ବାରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୮ ବର୍ଷରୁ ଉର୍ଦ୍ଧଙ୍କୁ ଟିକାକରଣ

ବାରଙ୍ଗ,୨୧/୬(ଏସଏସନିୟୁଜ) କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଆଜିଠାରୁ ରାଜ୍ୟରେ କ୍ୟାମ୍ପେନ୍ ମୋଡରେ ଟୀକାକରଣ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଆଜି ବାରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୮ ବର୍ଷରୁ ଉର୍ଦ୍ଧ ବୟସ୍କଙ୍କୁ ଟୀକାଦାନ କରାଯାଇଛି।୧୮ ରୁ ୪୪ ବର୍ଷର ୧୪୯ ଜଣ ବ୍ୟକ୍ତିଙ୍କୁ ଟୀକାକରଣ କରାଯାଇଥିବା ବେଳେ ୪୫ ବର୍ଷରୁ ଉର୍ଦ୍ଧ ୬୪ ଜଣଙ୍କୁ ଟୀକାକରଣ କରାଯାଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ମିନାକ୍ଷୀ ମାରାଣ୍ଡିଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।ବ୍ଲକ୍ ସାମାଜିକ ସୁରକ୍ଷା ବିଭାଗର କାର୍ଯ୍ୟକ୍ରମ ସହାୟକ ଶାରଦା ପ୍ରସନ୍ନ ଦାସ,ସ୍ବାସ୍ଥ୍ୟକର୍ମୀ ଶୁଭ୍ୟାରବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ। ସେହିଭଳିଭାବେ ଟାଙ୍ଗିବନ୍ତ ଡାକ୍ତରଖାନାରେ ୧୮ ବର୍ଷରୁ ୪୪ ବର୍ଷର ୨୦୦ ଜଣଙ୍କୁ ଟୀକାକରଣ କରାଯାଇଛି। (ଗୈାତମରାଉତଙ୍କ ରିପୋର୍ଟ)

Comments (0)
Add Comment