ବେଆଇନ ପାଣି ବଟେଲିଂ କମ୍ପାନୀ ଠାବ

ସାକ୍ଷୀଗୋପାଳ,୧୨/୫(ଏସଏସନିୟୁଜ) ଲକଡାଉନ ସମୟରେ ସତ୍ୟବାଦୀ ବିଡିଓ କ୍ଷୀରୋଦ କୁମାର ବେହେରା ଓ ପୁଲିସ କର୍ମଚାରୀମିଶି ଲୋକମାନଙ୍କୁ ସଚେତନତା କରାଉଥିବାବେଳେ ବେଆଇନଭାବେ ଏକ ପାଣି ବଟେଲିଂ କମ୍ପାନୀ ଚାଲୁଥିବାର ଖବର ପାଇଥିଲେ ।ସେଠାରେ ପହଁଚି କମ୍ପାନୀ ଚଲାଇବାପାଇଁ ଆବଶ୍ୟକୀୟଥିବା ସରକାରଙ୍କ ଅନୁମତିପତ୍ର କମ୍ପାନୀ କର୍ତୁପକ୍ଷ ଦେଖାଇପାରିନଥିଲେ ।ବିନା ଅନୁମତିରେ ବେଆଇନଭାବେ ବିଭିନ୍ନ କମ୍ପାନୀର ବୋତଳରେ ପାଣି ଭତ୍ତିକରି ବିକ୍ରି କରାଯାଉ ଥିବାରୁ ତାଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ନିଆ୍‌ଯିବବୋଲି ବିଡିଓ କହିଛନ୍ତି ।

Comments (0)
Add Comment