ତଳା,୧/୭(ଏସ ଏସ ନିୟୁଜ)ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଫୁଟିଛି ଗୁଳି ।ଏହି ଗୁଳିମାଡ଼ର ଶିକାର ହୋଇ ଗୁରୁତର ହୋଇ ପଡ଼ିଛନ୍ତି ଅଖିଳ ବେହେରା।ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସଂକଟାପନ୍ନଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଛି। ପ୍ରକାସ ଯେ, ବନ୍ତଳା ଥାନା ଅନ୍ତର୍ଗତ ବଡ଼କନ୍ତକୁଳ ଗାଁର ଅଖିଳ ବେହେରା ଓ ଶିଶିର ସାହୁଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ଗତ ରାତି ପ୍ରାୟ ୧୧ ଟା ବେଳକୁ ହଠାତ କୌଣସି କାରଣବଶତଃ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ […]

ଅଜଣା ଗାଡି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ

ଖୋର୍ଦ୍ଧା,୧/୭(ଏସଏସନିୟୁଜ) ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥ ର ଦଲପଲ୍ଲା ଠାରୁ ୧୩ କିମି ଦୂର ମାଳଭଙ୍ଗା ଜଙ୍ଗଲ ଠାରେ ଗତକାଲି ରାତିରେ ଅଜଣା ଗାଡି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ ହୋଇଛି । ନୟାଗଡର ସାଳଭଙ୍ଗା ଜଙ୍ଗଲରେ ମୃତଦେହ ପଡିରହିଛି ।ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳ ବୁଲି ଦେଖିବାସହ ବାଘର ମୃତଦେହକୁ ଜବତ କରିଛି ।ବାଘ ଟି ରାସ୍ତା ପାର ହେଉଥିବାବେଳେ ଦୁର୍ଘଟଣା ଘଟିଥିବାର ଜଣାପଡିଛି।