ଭିଣୋଇର ଭୁଜାଲି ଚୋଟରେ ଚାଲିଗଲା ଶଳାର ଜୀବନ

୩ଆହତ

ମେଣ୍ଢାଶାଳ,୨୪ା୧୦(ଏସଏସନିଉଜ)ପାରିବାରିକ ବିବାଦ ଯୋଗୁ ନିଶାଶକ୍ତ ଭିଣୋଇର ଭୁଜାଲି ଚୋଟରେ ଶଳାର ଜୀବନ ଯିବାସହ ୩ଜଣ ଆହତ ହୋଇଛନ୍ତି ।ଏହିଭଳିଘଟଣା ବୁଧବାର ବିଳମ୍ଭିତରାତିରେ ମେଣ୍ଢାଶାଳ ଫାଣ୍ଡି ଅଧିନସ୍ଥ ମେଣ୍ଢାଶାଳ ଗ୍ରାମରେ ଘଟିଛି ।
ପ୍ରକାସ ଯେ,ଗଙ୍ଗାପଡାଗ୍ରାମର ଲକ୍ଷ୍ମୀଧରଦାସ (୫୭) ମେଣ୍ଢାଶାଳଗ୍ରାମର ପ୍ରଶାନ୍ତବିଶ୍ୱାଳଙ୍କ ଭଉଣୀକୁ ବିବାହ କରିଥିଲେ ।ପରବର୍ତି ସମୟରେ ଲକ୍ଷ୍ମୀଧର ପିଲାଛୁଆଙ୍କୁ ଧରି ଶଶୁରଘର ମେଣ୍ଢାଶାଳରେ ରହୁଥିଲେ ।ବୁଧବାର ବିଳମ୍ଭିତରାତିରେ ନିଶାଶକ୍ତଅବସ୍ଥାରେ ଲକ୍ଷ୍ମୀଧର ଘରକୁ ଫେରିଥିଲେ ।ବାଇକର ହର୍ଣଶୁଣି ଶଳା ପ୍ରଶାନ୍ତବିଶ୍ୱାଳ କବାଟ ଖୋଲିବା କ୍ଷଣି ଏକ ଭୁଜାଲିରେପ୍ରଶାନ୍ତଙ୍କ ବେକ ପାଖକୁ ଆକ୍ରମଣ କରିଥିଲେ ।ପ୍ରଶାନ୍ତ ଚିକ୍ତାର କରିବା ସହ ରକ୍ତଜୁଡୁବୁଡୁ ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ ।ଚିକ୍ତାର ଶୁଣି ଲକ୍ଷ୍ମୀଧରଙ୍କ ପୁଅ ରବିନାରାୟଣଦାସ ବାପାଙ୍କୁ ରୋକିବାକୁ ଉଦ୍ୟମ କରିବାରୁ ତାଙ୍କୁ ମଧ୍ୟ ଭୁଜାଲିରେ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଛନ୍ତି ।ପ୍ରଶାନ୍ତଙ୍କ ବଡପୁଅ ପପୁନା(୨୬) ଓ ସାନପୁଅ ଲିପୁବିଶ୍ୱାଳ(୧୩) ଆସି ରୋକିବାକୁ ଚେଷ୍ଟାକରିବାରୁ ଏହି ଦୁହଁଙ୍କୁ ମଧ୍ୟ ଲକ୍ଷ୍ମୀଧର ଭୁଜାଲିରେ ଆକ୍ରମଣ କରି କ୍ଷତାକ୍ତ କରିଥିଲେ ।ଖବରପାଇ ପୋଲିସ ଆସି ହତ୍ୟାକାରୀ ଲକ୍ଷ୍ମୀଧରଙ୍କୁ କାବୁକରିବାସହ ହତ୍ୟାରେ ବ୍ୟବହୃତ ଭୁଜାଲିକୁ ଜବତ କରିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Comments (0)
Add Comment