ବାରଙ୍ଗ ଆକାଶରେ ଉଡୁଛି ଡ୍ରୋନ

ଭୟରେ ଅଞ୍ଚଳବାସୀ...

କଟକ,୭।୧୦(ଏସଏସନିଉଜ) ଗତ କିଛିଦିନର ବ୍ୟବଧାନ ପରେ ପୁଣି ବାରଙ୍ଗ ଆକାଶରେ ଡ୍ରୋନ ଉଡ଼ିବା ଆରମ୍ଭ କରିଛି।ଏହି ସନ୍ଦିଗ୍ଧ ଡ୍ରୋନ ବାରଙ୍ଗ ଆକାଶରେ ଆଜି ଦେଖିବାକୁ ମିଳିଛି। ଆଜି ପୂର୍ବାହ୍ନରେ ନରାଜମାର୍ଥାପୁରଷ୍ଟେସନ ନିକଟ ଏବଂ ମୁଣ୍ଡଳୀ ଅଞ୍ଚଳରେ ୪ ରୁ ୬ଟି ଡ୍ରୋନ ଉଡୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସନ୍ଦିଗ୍ଧ ଅବସ୍ଥାରେ ଡ୍ରୋନ ଉଡୁଥିବା ନେଇ ଭୟଭୀତ ହୋଇ ପଡ଼ିଛନ୍ତି ଅଞ୍ଚଳବାସୀ। ସେପଟେ ଏହି ଡ୍ରୋନ କିଏ ଉଡାଉଛି, କାହିଁକି ଉଡାଉଛି, କେଉଁ ଉଦ୍ଦେଶ୍ୟରେ ଉଡ଼ାଉଛି ଏବଂ କେଉଁଠୁ ଏହାକୁ ଅପରେଟିଙ୍ଗ କରାଯାଉଛି, ତାହା ଜଣାପଡିନାହିଁ। କଟକରେ ଦଶହରା ଭସାଣୀକୁ ନେଇ ଗଣ୍ଡଗୋଳ ଓ ପରେ କର୍ଫ୍ୟୁ ଲାଗି ରହିଥିବା ବେଳେ ବାରଙ୍ଗ ଅଞ୍ଚଳରେ ଏଭଳି ସନ୍ଦେହଜନକ ଭାବେ ଡ୍ରୋନ ଉଡ଼ିବା ଲୋକଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି କରିଛି। ଏ ବିଷୟରେ ଖବର ପାଇ ବାରଙ୍ଗଥାନା ଓ ଗୋଡ଼ିସାହି ଫାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି।

Comments (0)
Add Comment