ଭାରସାମ୍ୟହରାଇ ଓଲଟିଲା କାର

ବାରଙ୍ଗ, ୧୦।୬ (ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଷଣ୍ଡପୁରରୁ ନରାଜ ବ୍ୟାରେଜକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଭାରସାମ୍ୟ ହରାଇ ଧକ୍କା ଦେଲା ପରେ ଓଲଟିପଡିଛି କାର। ଶନିବାର ସଂଧ୍ୟାରେ ସଣ୍ଢପୁରରୁ ନିରାଜ ଅଭିମୁଖେ ଦୃତଗତିରେ ଯାଉଥିବା ଓଡି ୦୫ ଏଟି ୮୭୨୮ କାରଟି ଭାରସାମ୍ୟ ହରାଇବା ପରେ ଏକ ବିଦ୍ୟୁତ ଖୁଣ୍ଟ ରେ ଧକ୍କାଦେଇ ଘଟଣା ସ୍ଥଳରେ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣା ଗ୍ରସ୍ତ କାର ଭିତରୁ ଆହତମାନଙ୍କୁ ଉଦ୍ଧାର କରିଥିଲେ।ଆହତ ମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବାର ଜଣାପଡିଛି। ଖବର ପାଇ ଗୋଡିସାହି ଫାଣ୍ଡି ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନ ଦୁର୍ଘଟଣା ସ୍ଥାନରେ ପହଁଚି କାରଟିକୁ ଜବତ କରିବା ସହିତ ଚିକିତ୍ସା ପାଇଁ ଗୁରୁତରଙ୍କୁ ଡାକ୍ତରଖାନାକୁ ପଠାଇଥିଲେ।

Comments (0)
Add Comment